ମୟୂରଭଞ୍ଜ ରାଜ୍ୟ

ମୟୂରଭଞ୍ଜ ରାଜ୍ୟ , ଭାରତରେ ଇଂରାଜୀ ଶାସନ କାଳରେ ଏକ ଗଡଜାତ ପ୍ରଦେଶ ଥିଲା । ଏହାର ରାଜକୀୟ ଚିହ୍ନ ହେଲା ଦୁଇଟି ମୟୂର । ଏପରି ଲୋକାକଥା ରହିଛି ଯେ ଭଞ୍ଜ ପରିବାରର ପୁର୍ବ ପୁରୁଷ ମୟୂର ଚକ୍ଷୁରୁ ଆବିର୍ଭାବ ହୋଇଥିଲେ । 

ମୟୂରଭଞ୍ଜ ରାଜ୍ୟ
ରାଜ ପରିବାରଦ୍ୱାରା ପରିଚାଳିତ , ଶ୍ରୀ ହରି ବଳଦେବଜୀଉ ମନ୍ଦିର, ବାରିପଦା 
ମୟୂରଭଞ୍ଜ ରାଜ୍ୟ
ମୟୂରଭଞ୍ଜ ସାନ୍ତାଳ ଲୋକ ନୃତ୍ୟ ।

ଏହି ରାଇଜଟିରେ ରହିଛି ବିସ୍ତୃତ ପର୍ବତମାଳା ଯାହାକି ସାନ୍ତାଳ ଓ କିଶାନ ଜାତିର ଲୋକମାନଙ୍କ ନିବାସସ୍ଥଳୀ । ବର୍ତ୍ତମାନ ଏହା ଓଡ଼ିଶା ରାଜ୍ୟ ଅନ୍ତର୍ଭୁକ୍ତ । ବାରିପଦା ଥିଲା ମୟୂରଭଞ୍ଜର ତତ୍କାଳୀନ ରାଜଧାନୀ । ଦାସପୂର ମଧ୍ୟ ଏକ ପ୍ରମୁଖ ଟାଉନ । ମୟୂରଭଞ୍ଜର ଅଧିକ ଅଞ୍ଚଳ ଜଙ୍ଗଲଦ୍ୱାରା ବ୍ୟାପିତ ।

ଇତିହାସ

ପ୍ରାଚୀନ ଐତିହ୍ୟ 

ପୂର୍ବତନ ରାଇଜ ଖିଜ୍ଜିଙ୍ଗ ମଣ୍ଡଳ ୯ମ  ଖ୍ରୀଷ୍ଟାବ୍ଦଠାରୁ ଏକ ଅବିଭାଜିତ ରାଜ୍ୟ ଥିଲା। ଖିଜ୍ଜିଙ୍ଗ ମଣ୍ଡଳ ନାମକରଣ ଏହାର ରାଜଧାନୀ ଖେଜ୍ଜିଙ୍ଗ କୋଟ (ବର୍ତ୍ତମାନ ଖିଚିଂ) ଉପରେ ଆଧାରିତ  । ପୂର୍ବତନ ଶାସକମାନଙ୍କ  ଦ୍ୱାରା ପ୍ରଦାନ କରା ଯାଇଥିବା ତାମ୍ରଲିପି ଖୋଦନରୁ ଯାହା ଜଣାପଡେ ଯେ ଖେଜ୍ଜିଙ୍ଗ ମଣ୍ଡଳ ଏକ ବୃହତ ରାଜ୍ୟ ଥିଲା, ବର୍ତ୍ତମାନର ମୟୂରଭଞ୍ଜ, କେନ୍ଦୁଝର ସହ ଝାଡ଼ଖଣ୍ଡର ସିଂହଭୁମି, ପଶ୍ଚିମ ବଙ୍ଗର ମିଦନାପୂର ମଧ୍ୟ ଏହାର ପରିସରଭୁକ୍ତ ଥିଲା । ମୋଗଲ ସାମ୍ରାଜ୍ୟ ସମୟରେ ଭଞ୍ଜ ସାମ୍ରାଜ୍ୟ ମୟୂରଭଞ୍ଜରୁ ବଙ୍ଗୋପ ସାଗର ପର୍ଯ୍ୟନ୍ତ ବିସ୍ତୃତ ଥିବାର ବର୍ଣ୍ଣିତ । ସେ ସମୟରେ ମୟୂରଭଞ୍ଜର ରାଜଧାନୀ ହରିପୁରକୁ ସ୍ଥାନାନ୍ତରିତ ହୋଇଥିଲା । ସେ ସମୟର ପ୍ରାସାଦମାନଙ୍କର ଭଗ୍ନ ଅବଶେଷ ସବୁ ହରିପୁରଠାରେ ଦେଖିବାକୁ ମିଳିପାରିବ, ଯାହାକି ବାରିପଦା ଠାରୁ ୧୬ କି.ମି ଦୁରରେ ଅବସ୍ଥିତ, ଏ ସବୁ ଭିତରୁ ରସିକାରାୟ ମନ୍ଦିର ଏବଂ ଦରବାର କକ୍ଷ ପ୍ରସିଦ୍ଧ ।

