ଭାରତୀୟ ସମ୍ବିଧାନ ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ସ୍ଥାପନ କରିଛି ।ତେଣୁ ସାଧାରଣତନ୍ତ୍ରରେ ଏହାର ଅଧିକାରୀମାନଙ୍କ କାର୍ଯ୍ୟକାରିତା କେତେ ସ୍ୱଚ୍ଛ, ଦୁର୍ନୀତିମୁକ୍ତ, ସୀମିତ ସମ୍ବଳର ସର୍ବୋଚ୍ଚ ବିନିଯୋଗ କିପରି ହେଉଛି ,ଦୁର୍ନୀତିର ନିରାକରଣ ତଥା ସରକାର ଓ ଏହାର ପରିକରଣଗୁଡିକୁ ଶାସିତମାନଙ୍କ ନିକଟରେ ଉତ୍ତରଦାୟୀ କରିବା ପାଇଁ ସୂଚନା ଅଧିକାର ଆଇନ କାର୍ଯ୍ୟ କରୁଅଛି ।ଜୀବନ, ସ୍ୱତନ୍ତ୍ରତା ଓ ନିରାପତ୍ତାର ଅଧିକାର ହେଉଛି ସର୍ବାଧିକ ଗୁରୁତ୍ତ୍ୱପୂର୍ଣ୍ଣ ଅଧିକାର ଯାହାମଧ୍ୟରେ ଅନ୍ତର୍ଗତ ରହିଛି ସୂଚନା ଅଧିକାର ଭଳି ଅନ୍ୟ କେତକ ଅଧିକାର।ଏହା ଭାରତୀୟ ମୌଳିକ ଅଧିକାର ଅନ୍ତର୍ଗତ ୧୯ ଧାରାରେ ଦିଆଯାଇଥିବା ବଚ଼ନ ଓ ଅଭିବ୍ୟକ୍ତିର ସ୍ୱାଧୀନତାର ଅର୍ନ୍ତଭୁକ୍ତ । ଏହାଦ୍ୱାରା ଜନସାଧାରଣମାନେ କୌଣସି ବିଷୟରେ ମଧ୍ୟ ସୂଚନା ପାଇପାରିବେ ।ସରକାରୀ କର୍ତ୍ତୃପକ୍ଷ ନିୟନ୍ତ୍ରଣରେ ଥିବା ତଥ୍ୟ ସମୂହର ସୂଚନା ସଂଗ୍ରହ ପାଇଁ ନାଗରିକମାନଙ୍କର ଅଧିକାରକୁ ରୂପାୟନ କରାଇ ସେମାନଙ୍କୁ ସୂଚନା ପ୍ରଦାନ କରିବା ଏହି ଅଧିକାରର କାର୍ଯ୍ୟ ।ଏଥିପାଇଁ କେନ୍ଦ୍ର ସୂଚନା ଆୟୋଗ ଏବଂ ରାଜ୍ୟରେ ରାଜ୍ୟ ସୂଚନା ଆୟୋଗ ରହିବେ ।ଏଥିସହ ସଂପୃକ୍ତ ଆନୁସଙ୍ଗିକ ବିଷୟଗୁଡିକ ନିମନ୍ତେ ବ୍ୟବସ୍ଥା କରିବା ପାଇଁ ଏହି ଅଧିନିୟମ ରହିଛି ।
ସୂଚନା ଅଧିକାର ଆଇନ ୨୦୦୫ | |
---|---|
It is an act to provide for setting out the practical regime of right to information for citizens to secure access to information under the control of public authorities, in order to promote transparency and accountability in the working of every public authority, the constitution of a Central Information Commission and State Information Commissions and for matters connected therewith or incidental thereto. | |
ଆଧାର | Act No. 22 of 2005 |
Territorial extent | Whole of India except Jammu and Kashmir |
