ରବି ସିଂ: ଭାରତୀୟ ଓଡ଼ିଆ-ଭାଷୀ କବି

ରବି ସିଂ (୨୭ ଜାନୁଆରୀ ୧୯୩୧ - ୨ ଫେବୃଆରୀ ୨୦୨୦) ଜଣେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ସେ ୫୦ରୁ ଅଧିକ ପୁସ୍ତକ ରଚନା କରିଥିଲେ । ଜଣେ ସାମ୍ବାଦିକ ଓ ରାଜନେତା ଭାବରେ ମଧ୍ୟ ସେ ପରିଚିତ ଥିଲେ ।

ରବି ସିଂ
ଜନ୍ମ
ରବୀନ୍ଦ୍ର ନାଥ ସିଂ

(1931-01-27)୨୭ ଜାନୁଆରୀ ୧୯୩୧
ସିଂହାରପୁର, ନବାପାଟଣା,ଜଗତସିଂହପୁର
ମୃତ୍ୟୁ୨ ଫେବୃଆରୀ ୨୦୨୦(2020-02-02) (ବୟସ ୮୯)
କଟକ
ଜାତୀୟତାରବି ସିଂ: ଜୀବନୀ, ସାହିତ୍ୟିକ ଜୀବନ, ରଚନାବଳୀ ଭାରତୀୟ
ପ୍ରସିଦ୍ଧିସାହିତ୍ୟିକ, ସାମ୍ବାଦିକ ଓ ରାଜନେତା
ବୈବାହିକ-ସାଥୀବକୁଳ ସିଂ
ସନ୍ତାନପିନାକୀ, ଇନ୍ଦ୍ରଜିତ, ଚନ୍ଦ୍ରଜିତ, ମିନାକ୍ଷୀ
ପିତାମାତାରାମଚନ୍ଦ୍ର ସିଂ
ଶାରଦା ଦେବୀ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ

ଜୀବନୀ

ରବି ସିଂ, ୧୯୩୧ ମସିହାରେ, ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ନବାପାଟଣା ଅନ୍ତର୍ଗତ ସିଂହାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା , ରାମଚନ୍ଦ୍ର ସିଂ ଓ ମାତା ଶାରଦା ଦେବୀ , ଉଭୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ପିତାମତାଙ୍କ ପ୍ରଭାବରେ, ରବି ସିଂ ପିଲାଟି ଦିନରୁ ରାଜନୀତି ସହିତ ସଂଶ୍ଲିଷ୍ଟ ଥିଲେ । ଖୁବ କମ ଶିକ୍ଷାଗ୍ରହଣ କରିବା ସତ୍ତ୍ୱେ, ସେ ଓଡ଼ିଆ, ଇଂରାଜୀ ବଙ୍ଗଳା ସାହିତ୍ୟ ବହୁଳ ଭାବରେ ପଢୁଥିଲେ । ୧୯୪୮ ମସିହାରେ, ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଓ ୧୯୫୩ ମସିହାରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରେ ଯୋଗଦାନ କରିଥିଲେ । ୧୯୫୫ ମସିହାରେ, ସେ "ଗୋଆ ମୁକ୍ତି ସଂଗ୍ରାମ"ରେ ଅଂଶଗ୍ରହଣ କରିଥିଲେ । ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ବହୁଦିନ କାରାବରଣ କରିଥିଲେ ।

ସାହିତ୍ୟିକ ଜୀବନ

ରବି ସିଂଙ୍କ ସାହିତ୍ୟିକ ଜୀବନ ୧୯୫୫ ମସିହା ପରେ ଆରମ୍ଭ ହୋଇଥିଲା । ସେ, ଜଣେ ବୈପ୍ଲବିକ ଓ ବାମପନ୍ଥୀ ଚିନ୍ତାଧାରର ବିଦ୍ରୋହୀ କବି ଭାବେ ପରିଚିତ ଥିଲେ । ଶୋଷିତ, ନିଷ୍ପେସିତ, ଆର୍ତ୍ତ, ପୀଡ଼ିତ ତଥା ନିର୍ଯାତିତ ବର୍ଗର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଏବଂ ଜୀବନ ସଂଗ୍ରାମ ତାଙ୍କ କବିତାରେ ପ୍ରତିଫଳିତ ହୋଇଥିଲା । ବିବାହ ପୂର୍ବରୁ ସେ କେବଳ ଏକମାତ୍ର କବିତା ସଂକଳନ 'ଚରମପତ୍ର' ରଚନା କରିଥିଲେ । "ଚରମ ପତ୍ର"ରେ ଈଶ୍ୱରଙ୍କୁ ପ୍ରତିବାଦୀୟ ସ୍ୱରୋତ୍ତଳନ କରି ଦୁଃଖୀମାନଙ୍କ ଅଧିକାର ଓ ଅସ୍ତିତ୍ୱର ପ୍ରତିପାଦନ ସହ ମାନବିକତାର ପ୍ରଶ୍ନ ଉଠାଇଥିଲେ । ତାଙ୍କର ସେ ପଂକ୍ତି ଏହିପରି ଥିଲା :- "ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ/ ଆଗାମୀ ଚବିଶ ଘଣ୍ଟା ଭିତରେ/ ଆଗାମୀ କାଲିର ଏଇ ପ୍ରଭାତରେ/ ଖାଲି କର ତମେ ଗୋଲୋକ-ସିଂହାସନ/ ଘେନ ଭଗବାନ, ଚରମ ପତ୍ର ଘେନ ।" ବିବାହପରେ ପତ୍ନୀ ବକୁଳଙ୍କ ପ୍ରୋତ୍ସାହନରେ ସେ ଅନେକ ପୁସ୍ତକ ରଚନା କରିଥିଲେ । ତାଙ୍କର ସବୁ କବିତାରେ ପ୍ରଗତିଶିଳତାର ଭାବ ଓ ସମାଜର ଧରାବନ୍ଧା ନିତିନିୟମ ପ୍ରତି ବିଦ୍ରୋହ ସ୍ପଷ୍ଟ ଦେଖାଯାଇଥିଲା । ଉପଯୁକ୍ତ ଶବ୍ଦ ଓ ଛନ୍ଦର ସଂଯୋଜନା ତାଙ୍କ କବିତାର ଅନ୍ୟ ଏକ ବିଶିଷ୍ଟତା । ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ପ୍ରବେଶ ଥିଲା । ସେ ବହୁ ଋଷିୟ ସାହିତ୍ୟକୁ ଓଡ଼ିଆରେ ଅନୁବାଦ କରିଥିଲେ । ଜଣେ ସୁବକ୍ତା ଭାବରେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ । ସେ ଓଡ଼ିଆ ଓ ଇଂରାଜୀ ଖବର କାଗଜ ଓ ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ ।

