ମଦନମୋହନ

ମଦନ ମୋହନ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ବା ଚଳନ୍ତି ପ୍ରତିମା । ଛଅଫୁଟରୁ ଅଧିକ ଉଚ୍ଚ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଶ୍ରୀମନ୍ଦିରର ସମସ୍ତ ରୀତିନୀତି ପାଇଁ ସବୁବେଳେ ରତ୍ନସିଂହାସନରୁ ଅପସାରିତ ହୁଅନ୍ତି ନାହିଁ । ସେହିସବୁ ରୀତିନୀତି ଗୁଡ଼ିକରେ ଶ୍ରୀଜଗନ୍ନାଥଙ୍କ ବଦଳରେ ତାଙ୍କ ପ୍ରତିଭୂ ମଦନ ମୋହନ, ଦୋଳଗୋବିନ୍ଦ ଓ ଶ୍ରୀରାମ ଅଂଶଗ୍ରହଣ କରିଥାନ୍ତି । ଜଗନ୍ନାଥଙ୍କ ସମସ୍ତ ଚଳନ୍ତି ପ୍ରତିମାମାନଙ୍କ ମଧ୍ୟରେ ମଦନ ମୋହନ ହିଁ ସର୍ବାଧିକ ରୀତିନୀତିର ମୁଖ୍ୟ ଠାକୁର ଅଟନ୍ତି ।

ମଦନମୋହନ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ

ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ମଦନ ମୋହନ ଆକୃତିରେ ଶ୍ରୀକୃଷ୍ଣଙ୍କ ଅନୁରୂପ । ଅଷ୍ଟଧାତୁରେ ନିର୍ମିତ ଏକଫୁଟ ଉଚ୍ଚ, ବଂଶୀଧାରୀ ମୂର୍ତ୍ତିଟି ତ୍ରିଭଙ୍ଗୀ ଠାଣୀରେ ଦଣ୍ଡାୟମାନ । ମଦନ ମୋହନଙ୍କ ଦୁଇଫୁଟ ଉଚ୍ଚତା ବିଶିଷ୍ଟ ଆସ୍ଥାନଟି ଆଷ୍ଟଧାତୁରେ ନିର୍ମିତ । ସିଂହାସନଟିରେ ଦୋଳମଣ୍ଡପର କୁଞ୍ଜଭଳି ଗୋଟିଏ କୁଞ୍ଜ ଶୋଭା ପାଉଅଛି । ଏହି କୁଞ୍ଜର ଦୁଇପାର୍ଶ୍ୱରେ ଦୁଇଟି ମଗରମୁଖ, ଶୀର୍ଷରେ ଦୁଇଟି ଶୁଆ ବେଷ୍ଟିତ କଳସ ଏବଂ ସବା ଉପରେ ନିଳଚକ୍ର ଅନୁକୃତିର ଏକ ଚକ୍ର ଶୋଭା ପାଉଅଛି ।

ବର୍ଷସାରା ଶ୍ରୀମନ୍ଦିରର ବିଭିନ୍ନ ରୀତିନୀତି ଗୁଡ଼ିକରେ ମଦନ ମୋହନଙ୍କ ଉପସ୍ଥିତି ଦରକାର ପଡ଼ିଥାଏ, ସେଥିମଧ୍ୟରୁ କେତେକ ମୁଖ୍ୟ ନୀତି ଗୁଡ଼ିକ ହେଲା: ଚନ୍ଦନ ଯାତ୍ରା, ଝୁଲଣ ଯାତ୍ରା, ରାସ ଯାତ୍ରା, ସ୍ୱନକ୍ଷତ୍ର ତିଥି, ପ୍ରତ୍ୟେକ ଏକାଦଶୀ ଏବଂ ପ୍ରତ୍ୟେକ ଗୁରୁବାର । ଉପରୋକ୍ତ ରୀତିନୀତିରୁ ପ୍ରଥମ ତିନୋଟି ବାର୍ଷିକ ହୋଇଥିବାବେଳେ ଶେଷ ଦୁଇଟି ପ୍ରତ୍ୟେକ ମାସ ଓ ପ୍ରତ୍ୟେକ ସପ୍ତାହରେ ଅନୁଷ୍ଟିତ ହୋଇଥାଏ ।

