ହିନ୍ଦୁ ଧର୍ମ

ହିନ୍ଦୁଧର୍ମ ଏକ ଧାର୍ମିକ ମତବାଦ ବା ଧାରା ଯାହା ମୁଖ୍ୟତଃ ଭାରତୀୟ ଉପମହାଦେଶରେ ଅନୁସରଣ ହୋଇଥାଏ । ହିନ୍ଦୁ ଧର୍ମର ଉତ୍ପତ୍ତି ସମୟ ବିଷୟରେ ମତପାର୍ଥକ୍ୟ ଥିଲେ ମଧ୍ୟ ଏହା ପ୍ରାୟ ଖୀ.ପୂ.

୨୦୦୦ - ୧୫୦୦ ମଧ୍ୟରେ ଉତ୍ପତ୍ତି ହୋଇଥିଲା ବୋଲି ଅନେକ ମତ ଦିଅନ୍ତି । ବେଦ ହିନ୍ଦୁମାନଙ୍କର ପ୍ରଧାନ ଧର୍ମ ଗ୍ରନ୍ଥ । ୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁଧର୍ମ, ଖ୍ରୀଷ୍ଟ ଓ ଇସଲାମ ଧର୍ମ ପରେ ଦୁନିଆର ୩ୟ ବଡ଼ ଧର୍ମ । ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ ଭାରତନେପାଳରେ ବସବାସ କରନ୍ତି।

ସ୍ଥାପନ

ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କଦ୍ୱାରା ସ୍ଥାପନା କରାଯାଇନାହିଁ । ଏହା ମୁଖ୍ୟତଃ ବେଦ ଉପରେ ପର୍ଯ୍ୟବସିତ । ତେବେ ହିନ୍ଦୁଧର୍ମରେ ବହୁମତ ବହୁପଥର ସହାବସ୍ଥାନ ଘଟିଛି । ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ । ହିନ୍ଦୁଧର୍ମର ମୂଳସତ୍ତ୍ୱ - ସତ୍ୟ, ଅହିଂସା, ଦୟା, କ୍ଷମା ଓ ଦାନ। ସେଥିପାଇଁ ନିଜର ମନ, ବଚନ ଓ କର୍ମଦ୍ୱାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ । ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା । ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ ।

ନାମକରଣ

ହିନ୍ଦୁ ଶବ୍ଦଟି ସିନ୍ଧୁନଦୀରୁ ଆସିଅଛି । ଆରବୀ ଭାଷାରେ ଅଲ୍‌-ହିନ୍ଦ୍ ଶବ୍ଦର ଅର୍ଥ ସିନ୍ଧୁ ନଦୀ ପାର୍ଶ୍ୱରେ ବାସ କରୁଥିବା ଲୋକମାନଙ୍କୁ ବୁଝାଉଥିଲା ଓ ଏହି ଶବ୍ଦକୁ ୟୁରୋପ ଦେଶମାନେ ଗ୍ରହଣ କରିଥିଲେ । ସିନ୍ଧୁନଦୀ ତୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ, ଆରବୀ ଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ । ସିନ୍ଧୁନଦୀର ପୂର୍ବଦେଶ ହିନ୍ଦୁସ୍ତାନ,ସେଠାରେ ରହୁଥିବା ଅଧିକାଂଶ ଅଧିବାସୀ ହିନ୍ଦୁ

ପ୍ରାଚୀନ ଇତିହାସ

ଏହାର ପ୍ରାଚୀନ ଇତିହାସ ହେଉଛି ମୁନି ରୁଷି ମାନଙ୍କର ବେଦ l

ଧର୍ମ ବିଶ୍ୱାସ

ଅନ୍ୟ ଧର୍ମ ପରି ଏଇ ଧର୍ମରେ କୌଣସି ସଂସ୍ଥାପକ ନାହାନ୍ତି, ଏହାର ଧର୍ମଗ୍ରନ୍ଥ, ନୈତିକ ଉପଦେଶ, ଦେବତା, ଶାସ୍ତ୍ର କୌଣସି ଗୋଟିଏ ନୁହେଁ, ଏହାର କୌଣସି ମୌଳିକ ଧର୍ମୀୟ ଅଧିକାରୀ ବା ମୁଖ୍ୟ ନାହାନ୍ତି କିମ୍ବା ଏଥିରେ ମସିହା(ପୟଗମ୍ବର)ବାଦ ନାହିଁ।

