କ୍ଷୀରଚୋରା ଗୋପୀନାଥ ମନ୍ଦିର ରେମୁଣାରେ ଅବସ୍ଥିତ । ଏହା ବାଲେଶ୍ୱରଠାରୁ ୯ କିମି ପୂର୍ବରେ ହାଉଡ଼ା ଓ ଭୁବନେଶ୍ୱର ମଝିରେ ପଡ଼େ । ରେମୁଣା ନାମଟି ରମଣୀୟ ଶବ୍ଦରୁ ଆସିଛି ଯାହାର ଅର୍ଥ ସୁନ୍ଦର । କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ହିନ୍ଦୁ ମନ୍ଦିରମାନଙ୍କ ଭିତରେ ଏକ ଜଣାଶୁଣା ଏବଂ ପ୍ରସିଦ୍ଧ ଆନ୍ତର୍ଜାତୀୟ ମନ୍ଦିର । ଏହା ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହଦେବଙ୍କଦ୍ୱାରା ତିଆରି କରାଯାଇଥିଲା ଯେକି ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ବୃନ୍ଦାବନର ତିନି ଠାକୁର ଶ୍ରୀ ମଦନମୋହନ(ସମ୍ବନ୍ଧ ତତ୍ତ୍ୱ), ଶ୍ରୀ ଗୋବିନ୍ଦ(ଅବିଧେୟ ତତ୍ତ୍ୱ), ଶ୍ରୀ ଗୋପୀନାଥ(ପ୍ରୟୋଜନ ତତ୍ତ୍ୱ)ଭଳି ଏଠାରେ ଏହି ତିନି ଠାକୁର ବିରାଜିତ ହୋଇଥିବାରୁ ଏହାକୁ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ଧାମ ମଧ୍ୟ କୁହାଯାଏ ରେମୁଣାର ଗଛଲତା ଭରା ଏକ ଶୀତଳ ପରିବେଶ ଭିତରେ ଗୋପୀନାଥ ପୂଜା ପାଇଥାନ୍ତି । ବର୍ଷ ସାରା ଏହି ମନ୍ଦିରକୁ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ ।
କ୍ଷୀରଚୋରା ଗୋପୀନାଥ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ବାଲେଶ୍ୱର |
Location | |
Country | ଭାରତ |
ଏହା ୧୩ଶ ଶତକରେ ଉତ୍କଳର ଗଙ୍ଗ ବଂଶର ନରପତି ଲାଙ୍ଗୁଳା ନରସିଂହ ଦେବଙ୍କ ଦେଇ ତିଆରି ହୋଇଥିଲା । ଶ୍ରୀପାଦ ମାଧବେନ୍ଦ୍ର ପୁରୀ ଗୋସାଇଁ, ଶ୍ରୀ ଶ୍ରୀ ରସିକାନନ୍ଦ ଦେବ ଗୋସାଇଁ ପ୍ରମୁଖ ସନ୍ଥ ଏଠାରେ ଅନେକ କାଳ କାଟିଛନ୍ତି । ମନ୍ଦିରଠୁ ୧ କି.ମି. ଦୂରରେ ରାଜା ଲାଙ୍ଗୁଳା ନରସିଂହ ଦେବ ଓ ରାଣୀଙ୍କ ଅବସ୍ଥାନର ପ୍ରତୀକ ସ୍ୱରୂପ ଦୁଇଟି ପୋଖରୀ, କୂଟପୋଖରୀ ଓ ବଜ୍ର ପୋଖରୀ ରହିଛି । ଏହା କୂଳରେ ଜଗନ୍ନାଥ ମନ୍ଦିର ଓ ଭାରତର ଦ୍ୱିତୀୟ ଅଷ୍ଟଭୁଜା ମନ୍ଦିର ଅବସ୍ଥିତ ।
କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ସୀତାଙ୍କୁ ଗଙ୍ଗାରେ ସ୍ନାନ କରାଇବା ଉଦ୍ଦ୍ୟେଶ୍ୟରେ ଏଠାରେ ଗଙ୍ଗାଙ୍କୁ ସ୍ମରଣ କରି ସାତଟି ଶର ମୁନରେ ସପ୍ତରେଖା ନଦୀ ଖନନ କରିଥିଲେ , ଅଧୁନା ଏହା ନାଳରେ ପରିଣତ ହୋଇଛି ।
