ଡିଜିଟାଲ ଇଣ୍ଡିଆ ସପ୍ତାହ: ଡିଜିଟାଲ ଭାରତ।

ଜୁଲାଇ ୧ , ୨୦୧୫ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ଏହି ସପ୍ତାହର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଏକ ବିସ୍ତୃତ ବର୍ଗର ଡିଜିଟାଲ ଉତ୍ପାଦ ସେବାଗୁଡ଼ିକର ଉନ୍ମୋଚନ କରିଛନ୍ତି ଯଥା ଡିଜିଟାଲ ଲକର, ଡିଜିଟାଲ ପେମେଣ୍ଟ, ଡିଜିଟାଲ ଶିକ୍ଷା ଇତ୍ୟାଦି ।

ଜୁଲାଇ ୧ରୁ ସପ୍ତାହବ୍ୟାପି ଏହି କାର୍ଯ୍ୟକ୍ରମ ଚାଲୁରହିବ । ଜନସାଧାରଣଙ୍କ ସହ ଏହି ବିଷୟରେ ଯୋଗାଯୋଗ, ସଚେତନତା ଆଦି ପଦକ୍ଷେପ ନିଆଯାଉଛି । ଏହି କାର୍ଯ୍ୟକ୍ରମ ମଧ୍ୟ ବିଭିନ୍ନ ସ୍ତରରେ ଯଥା ଗ୍ରାମ ସ୍ତରୀୟ, ବ୍ଲକ ସ୍ତରୀୟ, ମୁନିସିପାଲିଟି, ସବଡିଭିଜନ, ଜିଲ୍ଲା, ରାଜ୍ୟ, ଏବଂ ଜାତୀୟସ୍ତରରେ ସମସ୍ତ ସରକାରୀ ଅନୁଷ୍ଠାନମାନଙ୍କଠାରୁ ବ୍ୟାପକ ପ୍ରଚାର କରାଯିବ ।

ଲକ୍ଷ୍ୟ

ଡିଜିଟାଲ ଇଣ୍ଡିଆ ଭାରତ ସରକାରଙ୍କ ଏକ ଫ୍ଲାଗସିପ ପ୍ରୋଗ୍ରାମ ଯାହାର ଲକ୍ଷ୍ୟ ‘’ଭାରତକୁ ଡିଜିଟାଲ ସଶକ୍ତ କରି ସମାଜିକ କ୍ଷେତ୍ରରେ ସମୃଦ୍ଧ କରିବା ଓ ପରିବର୍ତ୍ତନ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରିତ କରି ଆଇଟି (IT = (Indian Talent) + IT (Information Technology) = IT (India Tomorrow)କୁ ସିଦ୍ଧ କରିବା । ଏହି ପ୍ରୋଗ୍ରାମ ଇଲେକ୍ଟ୍ରୋନିକ ସେବା, ଉତ୍ପାଦ, ଉତ୍ପାଦନ ଏବଂ ରୋଜଗାର ସୃଷ୍ଟି କ୍ଷେତ୍ରରେ ସାମଗ୍ରିକ ବିକାଶକୁ ଦୃଷ୍ଟି ରଖିଛି । ଏହି ପ୍ରୋଗ୍ରାମର ତିନୋଟି ମୁଖ୍ୟ ଦୃଷ୍ଟି ‘ପ୍ରତ୍ୟେକ ନାଗରିକମାନଙ୍କ ବ୍ୟବହାର୍ଯ୍ୟ ନିମିତ୍ତ ଭିତ୍ତିଭୂମି’, ‘ଶାସନ ଏବଂ ଇଛାମତେ ସେବା’, ‘ନାଗରିକମାନଙ୍କ ଡିଜିଟାଲ ସଶକ୍ତିକରଣ’ ଉପରେ କାର୍ଯ୍ୟ କରିବ ।

ପରିଚାଳନା

ଏହି ପ୍ରୋଗ୍ରାମ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ(DeitY)ଦ୍ୱାରା ପରିକଳ୍ପିତ ଅଟେ । ଏହାକୁ ଅନେକ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ଏବଂ ରାଜ୍ୟ ସରକାର ସହଯୋଗ କରିବେ ।

