ହଳଧର ନାଗ: ଓଡ଼ିଆ କବି ଓ ଲେଖକ

ହଳଧର ନାଗ ଓଡ଼ିଶାର ଜଣେ ପଦ୍ମଶ୍ରୀ ସମ୍ମାନିତ କବି ଓ ଲେଖକ । ସେ ସମ୍ବଲପୁରୀ ଭାଷାରେ ସାହିତ୍ୟ ସର୍ଜନା କରି, ସେ ପ୍ରାୟ ୩୩୦ରୁ ଉର୍ଦ୍ଧ ଅନୁଷ୍ଠାନଦ୍ୱାରା ପୁରସ୍କୃତ ହୋଇଛନ୍ତି ।

ହଳଧର ନାଗ
ହଳଧର ନାଗ: ବାଲ୍ୟଜୀବନ, ସାହିତ୍ୟ ସାଧନା, ସମ୍ମାନ
ଜନ୍ମ ଓ ଜନ୍ମସ୍ଥାନ (1950-03-31) ୩୧ ମାର୍ଚ୍ଚ ୧୯୫୦ (ବୟସ ୭୪)
ଘେଁସ, ସୋହେଲା ବରଗଡ଼
ଜାତୀୟତାଭାରତୀୟ
ପୁରସ୍କାରପଦ୍ମଶ୍ରୀ
ଜୀବନସାଥୀମାଳତୀ
ସନ୍ତାନନନ୍ଦିନୀ

ଦସ୍ତଖତହଳଧର ନାଗ: ବାଲ୍ୟଜୀବନ, ସାହିତ୍ୟ ସାଧନା, ସମ୍ମାନ

ବାଲ୍ୟଜୀବନ

ହଳଧର ନାଗ: ବାଲ୍ୟଜୀବନ, ସାହିତ୍ୟ ସାଧନା, ସମ୍ମାନ 

ହଳଧର ବରଗଡ଼ ଜିଲ୍ଲାର ଘେଁସଠାରେ ୧୯୫୦ ମସିହା ମାର୍ଚ ୩୧ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ମାତା ଗୁରୁବାରୀ ଓ ପିତା ଭଜନାଗଙ୍କ ୫ପୁଅ ଓ ୧ଝିଅଙ୍କ ମଧ୍ୟରୁ, ସେ ସର୍ବ କନିଷ୍ଠ । ହଳଧରଙ୍କ ପିଲାଦିନର ନାମ "କାଲିଆ" । ଦିନମଜୁରିଆ ପିତା ଭଜନାଗ, ପୁଅ ହଳଧରଙ୍କୁ ମାତ୍ର ୩ୟ ଶ୍ରେଣୀ ଯାଏଁ ପାଠ ପଢେଇ ପାରିଥିଲେ । ହଳଧର ପିଲାବେଳେ ଘେଁସର ପ୍ରାଥମିକ ବିଦ୍ୟାଳୟରେ ସେ ଜଣେ ପାଣି ଭାରୁଆ ଭାବେ କାମ କରୁ ଥିଲେ । ମାତ୍ର ୧୦ବର୍ଷ ବୟସରୁ ସେ ନିଜ ପିତାମାତାଙ୍କୁ ହରେଇଥିଲେ । ନିଜ ଗୁଜୁରାଣ ମେଣ୍ଟାଇବା ପାଇ ସେ ବିଦ୍ୟାଳୟ ହତାରେ ଏକ ତେଜରାତି ଦୋକନ କରି ସେ ଗୁଜୁରାଣ ମେଣ୍ଟାଉ ଥିଲେ । ସେଇଠି ଶିକ୍ଷକମାନେ ପିଲାମାନଙ୍କୁ ପଢାଇବା ସମୟରେ ତାକୁ ଶୁଣି ଓ ମନେରଖି ସେ ନିଜେ ନିଜେ ଅଭ୍ୟାସ କରୁଥିଲେ ।

ସାହିତ୍ୟ ସାଧନା

ଧରାବନ୍ଧା ଶିକ୍ଷାର ଅଭାବ ହଳଧରଙ୍କ ସାହିତ୍ୟ ସର୍ଜନାରେ କେବେ ବାଧା ହୋଇ ପାରିନାହିଁ । ଆରମ୍ଭରୁ ସମ୍ବଲପୁରୀ ଲୋକ କାହାଣୀ ଲେଖୁଥିବା ହଳଧର, ୧୯୯୦ ମସିହାରେ ସେ ନିଜ ପ୍ରଥମ କବିତା "ଧୋଡୋ ବରଗଛ୍" ଲେଖିଥିଲେ । ନିଜର ଅନୁଭୁତିକୁ ପାଥେୟ କରି ସେ ଲେଖିଛନ୍ତି ଅନେକ ଲୋକକାବ୍ୟ । ସମ୍ବଲପୁରୀ ଭାଷାରେ ତାଙ୍କର ଅନେକ କିମ୍ବଦନ୍ତୀ ମୁଳକ କାବ୍ୟ ଅଛି । ତାଙ୍କ ରଚନା ମଧ୍ୟରୁ "ମହାସତୀ ଉର୍ମିଳା" ସର୍ବଶ୍ରେଷ୍ଠ ବୋଲି ହଳଧର ମନେ କରନ୍ତି ।