କୁହାଯାଏ ଥରେ ଜଣେ ଭକ୍ତ ମାଧବେନ୍ଦ୍ର ପୁରୀ, ବୃନ୍ଦାବନର ତାଙ୍କର ସେବିତ ଠାକୁର ଶ୍ରୀ ଗୋପାଳଙ୍କ ପାଇଁ ଜଗନ୍ନାଥ ପୁରୀରୁ ମଲୟ ଚନ୍ଦନ ନେବା ଉଦେଶ୍ୟରେ ବୃନ୍ଦାବନରୁ ଚାଲି ଚାଲି ଆସି ରେମୁଣା ଗୋପୀନାଥ ମନ୍ଦିରରେ ବିଶ୍ରାମ କରିଥିଲେ । ଗୋପୀନାଥଙ୍କଠାରେ ଲାଗିଥିବା କ୍ଷୀରଭୋଗ(ଅମୃତକେଳି)କୁ ଦେଖି ଭୋଗ ପାଇବାର ଇଚ୍ଛା ହୋଇଥିଲା । କିନ୍ତୁ ସେ ଅଯାଚିତ ହୋଇଥିବାରୁ ମନର ଇଚ୍ଛା ପ୍ରକାଶ କଲେ ନହିଁ । ଶ୍ରୀ ଗୋପୀନାଥ ଭକ୍ତର ମନକଥା ଜାଣିପାରି ବାରଟି କ୍ଷୀରଭୋଗ ମଧ୍ୟରୁ ଗୋଟିଏ କ୍ଷୀରଭୋଗ ତାଙ୍କ ପିନ୍ଧିଥିବା ଧୋତିତଳେ ଲୁଚାଇ ରଖି ପୂଜକକୁ ଅର୍ଦ୍ଧରାତ୍ରିରେ ଉଠାଇ ଭକ୍ତ ମାଧବେନ୍ଦ୍ରଙ୍କୁ କ୍ଷୀରଭୋଗ ଦେଇଆସିବା ପାଇଁ ନିର୍ଦ୍ଦେଶ ଦେଲେ । ପୂଜକ ଉଠି ସ୍ନାନକରି ସତକୁ ସତ ଦେଖିଲେ ଗୋପୀନାଥଙ୍କ ଧୋତିତଳେ କ୍ଷୀରଭୋଗଟିଏ ଅଛି । ସେ ତୁରନ୍ତ କ୍ଷୀରଭୋଗଟି ନେଇ ଅନତି ଦୂରରେ ବସି କୀର୍ତନ କରୁଥିବା ମାଧବେନ୍ଦ୍ରଙ୍କୁ ଦେଇଥିଲେ । ମାଧବେନ୍ଦ୍ର ପୁରୀ ସେଇ କ୍ଷୀରଭୋଗ ପାଇ ଆନନ୍ଦରେ ନୃତ୍ୟ କରି ମୁର୍ଚ୍ଛିତ ହୋଇପଡ଼ିଲେ, ପୁଣି ଉଠି ନିଜକୁ ଧିକାର କଲେକି ପ୍ରଭୁ ଗୋପୀନାଥ ତାଙ୍କ ପାଇଁ ରାତ୍ରି ଅନିଦ୍ରା ରହି ଏତେ କଷ୍ଟ କଲେ । ତତ୍ପରେ ସେ ପ୍ରତିଷ୍ଠା ଭୟରେ ସକାଳ ହେବା ପୂର୍ବରୁ ରେମୁଣା ଛାଡି ପୁରୀ ଅଭିମୁଖେ ପଳାୟନ କଲେ। ସେହିଦିନଠାରୁ ଶ୍ରୀ ଗୋପୀନାଥ କ୍ଷୀରଚୋରା ଗୋପୀନାଥ ନାମରେ ପ୍ରସିଦ୍ଧ ହେଲେ । ଭକ୍ତ ମାଧବେନ୍ଦ୍ର ପୁରୀରୁ ମଲୟ ଚନ୍ଦନ ଆଣି ରେମୁଣା ଦେଇ ଫେରିବା ବାଟରେ ଏଠାକାର ଭକ୍ତମାନେ ଏଠାରେ ରହିବା ପାଇଁ ଅନୁରୋଧ କଲେ । ସେ ଏଠାରେ ରହଣି ସମୟରେ ତାଙ୍କ ବୃନ୍ଦାବନର ଠାକୁର ଶ୍ରୀ ଗୋପାଳ ନିର୍ଦ୍ଦେଶ ଦେଲେ ଯେ ମୁଁ ଯିଏ ରେମୁଣାର ଗୋପୀନାଥ ସିଏ । ତୁମେ ଗୋପୀନାଥଙ୍କ ଶ୍ରୀଅଙ୍ଗରେ ମଲୟ ଚନ୍ଦନ ଲେପନ କରିଦେଲେ ମୁଁ ପାଇଯିବି । ସେହିଦିନଠାରୁ ଅକ୍ଷୟ ତୃତୀୟା ଓ ଚନ୍ଦନ ପୂର୍ଣ୍ଣମୀରେ ଗୋପୀନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ ହୁଏ । ଏବଂ ଅକ୍ଷୟ ତୃତୀୟାଠାରୁ ୪୫ ଦିନଧରି ଭକ୍ତଶ୍ରେଷ୍ଠ ମାଧବେନ୍ଦ୍ର ପୁରୀ ଗୋସ୍ୱାମୀଙ୍କ ସ୍ମୃତି ଉଦେଶ୍ୟରେ ଚନ୍ଦନ ଲାଗି ହୁଏ । ତାଙ୍କୁ ଏହିଠାରେ ସ୍ଥୂଳ ସମାଧି ଦିଆଯାଇଛି ଓ ଏବେ ସେଠାରେ ତାଙ୍କର ସମାଧି ମନ୍ଦିର ମଧ୍ୟ ଅଛି ।