ନିୟମାକାରକ | Parliament of India |
Date assented to | 22-June-2005 |
Date commenced | 12-October-2005 First RTI application submitted by Shahid Raza Burney to a police station in Pune on 12 October 2005 |
Status: In force |
ଯେହେତୁ ବାସ୍ତବ କ୍ଷେତ୍ରରେ ସୂଚନାର ପ୍ରଗତିକର,ଣ ଦକ୍ଷ କାର୍ଯ୍ୟ ସମ୍ପାଦନ, ସୀମିତ ରାଜସ୍ୱ ସମ୍ବଳର ସର୍ବୋତ୍ତମ ଉପଯୋଗ, ସମ୍ବେଦନଶୀଳ ସୂଚନାର ଗୋପନୀୟତା ରକ୍ଷା କରିପାରେ, ତେଣୁ ଇଚ୍ଛୁକ ବ୍ୟକ୍ତି ବିଶେଷକଙ୍କ ନିର୍ଦ୍ଦିଷ୍ଟ କେତକ ସୂଚନା ପ୍ରଦାନ କରିବ ସମୀଚିନ।
ପ୍ରଥମେ ସ୍ୱିଡେନରେ ୧୭୭୬ ମସିହାରେ ଏହିଭଳି ଆଇନ ପ୍ରଣୀତ ହୋଇଥିଲା । ଏହାର ଦୁଇଶହ ବର୍ଷ ପରେ ଅର୍ଥାତ୍ ୧୯୭୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହିଭଳି ଆଇନ ପ୍ରଣୟନ ହୋଇଥିଲା । ବର୍ତ୍ତମାନ ସୂଚନାପ୍ରାପ୍ତି ଆଇନ ବିଶ୍ୱର ପ୍ରାୟ ୫୦ ଗୋଟି ଦେଶରେ କାର୍ଯ୍ୟ କରୁଛି।
ଭାରତୀୟ ନାଗରିକମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା, ବ୍ୟକ୍ତିଗତ ତଥା ସାର୍ବଜନୀନ ସ୍ୱାର୍ଥ ଦୃଷ୍ଟିରୁ ସରକାରୀ ସ୍ତରର ଦୁର୍ନୀତି ଓ ଅନ୍ୟାୟକୁ ପ୍ରତିହତ କରିବା ପାଇଁ ଭାରତରେ ୨୦୦୫ ଜୁନ ୧୫ ତାରିଖରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେଉଛି । ୨୦୦୫ ମସିହାରେ ସାଂସଦରେ ଗୃହୀତ ଏହି ଆଇନକୁ ଜୁନ ୧୫ତାରିଖରେ ରାଷ୍ଟ୍ରପତି ସ୍ୱୀକୃତି ଦେଇଥିଲେ।ତାର ୧୨୦ ଦିନ ପରେ ଅର୍ଥାତ୍ ୧୨ ଅକ୍ଟୋବର ୨୦୦୫ରେ ଜମ୍ମୁ ଓ କାଶ୍ମୀରକୁ ବାଦ ଦେଇ ଦେଶର ସମସ୍ତ ରାଜ୍ୟରେ ଏହି ଆଇନର ସମସ୍ତ ଧାରା ଲାଗୁ ହେଲା ।
୨୦୦୫ ମସିହା ଅକ୍ଟୋବର ୧ ତାରିଖରେ ଓଡ଼ିଶା ରାଜ୍ୟରେ ଏହି ଆଇନ କାଯ୍ୟକାରୀ ହେଲା ।୨୦୦୬ ମଇ ୨୯ରେ ଏହି ଆଇନ ସଂଶୋଧିତ ହୋଇଥିଲା ।
ସୂଚନା ଅଧିକାର ଅର୍ଥ କୌଣସି ସରକାରୀ କର୍ତ୍ତୃପକ୍ଷ ରଖିଥିବା ବା ତାଙ୍କ ନିୟନ୍ତ୍ରଣରେ ଥିବା ଏପରି କୋଣସି ସୂଚନା, ଯାହାକି ଅଧିନିୟମ ଅନୁସାରେ ପ୍ରାପ୍ତ ହୋଇ ପାରିବ। ଯଥା:
(କ)ଉପଯୁକ୍ତ ସରକାର ବା ସମୁଚିତ ସରକାର :