ଭଞ୍ଜ ବଂଶର ରାଜପୁତମାନେ ହେଉଥିଲେ ଶାସକ  , ଲୋକକଥା ଅନୁସାରେ ଭଞ୍ଜ ବଂଶର ସଂସ୍ଥାପକ ଶୀଳ ଭଞ୍ଜ ଅଂଗଡ୍ଡୀଙ୍କ ସମୟଠାରୁ ଭଞ୍ଜମାନେ ଏହି ଅଂଚଳରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ରାଜୁତି କରିଥିଲେ। ଭଞ୍ଜ ମାନଙ୍କ ସହ କେନ୍ଦୁଝରର ମୟୂର ରାଜପରିବାର ସହ ଭଲ ସମ୍ପର୍କ ଥିଲା ଓ ସେମାନେ ନିଜ ସାମ୍ରାଜ୍ୟ ଦୁଇଟିକୁ ସଂଯୁକ୍ତ କରି ଏକ ରାଜ୍ୟ ବୋଲି ଘୋଷଣା କରିଥିଲେ ।

ଭଞ୍ଜ ଶାସକମାନେ କଳା, କାରୁକାର୍ଯ୍ୟ ଏବଂ ସଂସ୍କୃତି ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଥିଲେ । ହରି ବଳଦେବଜୀଉ ମନ୍ଦିର, ଖିଚିଂ ମନ୍ଦିର ଏବଂ ଅନ୍ୟ ସ୍ଥାପତ୍ୟ ମାନ ଏହାର ମୁକ ସାକ୍ଷୀ । ରାଜ ପରିବାର ମଧ୍ୟ ଛଉ ନୃତ୍ୟକୁ ପ୍ରୋତ୍ସାହନ ଦେଇଥିଲେ ଯାହାକି ସାମରୀକ କଳା, ଆଦିବାସୀ ଓ ଶାସ୍ତ୍ରୀୟ କଳାର ସଂମନ୍ୱୟ ଥିଲା ।

ଇଂରେଜ ଶାସନ 

୧୮ଶ ଶତାବ୍ଦୀ ସମୟରେ ଏହା ମରାଠା ଶାସନ ଅନ୍ତର୍ଗତ ହୋଇଥିଲା ଓ ଏହାର ବହୁ ବର୍ଷ ବିତିଯିବା ପରେ ୧୮୨୯ରେ ଏହା ବ୍ରିଟିଶ କବଳରେ ଆସିଥିଲା । ଇଂରେଜ ଶାସନ କାଳରେ ମୟୂରଭଞ୍ଜ ରାଜ୍ୟରେ ବହୁତ ଉନ୍ନତ କାର୍ଯ୍ୟ ରାଜପରିବାରଦ୍ୱାରା ନିର୍ବାହିତ ହୋଇଥିଲା । ସେମାନଙ୍କ ରକ୍ଷଣା ବେକ୍ଷଣରେ ମୟୂରଭଞ୍ଜ ଏକ ଉନ୍ନତ ପ୍ରଦେଶ ବୋଲି ଗଣା ଯାଉଥିଲା । ଭଞ୍ଜ ରାଜାମାନଙ୍କ ମହାନ ଦାନରେ ସେ କାଳରେ ଓଡ଼ିଶା ପ୍ରଦେଶର ପ୍ରଥମ ମେଡିକାଲ ମହାବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟ ର ପ୍ରତିଷ୍ଠା ହୋଇଥିଲା କଟକ ସହରରେ । ବର୍ତ୍ତମାନର ମୟୂରଭଞ୍ଜ ରାଜପ୍ରାସାଦ ମହାରାଣୀ ସୁମିତ୍ରା ଦେବୀ ଭଞ୍ଜ ଦେଓଙ୍କ ଦ୍ୱାରା ୧୮୦୪ରେ ନିର୍ମିତ ହୋଇଥିଲା।

