୧୪ଶ ଲୋକ ସଭା

୧୪ଶ ଲୋକ ସଭା (୧୭ ମଇ ୨୦୦୪ - ୧୮ ମଇ ୨୦୦୯), ୨୦୦୪ ମସିହାର ସାଧାରଣ ନିର୍ବାଚନ ପରେ ଗଠିତ ହୋଇଥିଲା । ଏହି ଲୋକ ସଭା ପାଇଁ ୨୦ ଅପ୍ରେଲ ୨୦୦୪ରୁ ୧୦ ମଇ ୨୦୦୪ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପୂର୍ବ ଲୋକ ସଭା ତ‌ଥା ୧୩ଶ ଲୋକ ସଭାଠାରୁ ୬୨ଟି ଆସନ ଅଧିକ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । କଂଗ୍ରେସ ଦଳର ନେତା ମନମୋହନ ସିଂହ ଏହି ଲୋକ ସଭାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ଏହି ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୮ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

ସଂସଦର ନିୟମ ଅବମାନନା କରିବାଦ୍ୱାରା ସଦସ୍ୟଙ୍କୁ ବହିଷ୍କାର

୧୨ ଡିସେମ୍ବର ୨୦୦୫ରେ ଷ୍ଟାର ଟିଭି ନ୍ୟୁଜ ଚେନାଲରେ ଅପରେସନ ଦୁର୍ଯ୍ୟୋଧନ ନାମକ ଏକ ଷ୍ଟିଙ୍ଗ୍ ଅପରେସନର ଟେଲିକଷ୍ଟ କରାଯାଇଥିଲା, ଯେଉଁଥିରେ ସଂସଦର ୧୧ ଜଣ ସଦସ୍ୟ (ଲୋକ ସଭାର ୧୦ ଜଣ ଏବଂ ରାଜ୍ୟ ସଭାର ଜଣେ ସଦସ୍ୟ) ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଥିଲେ । ରାଜ୍ୟ ସଭାର ନୀତିଶାସ୍ତ୍ର ସମିତି ଏବଂ ଲୋକ ସଭାର ଏକ ବିଶେଷ ସମିତିଦ୍ୱାରା ପଚରାଉଚୁରାଦ୍ୱାରା ଏହି ସଦସ୍ୟମାନଙ୍କୁ ଦୋଷୀ ଭାବରେ ଦର୍ଶାଗଲା ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦିଆଗଲା ।

୨୩ ଡିସେମ୍ବର ୨୦୦୫ରେ, ୧୪ଶ ଲୋକ ସଭାରୁ ନିମ୍ନରେ ଦର୍ଶାଯାଇଥିବା ୧୦ ଜଣ ସଦସ୍ୟମାନଙ୍କୁ ବ‌ହିଷ୍କାର କରିଦିଆଯାଇଥିଲା:

  1. ନରେନ୍ଦ୍ର କୁମାର କୁଶ୍ୱହା (ବହୁଜନ ସମାଜ ପାର୍ଟି) – ମିର୍ଜାପୁର, ଉତ୍ତର ପ୍ରଦେଶ
  2. ଆନ୍ନାସାହେବ ଏମ୍. କେ. ପାଟିଲ (ଭାରତୀୟ ଜନତା ପାର୍ଟି) – ଇରାନ୍ଦୋଲ, ମହାରାଷ୍ଟ୍ର
  3. ୱାଇ. ଜି. ମହାଜନ (ଭାରତୀୟ ଜନତା ପାର୍ଟି) – ଜଳଗାଁ, ମହାରାଷ୍ଟ୍ର
  4. ମୋନୋଜ କୁମାର (ରାଷ୍ଟ୍ରୀୟ ଜନତା ଦଳ) – ପାଳମାଉ, ଝାଡ଼ଖଣ୍ଡ
  5. ସୁରେଶ ଚଣ୍ଡେଳ (ଭାରତୀୟ ଜନତା ପାର୍ଟି) – ହାମିରପୁର, ହିମାଚଳ ପ୍ରଦେଶ
  6. ରାଜା ରାମ ପାଳ (ଭାରତୀୟ ଜନତା ପାର୍ଟି) – ବିଲହୌର, ଉତ୍ତର ପ୍ରଦେଶ
  7. ଲାଲ ଚନ୍ଦ୍ର କୋଲ (ଭାରତୀୟ ଜନତା ପାର୍ଟି) – ରବର୍ଟସଗଞ୍ଜ, ଉତ୍ତର ପ୍ରଦେଶ
  8. ପ୍ରଦୀପ ଗାନ୍ଧୀ (ଭାରତୀୟ ଜନତା ପାର୍ଟି) – ରାଜନନ୍ଦଗାଓଁ, ଛତିଶଗଡ଼
  9. ଚନ୍ଦ୍ର ପ୍ରତାପ ସିଂହ (ଭାରତୀୟ ଜନତା ପାର୍ଟି) – ସିଧି, ମଧ୍ୟ ପ୍ରଦେଶ
  10. ରାମସେବକ ସିଂହ (ଭାରତୀୟ ଜାତୀୟ କଂଗ୍ରେସ) – ଗ୍ୱାଲିଅର, ମଧ୍ୟ ପ୍ରଦେଶ

