ନବକୃଷ୍ଣ ଚୌଧୁରୀ: ଭାରତୀୟ ରାଜନୀତିଜ୍ଞ

ନବକୃଷ୍ଣ ଚୌଧୁରୀ (୧୯୦୧ ନଭେମ୍ବର ୨୩ - ୧୯୮୪ ଜୁନ ୨୪) ଓଡ଼ିଶାରେ ଜନ୍ମିତ ଜଣେ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଓ ଲେଖକ ଥିଲେ । ସେ ୧୨ ମଇ ୧୯୫୦ଠାରୁ ୧୯ ଅକ୍ଟୋବର ୧୯୫୬ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ ।

ନବକୃଷ୍ଣ ଚୌଧୁରୀ
ନବକୃଷ୍ଣ ଚୌଧୁରୀ: ଜୀବନୀ, ରାଜନୀତି, ଆଧାର
ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ
କାର୍ଯ୍ୟକାଳ
୧୨ ମଇ ୧୯୫୦ – ୧୯ ଅକ୍ଟୋବର ୧୯୫୬
ପୂର୍ବ ଅଧିକାରୀହରେକୃଷ୍ଣ ମହତାବ
ପର ଅଧିକାରୀବିଜୁ ପଟ୍ଟନାୟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1901-11-23)୨୩ ନଭେମ୍ବର ୧୯୦୧
ଖେରସା, ଜଗତସିଂହପୁରର
ମୃତ୍ୟୁ୨୪ ଜୁନ ୧୯୮୪(1984-06-24) (ବୟସ ୮୨)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମାଳତୀ ଚୌଧୁରୀ

ଜୀବନୀ

ନବକୃଷ୍ଣ ଚୌଧୁରୀ ଜଗତସିଂହପୁର ଜିଲ୍ଲାର ଖେରସା ଗାଁରେ ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ ଜନ୍ମ ନେଇଥିଲେ । ତାଙ୍କର ପିତା ଗୋକୁଳାନନ୍ଦ ଚୌଧୁରୀ ଜଣେ ଓକିଲ ଭାବରେ କାମ କରୁଥିଲେ । ନବକୃଷ୍ଣ ପ୍ୟାରୀମୋହନ ଏକାଡେମି ୧୪ ବର୍ଷ ବୟସରେ ଶିକ୍ଷା ସମାପନ କରିଥିଲେ । ନବକୃଷ୍ଣ ଶୈଶବରେ ଖେଳ-କସରତ ପ୍ରିୟ ଥିଲେ । ଆଉ ପିତା ତାଙ୍କୁ ଏହି ଦିଗରେ ଉତ୍ସାହିତ କରୁଥିଲେ, ସ୍ୱତନ୍ତ୍ର ଭାବେ ତାଲିମ ଦେବା ନିମନ୍ତେ ଜଣେ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରିଥିଲେ । ପରେ ପାଠ ପଢ଼ିବା ପାଇଁ ତାଙ୍କ ଆଗ୍ରହ ଦେଖି ତାଙ୍କୁ କଟକସ୍ଥିତ ପ୍ୟାରୀମୋହନ ଏକାଡେମୀରେ ଭର୍ତ୍ତିକରାଯାଇଥିଲା । ହାଇସ୍କୁଲ ପରୀକ୍ଷାରେ କୃତ୍ତିତ୍ୱର ସହ ଉତ୍ତିର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ହେଲେ ପରାଧୀନ ଭାରତର ଦୁରବସ୍ଥା ତାଙ୍କୁ ସର୍ବଦା ବିଚଳିତ କରୁଥିଲା ଏବଂ ଅଧାରୁ ପାଠପଢ଼ା ଛାଡି ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ । ସାବରମତୀ ଆଶ୍ରମରେ ଦଶମାସର ରହଣି ତାଙ୍କୁ ସଚ୍ଚୋଟ ଲୋକସେବକ ହେବାରେ ସାହାଯ୍ୟ କରିଥିଲା ଏବଂ ଓଡ଼ିଶା ଫେରି ଆସି ସାଧାରଣ ଲୋକଙ୍କ ବିକାଶ କାର୍ଯ୍ୟରେ ଲାଗିଥିଲେ । ଅଧାରୁ ଛାଡିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ ଶାନ୍ତି ନିକେତନ ଯାଇ ସେଠାରେ ତାଙ୍କ ମାଳତୀ ସେନଙ୍କ ସହ ପରିଚୟ ହୋଇଥିଲା । ବିବାହ ପରେ ଦୁହେଁ ଆସି ଜଗତସିଂହପୁର ଅନ୍ତର୍ଗତ ତରିକୁଦ ଗ୍ରାମରେ ବାସ କରିଥିଲେ । ସେଠାରେ ସେମାନେ ସାଧାରଣ ଲୋକଙ୍କ ସହ ମିଶି କୃଷି କାର୍ଯ୍ୟ କରୁଥିଲେ, ଶିକ୍ଷା ଦେଉଥିଲେ, ସ୍କୁଲ ଚଳଉଥିଲେ । କୃଷକ ଓ ସାଧାରଣ ଲୋକଙ୍କ ପାଇଁ ପ୍ରଥମେ ସାରଥୀ ଏବଂ ତା ପରେ କୃଷକ ନାମକ ପତ୍ରିକା ବାହାର କରିଥିଲେ ।