ମୟୂରଭଞ୍ଜ ରାଜ୍ୟ ରେଳପଥର ଆରମ୍ଭ ତତ୍କାଳୀନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କଦ୍ୱାରା ଆରମ୍ଭ ହୋଇଥିଲା । ରୁପସାଠାରୁ ବାରିପଦା ପର୍ଯ୍ୟନ୍ତ ୫୨କି.ମିର ରାସ୍ତା ୨୦ ଜାନୁଆରୀ , ୧୯୦୫ରେ କରାଯାଇଥିଲା ।

ଶାସକ 

The ମୟୂରଭଞ୍ଜର ଶାସକମାନେ 'ରାଜା' ବୋଲି କୁହାଉଥିଲେ, ୧୯ଶ ଶତାବ୍ଦୀ ମଧ୍ୟ ଭାଗରୁ ସେମାନେ 'ମହାରାଜା' ଉପାଧି ରେ  ମଣ୍ଡିତ ହୋଇଥିଲେ। ସେ କାଳରେ ମୟୂରଭଞ୍ଜର ଶାସକ ମାନେ ୯ ତୋପ ସଲାମରେ ସମ୍ମାନିତ ହେଉଥିଲେ।

ପୂର୍ବ ଶାସକମାନେ 

  • ୧୬୮୮ - ୧୭୧୧ସବେସର୍ବା ଭଞ୍ଜ ଦେଓ 
  • ୧୭୧୧ - ୧୭୨୮ ବିକ୍ରମାଦିତ୍ୟ ଭଞ୍ଜ ଦେଓ
  • ୧୭୨୫ - ୧୭୫୦ ରହୁନାଥ ଭଞ୍ଜ ଦେଓ
  • ୧୫୭୦ - ୧୭୬୧ ଚକ୍ରଧର ଭଞ୍ଜ ଦେଓ
  • ୧୭୬୧ - ୧୭୯୬ ଦାମୋଦର ଭଞ୍ଜ ଦେଓ 
  • ୧୭୯୬ - ୧୮୧୧ ସୁମିତ୍ରା ଦେବୀ 
  • ୧୮୧୧ -   ୮୨୨ ତ୍ରିବିକ୍ରମ ଭଞ୍ଜ ଦେଓ 
  • ୧୮୧୧ - ୧୮୧୩ ରାଣୀ  ଯମୁନା ଦେବୀ 
  • ୧୮୨୨ - ୧୮..  ଯଦୁନାଥ ଭଞ୍ଜ ଦେଓ

ରାଜା ମାନାଙ୍କ ସୂଚୀ

  • ୧୮.. - ୧୮୬୩ : ଯଦୁନାଥ ଭଞ୍ଜ ଦେଓ 
  • ୧୮୬୩ - ୧୮୬୮ ଶ୍ରୀନାଥ ଭଞ୍ଜ ଦେଓ   (ମୃତ୍ୟୁ । ୧୮୬୭)
  • ୧୮୬୮ - ୨୯ ମଇ ୧୮୮୨ କୃଷ୍ଣ ଚନ୍ଦ୍ର ଭଞ୍ଜ ଦେଓ  (ଜନ୍ମ ୧୮୪୮ - ମୃତ୍ୟୁ. ୧୮୮୨)
  • ୨୯ ମଇ ୧୮୮୨ - ୧୯୧୦ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ 

ମାହାରାଜା ମାନାଙ୍କ ସୂଚୀ

  • ୧୯୧୦ - ୨୨ ଫେବୃଆରୀ ୧୯୧୨ ରାମଚନ୍ଦ୍ର ଭଞ୍ଜ ଦେଓ 
  • ୨୨ ଫେବୃଆରୀ  ୧୯୧୨ - ୨୧ ଅପ୍ରେଲ ୧୯୨୮ ପୂର୍ଣ୍ଣଚନ୍ଦ୍ର ଭଞ୍ଜ ଦେଓ 
  • ୨୨ ବେବୃଆରୀ ୧୯୧୨ - ୨୧ ଅପ୍ରେଲ ୧୯୨୮
  • ୨୧ ଅପ୍ରିଲ - ୧୫ ଅପ୍ରିଲ ୧୯୪୭ ପ୍ରତାପଚନ୍ଦ୍ର ଭଞ୍ଜ ଦେଓ

