ଘୁମୁରା ନାଚ: ଭାରତୀୟ ଲୋକନୃତ୍ୟ

ଘୁମୁରା ନାଚ ଏକ ଭାରତୀୟ ଲୋକନୃତ୍ୟ । ଏହା ଓଡ଼ିଶାର କଳାହାଣ୍ଡି ଅଞ୍ଚଳରୁ ଏକ ଯୁଦ୍ଧ ସମୟର ନୃତ୍ୟ ଭାବେ ଆରମ୍ଭ ହୋଇ ପରେ ଏକ ଲୋକନୃତ୍ୟରେ ପରିଣତ ହୋଇଥିଲା । ଘୁମୁରା ନାଚ ସମୟରେ ଏକ ଘୁମୁରା ବାଦ୍ୟ ବଜାଯାଇଥାଏ । ଏହି ବାଦନ ଶୈଳୀ ପାରମ୍ପରିକ ଭାବେ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା । ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା । ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ରସଧର୍ମୀ ଘୁମୁରା ନୃତ୍ୟ ଓ ବାଦ୍ୟ ପରିବେଷଣ ମଧ୍ୟ କରାଯାଉଥିଲା । ଘୁମୁରା ବାଦ୍ୟ ମାଟି ନିର୍ମିତ ଲମ୍ବା ବେକ ଥିବା ମାଠିଆ ଆକୃତିର ଓ ଏହା ମୁହଁରେ ଗୋଧି ଚମଡ଼ା ଛାଉଣି ହୋଇଥାଏ । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ଭାବେ ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । ନୂଆଖାଇ ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ । ନୂଆଖାଇ ସରିବା ପରେ ନର୍ତ୍ତକ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି ।

ଇତିହାସ

କଳାହାଣ୍ଡିର ଗୁଡ଼ହାଣ୍ଡି ଓ ଯୋଗୀମଠରୁ ମିଳୁଥିବା ପ୍ରତ୍ନତାତ୍ତ୍ୱିକ ପ୍ରମାଣରୁ ଦେଖାଯାଏ ଯେ ଗୁମ୍ଫାଚିତ୍ର ମଧ୍ୟରେ ଡମ୍ବରୁ ଓ ଘୁମୁରା ବାଦ୍ୟ ପରିବେଷଣର ଚିତ୍ର ରହିଛି । ପୋଡ଼ାମାଟିରେ ତିଆରି ଏକ ଘୁମୁରା ନେହନାରୁ ମିଳିଥିଲା । ଏହା ଅଧୁନା ଖଡ଼ିଆଳ ଶାଖା ସଂଗ୍ରହାଳୟରେ ରହିଛି । ଯୁଦ୍ଧବାଦ୍ୟ ଭାବେ ଆରମ୍ଭ ହୋଇ ପରେ ଏହା କଳାହାଣ୍ଡିର ଲୋକସଂସ୍କୃତିରେ ଦଶହରା ଆଦି ପର୍ବପର୍ବାଣିରେ ପରେ ଗଣବାଦ୍ୟ ଭାବେ ବ୍ୟବହାର ହେବାରେ ଲାଗିଲା ।

କିମ୍ବଦନ୍ତୀ

ସାରଳା ମହାଭାରତରେ ଉଲ୍ଲେଖ ହୋଇଛି ଯେ ଦେବଦେବୀଙ୍କଦ୍ୱାରା ଯୁଦ୍ଧ ସମୟରେ ଘୁମୁରା ବାଦ୍ୟ ବ୍ୟବହାର ହେଉଥିଲା । ସାରଳା ମହାଭାରତ ଅନୁସାରେ ସତ୍ୟ ଯୁଗରେ ଜେନାବଳୀ-ପାଟଣା ମହିଷାସୁରଙ୍କ ନାତି ଗୋଗିଙ୍ଗ ଦୈତ୍ୟଙ୍କ ରାଜଧାନୀ ଥିଲା । ଲୋକ ବିଶ୍ୱାସ ଅନୁସାରେ ସେତେବେଳର ଜେନାବଳୀ-ପାଟଣା ବର୍ତ୍ତମାନର ଜୁନାଗଡ଼ । ସାରଳା ମହାଭାରତର ମଧ୍ୟ ପର୍ବରେ ଗୋଗିଙ୍ଗ ଦୈତ୍ୟର ହତ୍ୟା ସମୟରେ ଘୁମୁରା ବାଦ୍ୟ ବଜାଯିବା କଥା ଉଲ୍ଲେଖ ହୋଇଛି । ସାରଳା ଦାସ ଏହି ବାଦ୍ୟକୁ ଏକ ମହିଷାସୁରଙ୍କ ରଣବାଦ୍ୟ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।