ରାଜନୀତି

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ହେଇଥିବା ନିର୍ବାଚନରେ ସେ ତିର୍ତ୍ତୋଲ-ଏରସମା ଆସନରୁ ଲଢି ବିଜୟୀ ହୋଇଥିଲେ । ସେହିପରି ଭାରତ ସ୍ୱାଧୀନତା ପରେ କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇ ରାଜସ୍ୱ ମନ୍ତ୍ରୀ ହୋଇଥିଲେ । ଏକ ମାତ୍ର ପୁତ୍ର ବିନାୟକଙ୍କ ଆତ୍ମହତ୍ୟା ତାଙ୍କୁ ବ୍ୟଥିତ କରିବାରୁ ସେ ସରକାରରୁ ଇସ୍ତଫା ଦେଇ ଜନସେବାରେ ବ୍ରତୀ ହୋଇଥିଲେ । ପରେ ନେହେରୁଙ୍କ ଉଦ୍ୟମରେ ରାଜ୍ୟର ଶାସନ ଭାର ସମ୍ଭାଳି ଥିଲେ । ନବକୃଷ୍ଣଙ୍କ ଶାସନ କାଳରେ ହୀରାକୁଦ ବନ୍ଧ, ଓଡ଼ିଶା କୃଷି ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ ଏବଂ ବୁର୍ଲା ବୈଷୟିକ ମହାବିଦ୍ୟାଳୟ ଆଦି ସ୍ଥାପିତ ହୋଇଥିଲା । ବହୁ ବିରୋଧ ସତ୍ତ୍ୱେ ତାଙ୍କ ଉଦ୍ୟମରେ ଓଡ଼ିଆ ଭାଷା ସରକାରୀ ଭାଷାରେ ପରିଣତ ହୋଇଥିଲା । ତାଙ୍କ ଉଦ୍ୟମରେ ମୃତ୍ୟୁଦଣ୍ଡ ପାଇଥିବା ନକ୍ସଲ ନେତା ନାଗଭୂଷଣ ପଟ୍ଟନାୟକଙ୍କୁ ରାଜକ୍ଷମା ପ୍ରଦାନ କରାଯାଇଥିଲା । ଜରୁରିକାଳୀନ ପରିସ୍ଥିତିରେ ଉତ୍ତିର୍ଣ୍ଣ ବୟସରେ ଥିଲେ ସୁଦ୍ଧା ସେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ସମର୍ଥନ ଦେଇ ଗିରଫ ହୋଇଥିଲେ । ୧୯୮୪ ଜୁନ ୨୪ରେ ସେ ମୃତ୍ୟୁବରଣ କରିଥିଲେ ।