ଆଧାର 

Tags:

ମୟୂରଭଞ୍ଜ ରାଜ୍ୟ ଇତିହାସମୟୂରଭଞ୍ଜ ରାଜ୍ୟ ଆଧାର ମୟୂରଭଞ୍ଜ ରାଜ୍ୟ

🔥 Trending searches on Wiki ଓଡ଼ିଆ:

ଅପରାଜିତା ମହାନ୍ତିଅନୁଭବ ମହାନ୍ତିଉଚ୍ଛ୍ୱାସ (କବିତା ସଙ୍କଳନ)ହନୁମାନଜଗନ୍ନାଥ ମନ୍ଦିର, କୋରାପୁଟମଧ୍ୟ ଏସିଆଦକ୍ଷିଣ ଆଫ୍ରିକାପଞ୍ଚାୟତ ରାଜଉଇକିମିଡ଼ିଆ ମୁଭମେଣ୍ଟଓଡ଼ିଆ ଭାଷା ଆନ୍ଦୋଳନକାଳୀଚରଣ ପଟ୍ଟନାୟକଚିଲିକା ହ୍ରଦବୈଷ୍ଣବ ପାଣିବ୍ରାହ୍ମଣୀ ନଦୀଶ୍ରୀମନ୍ଦିରର ଗଣେଶ ମନ୍ଦିରକିଶୋରୀ ଚରଣ ଦାସନାଗ ଐରିଓଡ଼ିଆ କବି ମାନଙ୍କର ତାଲିକାତୁଳସୀ ଗଛ୧ (ସଂଖ୍ୟା)ରଘୁନାଥ ପରିଚ୍ଛାଉପନିଷଦପକ୍ଷଯୌନ ସମ୍ଭୋଗମଧୁସୂଦନ ଦାସହୃତ୍‌ପିଣ୍ଡରାଷ୍ଟ୍ରୀୟ ପେନସନ ପ୍ରଣାଳୀଓଡ଼ିଆଅକ୍ଟୋବରରାଜକିଶୋର ରାୟଗୋଦାବରୀଶ ମହାପାତ୍ରରାମଶଙ୍କର ରାୟଆର୍ଯ୍ୟଭଟ୍ଟ୫ ଜୁଲାଇକ୍ଷୀରଚୋରା ଗୋପୀନାଥ ମନ୍ଦିରଶୈଳଭାମା ମହାପାତ୍ରଗଣେଶ ପୂଜାରାୟଗଡ଼ା ଜିଲ୍ଲାଭକ୍ତ ଚରଣ ଦାସଜାମସେଦଜୀ ଟାଟାଉପେନ୍ଦ୍ର ଭଞ୍ଜପୁରୀଏଟାୱାମହୁ ଚାଷଜ୍ଞାନମଣ୍ଡଳଅଗ୍ନ୍ୟାଶୟ ଅକ୍ଷମତାଓଡ଼ିଶାର ଭୂଗୋଳବଲାଙ୍ଗୀର ଜିଲ୍ଲାକଟକଭଦଭଦଳିଆମୟୂରଭଞ୍ଜ ଜିଲ୍ଲାସାଇକୋସିସଅଙ୍କୁଶକୃମିପ୍ରଦୂଷଣଜାପାନୀ ଭାଷାଗଣିତରାମାକାନ୍ତ ଦେଶାଇମନୋରଞ୍ଜନ ଦାସଜଳତୁମ ପରି ଛୋଟ ପିଲାଟିଏଜ୍ଞାନପୀଠ ପୁରସ୍କାରଉଦୟନାଥ ଷଡ଼ଙ୍ଗୀଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଅଭିମନ୍ୟୁ ସାମନ୍ତସିଂହାରବିରିଗୀତଗୋବିନ୍ଦଭୁବନେଶ୍ୱରରାସାୟନିକ ମୌଳିକପୁଷ୍ୟା (ନକ୍ଷତ୍ର)ଇଣ୍ଡୋନେସିଆଶୈଳେନ ମହାପାତ୍ରଅନ୍ତର୍ଜାତୀୟ ମାତୃଭାଷା ଦିବସମନୋଜ କୁମାର ମିଶ୍ରଧନିଷ୍ଠା (ନକ୍ଷତ୍ର)🡆 More