ଦିଲ୍ଲୀ

]

ଦିଲ୍ଲୀ
दिल्ली
ମହାନଗର
ଉପରୁ ଡାହାଣକୁ: ଲୋଟସ ଟେମ୍ପଲ, ହୁମାୟୁଁ ମସଜିଦ, କନୌଟ ପାଲେସ, ଅକ୍ଷରଧାମ ମଦିର, ଇଣ୍ଡିଆ ଗେଟ
ଉପରୁ ଡାହାଣକୁ: ଲୋଟସ ଟେମ୍ପଲ, ହୁମାୟୁଁ ମସଜିଦ, କନୌଟ ପାଲେସ, ଅକ୍ଷରଧାମ ମଦିର, ଇଣ୍ଡିଆ ଗେଟ
Countryଦିଲ୍ଲୀ India
Stateଦିଲ୍ଲୀ
Government
 • ରାଜ୍ୟ ପାଳତେଜେନ୍ଦ୍ର ଖାନ୍ନା
 • ମୁଖ୍ୟମନ୍ତ୍ରୀ ତାଲିକାଶୀଳା ଦିକ୍ଷୀତ
 • ମେୟରପ୍ରଫେସର ରଜନୀ ଅବ୍ୱୀ
Area
 • ସମୁଦାୟ1483 km2 (573 sq mi)
 • Rankପ୍ରଥମ
Elevation
239 m (784 ft)
Population
 (2010)
 • Total୧୬୭୫୩୨୩୫
 • Rankଦ୍ୱିତୀୟ
 • Density11297/km2 (29,260/sq mi)
Languages
 • Officialଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ
Time zoneUTC+5:30 (IST)
PIN
୧୧୦ xxx
Telephone code୯୧-୧୧- XXXX XXXX
ଯାନବାହାନ ପଞ୍ଚୀକରଣDL-xx
HDIIncrease
୦.୮୭୫
HDI Year୨୦୦୫
HDI Categoryଅଧିକ
Legislature typeଏକ ନ୍ୟାୟପାଳିକା
Legislature Strength୭୦
Websitedelhigovt.nic.in

ଦିଲ୍ଲୀ ଆୟତନ ଅନୁସାରେ ଭାରତର ସବୁଠୁ ବଡ଼ ମହାନଗର ଓ ଜନସଂଖ୍ୟା ହିସାବରେ ଦ୍ୱିତୀୟ ବୃହତ ମହାନଗର ଏହା ପୃଥିବୀର ଅଷ୍ଟମ ବୃହତ ମହାନଗର । ୨୦୧୧ ଲୋକଗଣନା ଏଠାରେ ୧୬,୭୫୩,୨୩୫ ଜଣ ବାସିନ୍ଦା ଅଛନ୍ତି । ଏଠାକାର ଗ୍ରେଟର ନ୍ୟାସନାଲ କ୍ୟାପିଟାଲ ରିଜିଅନ ସହରାଞ୍ଚଳରେ ପାଖାପାଖି ୨୨.୨ ମିଲିଅନ ଲୋକ ବାସ କରନ୍ତି । ଦିଲ୍ଲୀ ନାମ ନ୍ୟାସନାଲ କ୍ୟାପିଟାଲ ରିଜିଅନ ପାଖାପାଖି ସହରାଞ୍ଚଳକୁ ଓ ଭାରତର ରାଜଧାନୀକୁ ମଧ୍ୟ ବୁଝାଇଥାଏ । ଯଦିଓ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଭଳି କାମ କରେ, ରାଜନୈତିକ ପ୍ରଶାସନ ଅନୁସାରେ ଏହା ଏକ ରାଜ୍ୟ ଭାବେ କାମ କରେ । ଏଠାରେ ବାକି ରାଜ୍ୟମାନଙ୍କ ପରି ନ୍ୟାୟପାଳିକା, ହାଇକୋର୍ଟ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଏକ ମନ୍ତ୍ରିମଣ୍ଡଳ କାମ କରିଥାଏ । ନୂଆଦିଲ୍ଲୀ, ମିଳିତ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦେଇ ଶାସିତ ହୋଇଥାଏ । ଏହା ନ୍ୟାସନାଲ କ୍ୟାପିଟାଲ ରିଜିଅନର ମଧ୍ୟ ରାଜଧାନୀ ।