ଦେବଦେବୀ

ବେଦ

ଗ୍ରନ୍ଥ

ହିନ୍ଦୁଧର୍ମରେ ଅନେକ ଗ୍ରନ୍ଥ ହଜାର ବର୍ଷ ପୂର୍ବେ ରଚନା କରାଯାଇଛି।ପୁରାଣ ଓ ମହାକାବ୍ୟ ମଧ୍ୟରେ ରାମାୟଣମହାଭାରତଅନ୍ୟତମଭଗବତ ଗୀତା ମହାଭାରତର ଏକ ଅଂଶ ଏବଂ ଏହାକୁ ଚାରି ବେଦର ସାର ବୋଲି କୁହାଯାଏ।

ଧର୍ମଗୁରୁ

ହିନ୍ଦୁ ଧର୍ମରେ ୧୦୮ର ମାହାତ୍ମ୍ୟ

୧୦୮ ହେଉଛି ଏକ ସଂଖ୍ୟା । କିନ୍ତୁ ହିନ୍ଦୁ ସଂସ୍କୃତିରେ ବ୍ୟବ‌ହୃତ ହେଉଥିବା ବିଭିନ୍ନ ଧର୍ମ ସମ୍ବନ୍ଧୀୟ ଉପକରଣରେ ୧୦୮ ସଂଖ୍ୟାର ବ‌ହୁଳ ବ୍ୟବ‌ହାର ଦେଖିବାକୁ ମିଳିଥାଏ । ଜପ ମାଳିରେ ୧୦୮ଟି ମାଳି ଥାଏ । ବିଭିନ୍ନ ପୂଜାରେ ୧୦୮ଟି ନଡ଼ିଆ ହେଉ ବା ୧୦୮ଟି ବେଲ ପତ୍ର ହେଉ, ଏହିପରି ୧୦୮ଟି ପୂଜା ସାମଗ୍ରୀ ହିନ୍ଦୁ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ । ତେଣୁ ଦେଖିବାକୁ ଗଲେ ହିନ୍ଦୁ ଧର୍ମରେ ୧୦୮ ସଂଖ୍ୟାର ଗଭୀର ମାହାତ୍ମ୍ୟ ରହିଛି । ଏହି ସଂଖ୍ୟାଟି ହିନ୍ଦୁ ଧର୍ମ, ରୀତିନୀତି ଓ ପରମ୍ପରାରେ ଏକ ପବିତ୍ର ସଂଖ୍ୟା ରୂପେ ବିବେଚିତ ହୁଏ ।

