ମୁକୁନ୍ଦ ଦେବ: ଓଡ଼ିଶାର ରାଜା

ଖୋର୍ଦ୍ଧା ଭୋଇ ରାଜବଂଶର ଇତିହାସ ହେଉଛି ଓଡ଼ିଶାର ଦୀର୍ଘ ଅଢ଼େଇଶହ ବର୍ଷର ଇତିହାସ । ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଅସ୍ତିତ୍ୱ ସହିତ ସେହି ଇତିହାସ ଓତଃପ୍ରୋତଃ ଭାବେ ଜଡ଼ିତ । ଭୋଇ ରାଜବଂଶର ପ୍ରତିଷ୍ଠାତା ହେଲେ ଗଜପତି ରାମ ଚନ୍ଦ୍ର ଦେବ ଏବଂ ସେହି ବଂଶର ଦ୍ୱାଦଶ ରାଜା ମୁକୁନ୍ଦଦେବ ବା ମୁକୁନ୍ଦ ହରିଚନ୍ଦନ ହେଉଛନ୍ତି ଓଡ଼ିଶାର ଶେଷ ସ୍ୱାଧୀନ ରାଜା । ସୂର୍ଯ୍ୟବଂଶ ପରେ ୧୫୪୦ ଖ୍ରୀ:ଅ:ରୁ ୧୫୫୯ ଖ୍ରୀ:ଅ: ପର୍ଯ୍ୟନ୍ତ ଭୋଇ ବଂଶ ଏବଂ ୧୫୫୯ ଖ୍ରୀ:ଅ:ରୁ ୧୫୬୮ ଖ୍ରୀ:ଅ: ପର୍ଯ୍ୟନ୍ତ ଚାଲୁକ୍ୟ ତେଲେଙ୍ଗା ମୁକୁନ୍ଦ ଦେବ ଓଡ଼ିଶାରେ ରାଜୁତି କରିଥିଲେ ।