ଆଧାର

ଆହୁରି ପଢ଼ନ୍ତୁ

  • Llc Books. Orissa Politicians: Chief Ministers Of Orissa, Nabakrushna Choudhuri, Biju Patnaik, Nandini Satpathy, Naveen Patnaik, Harekrushna Mahatab. ISBN 978-1-158-20881-4. pp. 66. June 2010 (English)

Tags:

ନବକୃଷ୍ଣ ଚୌଧୁରୀ ଜୀବନୀନବକୃଷ୍ଣ ଚୌଧୁରୀ ରାଜନୀତିନବକୃଷ୍ଣ ଚୌଧୁରୀ ଆଧାରନବକୃଷ୍ଣ ଚୌଧୁରୀ ଆହୁରି ପଢ଼ନ୍ତୁନବକୃଷ୍ଣ ଚୌଧୁରୀଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା

🔥 Trending searches on Wiki ଓଡ଼ିଆ:

କୃଷ୍ଣଫତୁରାନନ୍ଦପ୍ରସନ୍ନ ଆଚାର୍ଯ୍ୟହୃଷୀକେଶ ମଲ୍ଲିକରୁକୁଣା ରଥଯାତ୍ରାସାଇ ଭୋସଲେବଲାଙ୍ଗୀର ଜିଲ୍ଲାବୈଶାଖଓଡ଼ିଆଯଦୁମଣି ମହାପାତ୍ରହାଡ଼ଫୁଟିଦ୍ରୌପଦୀ ମୁର୍ମୁଭାରତୀୟ ଡାକ ସେବାଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାସରଳା ଦେବୀମଧୁସୂଦନ ରାଓମୁଁ ରାଜା ତୁ ରାଣୀଇଣ୍ଡୋନେସିଆକେନ୍ଦୁଝର ଜିଲ୍ଲାବାଜି ରାଉତଓଡ଼ିଶା ଉଚ୍ଚ ନ୍ୟାୟାଳୟଲାରି ସାଙ୍ଗରଜୀବାଣୁ ଭାଜିନୋସିସଅର୍ଜୁନ ଚରଣ ସେଠୀହାଡ଼ି ଦାସବାଣଦିଗରାଜ ବ୍ରହ୍ମାହନୁମାନମସ୍କୋଗ୍ରହୟାଓଇପଦ୍ମ ଲୋଚନ ପଣ୍ଡାବୁଧନ ମୁର୍ମୁପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଲୋକ ସଭାର ବାଚସ୍ପତିଜଳଗୋଦାବରୀଶ ମିଶ୍ରସିକ୍ଲ ସେଲ୍ ରୋଗସୂର୍ଯ୍ୟ ଦେବତାଫକୀର ମୋହନ ସେନାପତିଜୟା ଶର୍ମା (କାର୍ଯ୍ୟକର୍ତ୍ତା)ଇନଷ୍ଟାଗ୍ରାମମଥୁରା ମଙ୍ଗଳଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ଲକ୍ଷ୍ମଣ ନାୟକସ୍ୱାମୀ ବିବେକାନନ୍ଦଗଙ୍ଗାଧର ମେହେରବସନ୍ତ କୁମାର ଶତପଥୀଅର୍ଥଶାସ୍ତ୍ରଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ହ୍ୱାଟ୍ସଆପସାପନନ୍ଦ କିଶୋର ବଳସୁଧାକର ନନ୍ଦଏଣ୍ଟ୍ରେକ୍ଟିନିବଚାରି ଧାମରେବତୀ (କ୍ଷୁଦ୍ରଗଳ୍ପ)ୟୁନିଫର୍ମ ରିସୋର୍ସ ଲୋକେଟରଆଇଜାକ ନିଉଟନଦିନମନୋଜ ଦାସଙ୍କ କଥା ଓ କାହାଣୀକୋଣାର୍କ ସୂର୍ଯ୍ୟ ମନ୍ଦିରସାଲବେଗପ୍ରତିଭା ରାୟପୋଇଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାସାଧୁ ମେହେରତ୍ରିଭୁଜହୋ ଜନ‌ଜାତିଲୋକ ସଭାନେପାଳହାତ🡆 More