ଭଗବାନ ଗୋପୀନାଥଙ୍କ ଡାହାଣରେ ମଦନମୋହନ ଓ ବାମରେ ଗୋବିନ୍ଦ ଅଛନ୍ତି । ମଦନମୋହନ ଓ ଗୋବିନ୍ଦଙ୍କୁ ଶ୍ରୀ ରସିକାନନ୍ଦ ପ୍ରଭୁ ୩୫୦ ବର୍ଷ ତଳେ ତାଙ୍କର ଶିଷ୍ୟ ତିହିଡି ସାମନ୍ତ ରାଜାଙ୍କଦ୍ୱାରା ପ୍ରତିଷ୍ଠା କରାଇଥିଲେ । ତା ପୂର୍ବରୁ କେବଳ ଶ୍ରୀ ଗୋପୀନାଥ ଥିଲେ । ଶ୍ରୀ ଗୋପୀନାଥ ସ୍ୱୟଂଭୂ ବିଗ୍ରହ ଅଟନ୍ତି, ଯାହାଙ୍କୁ ଲାଙ୍ଗୁଳା ନରସିଂହଦେବ ତୀର୍ଥଯାତ୍ରା ଯାଇଥିବା ସମୟରେ ସ୍ୱପ୍ନାଦେଶ ପାଇ ଚିତ୍ରକୁଟ ପର୍ବତରୁ ପୁରୀ ନେଇଯାଉଥିବା ବେଳେ ପୁଣି ସ୍ୱପ୍ନାଦେଶ ପାଇ ରେମୁଣାରେ ପ୍ରତିଷ୍ଠା କଲେ । କୁହାଜାଏ ଯେ ଏହି ଗୋପୀନାଥଙ୍କ ମୂର୍ତିଙ୍କୁ ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ର ସିତା ଦେବୀଙ୍କ ଅନୁରୋଧରେ ନିଜ ଧନୁତୀରରେ ଚିତ୍ରକୁଟରେ ଗଢ଼ିଥିଲେ । ସିତା ଦେବୀଙ୍କ ସ୍ପର୍ଶରେ ଏହି ମୂର୍ତି ଜୀବନ୍ତ ହୋଇଯାଇଥିଲେ, ସେହିଦିନଠାରୁ ବ୍ରହ୍ମା ପୂଜା କରୁଥିଲେ । ଏହି ବିରାଟ ସ୍ୱୟଂଭୂ ମୂର୍ତିଙ୍କ ପାଦତଳେ ଚାରି ଶଖାଙ୍କ ସହିତ ଗୋଚାରଣ ଦୃଶ୍ୟ, ତାହାତଳେ ଅଷ୍ଟସଖୀ ସେବାରତ ଥିବାର ଦୃଶ୍ୟ ଅଛି । ତାଙ୍କ ମସ୍ତକରେ ଶେଷଦେବ ଅଛନ୍ତି, ତିନୋଟି ଜମ୍ବୂ ଫଳ ଅଛି, ମସ୍ତକର ଉପରି ଭାଗରେ ବାମ ଓ ଡାହାଣପାର୍ଶ୍ୱରେ ଚାଣୁର ଏବଂ ମୁଷ୍ଟିକ ସହିତ ଯୁଧ୍ୟ କରୁଥିବାର ଦୃଶ୍ୟ ଅଛି । ତାଙ୍କର ନଟବର ବେଶରେ ଛନ୍ଦା ଚରଣରେ ମୁରଲୀ ବଜାଉଥିବାର ମୂର୍ତିଙ୍କୁ ଯେକେହି ଦେଖିବ ସେ ତାର ନୟନ ସହଜରେ ଫେରାଇ ପାରିବ ନହିଁ ।
ଏଠାରେ କ୍ଷୀର ଭୋଗ "ଅମୃତ କେଳି" ନମରେ ଦିଅଁଙ୍କ ପାଖରେ ଅର୍ପଣ କରାଯାଇଥାଏ । କ୍ଷୀର, ଚିନି, ଖୁଆ ଓ ଗୁଜୁରାତି ଅଳେଇଚରେ ଏହା ତିଆରି କରାଯାଏ । ଏଠାରେ ନିତି ଅନ୍ନ ପ୍ରସାଦ ମଧ୍ୟ ମିଳେ ।
ରେମୁଣା ସହର କଂସା ଓ ପିତଳ ବାସନ ପାଇଁ ଓଡ଼ିଶା ପ୍ରସିଦ୍ଧ । ସୁନ୍ଦର କୋଟିକମକରା ଭଳିକି ଭଳି ବାସନ ଓ ଘର ସଜେଇବା ଜିନିଷ ଏଠାରେ ମିଳିପାରେ ।
ଛାଞ୍ଚ:ବାଲେଶ୍ୱର
This article uses material from the Wikipedia ଓଡ଼ିଆ article କ୍ଷୀରଚୋରା ଗୋପୀନାଥ ମନ୍ଦିର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.