କାଜୁ

ଲଙ୍କାଆମ୍ବ ହେଉଛି ଏକ ଦ୍ରୁମ ଜାତୀୟ ବହୁ ବୀଜପତ୍ରୀ ସପୁଷ୍ପକ ଉଦ୍ଭିଦ। ଏହାକୁ ଇଂରାଜୀରେ cashew କହିଥାନ୍ତି, ଯାହା ପର୍ତ୍ତୁଗୀଜ ନାମ cajuରୁ ଆସିଅଛି। ଏହାର ମଞ୍ଜି ଓ ଫଳ ଉଭୟ ଖିଆଯାଏ। ଏହାର କାଣ୍ଡ ବଙ୍କା ତେଢା ହୋଇଥାଏ। ହଳଦିଆ, ଲାଲ ଓ ହଳଦିଆ-ଲାଲ ମିଶା ମିଶି ଫଳର ରଙ୍ଗ ଭେଦରେ ଲଙ୍କାଆମ୍ବ ତିନି ପ୍ରକାରର। ଲଙ୍କା ଆମ୍ବ ଦେଖିବାକୁ କେତେକାଂଶରେ ନାସପାତି ପରି।

କାଜୁ (ସତ୍ୟାମ୍ବ, ଲଙ୍କା ଆମ୍ବ, ସଇତିମା)
କାଜୁ
ନାଲି ଲଙ୍କା ଆମ୍ବର ଫୁଲ, କଞ୍ଚା ଓ ପାଚିଲା ଫଳ ଆଉ ମଞ୍ଜି
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Sapindales
କୁଳ: Anacardiaceae
ପ୍ରଜାତି: Anacardium
ଜାତି: A. occidentale
ବାଇନୋମିଆଲ ନାମ
Anacardium occidentale
କାଜୁ
ହଳଦିଆ ଲଙ୍କାଆମ୍ବ

ଏହାର ମଞ୍ଜି ଯାହା ଫଳର ତଳେ ରହିଥାଏ, ତାହା ଏହାର ଫଳଠାରୁ ଅଧିକ ଲୋକପ୍ରିୟ। ଏହି ମଞ୍ଜିର ଶକ୍ତ ଆବରଣ ଭିତରେଥିବା ଶସକୁହିଁ କାଜୁ କୁହାଯାଏ, ଯାହା ବଜାରରେ କିଣିବାକୁ ମିଳେ। ଏହି ଆବରଣକୁ ଗରମକଲେ ଏକ ପ୍ରକାର ତେଲ ବାହାରେ, ଯାହା ଚର୍ମରେ ଲାଗିଲେ ଘାଆ କରିଦିଏ। କିନ୍ତୁ ଏହି ତେଲର ଅନେକ ଔଷଧୀୟ ଗୁଣ ରହିଛି। କାଜୁର ଫଳ ଯାହା ମଞ୍ଜିର ଉପରେ ଥାଏ, ତାକୁ ଇଂରାଜୀରେ cashew apple କୁହାଯାଏ। ଏହାକୁ ଗାଁ ଗହଳିରେ ଲୋକମାନେ ଖାଇଥାନ୍ତି। ଲଙ୍କାଆମ୍ବର କେତଟି କିସମ ଖାଇବାକୁ ବହୁତ ମିଠା, ଆଉ କେତୋଟି ଖାଇଲେ ତଣ୍ଡି ଖର ଖର ହୁଏ। ଏହାର ରସ ଅନେକ ପ୍ରକାରର ଔଷଧୀୟ ଗୁଣଯୁକ୍ତ। ଚିନାବାଦାମ ଓ କାଠବାଦାମ ପରି ଏହାର ମଞ୍ଜି ପୌଷ୍ଟିକ କିନ୍ତୁ ସମସ୍ତଙ୍କ ଦେହରେ ଯାଏନାହିଁ। ତେବେ କାଜୁ ଚିନାବାଦାମ ଆଦିଠାରୁ ଅଧିକ ଲୋକଙ୍କ ଦେହରେ ଯାଏ।

ପରିଚୟ

କାଜୁ ଗଛଟି ଚିର ହରିତ ଓ ଝଙ୍କାଳିଆ, ଯାହା ୧୦ରୁ ୧୨ ମିଟର (ପାଖାପାଖି ୩୨ ଫୁଟ) ଯାଏ ବଢ଼ିଥାଏ। ଓଡ଼ିଶାରେ ଏହା ଏକ ଅତି ପରିଚିତ ଗଛ।

ଉତ୍ପତ୍ତି ଓ ବ୍ୟାପ୍ତି

ଏହା ଆମେରିକାରେ ପ୍ରଥମେ ଜାତ ହୋଇଥିଲା ବୋଲି କୁହାଯାଏ। ୧୫୬୦ରୁ ୧୫୬୫ ଖ୍ରିଷ୍ଟାବ୍ଦ ଭିତରେ ପର୍ତ୍ତୁଗୀଜମାନେ ଏହାକୁ ଗୋଆ ଆଣିଥିଲେ। ଏଠୁ ଏହା ଦକ୍ଷିଣପୂର୍ବ ଏସିଆଆଫ୍ରିକାକୁ ବ୍ୟାପିଲା। ପର୍ତ୍ତୁଗୀଜମାନେ ଭାରତକୁ ଭଜାକାଜୁ ନେଇ ବେପାର କରିବାକୁ ଆସୁଥିଲେ। କାରଣ ଭାରତୀୟମାନେ କାଜୁ ଭଜାରେ ପାରଙ୍ଗମ ଥିଲେ।

ଉତ୍ପାଦନ

କାଜୁ 
ପୃଥିବୀରେ କାଜୁ ଉତ୍ପାଦନ

ପୃଥିବୀର ୧୦ଟି ପ୍ରମୁଖ କାଜୁ ଉତ୍ପାଦନକାରୀ ଦେଶ (FAOର ୨୦୧୦ତଥ୍ୟ ମେଟ୍ରିକ ଟନରେ)

ଦେଶ ଇଂରାଜୀ ନାମ ଉତ୍ପାଦନ
ଭିଏତନାମ Viet Nam 1,159,600
ଭାରତ India 613,000
ନାଇଜେରିଆ Nigeria 594,000
କୋଟେ ଡିଲଭୋଏର Côte d'Ivoire 370,000
ଇଣ୍ଡୋନେସିଆ Indonesia 174,300
ଫିଲିପାଇନସ୍ Philippines 134,681
ବ୍ରାଜିଲ Brazil 102,002
ଗିନିଆ-ବିଶାଉ Guinea-Bissau 91,100
ବେନିନ Benin 69,700
ମୋଜାମ୍ବିକ Mozambique 67,200

ପୋଷକ ଗୁଣ

କାଜୁ 
'ଆନାକାର୍ଡିୟମ ଅକ୍ସିଡେଣ୍ଟାଲେ', କୋହଲରଙ୍କ 'ମେଡିସିନାଲ ପ୍ଲାଣ୍ଟସ' (୧୮୮୭) ପୁସ୍ତକରୁ
ତତ୍ତ୍ୱ ପରିମାଣ
କାଜୁ ମଞ୍ଜିର କଞ୍ଚା ଶସ : ପ୍ରତି ୧୦୦ ଗ୍ରାମ ହିସାବରେ ମୂଲ୍ୟ
ଶକ୍ତି (Energy) 2,314 kJ (553 kcal)
କାର୍ବୋହାଇଡ୍ରେଟ (Carbohydrates) 30.19 g
ଷ୍ଟାର୍ଚ (Starch) 23.49 g
ଶର୍କରା (Sugars) 5.91 g
ତନ୍ତୁ (Dietary fiber) 3.3 g
ସ୍ନେହସାର (Fat) 43.85 g
saturated 7.78 g
monounsaturated 23.8 g
polyunsaturated 7.85 g
ପୁଷ୍ଟିସାର (Protein) 18.22 g
ଜଳ (Water) 5.2 g
ଥିଆମାଇନ (ଜୀବନିକା ବି୧)(Thiamine - vit. B1) .42 mg (37%)
ରିବୋଫ୍ଲାବିନ (ଜୀବନିକା ବି୨)(Riboflavin - vit. B2) .06 mg (5%)
ନିଆସିନ (ଜୀବନିକା ବି୩) (Niacin - vit. B3) 1.06 mg (7%)
ପାଣ୍ଟୋଥେନିକ ଏସିଡ (Pantothenic acid - B5) .86 mg (17%)
ଜୀବନିକା ବି୬ (Vitamin B6) .42 mg (32%)
ଫୋଲେଟ (ଜୀବନିକା ବି୧) (Folate - vit. B9) 25 μg (6%)
ଜୀବନିକା ସି (Vitamin C) .5 mg (1%)
ଜୀବନିକା ଇ (Vitamin E) .9 mg (6%)
କ୍ୟାଲସିୟମ (Calcium) 37 mg (4%)
ଲୌହ (Iron) 6.68 mg (51%)
ମାଗ୍ନେସିୟମ (Magnesium) 292 mg (82%)
ମାଙ୍ଗାନିଜ (Manganese) 1.66 mg (79%)
ଫସଫରସ (Phosphorus) 593 mg (85%)
ପଟାସିୟମ (Potassium) 660 mg (14%)
ସୋଡିୟମ (Sodium) 12 mg (1%)
ଜିଙ୍କ (Zinc) 5.78 mg (61%)
ଭିତ୍ତି: USDAଙ୍କ ପୋଷକତତ୍ତ୍ୱ ଡାଟାବେସ
କାଜୁ 
କାଜୁ ଗଛ