ପାଣ୍ଠି

ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ କୋଟି ନିବେଶ ହେବ ବୋଲି ଯୋଜନା ହୋଇଛି । ୨,୫୦.୦୦୦ ଗ୍ରାମ ପଂଚାୟତକୁ ଅପ୍ଟିକ ଫାଇବରରେ ସଂଯୋଗ ପାଇଁ ପାଖାପାଖି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ ବିର୍ଲା କମ୍ପାନୀ ୭ ନିୟୁତ ଡଲାର ନିବେଶ କରିବ । ବୈଷୟିକ କ୍ଷେତ୍ରରେ ରିଲାଏନ୍ସ ୧୦ ହଜାର କୋଟି ନିବେଶ କରିବ ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ୨ ଲକ୍ଷ ୫୦ ହଜାର କୋଟି ନିବେଶ କରିବ । ମୋଟାମୋଟି ଭାବେ ଏହା ୪.୫ ଲକ୍ଷ କୋଟି ପୁଞ୍ଜିନିବେଶ ପାଇବ ଏବଂ ୧୮ ଲକ୍ଷ ଲୋକଙ୍କୁ ଜୀବିକା ପ୍ରଦାନ କରିବ ।

ଡିଜିଟାଲ ଇଣ୍ଡିଆ ସପ୍ତାହ ବୈଶିଷ୍ଟ୍ୟ

  • ବିପୁଳ ପରିମାଣରେ ଡିଜିଟାଲ କେନ୍ଦ୍ରମାନ ସ୍ଥାପନ କରି ସଂସ୍ଥା ଓ କାର୍ଯ୍ୟକ୍ରମମାନଙ୍କ ଜରିଆରେ ନାଗରିକମାନଙ୍କୁ ସୂଚନା, ଶିକ୍ଷା, ଏବଂ ନିଯୋଗ ପ୍ରଦାନ କରିବା । ଯଥା ସିଏସସିଗୁଡ଼ିକ/ ପୋଷ୍ଟ ଅଫିସଗୁଡ଼ିକ, ସ୍କୁଲ, ଗ୍ରାମ ପଂଚାୟତଗୁଡିକ ଇତ୍ୟାଦି ।
  • ସମସ୍ତ ନେଟବ୍ୟବହାରକାରୀ ନାଗରିକମାନଙ୍କ ସହ ଡିଜିଟାଲ ପ୍ରଚାର ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡ଼ି ହେବା ।
  • ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ,ସେବା,ଏବଂ ଏହାର ଲାଭ ବାବଦରେ ଅବଗତ କରାଇବା ।
  • ଇ-ସେବା, ଯୋଜନା, ଏବଂ ନୂଆ ଯୋଜନାଗୁଡ଼ିକୁ ଲୋକପ୍ରିୟ ଏବଂ ବ୍ୟାପକ କରିବା ।
  • ବ୍ୟବହାରିକ ଡିଜିଟାଲ ସାକ୍ଷରତାଦ୍ୱାରା ଲୋକମାନଙ୍କୁ ଶିକ୍ଷିତ କରିବା, ସାଇବର ସେକ୍ୟୁରିଟି , ସାଇବର ହାଇଜିନ, ଡିଜିଟାଲ ଭିତ୍ତିଭୂମିର ସୁବ୍ୟବହାର ଇତ୍ୟାଦି ।
  • ପାରିଶ୍ରମିକ, ପ୍ରେରଣା ଏବଂ ଏହି ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସହ ଲୋକଙ୍କ ସହ ଯୋଡ଼ିହେବା ।