ଆଧାର

Tags:

ଓଡ଼ିଶାକଳାହାଣ୍ଡି ଜିଲ୍ଲାଘୁମୁରା ବାଦ୍ୟନୂଆଖାଇଭାରତ

🔥 Trending searches on Wiki ଓଡ଼ିଆ:

ବିଷଆପଲ ଇନକର୍ପୋରେଟେଡଗୁରୁ ପ୍ରସାଦ ମହାନ୍ତିଖାଦ୍ୟସଂଯୁକ୍ତା ପାଣିଗ୍ରାହୀଜର୍ଜିଆପଣସସିଷ୍ଟର ଶ୍ରୀଦେବୀପର୍ଯ୍ୟାୟ ସାରଣୀମୟୂରଭଞ୍ଜ ରାଜ୍ୟଦାସକାଠିଆପୃଥିବୀଖାରବେଳବୈକୁଣ୍ଠନାଥ ପଟ୍ଟନାୟକଉପେନ୍ଦ୍ର କିଶୋର ଦାସକୋଳିଅପରେଟିଙ୍ଗ ସିଷ୍ଟମବାସନ୍ତୀଶତ୍ରୁଘ୍ନ ପାଣ୍ଡବରବି ସିଂଢେଙ୍କାନାଳ ଜିଲ୍ଲାବେଦକାହ୍ନୁଚରଣ ମହାନ୍ତିରଜହୃତ୍‌ପିଣ୍ଡନୀଳକଣ୍ଠ ଦାସଭୀମ ଭୋଇଗୋଲୋକ ବିହାରୀ ଧଳରକ୍ତଡେଙ୍ଗୁ ଜରଶଙ୍ଖଇଣ୍ଟରନେଟରେବତୀ (କ୍ଷୁଦ୍ରଗଳ୍ପ)ହଳଦୀ ବସ‍ନ୍ତବିଜ୍ଞାନପଣା ସଂକ୍ରାନ୍ତିଆକବରଅଙ୍କୁଶକୃମିପଠାଣି ସାମନ୍ତନୃସିଂହଏ ଦିଲ୍ ତତେ ଦେଲିରବୀନ୍ଦ୍ରନାଥ ଠାକୁର୨୦୨୪ ଭାରତୀୟ ସାଧାରଣ ନିର୍ବାଚନଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଆଦିଶଙ୍କରଗାୟତ୍ରୀ ସରାଫଫାଇଲେରିଆଜାତୀୟ ସଂସଦ (ଜାପାନ)ବୃହସ୍ପତିଅକ୍ଷାଂଶଜଗତସିଂହପୁର ଜିଲ୍ଲାମସ୍କୋ୨୦୦୪ଗୌତମ ବୁଦ୍ଧଗୀତଗୋପାଳ ଚନ୍ଦ୍ର ପ୍ରହରାଜ୨୧ରାଜା ରାମମୋହନ ରାୟଧରିତ୍ରୀପର୍ଶୁରାମ ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜହସ୍ତା (ନକ୍ଷତ୍ର)ଭୁବନେଶ୍ୱରମାରୀଚସୀସାଉତ୍କଳ ଦିବସମଣିଷମୁକ୍ତ ମଣ୍ଡପମହାଶ୍ୱେତା ରାୟ🡆 More