ଆଧାର

ବାହାର ଆଧାର

Tags:

୧୪ଶ ଲୋକ ସଭା ଗୁରୁତ୍ୱପୂର୍ଣ୍ଣ ସଦସ୍ୟ୧୪ଶ ଲୋକ ସଭା ସଂସଦର ନିୟମ ଅବମାନନା କରିବାଦ୍ୱାରା ସଦସ୍ୟଙ୍କୁ ବହିଷ୍କାର୧୪ଶ ଲୋକ ସଭା ଆଧାର୧୪ଶ ଲୋକ ସଭା ବାହାର ଆଧାର୧୪ଶ ଲୋକ ସଭାମନମୋହନ ସିଂହ୧୩ଶ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ପରିବେଶନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସଂଘମିତ୍ରା ମିଶ୍ର୧୫୭୧ବରଗଛବଲାଙ୍ଗୀର ଜିଲ୍ଲାକମ୍ପ୍ୟୁଟରହିନ୍ଦୁ ସମୟ ଗଣନାବାଘଗାୟତ୍ରୀବାଳା ପଣ୍ଡାବଦ୍ରୀନାଥ ମନ୍ଦିରସଖୀ କଣ୍ଢେଇ ନାଚବିଶ୍ୱ ସ୍ୱାସ୍ଥ୍ୟ ସଂଗଠନମାଛ ଭଜାବନମାଳୀ ଦାସଜଳଚରକଦୀପକ ମିଶ୍ରମୋଗଲ ସାମ୍ରାଜ୍ୟଜ୍ଞାନପୀଠ ପୁରସ୍କାରଲୋକ ସଭାସବ୍ୟସାଚୀ ମିଶ୍ରଓଡ଼ିଶାର ସଂସ୍କୃତିଓଡ଼ିଆ ଖାଦ୍ୟ୮ ଅକ୍ଟୋବରଅବସାଦଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଜଗନ୍ନାଥ ମିଶ୍ର (ରାଜନେତା)ମୁଚୁକୁନ୍ଦଛ ମାଣ ଆଠ ଗୁଣ୍ଠଓଡ଼ିଆ କବି ମାନଙ୍କର ତାଲିକାବାଜି ରାଉତଭଗବତୀ ଚରଣ ପାଣିଗ୍ରାହୀଜାନକୀ ବଲ୍ଲଭ ପଟ୍ଟନାୟକଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରିଆହେ ଦୟାମୟ ବିଶ୍ୱ ବିହାରୀଲୋପାମୁଦ୍ରା ମିତ୍ରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଆଳୁ ପୋଟଳ ଭଜାଓଲିସେରିଡାଇନଅନୁଗୋଳ ଜିଲ୍ଲାଲାଓସଓଡ଼ିଆ ଭାଷାଉଇକିପାଠାଗାରକିଶୋରୀ ଚରଣ ଦାସସୁନାମଙ୍ଗଳା ମନ୍ଦିରଆର୍ତ୍ତବଲ୍ଲଭ ମହାନ୍ତିବାଲେଶ୍ୱର ଜିଲ୍ଲାଜଗନ୍ନାଥ ମନ୍ଦିରସାକ୍ଷୀଗୋପାଳ ମନ୍ଦିରକୁଞ୍ଜବିହାରୀ ଦାଶବିଧାନ ସଭା ସଭ୍ୟକତରଭୁଟାନବୁଦ୍ଧ ପୂର୍ଣ୍ଣିମାଚନ୍ଦନ ବୋଡ଼ା୯ ଅଗଷ୍ଟମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)କବିସୂର୍ଯ୍ୟ ବଳଦେବ ରଥବିଜୁ ପଟ୍ଟନାୟକଶିମିଳିପାଳ ଜାତୀୟ ଉଦ୍ୟାନରାମାନୁଜ ଆଚାର୍ଯ୍ୟବିଜୁ ଜନତା ଦଳହୀରାକୁଦ ବନ୍ଧ୬ ସେପ୍ଟେମ୍ବରବୀରକିଶୋର ଦାସପଞ୍ଚତନ୍ତ୍ର୧୮ ଜୁଲାଇସୋମନାଥରାଜକିଶୋର ପଟ୍ଟନାୟକ୬ ମାର୍ଚ୍ଚନଅଙ୍କ ଦୁର୍ଭିକ୍ଷ🡆 More