ଉପଯୋଗ

ଔଷଧୀୟ

ଏହାର ଛେଲି, ପତ୍ର, ଫୁଲ, ଅଠା, ଫଳ ଓ ମଞ୍ଜିକୁ ଔଷଧ ରୂପରେ ଉପଯୋଗ କରାଯାଏ।

  • ଡାଇରିଆ, ଡାଇବେଟିସ, ମୁଖଗହ୍ୱରରେ ଫୁଲା ଓ ଘାଆରେ (ଛେଲିର ଅର୍କ)
  • ଦାନ୍ତବିନ୍ଧା, ମାଢ଼ି ଦରଜ, ଅଜୀର୍ଣ୍ଣରେ (ପତ୍ର)
  • ପରିସ୍ରାର ପ୍ରବାହକୁ ସୁଗମ କରିବାରେ (ଫୁଲ)
  • ଦେହରୁ କୃମି ଦୂର କରିବାରେ (ପୁଲ)
  • ଏକ ପ୍ରଭାବଶାଳୀ କୀଟାଣୁନାଶକ ହିସାବରେ (ଅଠା)

ଅନ୍ୟାନ୍ୟ

କାଜୁ 
ଲୁଣି କାଜୁ ଭଜା
  • ଏହାର କଞ୍ଚା ବା ଶୁଖିଲା ମଞ୍ଜିକୁ ଚୋପା ଛଡ଼ାଇ ବିଭିନ୍ନ ପ୍ରକାରର ତରକାରୀରେ ବାଟି ଦିଆଯାଏ। ଚୋପାଛଡ଼ା ଶୁଖିଲାମଞ୍ଜି ଏକ ପୌଷ୍ଟିକ ଖାଦ୍ୟ। ଏହା ବିଭିନ୍ନ ପ୍ରକରର ତରକାରୀକୁ ବହଳିଆ କରିବାରେ, ବିଭିନ୍ନ ପ୍ରକାରର ମିଷ୍ଟାନ୍ନରେ, ବିଭିନ୍ନ ପ୍ରକାରର ଆଇସକ୍ରିମରେ ଏହାର ବହୁଳ ପ୍ରୟ।ଗ ହୋଇଥାଏ।
  • ଲୁଣଦିଆ ଭଜାକାଜୁ ଖାଇବାକୁ ସମସ୍ତଙ୍କ ପାଟି ଟାକୁଟାକୁ ହୁଏ।