ଚନ୍ଦନ ଯାତ୍ରା: ଏହା ଶ୍ରୀମନ୍ଦିରର ସବୁଠାରୁ ଦୀର୍ଘତମ ଯାତ୍ରା । ମଦନ ମୋହନ ଜଗନ୍ନାଥଙ୍କ ପ୍ରତିନିଧି ହିସାବରେ ଚାପକୁ ବିଜେ କରିଥାନ୍ତି ।ଏହା ଭିତର ଚନ୍ଦନ ଓ ବାହାର ଚନ୍ଦନ କ୍ରମରେ ୪୨ ଦିନ ପାଇଁ ଅନୁଷ୍ଟିତ ହୋଇଥାଏ । ଶ୍ରାବଣ ମାସରେ ହେଉଥିବା ଝୁଲଣ ଯାତ୍ରା ଓ କାର୍ତ୍ତିକ ମାସରେ ହେଉଥିବା ରାସଯାତ୍ରା ସମୟରେ ମଦନ ମୋହନଙ୍କ ମୁର୍ତ୍ତି ହିଁ ଉତ୍ସବମାନଙ୍କରେ ଅଂଶଗ୍ରହଣ କରନ୍ତି । ପ୍ରତ୍ୟେକ ଏକାଦଶୀ ଏବଂ ଶ୍ରୀଜଗନ୍ନାଥଙ୍କ ସ୍ୱନକ୍ଷତ୍ର ଦିନ ମଦନମୋହନଙ୍କ ମୂର୍ତ୍ତିଙ୍କୁ ରତ୍ନସିଂହାସନକୁ ନିଆଯାଇ ସେଠାରେ ଦେବତାଙ୍କ ପ୍ରତିଭୂଙ୍କୁ ବନ୍ଦାପନା କରାଯାଇ ନୈବେଦ୍ୟ ଅର୍ପଣ କରାଯାଏ । ତତ୍ପରେ ବିମାନରେ ଉପବେଶନ କରାଇ ବିମାନବଡୁମାନେ ଚାରିଥର ମନ୍ଦିର ପ୍ରଦିକ୍ଷଣ କରନ୍ତି ।

ପ୍ରତିସପ୍ତାହର ଗୁରୁବାର ଦିନ ସକାଳ ଧୂପ ସରିବାପରେ ମଦନମୋହନଙ୍କୁ ବିବାହ ମଣ୍ଡପକୁ ନିଆଯାଇ ପଞ୍ଚାମୃତରେ ସ୍ନାନ କରାଯାଏ । ଦେବୀ ଲକ୍ଷ୍ମୀଙ୍କ ଚଳନ୍ତି ପ୍ରତିମା ମଧ୍ୟ ଅଣାଯାଇ ଉଭୟ ମୂର୍ତ୍ତିଙ୍କୁ ବିମାନରେ ବସାଇ ମନ୍ଦିର ପରିକ୍ରମା କରାଯାଏ ଓ ଲକ୍ଷ୍ମୀ ମନ୍ଦିର ପାର୍ଶ୍ୱରେ କିଛି ସମୟ ଏକାନ୍ତରେ ରଖାଯାଏ ।

ମଦନମୋହନ

ଆଧାର

ବାହାର ଆଧାର

Tags:

ଜଗନ୍ନାଥଶ୍ରୀମନ୍ଦିର

🔥 Trending searches on Wiki ଓଡ଼ିଆ:

ଗାଲୁଆଯୁକ୍ତରାଷ୍ଟ୍ର ଆମେରିକା୨୬ ଅପ୍ରେଲସଙ୍କୀର୍ତ୍ତନ୧୦ ଅଗଷ୍ଟଆଜାଦ ହିନ୍ଦ୍ ଫୌଜଓଡ଼ିଆସଜନାଶ୍ରୀ ଅରବିନ୍ଦରତ୍ନାକର ଚଇନିଦ୍ରୌପଦୀ ମୁର୍ମୁଗଣେଶ୍ୱର ବେହେରାମାଟିର ମଣିଷରଣା ସାପଚୈତ୍ର ମଙ୍ଗଳବାର ଓଷାପିଆଜଔଷଧୀୟ ଗଛଲତାମାନଙ୍କର ତାଲିକାଡାଲିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବାସନ୍ତୀଅନାଦି ଚରଣ ସାହୁସମୀର ରଞ୍ଜନ ଦାଶସାଧୁ ମେହେରମନୋଜ ଦାସଅପରେଟିଙ୍ଗ ସିଷ୍ଟମଦଣ୍ଡ ନାଟଅଟିଜିମ୍‌ମହାଦେଶସାଇକେଲଦ୍ରାଘିମାପୁରୀ ଜିଲ୍ଲାମୋରୋକ୍କୋୱିଲିଅମ ସେକ୍ସପିଅରସମ୍ବାଦ (ଖବରକାଗଜ)ବୁନ୍ଦିଆ ଖିରିଓଡ଼ିଆ ଲିପିଲସ ଏଞ୍ଜଲେସ ଲେକର୍ସମହାତ୍ମା ଗାନ୍ଧୀଙ୍କ ପରିବାରସୁନାଉଇକିପିଡ଼ିଆ ସମୂହର ତାଲିକାଓଡ଼ିଶା ପ୍ରିମିଅର ଲିଗପଖାଳକଙ୍କାଳବକ୍ସି ଜଗବନ୍ଧୁଗଙ୍ଗାଧର ମେହେର୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନବିଲେଇକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓକିଲ ଦିବସଚଇତି ଘୋଡ଼ା ନାଚଓଡ଼ିଆ ଭ୍ରମଣ ସାହିତ୍ୟଚକ୍ରଧର ମହାପାତ୍ରକାଳିନ୍ଦୀ ଚରଣ ପାଣିଗ୍ରାହୀବ୍ରାଉଜରଭଗବତ ଗୀତାମୌଳିକ ସଂଖ୍ୟାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଏସ୍କେରିସିଆ କୋଲାଇମନୋରଞ୍ଜନ ଦାସସଂଗୀତକିଶୋରୀ ଚରଣ ଦାସ୬ ଫେବୃଆରୀଭାରତୀୟ ସମ୍ବିଧାନ🡆 More