ରଚନାବଳୀ

କବିତା ସଂକଳନ

ପୁରସ୍କାର ଓ ସମ୍ମାନ

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୭
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୨ (ଚରମ ପତ୍ର ପାଇଁ)
  • ଝଙ୍କାର ପୁରସ୍କାର, ୧୯୮୯
  • ଗଙ୍ଗାଧର ମେହେର କବିତା ସମ୍ମାନ (ଉତ୍କଳ ସାହିତ୍ୟ ସମାଜ), ୧୯୯୬
  • ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ), ୨୦୧୪
  • କବି ଅନନ୍ତ ପଟ୍ଟନାୟକ ଶତବାର୍ଷିକୀ ସମ୍ମାନ, ୨୦୧୨

ଆଧାର

Tags:

ରବି ସିଂ ଜୀବନୀରବି ସିଂ ସାହିତ୍ୟିକ ଜୀବନରବି ସିଂ ରଚନାବଳୀରବି ସିଂ ପୁରସ୍କାର ଓ ସମ୍ମାନରବି ସିଂ ଆଧାରରବି ସିଂଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ

🔥 Trending searches on Wiki ଓଡ଼ିଆ:

ଏଣ୍ଡୋମେଟ୍ରିଓସିସଭାରତର ନଦୀ ସମୂହର ତାଲିକାଉତ୍କଳ ସଙ୍ଗୀତ ମହାବିଦ୍ୟାଳୟପ୍ରହ୍ଲାଦ ନାଟକପଠାଣି ସାମନ୍ତସୌରୀନ୍ଦ୍ର ବାରିକକମ୍ପ୍ୟୁଟରଯୁକ୍ତରାଜ୍ୟଅଣ୍ଡା ରୋଲତୁଳସୀ ଗଛଗୌରହରି ଦାସଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଭଗବତ ଗୀତାଓଡ଼ିଶୀ ସଙ୍ଗୀତମସ୍କୋଚନ୍ଦ୍ରଶେଖର ରଥଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଟ୍ରାପିଜିଅମନେଲସନ ମଣ୍ଡେଲାପୂର୍ଣ୍ଣଚ୍ଛେଦରସଗୋଲାଭାଷାଆରିଷ୍ଟୋଟଲବିରଜା ମନ୍ଦିରଅଚ୍ୟୁତ ଗୋକୁଳ ନାୟକହରେକୃଷ୍ଣ ମହତାବପ୍ରତିଭା ରାୟଆଚାର୍ଯ୍ୟ ହରିହରତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରବର୍ଷା ପ୍ରିୟଦର୍ଶିନୀଗଣନ ସଂଖ୍ୟାଅର୍ଚ୍ଚିତା ସାହୁଭାନୁଜୀ ରାଓରାଉରକେଲା୧୯୮୪ଯୁକ୍ତରାଷ୍ଟ୍ର ଆମେରିକାବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଛାନ୍ଦଅଣ୍ଡାପାଇକ ଆଖଡ଼ା୨୬ ଅପ୍ରେଲମାଗୁଣିର ଶଗଡ଼ଡାଲମାଭକ୍ତ ଚରଣ ଦାସ (ରାଜନେତା)ଓଡ଼ିଆ ରାମାୟଣଦାମୋଦର ରାଉତଇଣ୍ଟରନେଟମଧୁସୂଦନ ରାଓଜାପାନ ସାଗରଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଫେବୃଆରୀ ୨୮ବନ୍ଦେ ଉତ୍କଳ ଜନନୀଚିଲିକା ହ୍ରଦରାଜକିଶୋର ରାୟରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବାଙ୍କୀପକ୍ଷହାଡ଼ଫୁଟିଦୀନକୃଷ୍ଣ ଦାସଚାଟ୍ ଜିପିଟିବରଗଛଶ୍ରୀତମ ଦାସବେଲ୨୦୦୬ଉପେନ୍ଦ୍ର ଭଞ୍ଜକଟକଓଡ଼ିଆ ଭାଗବତଅପରେଟିଙ୍ଗ ସିଷ୍ଟମ🡆 More