ଡିଜିଟାଲ ଇଣ୍ଡିଆର ୯ଟି ସ୍ତମ୍ଭ

  1. ବ୍ରଡବ୍ୟାଣ୍ଡ ହାଇବେ
  2. ସମସ୍ତଙ୍କଦ୍ୱାରା ଫୋନ ବ୍ୟବହାର
  3. ଜନସାଧାରଣଙ୍କଦ୍ୱାରା ଇଣ୍ଟରନେଟ ବ୍ୟବହାର
  4. 'ଇ-ଶାସନ' ବୈଷୟିକ ସହାୟତାରେ ସରକାରୀ କାର୍ଯ୍ୟ ସୁଦୃଢ଼
  5. 'ଇ-କ୍ରାନ୍ତି' ଇଲେକ୍ଟ୍ରୋନିକ ମାଧ୍ୟମରେ ସେବା ଅର୍ପଣ
  6. ସମସ୍ତଙ୍କ ପାଇଁ ସୂଚନା
  7. 'ଇଲେକ୍ଟ୍ରୋନିକ ଉତ୍ପାଦନ' ଇଲେକ୍ଟ୍ରୋନିକ ଉପକରଣମାନଙ୍କର ଶୂନ୍ୟ ଆମଦାନୀ
  8. ରୋଜଗାର ପାଇଁ ଆଇଟି
  9. ଶୀଘ୍ର ଅମଳକ୍ଷମ ପ୍ରୋଗ୍ରାମଗୁଡ଼ିଏ

ଏହି ଅବସରରେ ଉନ୍ମୋଚିତ ଉତ୍ପାଦ/ସେବାଗୁଡ଼ିକ

  • କୃଷି ପାଇଁ ଏକ ପୋର୍ଟାଲ 'ଇ-ବାସ୍ତା' ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ପାଠ୍ୟବସ୍ତୁ ଉପଯୋଗୀ ସାବ୍ୟସ୍ତ ହେବ
  • ସାଧାରଣ ଜନତାଙ୍କ ପାଇଁ 'ଡିଜିଟାଲ ଲକର' ସୁବିଧା ଯେଉଁଥିରେ ସେମାନେ ଦରକାରୀ ଦସ୍ତାବିଜ ଯଥା ପ୍ୟାନ କାର୍ଡ, ପାସପୋର୍ଟ, ମାର୍କସିଟ, ଏବଂ ବିଭିନ୍ନ ପ୍ରମାଣପତ୍ର ଆଦି ସାଇତି ରଖିପାରିବେ ଏବଂ ଅନ୍ୟତ୍ର ପ୍ରେରଣ କରିପାରିବେ
  • 'ଇ-ହସ୍ପିଟାଲ' ପୋର୍ଟାଲ ଜରିଆରେ ସ୍ପେସିଆଲିଟି ଡାକ୍ତରମାନଙ୍କଠାରୁ ଆପଏଣ୍ଟମେଣ୍ଟ ନେବା ସହଜ ହେବ
  • ଜମିବାଡ଼ି ରେକର୍ଡ କାଗଜପତ୍ର, ଜନ୍ମମୃତ୍ୟୁ ପ୍ରମାଣପତ୍ର, ମାର୍କସିଟ ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ନଥିପତ୍ରକୁ ଡିଜିଟାଲାଇଜେସନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି
  • ଦେଶର ପ୍ରତ୍ୟେକ ନାଗରିକମାନଙ୍କ ପାଖରେ ଇଣ୍ଟରନେଟ ପହଂଚିବା କ୍ଷେତ୍ରରେ ଭିତ୍ତିଭୂମି ବିକଶିତ
  • ସେବା ଅର୍ପଣ ବ୍ୟବସ୍ଥାକୁ ଅନଲାଇନକୁ ଅଣାଯିବାର ପ୍ରତିଶୁତି
  • ଇଣ୍ଟରନେଟ ବ୍ୟବହାର ଜାଣିବା ପାଇଁ ୩କୋଟିରୁ ଉର୍ଦ୍ଧ ନାଗରିକମାନଙ୍କୁ ଡିଜିଟାଲ ସାକ୍ଷରତ ପ୍ରଶିକ୍ଷଣ
  • ଜାତୀୟ ସ୍କଲାରଶିପ ପୋର୍ଟାଲ
  • ଅନଲାଇନରେ 'ଇ-ଦସ୍ତଖତ' ସୁବିଧା ଆଟେଷ୍ଟ କରିବା ଚିନ୍ତାରୁ ମୁକ୍ତି
  • ୨୫୦୦ ସହରରେ ବିଏସଏନଏଲଦ୍ୱାରା ବାଇ-ଫାଈ ହଟସ୍ପଟ ସେବା
  • କନ୍ୟା ଫଣ୍ଡ ଆଦି ସମାଜିକ ଯୋଜନାର ଇଲେକତ୍ରୋନିକ ମାଧ୍ୟମରେ ପାଣ୍ଠି ସଂଗ୍ରହ
  • Resource pool of IP within the country