ଇତିହାସ

ଦିଲ୍ଲୀ 
72.5 m (238 ft), କୁତବ ମିନାର ପୃଥିବୀର ଉଚ୍ଚତମ ଇଟା ତିଆରି ମିନାର
ଦିଲ୍ଲୀ 
୧୫୬୦ରେ ତିଆରି, ହୁମାୟୁଁଙ୍କ ଦୁର୍ଗ ପ୍ରଥମ ମୋଗଲ ଦୁର୍ଗ ।
ଦିଲ୍ଲୀ 
ଲାଲ କିଲା, ଏକ ଇଉନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ, ହେଉଛି ସେହି ଜାଗା ହେଉଛି ସେହି ଜାଗା ଯେଉଁଠାରୁ ଭାରତର ପ୍ରଧାନ ମନ୍ତ୍ରୀ ସମଗ୍ର ଦେଶପ୍ରତି ସ୍ୱାଧୀନତା ଦିବସରେ ଭାଷଣ ଦିଅନ୍ତି ।

ଭାରତର ରାଜଧାନୀ ଦିଲ୍ଲୀ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିବାର ଐତିହାସିକମାନେ ମତ ଦିଅନ୍ତି । ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀ ବା ତାହା ଆଗରୁ ଏଠାରେ ଜନବସତି ଥିଲା ବୋଲି ମନେକରାଯାଏ । ଓ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ପରଠାରୁ ଏଠାରେ ନିରନ୍ତର ଜନବସତି ତିଆରି ହୋଇଚାଲିଥିଲା । ଏହା ମହାଭାରତର ପାଣ୍ଡବମାନଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥ ବୋଲି ବିଶ୍ୱାସ କରାଯାଏ ।ମୌର୍ଯ୍ୟ ଶାସନ ପରେ ଏଠାରେ ବିଭିନ୍ନ କାମ ବ୍ୟବସ୍ଥିତ ହୋଇଥିଲା ବୋଲି ଅନୁମାନ କରାଯାଏ ( ଖ୍ରୀ.ପୂ. ୩୦୦)।

ଦିଲ୍ଲୀ 

ନାମକରଣ

ରାଜଧାନୀ ଦିଲ୍ଲୀର ନାମକରଣ କିପରି ହୋଇଥିଲା, ତାହାର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉନ୍ମୋଚନ ହୋଇନାହିଁ । ଗବେଷକମାନେ ଏ ନେଇ ଭିନ୍ନ ଭିନ୍ନ ମତ ଦିଅନ୍ତି । ସ‌ହସ୍ରବର୍ଷ ପୂର୍ବେ ପ୍ରତିଷ୍ଠିତ ଏହି ସ‌ହରର ପୂରାନାମ ଇନ୍ଦ୍ରପ୍ରସ୍ଥ ଥିଲା । ଏହା ପଞ୍ଚୁପାଣ୍ଡବ (ଯୁଧିଷ୍ଠିର, ଭୀମ, ଅର୍ଜୁନ, ନ‌କୁଳ ଓ ସ‌ହଦେବ)ଙ୍କ ରାଜଧାନୀ ଥିଲା । ତେବେ ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୫୦ ବେଳକୁ ଜନୈକ ରାଜା ଧିଲୁ ଏଠାରେ ଶାସନ କରୁଥିଲେ । ତାଙ୍କ ନାମକୁ ଅପଭ୍ରଂଶ କରାଯାଇ ଏହି ସ୍ଥାନର ନାମ ଦିଲ୍ଲୀ ରଖାଯାଇଛି । ଅନ୍ୟ କେତେକ ଐତିହାସିକଙ୍କ ମତରେ, ତୋମର ବଂଶର ରାଜା ଧବ ତାଙ୍କ କିଲ୍ଲା ଭିତରର ଢିଲା ଲୁହା ଖମ୍ବ କାରଣରୁ ଏହି ସ୍ଥାନର ନାମ ଢିଲୀ ରଖିଦେଇଥିଲେ । ପରବର୍ତ୍ତୀ ସମୟରେ ତାହା ଅପଭ୍ରଂଶ ହୋଇ ଦିଲ୍ଲୀ ନାମକରଣ ହୋଇଛି । ମହାରାଜା ପୃଥ୍ୱୀରାଜ ଚୌହାନଙ୍କ ଶାସନ ସମୟରେ ଏହି ସ୍ଥାନର ନାମ ଦିଲ୍ଲୀ ରଖାଯାଇଥିଲା ବୋଲି ଉଜ୍ଜୟିନୀର ଜନୈକ ଗବେଷକ ପ୍ରକାଶ କରିଛନ୍ତି । ତାଙ୍କ କ‌ହିବା ଅନୁସାରେ, ପୃଥ୍ୱୀରାଜ ଚୌହାନ ଦିଲ୍ଲୀର ଶେଷ ହିନ୍ଦୁ ଶାସକ ଥିଲେ । ତାଙ୍କ ରାଜପରିଷଦର ଜଣେ ମୁଖ୍ୟ କର୍ମକର୍ତ୍ତା ଦିଲ୍ଲୀ ନାମ ରଖିଥିବା ଅନୁମେୟ ।

