ତାଳଚେର (କୋଇଲା ସହର ନାମରେ ମଧ୍ୟ ଜଣା) ଉଦ୍ୟୋଗ କ୍ଷେତ୍ରରେ ଦୃତଗତିରେ ବିକାଶ କରୁଥିବା ଓଡ଼ିଶାର ଏକ ପ୍ରମୁଖ ସହର ଓ କୋଇଲା ରପ୍ତାନି କେନ୍ଦ୍ର ମଧ୍ୟରୁ ଅନ୍ୟତମ। ଓ ଏହାକୁ ମଧ୍ୟ କଳାହୀରାର ସହର ବୋଲି କହନ୍ତି
ତାଳଚେର | |||||
— ସହର — | |||||
ଦିଗବାରେଣି | 20°57′N 85°13′E / 20.95°N 85.22°E | ||||
ଦେଶ | ଭାରତ | ||||
ରାଜ୍ୟ | ଓଡ଼ିଶା | ||||
ଭାରତର ଜିଲାସବୁ | ଅନୁଗୋଳ | ||||
ଲୋକସଂଖ୍ୟା | ୩୪,୯୮୪ (2001[update]) | ||||
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) | ||||
ପରିସୀମା • ସମୁଦ୍ର ପତ୍ତନଠାରୁ ଉଚ୍ଚତା | • 78 metres (256 ft) | ||||
କୋଡ଼
| |||||
ବେବସାଇଟ | [http://www |
ତାଳଚେର ରାଜ୍ୟର ଭିତ୍ତିସ୍ଥାପନ ସପ୍ତଦଶ ଶତାବ୍ଦୀ ପ୍ରାରମ୍ଭରେ ହିଁ ହୋଇଥିଲା । ଇତି ପୂର୍ବେ ତାଳଚେର ଓଡ଼ିଶାର (ପୁରୀ) ରାଜାମାନଙ୍କ ନିୟନ୍ତ୍ରାଣାଧୀନ ଥିଲା । ତାଳଚେର ଇତିହାସ ସଂପର୍କରେ କୌଣସି ପ୍ରାମାଣିକ ଅଥବା ନିର୍ଭରଯୋଗ୍ୟ ଇତିହାସ ଖୋଜିଲେ ମିଳେନାହିଁ । ଜନଶ୍ରୁତିରେ ଏହି ରାଜ୍ୟର ପ୍ରତିଷ୍ଠାତା ଥିଲେ ସଙ୍କର୍ଷଣ ନାମରେ ଜୟପୁର ରାଜାଙ୍କର ଜଣେ ବଂଶଧର । ସେ ଥିଲେ ସୂର୍ଯ୍ୟବଂଶୀ ଏବଂ ପ୍ରାୟ ଦ୍ୱାଦଶ ଶତାବ୍ଦୀରେ ଶାସନ କରୁଥିଲେ ।
କଥିତ ଅଛି ଯେ ଥରେ ରାଜା ସଂକର୍ଷଣ ତାଙ୍କ ଚାରି ପୁତ୍ରଙ୍କୁ ସାଥୀରେ ନେଇ ଏକ ତୀର୍ଥ ଯାତ୍ରାରେ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଆସିଥିଲେ । ସୂର୍ଯ୍ୟବଂଶୀ ହୋଇଥିବାରୁ ସେମାନେ ଗର୍ବରେ ପୁରୀ ରାଜାଙ୍କୁ ପ୍ରଣିପାତ କଲେ ନାହିଁ, ଫଳରେ ରାଜା ଜଗନ୍ନାଥ ଦର୍ଶନ କରିବାକୁ ଅନୁମତି ଦେଲେ ନାହିଁ । ଦୁଇ ଭାଇଙ୍କୁ ରାଜା ହତ୍ୟା କଲେ ଏବଂ ଅନ୍ୟ ଦୁଇ ଭାଇ ଲାଧରା (ଅଧୁନା ନାଧରା ) ପଳାୟନ କଲେ ଏବଂ ସେଠାରେ ଭୀମନଗରୀ ନାମରେ ଏକ ଦୁର୍ଗ ପ୍ରତିଷ୍ଠା କରି ଥିଲେ । ରାମଚଣ୍ଡୀ ଠାକୁରାଣୀଙ୍କ ପୂଜାର୍ଚ୍ଚନା ପାଇଁ ଏକ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ । ନାଧରା ବର୍ତ୍ତମାନ ଢେଙ୍କାନାଳ ରାଜ୍ୟ ଅନ୍ତର୍ଭୁକ୍ତ । ସେ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଉଦୟକର ସେଠାରେ ରାଜା ହେଲେ ଏବଂ ଅନ୍ୟ ଜଣଙ୍କ ବଣେଇ ଯାଇ ରାଜା ହେଲେ । କଥିତ ଅଛି ଉଦୟକର ପରଜଙ୍ଗ, ସୁବଳୟା ପ୍ରଭୃତି ଜୟ କରିଥିଲେ, ତାଙ୍କ ପୁତ୍ର ଗୋବିନ୍ଦ ବୀରବର “ହରିଚନ୍ଦନ” ଉପାଧି ଧାରଣକରି ତାଙ୍କ ଉତ୍ତରାଧିକାରୀ ହୋଇଥିଲେ । ବର୍ତ୍ତମାନ ତାଳଚେରର ଦୁର୍ଗାପୁର ଗ୍ରାମଟି ଥିଲା ଭୀମନଗରୀର ରାଜଧାନୀ । ତାଳଚେର ଦଣ୍ଡପାଟ ଅଞ୍ଚଳଟି ଅନେକ ପ୍ରଗଣା ବା ବିଷଦ୍ୱାରା ଗଠିତ ହୋଇଥିଲା । ଓଡ଼ିଶାର ରାଜା ପ୍ରତାପରୁଦ୍ର ଦେବ (୧୫୦୪ – ୧୫୩୨)ଙ୍କ ରାଜତ୍ୱ କାଳରେ ଏହି ଅଞ୍ଚଳଟି ଉଦୟକର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଥିଲା । ଉଦୟକରଙ୍କ ଦେହାନ୍ତ ପରେ କ୍ରମାନ୍ୱୟରେ ଗୋବିନ୍ଦ ମୁକୁନ୍ଦ ମନାଇ, ଗୋବିନ୍ଦ, ବନମାଳୀ, ହରିହର ଏବଂ ପଦ୍ମନାଭ ରାଜା ହୋଇଥିଲେ । ପଦ୍ମନାଭ ଶତୃମାନଙ୍କଦ୍ୱାରା ପରାଜିତ ହେଲେ ଏବଂ ସୁବଳୟା ଛାଡି ଚାଲିଗଲେ । ଏହା ପରେ ଓଡ଼ିଶାର ଶେଷ ରାଜା ମୁକୁନ୍ଦ ଦେବ ସ୍ୱର୍ଗାରୋହଣ କଲେ ଏବଂ ଓଡ଼ିଶାରେ ଅରାଜକତା ଓ ଚରମ ବିଶୃଙ୍ଖଳା ଦେଖାଗଲା । ୧୫୫୯ ଖ୍ରୀଷ୍ଟାବ୍ଦରେ କଟକର ଯାଜପୁରଠାରେ ଏକ ବିରାଟ ଯୁଦ୍ଧରେ ସେ ମୁସଲମାନ ସେନାଧ୍ୟକ୍ଷ କଳାପାହାଡଦ୍ୱାରା ନିହତ ହୋଇଥିଲେ । ଏହି ଅରାଜକତା ମଧ୍ୟରେ ଦଣ୍ଡପାଟର ସେନାଧ୍ୟକ୍ଷ ତାଙ୍କ ପଡୋଶୀମାନଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ରାଜା ପଦ୍ମନାଭ ବୀରବର ହରିଚନ୍ଦନ ନଦୀପାର ହୋଇ ତାଳେଶ୍ୱରୀ ଠାକୁରାଣୀଙ୍କ ନିକଟରେ ଏକ ଦୁର୍ଗ ସ୍ଥାପନ କଲେ କିନ୍ତୁ ପରେ ସେ ଖଣ୍ଡୁଆଳଙ୍କଦ୍ୱାରା ପରାସ୍ତ ହୋଇଥିଲେ । କଥିତ ଅଛି ଯେ ତାଳେଶ୍ୱରୀ ଠାକୁରାଣୀ ଥରେ ତାଙ୍କୁ ସ୍ୱପ୍ନରେ ଦେଖାଦେଇ କହିଲେ, ଯଦି ତୁ ମୋତେ ତାଳବଣୀରେ ପୂଜାର୍ଚ୍ଚନା କରିବୁ ତେବେ ଜୟଯୁକ୍ତ ହେବୁ । ରାଜା ଠାକୁରାଣୀଙ୍କ ଆଦେଶ ପାଳନ କଲେ ଓ ଜଙ୍ଗଲରେ ଏକ ବିରାଟ ବାଘ ହାବୁଡରେ ପଡ଼ିଲେ। ଏହାପରେ ଯେତେବେଳେ ଯୁଦ୍ଧ ହୁଏ, ସେ ଜୟଲାଭ କଲେ । ତାଙ୍କ ରାଜ୍ୟର ନାମ ହେଲା ତାଳଚେର ଏବଂ ସେହିକାଳରୁ ରାଜ୍ୟ ପ୍ରତିଷ୍ଠାର ସ୍ମାରକୀ ଭାବେ ବାଘ ଚିହ୍ନଟି ରାଜ୍ୟର ପ୍ରତୀକ ଗୃହିତ ହୋଇଛି । ତାପରେ ବହୁବର୍ଷ ଧରି କେତେକ ରାଜା ଶାନ୍ତିରେ ତାଳଚେର ରାଜ୍ୟ ଶାସନ କରିଥିଲେ । ତାଳଚେରର ଦୁର୍ଦ୍ଦିନ ଘନେଇ ଆସିଲା ୧୭୪୦ ମସିହାରେ, ଯେତେବେଳେ ତାଳଚେର ରାଜା ଓଡ଼ିଶା (ପୁରୀ) ରାଜାଙ୍କର ବିରାଗଭାଜନ ହୋଇ ଉଠିଲେ । ତାପରେ ଢେଙ୍କାନାଳ ରାଜା ନାଧରା ରାମଚଣ୍ଡୀ, ପରଜଙ୍ଗ, ସୁବଳୟା ଓ ପଳାଶୁଣୀ ପ୍ରଭୃତିକୁ ନିଜ ଶାସନାଧିନ କରିନେଇଥିଲେ । ପଦ୍ମନାଭ ବୀରବର ହରିଚନ୍ଦନ ସପ୍ତଦଶ ଶତାବ୍ଦୀର ଆଦ୍ୟ ଭାଗରେ ତାଳଚେରର ଶାସକ ଥିଲେ ଏବଂ ସେ ହିଁ ଥିଲେ ତାଳଚେରର ପ୍ରଥମ ରାଜା । ତାପରେ ବର୍ତ୍ତମାନର ଶାସକଙ୍କୁ ମିଶେଇ ଚଉଦ ଜଣ ତାଳଚେର ରାଜ୍ୟ ଶାସନ କରିଛନ୍ତି । ଏହି ରାଜାଙ୍କ ମଧ୍ୟରୁ କେହିହେଲେ ଜଣେ ମୋଗଲ କି ମରହଟ୍ଟା ସରକାରଙ୍କଠାରୁ କୋଣସି ଉପାଧି ଗ୍ରହଣ କରିନଥିଲେ । ମାତ୍ର ରାଜା ଦୟାନିଧି ବୀରବର ହରିଚନ୍ଦନ “ମହିନ୍ଦ୍ର ବାହାଦୁର” ଉପାଧି ଗ୍ରହଣ କରିଥିଲେ ଓ ଅନୁଗୋଳ ବିଦ୍ରୋହବେଳେ ସେ ସୈନିକମାନଙ୍କୁ ସାହାଯ୍ୟ କରିଥିବାରୁ ମଇ ୧୮ ତାରିଖ ୧୮୪୮ ମସିହାରେ ଏକ ଖିଲାତ୍ ଓ ହସ୍ତୀ ପ୍ରାପ୍ତ ହୋଇଥିଲେ ।
This article uses material from the Wikipedia ଓଡ଼ିଆ article ତାଳଚେର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.