ଯାହା ସରକାରୀ କର୍ତ୍ତୁପକ୍ଷ କେନ୍ଦ୍ର ସରକାର ବା କେନ୍ଦ୍ର ଶାସିତ ଅଞ୍ଚଳଦ୍ୱାରା ପ୍ରତିଷ୍ଠିତ, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସରକାରୀ ଆର୍ଥିକ ସହାୟତା ପ୍ରାପ୍ତ । ଯେଉଁ ସରକାରୀ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କଦ୍ୱାରା ପ୍ରତିଷ୍ଠିତ ,ରାଜ୍ୟ ସରକାରଙ୍କଦ୍ୱାରା ମାଲିକାନା ପ୍ରାପ୍ତ, ନିୟନ୍ତ୍ରିତ, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଆର୍ଥିକ ସହାୟତା ପାଇଥାଏ। (ଖ)କେନ୍ଦ୍ରୀୟ ସୂଚନା ଆୟୋଗ:
ଧାରା ୧୨(୧)ଅନୁଯାୟୀ କେନ୍ଦ୍ରରେ ସୂଚନା ଆୟୋଗ ଗଠିତ ହେବ ଏବଂ ଜଣେ ମୁଖ୍ୟ ସୂଚନା ଆୟୁକ୍ତ ରହିବେ ।
(ଗ)କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ :
ସୂଚନା ଅଧିକାରର ଧାରା ୫(୧)ଅନୁଯାୟୀ କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ନିଯୁକ୍ତ ହେବେ । ଧାରା ୫(୨) ଅନୁଯାୟୀ କେନ୍ଦ୍ରୀୟ ସହାୟକ ଲୋକ ସୂଚନାଧିକାରୀ ରହିବେ ।
(ଘ)ମୁଖ୍ୟ ସୂଚନା ଆୟୁକ୍ତ ଓ ଅନ୍ୟ ସୂଚନା ଆୟୁକ୍ତ:
ସୂଚନା ଅଧିକାର ଅଧିନିୟମର ଧାରା ୧୨(୩)ଅନୁଯାୟୀ ଜଣେ ମୁଖ୍ୟ ସୂଚନା ଆୟୁକ୍ତ ଓ ଅନ୍ୟ ସୂଚନା ଆୟୁକ୍ତ ରହିବେ। ଆବଶ୍ୟକ ସ୍ଥଳେ ଦଶ ଜଣ କେନ୍ଦ୍ରୀୟ ସୂଚନା ଆୟୁକ୍ତ ରହିବେ।
(ଙ)ରାଜ୍ୟ ସୂଚନା ଆୟୋଗ:
ଧାରା ୧୫(୧)ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ରାଜ୍ୟ ସୂଚନା ଆୟୋଗ ରହିବ ।
(ଚ)ରାଜ୍ୟ ସୂଚନା ଆୟୁକ୍ତ:
ଧାରା ୧୫(୩) ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ମୁଖ୍ୟ ରାଜ୍ୟ ସୂଚନା ଆୟୁକ୍ତ ରହିବେ । ଆବଶ୍ୟକ ସ୍ଥଳେ ଦଶଜଣ ରାଜ୍ୟ ସୂଚନା ଆୟୁକ୍ତ ରହିବେ ।
(ଛ)ଲୋକ ସୂଚନା ଅଧିକାରୀ:
ପ୍ରତ୍ୟେକ କାର୍ଯ୍ୟାନୁଷ୍ଠାନରେ ଲୋକସୂଚନା ଅଧିକାରୀ ବା ପି ଆଇ ଓ (ପବ୍ଲିକ୍ ଇନ୍ଫର୍ମେସନ୍ ଅଫିସର୍) ରହିବେ।ଏମାନେ ତଥ୍ୟ ବା ଦରଖାସ୍ତ ନିମନ୍ତେ ଆବେଦନ ପତ୍ର ଗ୍ରହଣ କରିବେ । ଦଫା ୧୯(୧) ଅନୁଯାୟୀ ପ୍ରେରଣା ଦେବେ । ପି ଆଇ ଓ ଜଣେ ବରିଷ୍ଠ କର୍ମଚାରୀ ଅଟନ୍ତି।