ଆଧାର

ଅଧିକ ତଥ୍ୟ

    ସରକାରୀ
    ବାକିସବୁ

Tags:

ଦିଲ୍ଲୀ ଇତିହାସଦିଲ୍ଲୀ ଆଧାରଦିଲ୍ଲୀ ଆଗକୁ ପଢ଼ିବେଦିଲ୍ଲୀ ଅଧିକ ତଥ୍ୟଦିଲ୍ଲୀ

🔥 Trending searches on Wiki ଓଡ଼ିଆ:

ଚୈତ୍ରବିଶ୍ୱନାଥ କରଚେରୋ ଜାତିସମୁଦ୍ରଗୁରୁପ୍ରସାଦ ମହାନ୍ତିବକ୍ସି ଜଗବନ୍ଧୁକୃଷ୍ଣଚନ୍ଦ୍ର ପାଣିଗ୍ରାହୀ୧୯୨୦ରାଜ୍ୟ ସଭାଆପେଣ୍ଡିସାଇଟିସଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୀର ସୁରେନ୍ଦ୍ର ସାଏମୋରୋକ୍କୋ୨୬ ଅପ୍ରେଲଆଖୁକୁଜିବର ପ‌ତ୍ରଦାମୋଦର ରାଉତଅଦାଓଡ଼ିଶାର ଇତିହାସଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୧୨ ଫେବୃଆରୀଓଡ଼ିଶା ଆଦର୍ଶ ବିଦ୍ୟାଳୟଭାରତୀୟ ଜନତା ପାର୍ଟିଦଶାଶ୍ୱମେଧ ଘାଟଶ୍ରୀରାମ ପଣ୍ଡା୧ (ସଂଖ୍ୟା)ଚଉଷଠି ଯୋଗିନୀ ମନ୍ଦିର, ହୀରାପୁରକ୍ୟୁ. ଆର. କୋଡ଼ହରେକୃଷ୍ଣ ମହତାବଜୀଜାଜୀ ଛତ୍ ପର୍ ହେଁହିଙ୍ଗୁଳା ମନ୍ଦିରକୁକୁରଭାରତ ସରକାରମଙ୍ଗଳା ମନ୍ଦିରକଦଳୀଗଛଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସୁବର୍ଣ୍ଣରେଖା ନଦୀବିବାହଗଜଲଅନ୍ନଦା ଶଙ୍କର ରାୟଉଇକିପିଡ଼ିଆ ସମୂହର ତାଲିକାଚିତ୍ତରଞ୍ଜନ ଦାସଗୋଦାବରୀଶ ମିଶ୍ରପରଶୁରାମପ୍ରଦୀପ କୁମାର ପଣ୍ଡାବୌଦ୍ଧ ଧର୍ମମହାତ୍ମା ଗାନ୍ଧୀଓକିଲ ଦିବସଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିରିମଧୁମେହଗୋଲୋକ ବିହାରୀ ଧଳପ୍ରଦ୍ୟୁମ୍ନ ଲେଙ୍କାସୌଭାଗ୍ୟ କୁମାର ମିଶ୍ରଅର୍ଜୁନ ଗଛଉତ୍କଳ ବ୍ରାହ୍ମଣମିନତି ମିଶ୍ରଚନ୍ଦ୍ରଶେଖର ଆଜାଦଜଗନ୍ନାଥଙ୍କ ବେଶରଣା ସାପରମାକାନ୍ତ ରଥପ୍ରଥମ ବିଶ୍ୱଯୁଦ୍ଧପିଆଜ🡆 More