ସୁଦାମ ମାରାଣ୍ଡି: ଓଡ଼ିଆ ରାଜନୀତିଜ୍ଞ

ସୁଦାମ ମାରାଣ୍ଡି (ଜନ୍ମ: ୧ ଜୁନ ୧୯୬୨) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାର ୧୦ମ, ୧୧ଶ, ୧୨ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଓ ଭାରତୀୟ ସଂସଦର ତଳ ସଦନ ୧୪ଶ ଲୋକ ସଭାକୁ ଓଡ଼ିଶାର ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଯାଇଥିଲେ । ସୁଦାମ ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସ୍ତରୀୟ ଅଧକ୍ଷ ଭାବରେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

ସୁଦାମ ମାରାଣ୍ଡି
ସୁଦାମ ମାରାଣ୍ଡି: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ନିର୍ବାଚନ ମଣ୍ଡଳୀବାଙ୍ଗିରିପୋଷି
ସାଂସଦ: ୧୪ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ନିର୍ବାଚନ ମଣ୍ଡଳୀମୟୁରଭଞ୍ଜ
ବିଧାୟକ: ୧୧ଶ ଓ ୧୨ଶ
କାର୍ଯ୍ୟକାଳ
୧୯୯୫ – ୨୦୦୪
ନିର୍ବାଚନ ମଣ୍ଡଳୀକୁଳିଆନା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧ ସେପ୍ଟେମ୍ବର ୧୯୯୦ – ୧୯୯୨
ନିର୍ବାଚନ ମଣ୍ଡଳୀବାଙ୍ଗିରିପୋଷି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-06-01) ୧ ଜୁନ ୧୯୬୨ (ବୟସ ୬୧)
ମୟୂରଭଞ୍ଜ, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀରଞ୍ଜିତା ମାରାଣ୍ଡି
ସନ୍ତାନ୧ ପୁଅ, ୧ ଝିଅ
ଘରମୟୂରଭଞ୍ଜ, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୧]

ଜନ୍ମ, ପରିବାର ଓ ଶିକ୍ଷା

ସୁଦାମ ମାରାଣ୍ଡି ୧୯୬୨ ମସିହାର ଜୁନ ମାସ ୧ ତାରିଖରେ ମୟୂରଭଞ୍ଜରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହେଉଛନ୍ତି ଲକ୍ଷ୍ମଣ ମାରାଣ୍ଡି । ସେ ରଞ୍ଜିତା ମାରାଣ୍ଡିଙ୍କୁ ବିବାହ କରିଥିଲେ । ସୁଦାମ ବାରିପଦାର ଏମ୍.ପି.ସି. ମହାବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ ।

ରାଜନୈତିକ ଜୀବନ

ସୁଦାମ ମାରାଣ୍ଡି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଉପସଭାପତି ଏବଂ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସେ ୧୯୯୦ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ପ୍ରଥମ ଥର ପାଇଁ ବାଙ୍ଗିରିପୋଷ ନିର୍ବାଚନ ମଣ୍ଡଳୀ ଓଡ଼ିଶାର ବିଧାନ ସଭାର ୧୦ମ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ କୁଳିଆନା ନିର୍ବାଚନ ମଣ୍ଡଳୀରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ ।

୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସୁଦାମ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରତିନିଧି ଭାବରେ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସୁଦାମ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବାଙ୍ଗିରିପୋଷିରୁ ନିର୍ବାଚନ ଲଢ଼ିଥିଲେ ଏବଂ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସୁଦାମ ଓଡ଼ିଶା ବିଧାନ ସଭାରେ କ୍ରୀଡ଼ା ଓ ଯୁବ ବିଭାଗର ଏବଂ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ଆଧାର

ବାହାର ଆଧାର

Tags:

ସୁଦାମ ମାରାଣ୍ଡି ଜନ୍ମ, ପରିବାର ଓ ଶିକ୍ଷାସୁଦାମ ମାରାଣ୍ଡି ରାଜନୈତିକ ଜୀବନସୁଦାମ ମାରାଣ୍ଡି ଆଧାରସୁଦାମ ମାରାଣ୍ଡି ବାହାର ଆଧାରସୁଦାମ ମାରାଣ୍ଡିବିଜୁ ଜନତା ଦଳମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୧୪ଶ ଲୋକ ସଭା୧୬ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଚନ୍ଦ୍ରଶେଖର ରଥକୋଣାର୍କକାସ୍ପିଆନ ସାଗରରାଧାନାଥ ରାୟରୋହିତ ଶର୍ମାହେମନ୍ତ କୁମାର ଦାସରାଣୀ ଲକ୍ଷ୍ମୀବାଈସରୋଜ ବଳମନୋଜ ଦାସଶବ୍ଦ (ଧ୍ୱନି)ସୂର୍ଯ୍ୟ ଦେବତାଟାଇଫଏଡହସ୍ତମୈଥୁନପୁରୀଛବିଳ ମଧୁ ବର୍ଣ୍ଣବୋଧ୫ ଡିସେମ୍ବର୧୩୮୫କାର୍ତ୍ତିକ ଚନ୍ଦ୍ର ରଥବର୍ଷାକମ୍ପ୍ୟୁଟର ବିଜ୍ଞାନଅଳେଇଚନାଗଫେଣୀ ଗଛକେନିଆ୫ ଅକ୍ଟୋବରହରିହର ବାହିନୀପତିସଂଯୁକ୍ତା ରାଉତଓଡ଼ିଆ ରାମାୟଣରଶ୍ମି ରାଉଳପଣସଶ୍ରାଦ୍ଧକାଳୀବୋହୂଅର୍ଚ୍ଚନା (କବିତା ସଙ୍କଳନ)ସୁନ୍ଦରଗଡ଼୮ ମାର୍ଚ୍ଚଫୁଲ୍ଲୋରି ଓଷା୦ (ସଂଖ୍ୟା)ଗୋଦାବରୀଶ ମିଶ୍ରନୀଳମାଧବ ମନ୍ଦିରରାଜତନ୍ତ୍ରଓଡ଼ିଶାର ସଂସ୍କୃତିକାଳିନ୍ଦୀ ଚରଣ ପାଣିଗ୍ରାହୀବୈଦେହୀଶ ବିଳାସଓଡ଼ିଆଗୀତଗୋବିନ୍ଦଜୁଲିଅସ ସିଜରବଳରାମ ଦାସନବୀନ ପଟ୍ଟନାୟକସୀସାରମାକାନ୍ତ ରଥଭକ୍ତ ଚରଣ ଦାସସରୋଜିନୀ ସାହୁମିଥୁନ (ରାଶି)ଆପଲ କମ୍ପାନୀମୟୂରଭଞ୍ଜ ଜିଲ୍ଲାରାଜେନ୍ଦ୍ର କିଶୋର ପଣ୍ଡାପଠାଣି ସାମନ୍ତସୁରେନ୍ଦ୍ର ମହାନ୍ତିବିଶ୍ୱତାପନଅଷ୍ଟଭୁଜସାଧାରଣତନ୍ତ୍ର ଦିବସ (ଭାରତ)ଗୋପାଳବଲ୍ଲଭ ଦାସତ୍ରିଭୁଜସ୍ୱର ବର୍ଣ୍ଣ🡆 More