ମହେଶ୍ୱର ମହାନ୍ତି: ଓଡ଼ିଆ ରାଜନୀତିଜ୍ଞ

ମହେଶ୍ୱର ମହାନ୍ତି (୨୬ ଫେବୃଆରୀ ୧୯୫୬ – ୭ ନଭେମ୍ବର ୨୦୨୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ, ଯିଏକି ଓଡ଼ିଶା ବିଧାନ ସଭାର ବିଧାୟକ, ମନ୍ତ୍ରୀ ତଥା ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ସେ ପୁରୀ ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୩, ୧୪ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମହେଶ୍ୱର ମହାନ୍ତି
ମହେଶ୍ୱର ମହାନ୍ତି: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୧୧ଶ, ୧୨ଶ, ୧୩, ୧୪ ଓ ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୧୯
ପୂର୍ବ ଅଧିକାରୀଉମା ବଲ୍ଲଭ ରଥ
ପର ଅଧିକାରୀଜୟନ୍ତ କୁମାର ଷଡ଼ଙ୍ଗୀ
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1956-02-26)୨୬ ଫେବୃଆରୀ ୧୯୫୬
ପୁରୀ, ଓଡ଼ିଶା
ମୃତ୍ୟୁ୭ ନଭେମ୍ବର ୨୦୨୩(2023-11-07) (ବୟସ ୬୭)
ଭୁବନେଶ୍ୱର
ମୃତ୍ୟୁର କାରଣବ୍ରେନ୍ ଷ୍ଟ୍ରୋକ୍
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀବିଷ୍ଣୁପ୍ରିୟା ମହାନ୍ତି
ସନ୍ତାନ
ବାପା/ବୋଉନାରାୟଣ ମହାନ୍ତି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ମହେଶ୍ୱର ମହାନ୍ତି ୧୯୫୬ ମସିହାର ଫେବୃଆରୀ ୨୬ ତାରିଖରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାରାୟଣ ମହାନ୍ତି ଓ ପତ୍ନୀଙ୍କ ନାମ ବିଷ୍ଣୁପ୍ରିୟା ମହାନ୍ତି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓକିଲାତି ପଢ଼ିଥିଲେ ଏବଂ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ।

ରାଜନୈତିକ ଜୀବନ

ମହେଶ୍ୱର ମହାନ୍ତି ପ୍ରଥମ ଜନତା ଦଳରେ ଓ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ପୁରୀ ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ୫ ଥର ନିର୍ବାଚିତ ହେବା ସହିତ ୨୦୦୪ ମସିହାରୁ ୨୦୦୮ ଯାଏଁ ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ ୨୦୧୧ରୁ ୨୦୧୯ ଯାଏଁ ସେ ପଞ୍ଚାୟତିରାଜ, ସଂସ୍କୃତି ଓ ପର୍ଯ୍ୟଟନ, ଆଇନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ପୁରୀ ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ପୁରୀ ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ପୁରୀ ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ପୁରୀ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ପୁରୀ ବିଜୁ ଜନତା ଦଳ

ମୃତ୍ୟୁ

୨୦୨୩ ମସିହାର ନଭେମ୍ବର ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ବ୍ରେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ଭୁବେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

ଆଧାର

ବାହାର ଆଧାର

Tags:

ମହେଶ୍ୱର ମହାନ୍ତି ଜନ୍ମ, ପରିବାର ଓ ଶିକ୍ଷାମହେଶ୍ୱର ମହାନ୍ତି ରାଜନୈତିକ ଜୀବନମହେଶ୍ୱର ମହାନ୍ତି ମୃତ୍ୟୁମହେଶ୍ୱର ମହାନ୍ତି ଆଧାରମହେଶ୍ୱର ମହାନ୍ତି ବାହାର ଆଧାରମହେଶ୍ୱର ମହାନ୍ତିଓଡ଼ିଶା ବିଧାନ ସଭାପୁରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଅର୍ଚ୍ଚନା (କବିତା ସଙ୍କଳନ)ରବିବାରହନୁମାନ ଚାଳିଶାଜଗନ୍ନାଥ ମନ୍ଦିର, ବାରିପଦାଭାଷାମୋରାରଜୀ ଦେଶାଇସମୟ (କାଳ)ପଦ୍ମ ଲୋଚନ ପଣ୍ଡାନିଗମାନନ୍ଦ ପରମହଂସନୀଳକଣ୍ଠ ଦାସସିଦ୍ଧାନ୍ତ ମହାପାତ୍ର୨୧ଆହେ ଦୟାମୟ ବିଶ୍ୱ ବିହାରୀବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)ଉଦ୍ଭିଦନାରାୟଣ ସାହୁ (୧୯୩୮ ଜନ୍ମ)ବର୍ଷା ପ୍ରିୟଦର୍ଶିନୀମେନିଞ୍ଜାଇଟିସ୍ବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନଅଗ୍ନିଗୌତମ ବୁଦ୍ଧଅରିନ୍ଦମ ରାୟଯୋଗସମ୍ବଲପୁର ଜିଲ୍ଲାରାଜନୀତି ବିଜ୍ଞାନସରୋଜିନୀ ନାଇଡୁପ୍ରତିଭା ରାୟବିରଜା ରାଉତରାୟଜଗନ୍ନାଥ ମନ୍ଦିରମାଛ ଭଜାଅମର ସିଂହ ଚମକିଲାଜୈନବାଦଗୋପୀନାଥ ମହାନ୍ତିଜଳ ପ୍ରଦୂଷଣପୂର୍ବ ଭାଦ୍ରପଦ (ନକ୍ଷତ୍ର)ଉଇକିପିଡ଼ିଆଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନକାଳୀରାଜକିଶୋର ପଟ୍ଟନାୟକଅର୍ଜୁନ ଗଛବଲ୍ଲଭଭାଇ ପଟେଲଉତ୍ତମ ମହାନ୍ତିବୃନ୍ଦାବନରମାକାନ୍ତ ରଥନୀଳଚକ୍ରଓଡ଼ିଶାର ପର୍ବପର୍ବାଣିବସନ୍ତ କୁମାର ଶତପଥୀବଲାଙ୍ଗୀର ଜିଲ୍ଲାଗୌରହରି ଦାସମିନାକ୍ଷୀ ମହନ୍ତ୧୪ ଅକ୍ଟୋବରଜଗନ୍ନାଥଙ୍କ ଷୋଳକଳାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାହେମୋଫିଲିଆଓଡ଼ିଆ ଚଉତିଶାମାୟାଧର ମାନସିଂହପରଜା ଜନଜାତିଅଂଶୁଘାତପ୍ରସନ୍ନ କୁମାର ପାଟ୍ଟଶାଣୀବୈକୁଣ୍ଠନାଥ ପଟ୍ଟନାୟକଲୋପାମୁଦ୍ରା ମିତ୍ରଲକ୍ଷ୍ମୀପ୍ରିୟା ମହାପାତ୍ରବିଶ୍ୱଜିତ ଦାସପ୍ରଦୂଷଣପରୀ ବେୱା🡆 More