ନିମ୍ନରେ ୧୦୮ର ବ୍ୟବ‌ହାର ଓ ମାହାତ୍ମ୍ୟ ସମ୍ପର୍କରେ ସଂକ୍ଷିପ୍ତରେ ବର୍ଣ୍ଣନା କରାଯାଇଛି ।

  • ସୂର୍ଯ୍ୟର ବ୍ୟାସ ପୃଥିବୀର ବ୍ୟାସଠାରୁ ୧୦୮ଗୁଣ ଅଧିକ । ପୃଥିବୀଠାରୁ ସୂର୍ଯ୍ୟର ଦୂରତା ସୂର୍ଯ୍ୟର ବ୍ୟାସର ୧୦୮ଗୁଣ ।
  • ପୃଥିବୀଠାରୁ ଚନ୍ଦ୍ରର ହାରାହାରି ଦୂରତା ଚନ୍ଦ୍ରର ବ୍ୟାସର ୧୦୮ଗୁଣ ।
  • ଆୟୁର୍ବେଦରେ ୧୦୮ଟି ମର୍ମ ବିନ୍ଦୁର ବର୍ଣ୍ଣନା କରାଯାଇଛି । ଜୀବମାନ‌ଙ୍କ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଜୀବନୀ ଶକ୍ତି ଏହି ବିନ୍ଦୁମାନ‌ଙ୍କରେ ସଂରକ୍ଷିତ ହୋଇ ରହିଥାଏ ।
  • ଶ୍ରୀ ଚକ୍ର ଯନ୍ତ୍ରରେ ୫୪ଟି ଛେଦ ବିନ୍ଦୁ ଅଛି ଓ ପ୍ରତ୍ୟେକ ଛେଦ ବିନ୍ଦୁ ସ‌ହ ପୁରୁଷତ୍ୱ ଗୁଣ ଓ ନାରୀତ୍ୱ ଗୁଣ ସମ୍ପୃକ୍ତ । ତେଣୁ ଏଥିରେ ସମୁଦାୟ ୧୦୮ (୫୪ × ୨)ଟି ବିନ୍ଦୁ ଅଛି ।
  • ଭାରତୀୟ ଜ୍ୟୋତିଷ ବିଦ୍ୟାରେ ବ୍ୟବ‌ହାର ହେଉଥିବା କୁଣ୍ଡଳୀରେ ୧୨ଟି ଘର ଓ ୯ଟି ଗ୍ରହ ଥାଏ । ୧୨ରେ ୯ ଗୁଣିଲେ ୧୦୮ ହୁଏ ।
  • ତନ୍ତ୍ର ଶାସ୍ତ୍ର ଅନୁସାରେ ମଣିଷ ପ୍ରତିଦିନ ୨୧,୬୦୦ଥର ନିଃଶ୍ୱାସ-ପ୍ରଶ୍ୱାସ ଗ୍ରହଣ କରିଥାଏ । ଏଥିମଧ୍ୟରୁ ୧୦,୮୦୦ଟି ସୌର ଶକ୍ତି (Solar energy) ଓ ୧୦,୮୦୦ଟି ଚାନ୍ଦ୍ର ଶକ୍ତି (Lunar energy) । ୧୦୮ରେ ୧୦୦ ଗୁଣିଲେ ୧୦,୮୦୦ ହୋଇଥାଏ ।
  • ଭରତ ମୁନିଙ୍କଦ୍ୱାରା ରଚିତ ନତ୍ୟ ଶାସ୍ତ୍ରରେ ୧୦୮ଟି କାରଣ ବା ହାତ ଓ ପାଦର ଗତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।
  • ସଂସ୍କୃତରେ ସମୁଦାୟ ୫୪ଟି ଅକ୍ଷର ଅଛି ଓ ପ୍ରତ୍ୟେକ ଅକ୍ଷରକୁ ପୁଲିଙ୍ଗ (ଶିବ) ଓ ସ୍ତ୍ରୀଲିଙ୍ଗ (ଶକ୍ତି) ଆକାରରେ ଲେଖାଯାଇପାରେ । ଏହିପରି ୫୪ × ୨ = ୧୦୮ ହୁଏ ।
  • ହିନ୍ଦୁ ଧର୍ମରେ ୧୦୮ଟି ପୁରାଣ ଓ ୧୦୮ଟି ଉପନିଷଦ ଅଛି ।
  • ୧ର ପ୍ରଥମ ଘାତ, ୨ର ଦ୍ୱିତୀୟ ଘାତ ଓ ୩ର ତୃତୀୟ ଘାତ ବାହାର କଲେ, ତିନିଟି ଯାକ ଘାତଫଳର ଗୁଣଫଳ ୧୦୮ । ଅର୍ଥାତ୍,
    ୧ର ପ୍ରଥମ ଘାତ = ୧
    ୨ର ଦ୍ୱିତୀୟ ଘାତ = ୨ × ୨ = ୪
    ୩ର ତୃତୀୟ ଘାତ = ୩ × ୩ × ୩ = ୨୭
    ବର୍ତ୍ତମାନ ୧ × ୪ × ୨୭ = ୧୦୮
  • ୧୦୮ ହେଉଛି ଏକ ହର୍ଷଦ ସଂଖ୍ୟା । ଅର୍ଥାତ୍, ଏହି ସଂଖ୍ୟାଟି ଏହାର ଅଙ୍କମାନ‌ଙ୍କର ସମଷ୍ଟି (୯)ଦ୍ୱାରା ବିଭାଜ୍ୟ ।

