ସିଷ୍ଟର ଶ୍ରୀଦେବୀ: ୨୦୧୭ର ଓଡ଼ିଆ କଥାଚିତ୍ର

ସିଷ୍ଟର ଶ୍ରୀଦେବୀ, ୨୦୧୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ୨୦୧୭ ମସିହା ରଜରେ ମୁକ୍ତିଲାଭ କରିଥିଲା । ତରଙ୍ଗ ସିନେ ପ୍ରଡକ୍ସନ ପ୍ରଯୋଜନାରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତିକାର ନିର୍ମଳ ନାୟକ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।

ସିଷ୍ଟର ଶ୍ରୀଦେବୀ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକତରଙ୍ଗ ସିନେ ପ୍ରଡକ୍ସନ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟଅଶୋକ ପତି
ମୂଳ ଆଧାରରେମୋ (ତାମିଲ ଚଳଚ୍ଚିତ୍ର)
କଳାକାରବାବୁଶାନ୍, ଶିବାନୀ ସଙ୍ଗୀତା, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣକୁନି ମହାପାତ୍ର
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୯ ଜୁନ ୨୦୧୭
ଦେଶସିଷ୍ଟର ଶ୍ରୀଦେବୀ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବାବୁଶାନ୍ ଏବଂ ଶିବାନୀ ସଙ୍ଗୀତା । ଶିବାନୀ ପୂର୍ବରୁ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଗାୟକ ଋତୁରାଜ ମହାନ୍ତି, ତାରିକ୍, ପାମେଲା ଜୈନ, କୁଲଦୀପ ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରର ସ‌ହକାରୀ ଭୂମିକାରେ ମିହିର ଦାସ, ଅପରାଜିତା ମହାନ୍ତି, ସଲିଲ ମିତ୍ର ପ୍ରମୁଖ ବରିଷ୍ଠ କଳାକାରମାନେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଚଳଚ୍ଚିତ୍ରର ସମସ୍ତ ଗୀତଗୁଡ଼ିକ ରଚନା କରିଥିଲେ ଗୀତିକାର ନିର୍ମଳ ନାୟକ । ଗାୟକ ଋତୁରାଜ ମହାନ୍ତି, ତାରିକ୍, ପାମେଲା ଜୈନ, କୁଲଦୀପ ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଋତୁରାଜ ମହାନ୍ତି ଅନେକ ହିନ୍ଦୀ ଗୀତ ଗାଇଥିଲେ ମଧ୍ୟ ପ୍ରଥମଥର ପାଇଁ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ଗୀତ ଗାଇଥିଲେ । ସେ 'ଡାର୍ଲି ତୁ ମୋଠାରୁ କାଇଁ ନେଲୁ ଅଲବିଦା' ଗୀତଟି ଗାଇଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ସିଷ୍ଟର ଶ୍ରୀଦେବୀ"ତାରିକ୍ ଅଜିଜ୍୦୪:୨୨
2."ଓଃ ସୁନୟନା"ଋତୁରାଜ ଏବଂ ପ୍ରଜ୍ଞା୦୫:୧୬
3."ମୁଁ ଚୁନି ତଳେ ବ୍ଲାକ୍ ମନି"ସଞ୍ଜୁ ମହାନ୍ତି୦୪:୫୦
4."ନାଗିନ୍ ନାଗିନ୍"ତାରିକ୍ ଅଜିଜ୍୦୪:୦୬
5."ଏକ୍ ଦିୱାନା ଥା"ଋତୁରାଜ, ତାରିକ୍, ପାମେଲା ଜୈନ୍, କୁଲ୍‌ଦୀପ୍୦୫:୧୫

ପୁରସ୍କାର

ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ରର ନାୟକ ବାବୁଶାନ୍‌ଙ୍କୁ ଶ୍ରେଷ୍ଠ ନାୟକ ଏବଂ ରଣଜିତ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ସଂଳାପକାର ସମ୍ମାନ ମିଳିଥିଲା ।

ଆଧାର

ବାହାର ଆଧାର

Tags:

ସିଷ୍ଟର ଶ୍ରୀଦେବୀ ଅଭିନୟସିଷ୍ଟର ଶ୍ରୀଦେବୀ କାହାଣୀସିଷ୍ଟର ଶ୍ରୀଦେବୀ ଗୀତ ଏବଂ ସଙ୍ଗୀତସିଷ୍ଟର ଶ୍ରୀଦେବୀ ପୁରସ୍କାରସିଷ୍ଟର ଶ୍ରୀଦେବୀ ଆଧାରସିଷ୍ଟର ଶ୍ରୀଦେବୀ ବାହାର ଆଧାରସିଷ୍ଟର ଶ୍ରୀଦେବୀଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ପବିତ୍ର ପାଣିଗ୍ରାହୀବରୁଣରାଧାଗୋଲୋକ ବିହାରୀ ଧଳଢଗ ଢମାଳିପଶ୍ଚିମ ଓଡ଼ିଶାରାମକିଶୋରୀ ଚରଣ ଦାସମନୋଜ ଦାସଓଡ଼ିଆ୮ ଜୁନଦୀନନାଥ ପାଠୀରେବତୀ (କ୍ଷୁଦ୍ରଗଳ୍ପ)ମହାନଦୀବର୍ଷାହିଙ୍ଗୁଳା ମନ୍ଦିରରବୀନ୍ଦ୍ରନାଥ ଠାକୁରଧର୍ମପଦଡାଇଭର୍ଟିକୁଲାଇଟିସ୍ସମଲେଶ୍ୱରୀ ମନ୍ଦିରପ୍ୟାରିସଗୋପାଳବଲ୍ଲଭ ଦାସସୋମନାଥପ୍ରତିଭା ଶତପଥୀଲାଇମ ରୋଗରାଜନୀତି ବିଜ୍ଞାନଗୋପାଳ ଛୋଟରାୟଭଦ୍ରକମାଳିକାରାଜ ଯୋଗତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବହସ୍ତମୈଥୁନଶିବଲିଙ୍ଗଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଆ ଉଇକିପିଡ଼ିଆ୩୦ ଜୁନ୫ ଅକ୍ଟୋବରକଳିଙ୍ଗ ଯୁଦ୍ଧତାରାତାରିଣୀ ମନ୍ଦିର୧୯୬୯ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଦୀନକୃଷ୍ଣ ଦାସମହାବୀର ଜୈନଗୋମାଂସବସନ୍ତ ରୋଗସମ୍ବଲପୁରୀ ଭାଷାଧ୍ୱନି ପ୍ରତିଧ୍ୱନିମହୁଶର୍ଦ୍ଦିମାର୍କ ଜୁକରବର୍ଗସୂର୍ଯ୍ୟISBN (identifier)କେଟୋପ୍ରୋଫେନଓମାନଅନ୍ନପୂର୍ଣ୍ଣା ମହାରଣା୧ ଅକ୍ଟୋବରଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଆ କାବ୍ୟ କବିତାଶ୍ରୀନିବାସ ରାମାନୁଜନଓଡ଼ିଆ ନାଟକକୁଟୁରାମିଥୁନ (ରାଶି)ଯାଜପୁରହାଡ଼ଫୁଟି🡆 More