ସୂଚନା ଆଇନ ନିୟମ ଅନୁଯାୟୀ କେନ୍ଦ୍ରରେ ଏକ ସୂଚନା ଆୟୋଗ ରହିବ ।ଦଫା ୧୨(୧) ଅନୁଯାୟୀ କେନ୍ଦ୍ରସରକାର ସରକାରୀ ଗେଜେଟରେ ଅଧିସୂଚନାଦ୍ୱାରା ଏହି ଅଧିନିୟମ ଅନୁଯାୟୀ ଅର୍ପଣ କରାଯାଇଥିବା କ୍ଷମତା ପ୍ରୟୋଗ କରିବା ପାଇଁ ଏକ କେନ୍ଦ୍ରୀୟ ସୂଚନା ଆୟୋଗ ଗଠିତ ହେବ । ଧାରା ୧୨(୨) ଅନୁସାରେ କେନ୍ଦ୍ରୀୟ ସୂଚନା ଆୟୋଗ ନିମ୍ନଲିଖିତ ଭାବେ ଗଠିତ ହେବେ । *ମୁଖ୍ୟ ସୂଚନା ଆୟୁକ୍ତ (ଆର୍ଟି ଆଇ ମୁଖ୍ୟ କମିଶନର) *ଆବଶ୍ୟକ ସ୍ଥଳେ ସର୍ବାଧିକ ଦଶ ଜଣ କେନ୍ଦ୍ରୀୟ ସୂଚନା ଆୟୁକ୍ତ । ଧାରା ୧୨(୩) ମୁଖ୍ୟ ସୂଚନା ଆୟୁକ୍ତ ଓ ଅନ୍ୟ ସୂଚନା ଆୟୁକ୍ତମାନେ ନିମ୍ନଲିଖିତ ଭାବେ ଗଠିତ ଏକ କମିଟିର ସୁପାରିଶ କ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହେବେ। କମିଟି:
ଧାରା୧୨(୬) ଅନୁଯାୟୀ ବିଧି, ବିଜ୍ଞାନ, ବୈଷୟିକ ବିଦ୍ୟା, ସମାଜ ସେବା, ପରିଚାଳନା, ସାମ୍ବାଦିକତା, ଗଣମାଧ୍ୟମ, ପ୍ରଶାସନ ଓ ଶାସନ କ୍ଷେତ୍ରରେ ଗଭୀର ଜ୍ଞାନ ଥିବା ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦିଆଯିବ। *
ଧାରା ୧୨(୭) ଅନୁଯାୟୀ କେନ୍ଦ୍ରୀୟ ସୂଚନା ଆୟୋଗ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀଠାରେ ରହିବ।
ସୂଚନା ଅଧିକାର ଆଇନ ଧାରା୧୮(୧) ଅନୁଯାୟୀ ଏହି ଆଇନ ବ୍ୟବସ୍ଥାରେ ନିମ୍ନଲିଖିତ ବ୍ୟକ୍ତିଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ବିଧି ଅଛି ।ଏହା କେନ୍ଦ୍ର ସୂଚନା ଆୟୋଗ ଓ ରାଜ୍ୟ ସୂଚନା ଆୟୋଗର କାର୍ଯ୍ୟ ଅଟେ। (କ)ଯଦି କୌଣସି କାର୍ୟାଳୟରେ ପି ଆଇ ଓ ନିଯୁକ୍ତ ହୋଇନାହାନ୍ତି ତେବେ ଦରଖାସ୍ତକାରୀ ଦରଖାସ୍ତଟିକୁ ରାଜ୍ୟ କମିଶନଙ୍କ ନିକଟକୁ ପଠାଇପାରିବେ ।
(ଖା)ଆବଶ୍ୟକ ମନେକଲେ କମିଶନ ସଠିକ ତଥ୍ୟ ଜାଣିବା ପାଇଁ ତଦନ୍ତ କରିବେ। (ଗ)କୌଣସି ବିଷୟରେ ତଦନ୍ତ କଲାବେଳେ କମିଶନଙ୍କ ଦେଓ୍ବାନୀ ନ୍ୟାୟାଳୟ କ୍ଷମତା ରହିବା ଉଚିତ ।ଯଥା:*କୌଣସି ବ୍ୟକ୍ତି ହାଜର ହେବା ପାଇଁ ସମନ ଦେଇ ପାରିବେ ।
କୌଣସି ଅଫିସ ଅଭିଲେଖ ବା କୋର୍ଟ ଅଭିଲେଖ ମାଗି ପାରିବେ । (ଘ)ସାଂସଦ ବା ରାଜ୍ୟ ବ୍ୟବସ୍ଥାପକଦ୍ୱାରା ପ୍ରଣୀତ ଆଇନରେ କୌଣସି ଅଭିଲେଖ ଯାଞ୍ଚ ପାଇଁ ବାରଣ ଥିଲେ ମଧ୍ୟ କମିଶନ ଏହି ଆଇନ ବଳରେ ସେ ସବୁ ଯାଞ୍ଚ କରନ୍ତି ।