ଆଧାର

ବାହାର ତଥ୍ୟ

    Audio'

Tags:

ହିନ୍ଦୁ ଧର୍ମ ସ୍ଥାପନହିନ୍ଦୁ ଧର୍ମ ନାମକରଣହିନ୍ଦୁ ଧର୍ମ ପ୍ରାଚୀନ ଇତିହାସହିନ୍ଦୁ ଧର୍ମ ଧର୍ମ ବିଶ୍ୱାସହିନ୍ଦୁ ଧର୍ମ ଧର୍ମଗୁରୁହିନ୍ଦୁ ଧର୍ମ ରେ ୧୦୮ର ମାହାତ୍ମ୍ୟହିନ୍ଦୁ ଧର୍ମ ଆଧାରହିନ୍ଦୁ ଧର୍ମ ବାହାର ତଥ୍ୟହିନ୍ଦୁ ଧର୍ମନେପାଳଭାରତ

🔥 Trending searches on Wiki ଓଡ଼ିଆ:

ଭୂଗୋଳ୨୪ ଅପ୍ରେଲହଂକଂମହାବୀର ଜୈନବୀର ସୁରେନ୍ଦ୍ର ସାଏଜ୍ଞାନକୋଷଜାତୀୟ ସଂସଦ (ଜାପାନ)ପ୍ରତୀକ୍ଷାଅନନ୍ତ ପଟ୍ଟନାୟକଉଇକିପିଡ଼ିଆଗ୍ରେଗୋରି ପାଞ୍ଜିପ୍ଲାଟିପସଶ୍ରୀ ଅରବିନ୍ଦ୧୫୭୨ରସାୟନ ବିଜ୍ଞାନବଳରାମ ଦାସକାହ୍ନୁଚରଣ ମହାନ୍ତିଦେବଦୁର୍ଲ୍ଲଭ ଦାସ୭ ଅପ୍ରେଲକର୍କଟ ରୋଗମହେଶ ସାହୁଚନ୍ଦକା ହାତୀ ଅଭୟାରଣ୍ୟଅଖିଳ ମୋହନ ପଟ୍ଟନାୟକବଡ଼ଦିନହୃଷୀକେଶ ପଣ୍ଡାଆସନଗୋକୁଳାନନ୍ଦ ମହାପାତ୍ରପ୍ଲୀହାସାମାଜିକ ବିଜ୍ଞାନଜୟ ଜଗନ୍ନାଥଉପେନ୍ଦ୍ର ଭଞ୍ଜନୋଟା (ଭାରତ)ବଳଦେବଜୀଉ ମନ୍ଦିରଗୌରୀଶଙ୍କର ରାୟwiki.phtmlଲାଟିନ ଭାଷାମାର୍ଚ୍ଚଓଡ଼ିଶା ସରକାର୧୨ ଫେବୃଆରୀକୃଷ୍ଣ ଜନ୍ମାଷ୍ଟମୀସୁନାନୀଳକଣ୍ଠ ଦାସସୁଦଶା ବ୍ରତଅଶୋକ (ସମ୍ରାଟ)ଓଡ଼ିଶୀକାମିନୋ ମିଚିଗୋପବନ୍ଧୁ ଦାସରବି ସିଂଓଡ଼ିଶାର ଲୋକନୃତ୍ୟତପସ୍ୱିନୀଗ୍ରହଗୋପୀନାଥ ନନ୍ଦବିଜୟ ମିଶ୍ରଅଷ୍ଟ୍ରେଲିଆବିଷ୍ଣୁବେଲଶ୍ରୀଧର ଦାସହୀରାକୁଦ ବନ୍ଧଭଗବତ ଗୀତାଝୁଲଣ ଯାତ୍ରାଜଗନ୍ନାଥ ଦାସଜୟୀରାମ ସାମଲ୨୧Globe ruptureଫିନଲ୍ୟାଣ୍ଡWikisourceଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକପିଳେନ୍ଦ୍ର ଦେବ🡆 More