ଲୋକକାବ୍ୟ

  • ରାତି
  • ଚଏତ୍ର ସକାଲ୍ ଆଏଲା
  • ଶବରୀ
  • ମାଁ
  • ଅଛିଆ
  • ବଛର୍
  • ମହାସତୀ ଉର୍ମିଳା
  • ରସିଆ କବି
  • ସତିଆ ବିହା
  • ଗୁଆଲ ତୀର୍ଥ
  • ତପଚାରୀ ବାବା
  • ହଲଧର ଧାମ
  • ତାରା ମନ୍ଦୋଦରୀ
  • ଶିରୀ ସମଲାଇ
  • ଲକ୍ଷ୍ମୀପୁରାଣ
  • ପ୍ରେମ୍ ପଏଚନ
  • ବୀର୍ ସୁରେନ୍ଦ୍ର ସାଇ
  • ସନ୍ଥ କବି ଭୀମଭୋଇ
  • ଋଷି କବି ଗଙ୍ଗାଧର
  • ଭାବ୍
  • ସୁରୁତ୍
  • ଭାବ ସୁରୁତ୍
  • ହଳଧର ଗ୍ରନ୍ଥାବଳୀ -୧(ଫ୍ରେଣ୍ଡସ ପବ୍ଳିସରସ୍ କଟକ)
  • ହଳଧର ଗ୍ରନ୍ଥାବଳୀ -୨(ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ହୋଇ, ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କରାଯିବ)

ହଳଧରଙ୍କ ନାଁରେ "ଲୋକ କବି ରତ୍ନ ହଳଧର ସଂସ୍କୃତି ପରିଷଦ", "ହଳଧର ସାହିତ୍ୟ ସଂସଦ", "ହଳଧର କ୍ଲବ" ଓ "ଲୋକକବି ହଳଧର ବନ ବିଦ୍ୟାଳୟ" ଆଦି ଅନୁଷ୍ଠାନ ଗଢ଼ି ଉଠିଛି ।

ସମ୍ମାନ

ଉପାଧୀ

  • ଲୋକ କବିରତ୍ନ
  • କୋଶଳ କୁଇଲି
  • ଯାଦବ କୁଳ ଗୌରବ
  • କୋଶଳ ରତ୍ନ
  • ଯାଦବ ରତ୍ନ

ଆଧାର

Tags:

ହଳଧର ନାଗ ବାଲ୍ୟଜୀବନହଳଧର ନାଗ ସାହିତ୍ୟ ସାଧନାହଳଧର ନାଗ ସମ୍ମାନହଳଧର ନାଗ ଉପାଧୀହଳଧର ନାଗ ଆଧାରହଳଧର ନାଗଓଡ଼ିଶାସମ୍ବଲପୁରୀ ଭାଷା

🔥 Trending searches on Wiki ଓଡ଼ିଆ:

ଗାର୍ଗୀ ମହାନ୍ତି୨୧କାଳୀଚରଣ ପଟ୍ଟନାୟକମାସତପସ୍ୱିନୀଇଣ୍ଡିଆନ ପ୍ରିମିଅର ଲିଗପ୍ରଦୀପ କୁମାର ପଣ୍ଡାହେମନ୍ତ ଦାସଓଡ଼ିଶାସାଦୃଶ୍ୟକଦଳୀଗଛଯକୃତଯୁକ୍ତରାଷ୍ଟ୍ର ଆମେରିକାବେଣୁଧର ରାଉତଗୁଗଲଓଡ଼ିଶୀଜଳ ପ୍ରଦୂଷଣବୀଣାପାଣି ମହାନ୍ତିମୋରୋକ୍କୋଘର ବାହୁଡ଼ାରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୁରୀ ଜିଲ୍ଲାପ୍ରଦୀପ କୁମାର ପାଣିଗ୍ରାହୀବିଦ୍ୟୁତମକର (ରାଶି)ନେମାଳଚୈତନ୍ୟସମ୍ବଲପୁର ଜିଲ୍ଲାୟୁରୋପଏସିଆସଞ୍ଜୁ ସାମସନହରେକୃଷ୍ଣ ମହତାବରଣା ସାପଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି୧୨ ଫେବୃଆରୀହିନ୍ଦୁ ଧର୍ମହାଡ଼ଫୁଟିମାୟାଧର ମାନସିଂହଶ୍ରୀରାମ ପଣ୍ଡାଉପେନ୍ଦ୍ର ଭଞ୍ଜମହାତ୍ମା ଗାନ୍ଧୀବିଭୂତି ପଟ୍ଟନାୟକକଳିଙ୍ଗ ଯୁଦ୍ଧଭାରତୀୟ ସ୍ୱାଧୀନତା ଆନ୍ଦୋଳନମଟର ସାଇକେଲବିର୍ସା ମୁଣ୍ଡାଚିନ୍ତାମଣି ବେହେରାଗଣେଶ୍ୱର ବେହେରାଗୋପାଳ ଚନ୍ଦ୍ର ପ୍ରହରାଜକେନ୍ଦୁଝର ଗଡ଼ଜାତ ରାଜ୍ୟଆଚାର୍ଯ୍ୟ ହରିହରଋଷିଆବିଅରଉତ୍କଳ ଦିବସକବିସୂର୍ଯ୍ୟ ବଳଦେବ ରଥବେଲଚତୁର ବିନୋଦୱିଲିଅମ ସେକ୍ସପିଅର୨୬ ଅପ୍ରେଲରାମାୟଣଅଣସରଗଙ୍ଗାଧର ମେହେରକେଶବ କୋଇଲିସୁବର୍ଣ୍ଣରେଖା ନଦୀ🡆 More