କେନ୍ଦ୍ରରେ ଯେପରି କେନ୍ଦ୍ରୀୟ ସୂଚନା ଆୟୋଗ ରହିଛି ଠିକ୍ ସେହିପରି ରାଜ୍ୟରେ ରାଜ୍ୟ ସୂଚନା ଆୟୋଗ ରହିବ।
ସୂଚନା ଅଧିକାର ଧାରା ୧୫(୩) ଅନୁସାରେ ନିମ୍ନଲିଖିତ କମିଟିଦ୍ୱାରା ନିଯୁକ୍ତ ହେବେ।
ଦରଖାସ୍ତକାରୀ ଯେଉଁ ଭଳି ଭାବେ ସୂଚନା ମାଗିଥିଲେ ଯଦି ପି ଆଇ ଓ ସେଭଳି ସୂଚନା ଦେଲେନାହିଁ ତେବେ ପି ଆଇ ଓଙ୍କ କାର୍ଯ୍ୟାଳୟରେ ଥିବା ପ୍ରଥମ ଆବେଦନ ଅଧିକାରୀଙ୍କ ନିକଟରେ ଆବେଦନ କରିବା ପାଇଁ ଉଦ୍ଦିଷ୍ଟ ଦରଖାସ୍ତ 'ଘ'ରେ ଆବେଦନ କରିବେ । ଏଥିପାଇଁ ୨୦
ସୂଚନା ପ୍ରଦାନ ଜନିତ ନିମ୍ନଲିଖିତ ତ୍ରୁଟି ଦେଖାଦେଲେ ଜଣେ ସୂଚନା ଅଧିକାରୀ (ପି ଆଇ ଓ)ଙ୍କୁ ଦିନ ପ୍ରତି ୨୫୦ ଟଙ୍କା କରି ସର୍ବଧିଧ ୨୫,୦୦୦ ଟଙ୍କା ଜୋରିମାନା ଦେବାକୁ ହୋଇପାରେ।ସେଗୁଡ଼ିକ ହେଲା:
କେନ୍ଦ୍ର ଓ ରାଜ୍ୟ ସ୍ତରରେ ସମ୍ପୃକ୍ତ ସୂଚନା ଆୟୋଗ ଏହି ଜୋରିମାନା ଧାର୍ଯ୍ୟ କରିପାରିବେ। ପୁନଶ୍ଚ ଲଗାତର ଆଇନ ଭଂଗ କାଲେ ଜନ ସୂଚନା ଅଧୀକାରୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେମାନେ ସୁପାରିଶ କରିପାରିବେ।
ସୂଚନା ଅଧୀକାର ଆଇନ ଅନୁସାରେ ସରକାରୀ ବା ସର୍ବସାଧାରଣ କର୍ତ୍ତୃପକ୍ଷ ପ୍ରତ୍ୟାସାମୂଳକ ଭାବେ ନିମ୍ନ ସୂଚନା ପ୍ରକାଶ କରିବେ।ଏହି କାର୍ଯ୍ୟ ତୁରନ୍ତ ଓ ଅତିବେସିରେ ଆଇନ ପ୍ରଣୟନ ହେବାର ୧୨୦ଦିନ ମଧ୍ୟରେ କରାଯିବ ଏବଂ ତାପରେ ପ୍ରତିବର୍ଷ ତାହାକୁ ସଦ୍ୟତମ ସୂଚନା ଦ୍ୱାର ସମ ଉପଯୋଗୀ କରାଯିବ ବିଧେୟ।
==ପ୍ରକଟନରୁ ଅବ୍ୟାହତ == ସୂଚନା ଅଧୀକାର ଆଇନ ଅନୁସାରେ ନିମ୍ନ ସୂଚନା ଗୁଡ଼ିକ ପ୍ରକଟନ କରିବାରୁ ଅବ୍ୟହିତ ଦିଆଯାଇଛି ଅଥବା ସେଗୁଡିକୁ ନିଷିଦ୍ଧ ସୂଚନା (forbidden information )ବୋଲି ଦର୍ଶାଯାଇଛି। *ଭାରତ ଅଥବା କୌଣସି ବିଦେଶୀ ରାଷ୍ଟ୍ରର ସାର୍ବଭୋୖମତ ,ଅଖଣ୍ଡତା ,ନିରାପତ୍ତା ,ବୈଜ୍ଞାନିକ ,ଅଥବା ଅର୍ଥନୈତିକ ସ୍ୱାର୍ଥ ଓ ସମ୍ପର୍କକୁ ପ୍ରଭବିତ କରୁଥିବା ସୂଚନା।
କୌଣସି ଅଦାଲତ ଅଥବା ଟ୍ରିବୁନାଲ ଦ୍ୱାର ନିଷିଦ୍ଧହୋଇଥିବ ଅଥବା ଅଦାଲତର ଅବମାନନା ସମ୍ଭବ ରଖୁଥିବା ସୂଚନା।
This article uses material from the Wikipedia ଓଡ଼ିଆ article ସୂଚନା ଅଧିକାର ଆଇନ ୨୦୦୫, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.