ଆଧାର

Tags:

ଡିଜିଟାଲ ଇଣ୍ଡିଆ ସପ୍ତାହ ଲକ୍ଷ୍ୟଡିଜିଟାଲ ଇଣ୍ଡିଆ ସପ୍ତାହ ପରିଚାଳନାଡିଜିଟାଲ ଇଣ୍ଡିଆ ସପ୍ତାହ ପାଣ୍ଠିଡିଜିଟାଲ ଇଣ୍ଡିଆ ସପ୍ତାହ ବୈଶିଷ୍ଟ୍ୟଡିଜିଟାଲ ଇଣ୍ଡିଆ ସପ୍ତାହ ଡିଜିଟାଲ ଇଣ୍ଡିଆର ୯ଟି ସ୍ତମ୍ଭଡିଜିଟାଲ ଇଣ୍ଡିଆ ସପ୍ତାହ ଏହି ଅବସରରେ ଉନ୍ମୋଚିତ ଉତ୍ପାଦସେବାଗୁଡ଼ିକଡିଜିଟାଲ ଇଣ୍ଡିଆ ସପ୍ତାହ ଆଧାରଡିଜିଟାଲ ଇଣ୍ଡିଆ ସପ୍ତାହନରେନ୍ଦ୍ର ମୋଦୀନୂଆ ଦିଲ୍ଲୀ

🔥 Trending searches on Wiki ଓଡ଼ିଆ:

ଗାର୍ଗୀ ମହାନ୍ତିସମ୍ବଲପୁର ଜିଲ୍ଲାବିମ୍ବାଧର କୁଅଁରରେବତୀ (କ୍ଷୁଦ୍ରଗଳ୍ପ)ଯକୃତବୈଷ୍ଣବ ପାଣିଲସ ଏଞ୍ଜଲେସ ଲେକର୍ସବର୍ଷା ପ୍ରିୟଦର୍ଶିନୀଆଲବର୍ଟ ଆଇନଷ୍ଟାଇନବିରିଅଭିମନ୍ୟୁ ସାମନ୍ତସିଂହାରବିଲେଇଉତ୍କଳ ବ୍ରାହ୍ମଣଜଗନ୍ନାଥରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧ ଅପ୍ରେଲବିଶ୍ୱନାଥ କରରାଜକିଶୋର ରାୟପଠାଣି ସାମନ୍ତସାରଳା ସମ୍ମାନମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଉଇକିପିଡ଼ିଆ ସମୂହର ତାଲିକାବୋବ୍ୱିଲି୨୫ ମାର୍ଚ୍ଚଜାଭା (ପ୍ରୋଗ୍ରାମିଂ ଭାଷା)ଶ୍ରୀରାଧାଓଡ଼ିଶା ସରକାରତାଳଚେରଶ୍ରୀରାମ ପଣ୍ଡାସାଇକେଲଏସ୍କେରିସିଆ କୋଲାଇବୈକୁଣ୍ଠନାଥ ପଟ୍ଟନାୟକଅର୍ଜୁନ ଗଛହାଡ଼ଫୁଟିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସମ୍ବଲପୁରବ୍ରାଉଜରରଣା ସାପଅଂଶୁଘାତବୈଶାଖବୀର ସୁରେନ୍ଦ୍ର ସାଏସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରାଶି ଓ ନକ୍ଷତ୍ରପଣା ସଂକ୍ରାନ୍ତିହୃତ୍‌ପିଣ୍ଡଯୋଗଗଣେଶ୍ୱର ବେହେରାଓଡ଼ିଆ ଲିପିଅଷ୍ଟ୍ରେଲିଆମହିମା ଧର୍ମମଧୁମେହଦାସକାଠିଆକଦଳୀଏଲିନା ସାମନ୍ତରାୟଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପବନ୍ଧୁ ଦାସଅମରକଣ୍ଟକ ଏକ୍ସପ୍ରେସଅମର ପ୍ରସାଦ ଶତପଥୀସ୍ତନହନୁମାନମନୋଜ ଦାସସମୁଦ୍ର୧ ଫେବୃଆରୀ🡆 More