ଘୁମୁରା ବାଦ୍ୟ

ଘୁମୁରା ଏକ ଭାରତୀୟ ଗଣବାଦ୍ୟ ବିଶେଷ । ଏହା ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହୋଇଥିଲା । ଏହାର ବାଦନ ଶୈଳୀ ପାଇଁ ଏହା ଏକ ବୀରବାଦ୍ୟ ଭାବରେ ଜଣାଥିଲା ଓ ପରେ ଲୋକ ସଂସ୍କୃତିକୁ ଭିତ୍ତି କରି ଏହାର ବାଜଣାରେ ପରିବର୍ତ୍ତନ ହେବା ପରେ ଏହା ଏକ ରଣବାଦ୍ୟ ଭାବରେ ଜଣା । ପାରମ୍ପରିକ ଘୁମୁରା ବାଦ୍ୟ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା । ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା । ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ରସଧର୍ମୀ ଘୁମୁରା ପରିବେଷଣ ମଧ୍ୟ କରାଯାଉଥିଲା । ଘୁମୁରା ମାଟି ନିର୍ମିତ ଲମ୍ବା ବେକ ଥିବା ମାଠିଆ ଆକୃତିର । ଏହା ମୁହଁରେ ଗୋଧି ଚମଡ଼ା ଛାଉଣି ହୋଇଥାଏ । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ନୃତ୍ୟ ବା ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । ନୂଆଖାଇ ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ । ନୂଆଖାଇ ସରିବା ପରେ ନର୍ତ୍ତକ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି ।

କିମ୍ବଦନ୍ତୀ

ସାରଳା ମହାଭାରତରେ ଉଲ୍ଲେଖ ହୋଇଛି ଯେ ଦେବଦେବୀଙ୍କଦ୍ୱାରା ଯୁଦ୍ଧ ସମୟରେ ଘୁମୁରା ବାଦ୍ୟ ବ୍ୟବହାର ହେଉଥିଲା । ସାରଳା ମହାଭାରତ ଅନୁସାରେ ସତ୍ୟ ଯୁଗରେ ଜେନାବଳୀ-ପାଟଣା ମହିଷାସୁରଙ୍କ ନାତି ଗୋଗିଙ୍ଗ ଦୈତ୍ୟଙ୍କ ରାଜଧାନୀ ଥିଲା । ଲୋକ ବିଶ୍ୱାସ ଅନୁସାରେ ସେତେବେଳର ଜେନାବଳୀ-ପାଟଣା ବର୍ତ୍ତମାନର ଜୁନାଗଡ଼ । ସାରଳା ମହାଭାରତର ମଧ୍ୟ ପର୍ବରେ ଗୋଗିଙ୍ଗ ଦୈତ୍ୟର ହତ୍ୟା ସମୟରେ ଘୁମୁରା ବାଦ୍ୟ ବଜାଯିବା କଥା ଉଲ୍ଲେଖ ହୋଇଛି । ସାରଳା ଦାସ ଏହି ବାଦ୍ୟକୁ ଏକ ମହିଷାସୁରଙ୍କ ରଣବାଦ୍ୟ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।

ଆଧାର

Tags:

ଓଡ଼ିଶାକଳାହାଣ୍ଡି ଜିଲ୍ଲାନୂଆଖାଇଭାରତ

🔥 Trending searches on Wiki ଓଡ଼ିଆ:

ଅକ୍ଷୟ ତୃତୀୟାହିମାଳୟଲକ୍ଷ୍ମଣ ନାୟକଆଖଣ୍ଡଳମଣି ମନ୍ଦିରହରପ୍ରସାଦ ଦାସସମ୍ବଲପୁରୀ ଭାଷା୧୯୫୧ଦୁର୍ଗାମାଧବ ମିଶ୍ରଭଦ୍ରକଓଡ଼ିଆ ସାହିତ୍ୟଦୀପକ ମିଶ୍ରଆରବ ସାଗରଗ୍ରହକୋଡିନଓଡ଼ିଶାର ଇତିହାସଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଚୋଡ଼ଗଙ୍ଗ ଦେବହୋମୱାର୍ଡ଼ମିଳିତ ଜାତିସଂଘକପିଳାସ ଶିବ ମନ୍ଦିରଓଡ଼ିଆ କାବ୍ୟ କବିତାରବର୍ଟ ମୂଗକେନିଆପଶ୍ଚିମ ଓଡ଼ିଶାଜର୍ଜ କ୍ୟାଣ୍ଟରସୁଚିତ୍ରା ପାଣିଗ୍ରାହୀଲାଇମ ରୋଗଏଚଆଇଭି/ଏଡସଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)ମଧୁସୂଦନ ଦାସଜନ ଗଣ ମନ୧୯୮୦ଏକାଦଶୀ୧୯୬୨ବ୍ୟାସଦେବସାଇକେଲସମଲେଶ୍ୱରୀ ମନ୍ଦିରକାଳୀକା ଭଗବତୀ ମନ୍ଦିରଜ୍ଞାନୀ ଦେବାଶିଷ ମିଶ୍ରନିତ୍ୟାନନ୍ଦ ମହାପାତ୍ରନୀଳମାଧବ ମନ୍ଦିରବୈଷୟିକ ବିଜ୍ଞାନଆଫ୍ରିକାପ୍ରଶାନ୍ତ ପଟ୍ଟନାୟକପାଟଦେଇଉତ୍କଳ ସମ୍ମିଳନୀଲିଙ୍ଗରାଜ ମନ୍ଦିରଓଡ଼ଗାଁରଜାବଖରି,ଦଶ ବିଦ୍ୟା ମହଲ,ଓଡ଼ିଆ ରାମାୟଣଓଡ଼ିଶାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାରୋମ୮ ଜୁନ୨୧ଉଇକିପିଡ଼ିଆପଦାର୍ଥ ବିଜ୍ଞାନସାନ୍ତାଳ ଜନଜାତି୧୯୮୬ରାଧାସିପାହୀ ବିଦ୍ରୋହଆଣ୍ଟର୍କଟିକାରୋମାନିଆରଣା ସାପଗୌରୀଶଙ୍କର ରାୟ୧୯୭୫ଚିଙ୍ଗୁଡ଼ି🡆 More