ଇତିହାସ

ଚାଲୁକ୍ୟ ବଂଶର ରାଜା ମୁକୁନ୍ଦ ଦେବ ୧୫୫୯ରେ ସିଂହାସନ ଆରୋହଣ କରିଥିଲେ । ୧୫୬୦ରେ ବଂଗଳାର ସୁଲତାନ ଗୀୟାସୁଦ୍ଦିନ୍ ଜଲାଲା ସାହା ଓଡ଼ିଶା ଆକ୍ରମଣ ପୂର୍ବକ ଯାଜପୁର ପର୍ଯ୍ୟନ୍ତ ମାଡିଆସିଥିଲେ । ତେବେ ମୁକୁନ୍ଦଦେବ ତାଙ୍କୁ ପରାସ୍ତ କରି ଘଉଡାଇଦେଲେ । ଠିକ ସେହି ସମୟରେ ଆଫଗାନ ସେନାପତି ସୁଲତାନ ସୁଲେମାନ କିର୍ରାନି ବଙ୍ଗ ଅଧିକାର କରି ସୁଲତାନ ପଦରେ ଅଭିଷିକ୍ତ ହେଲେ । ତାଙ୍କ ଶତ୍ରୁ ଇବ୍ରାହୀମ ବଂଗରୁ ପଳାୟନ କରି ମୁକୁନ୍ଦ ଦେବଙ୍କ ଶରଣାପନ୍ନ ହେଲେ । ଆକବର ସେତେବେଳେ ବଙ୍ଗ ଅଧିକାର ପାଇଁ ଯୋଜନା କରୁଥିଲେ । ଅତଏବ ସେ ମୁକୁନ୍ଦ ଦେବଙ୍କ ସହାୟତା ଲୋଡିଲେ । ମୁକୁନ୍ଦ ଦେବ ଏଥିପାଇଁ ସମ୍ମତି ପ୍ରଦାନ କରି ସୁଲେମାନ ଖାଁ କରାଣୀଙ୍କର ଶତ୍ରୁ ବନିଗଲେ । ୧୫୬୭ରେ ଆକବର ଯେତେବେଳେ ଚିତୋର ଆକ୍ରମଣରେ ବ୍ୟସ୍ତ ଥିଲେ, ହଠାତ୍‌ ବଙ୍ଗଳାର ମୋଗଲ ଶାସକ ସୁଲତାନ ସୁଲେମାନ କିର୍ରାନି ଓଡ଼ିଶା ଆକ୍ରମଣ କଲେ । ଇତିମଧ୍ୟରେ, ସୁଲତାନଙ୍କ ପୁଅ ବୟାଜିଦ୍ ଏବଂ ସେନାପତି କଳାପାହାଡ଼ ସୈନ୍ୟବାହିନୀ ସହ ଆସି ଅତର୍କିତ ଓଡ଼ିଶା ଆକ୍ରମଣ କଲେ । ଏହି ସମୟରେ କଳାପାହାଡ଼ର ଆକ୍ରମଣରେ ଓଡ଼ିଶାର ଅନେକ ମନ୍ଦିର ଧ୍ୱଂସ ହୋଇଗଲା । ମାଦଳା ପାଞ୍ଜିରେ କଳାପାହାଡ଼ କୋଣାର୍କ ମନ୍ଦିର ଧ୍ୱଂସ କରିବା କଥା ଲିପିବଦ୍ଧ ଅଛି । ମନ୍ଦିରରେ ଥିବା ୨୦ ଫୁଟର କାନ୍ଥ ଭାଙ୍ଗିବା ପାଇଁ ସେ ସକ୍ଷମ ହୋଇଥିଲେ । ମନ୍ଦିରର ଦଧିନଉତି ତଥା ଅଧିକାଂଶ ମୂର୍ତ୍ତି ସେ ଭାଙ୍ଗିଦେଇଥିଲେ । ଏକାକୀ ମୁକୁନ୍ଦଦେବ ଏହି ଅତର୍କିତ ଆକ୍ରମଣକୁ ପ୍ରତିହତ କରି ନ ପାରି ସୁଲତାନଙ୍କଦ୍ୱାରା ବନ୍ଦୀ ହେଲେ । ତେବେ, ସାରଙ୍ଗଗଡର କରଦ ରାଜା ଗଜପତି ରାମଚନ୍ଦ୍ର ଭଞ୍ଜ ବିଦ୍ରୋହ କରି ନିଜକୁ ରାଜା ଘୋଷଣା କଲେ । ଅତଏବ, ମୁକୁନ୍ଦଦେବ ତାଙ୍କର ଏହି ଶତ୍ରୁ ରାଜାଙ୍କୁ ପରାସ୍ତ କରିବା ନିମନ୍ତେ ସୁଲେମାନଙ୍କ ସାହାଯ୍ୟ ନେଇଥିଲେ । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ମୁକୁନ୍ଦ ଦେବ ବୟାଜିତଙ୍କ ସହ ଏକ ସନ୍ଧି କରି ରାମଚନ୍ଦ୍ର ଭଞ୍ଜଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ଆଗେଇ ଆସିଲେ । ଗୋହିରାଟିକିରିଠାରେ ଉଭୟଙ୍କ ମଧ୍ୟରେ ଭୟଂକର ଯୁଦ୍ଧ ହେଲା । ଯୁଦ୍ଧରେ ମୁକୁନ୍ଦ ଦେବ ପ୍ରାଣ ହରାଇଲେ । ରାମଚନ୍ଦ୍ର ଭଞ୍ଜ ମଧ୍ୟ ବୟଜିତଙ୍କଦ୍ୱାରା ନିହତ ହେଲେ ଏବଂ ଓଡ଼ିଶା ଏହିପରି ଭାବେ ୧୫୬୮ରେ ଆଫଗାନ ଅଧିନକୁ ଚାଲିଗଲା ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବୀଜାଣୁପିତ୍ତ ନଳୀ କର୍କଟସେସିଲିଆ ପେଇନ-ଗାପୋସ୍ଚକିନହରେକୃଷ୍ଣ ମହତାବଚୈତ୍ରୟୁରୋପଲଣ୍ଠନଦେବୀପ୍ରସନ୍ନ ପଟ୍ଟନାୟକବେଦନବ ଚରଣ ମାଝିତୁଳସୀ ଦାସସିଲିଗୁଡ଼ିଏରିଦେମା ମଲ୍ଟିଫର୍ମସ୍ତନ କର୍କଟବିଶ୍ୱ ନାଟ୍ୟ ଦିବସସୁଭାଷ ଚନ୍ଦ୍ର ବୋଷହୋଲିବିଜୟ ମିଶ୍ରଗୋପାଳ (ଜାତି)ଦେବରାଜ ମହାନ୍ତିପଳାଶପାକସ୍ଥଳୀ କର୍କଟଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁରୁଉଇକିମିଡ଼ିଆ ମୁଭମେଣ୍ଟଉଇକିଡାଟାଭାରତନକ୍ଷତ୍ରଶାଲିନୀ ଅରୋଡ଼ାଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)୨୦୧୯ ନୂତନ କରୋନା ଭୂତାଣୁଆଡ଼ୋବିଦିନମୁକ୍ତେଶ୍ଵର ଦେଉଳମହିଳା ଯୌନାଙ୍ଗ ଛେଦନବଣ୍ଡା ଜନଜାତିଓଡ଼ିଆ ବାହାଘରଫଗୁ ଦଶମୀପ୍ରାଣବନ୍ଧୁ କରଅରୁଣା ମହାନ୍ତିମେଲାଟୋନିନଭାରତ ଛାଡ଼ ଆନ୍ଦୋଳନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେବତୀ (କ୍ଷୁଦ୍ରଗଳ୍ପ)ଗଙ୍ଗାଧର ମେହେରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଯୁକ୍ତରାଜ୍ୟଗାୟତ୍ରୀ ସରାଫସାରଳା ଦାସଛଉ ନାଚଓଡ଼ିଆ ଭାଗବତପଞ୍ଚକନ୍ୟାଅରବିନ୍ଦ କେଜରିୱାଲ୧ ଜୁଲାଇଖାରବେଳମକର ସଂକ୍ରାନ୍ତିବି. ଆର. ଆମ୍ବେଦକରଅଯୋଧ୍ୟାମାର୍ଚ୍ଚରିଲପିଭିରିନଜ୍ଞାନପୀଠ ପୁରସ୍କାର୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣକାନନ ମିଶ୍ରଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)ଶାରଳା ପୁରସ୍କାର🡆 More