ସାବଧାନୀ

  • ଏହାର ଶୁଖିଲା ମଞ୍ଜିର ଚୋପାରୁ ଏକ ପ୍ରକାରର ତେଲ ବାହାରେ। ବୁଝି ବିଚାରି ସାବଧାନତାର ସହିତ ଏହାର ବ୍ୟବହାର କରିବା ଉଚିତ। ଅନେକ ସ୍ଥଳରେ ଏହାର ବ୍ୟବହାର ବର୍ଜନୀୟ।
  • ଏହାର କଞ୍ଚାମଞ୍ଜିର ବଟା ଗର୍ଭବତୀ ସ୍ତ୍ରୀମାନଙ୍କ ପାଇଁ ଅପକାରୀ।

ଆଧାର

ବାହାର ଆଧାର

ଆହୁରି ପଢ଼ନ୍ତୁ

  • Morton, Julia F. Fruits of Warm Temperatures. ISBN 978-0-9610184-1-2 [୧]. Cashew Apple. p. 239–240.[୨]
  • Pillai, Rajmohan and Santha, P. The World Cashew Industry (Rajan Pillai Foundation, Kollam, 2008).nm,.

Tags:

କାଜୁ ପରିଚୟକାଜୁ ଉତ୍ପତ୍ତି ଓ ବ୍ୟାପ୍ତିକାଜୁ ଉତ୍ପାଦନକାଜୁ ଉପଯୋଗକାଜୁ ଆଧାରକାଜୁ ବାହାର ଆଧାରକାଜୁ ଆହୁରି ପଢ଼ନ୍ତୁକାଜୁ

🔥 Trending searches on Wiki ଓଡ଼ିଆ:

ପୁରାଣଏକାଦଶୀ୪ ମାର୍ଚ୍ଚଅଚ୍ୟୁତାନନ୍ଦ ଦାସଆଲଜେରିଆକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଜଗନ୍ନାଥ ପ୍ରସାଦ ଦାସତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବରଥଯାତ୍ରାନବରାତ୍ରୀମାକ୍ସ ୱେବର୨୧ପଞ୍ଚସଖାଫକୀର ମୋହନ ସେନାପତିଅଙ୍ଗାରକମହୁମାଛିମଧୁସୂଦନ ରାଓସଂସ୍କୃତରୋମାନିଆନୂତନ ବର୍ଷନୀଳକଣ୍ଠ ଦାସକାସ୍ପିଆନ ସାଗରସନ୍ଧିପଦଭାରତୀୟ ସମ୍ବିଧାନଟାଇଫଏଡଅନୁରାଧା ବିଶ୍ୱାଳଓଡ଼ିଆ କବି ମାନଙ୍କର ତାଲିକାସର୍ବିଆକଦଳୀଭାରତ ଛାଡ଼ ଆନ୍ଦୋଳନ୧ ଅକ୍ଟୋବରଯନ୍ତ୍ରଣାଆପଲ କମ୍ପାନୀବୈଦେହୀଶ ବିଳାସରଜାବଖରି,ଦଶ ବିଦ୍ୟା ମହଲ,ଓଡ଼ିଆ ଲିପିଶ୍ରୀକୃଷ୍ଣଫାଇଜାବାଦ ରେଳ ଷ୍ଟେସନଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାରଜଦଧି ନାଟଶଗୁନ୍ ଚୌଧୁରୀତୁର୍କୀ୧୯୮୬ଧର୍ମପଦକର୍କଟ ରୋଗକଳିଙ୍ଗ, ଭାରତକାର୍ତ୍ତିକେୟହିଙ୍ଗୁଳା ମନ୍ଦିରକାଳୀକା ଭଗବତୀ ମନ୍ଦିରଆଣ୍ଟିବଡିଚାଣକ୍ୟନନ୍ଦିନୀ ଶତପଥୀସରୋଜିନୀ ସାହୁଉଇକିପିଡ଼ିଆଅଣଚାଶ ପବନଜର୍ଜ କ୍ୟାଣ୍ଟର୧୮ ଅଗଷ୍ଟହରପ୍ରସାଦ ଦାସଓଡ଼ିଆ ରାମାୟଣକମଳା ଶତପଥୀରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଶାର କଳାମହାପ୍ରସାଦନମିତା ଅଗ୍ରୱାଲ୧୯୮୦ମନସ୍କଜାପାନୀ ଭାଷାବଣ୍ଡା ଜନଜାତି🡆 More