ବାଘ: ବନ୍ୟ ଜନ୍ତୁ

ବାଘ ବା ବ୍ୟାଘ୍ର (ଈଂରାଜୀରେ Tiger, ସାନ୍ତାଳୀରେ ᱛᱟᱹᱨᱩᱵ, ସମ୍ବଲପୁରୀରେ ବାଘ୍, ହିନ୍ଦୀରେ बाघ, ଜୀବବିଜ୍ଞାନ ନାମ Panthera tigris) ବିରାଡି ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏହାର ଈଷତ୍ ହଳଦିିଆ ବା କମଳା ରଙ୍ଗର ଚମଡ଼ାରେ କଳା ରଙ୍ଗର ପଟା ପଟା ଦାଗ ଥାଏ ଓ ପେଟଟି ଧଳା ରଙ୍ଗର ହୋଇଥାଏ । ବାଘ, ସିଂହ, କଲରାପତରିଆ ବାଘ, ଜାଗୁଆର ଓ ହିମ କଲରାପତ୍ରିଆ ବାଘ ଇତ୍ୟାଦି ଜୀବ ପାନ୍ଥେରା ପ୍ରଜାତି ଭାବେ ପରିଗଣିତ ହୋଇଥାନ୍ତି । ବାଘ ନିଜ ପରିବାସର ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚତମ ମାଂସାସୀ ଜୀବ । ଗୋରୁ ଓ ହରିଣ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରନ୍ତି, କେବଳ କେତେକ ପରିସ୍ଥିତିରେ କିଛି ବାଘମାନଙ୍କୁ ଏକାଠି ମିଳିମିଶି ରହୁଥିବା ଦେଖାଯାଏ । ବାଘମାନେ ସାଧାରଣତଃ ନିଜର ଏକ ଶିକାର କ୍ଷେତ୍ର ନିର୍ଦ୍ଧାରଣ କରି ତାହାର ନିୟନ୍ତ୍ରଣ କରନ୍ତି । ଶିକାରର ଚାହିଦା ମେଣ୍ଟାଇ ପାରୁଥିବା ଏକ ବିରାଟ ଅଞ୍ଚଳକୁ ସାଧାରଣତଃ ବାଘମାନେ ନିଜର ପରିବାସ ବା ଶିକାର କ୍ଷେତ୍ର ରୂପେ ଚୟନ କରିଥାନ୍ତି । ଅନେକ କାରଣରୁ ପୃଥିବୀର କେତେକ ଦେଶରେ ମନୁଷ୍ୟ ଓ ବାଘ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।

ବାଘ
ଜୀବାଶ୍ମ କାଳ: early Pleistocene–Present
PreЄ
Є
O
S
D
C
P
T
J
K
Pg
N
ବାଘ: ନାମକରଣର ଇତିହାସ, ବର୍ଗୀକରଣ, ଆହୁରି ଦେଖନ୍ତୁ
ଭାରତର କାହ୍ନା ଜାତୀୟ ଉଦ୍ୟାନର ଏକ ମହାବଳ ବାଘ
Conservation status
ବାଘ: ନାମକରଣର ଇତିହାସ, ବର୍ଗୀକରଣ, ଆହୁରି ଦେଖନ୍ତୁ
Endangered  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ବର୍ଗ: କାର୍ନିଭୋରା
Suborder: Feliformia
Family: Felidae
Genus: Panthera
ଜାତି: P. tigris
ବାଇନୋମିଆଲ ନାମ
Panthera tigris
(କାର୍ଲ୍ ଲିନାୟସ୍, ୧୭୫୮)
ବାଘ: ନାମକରଣର ଇତିହାସ, ବର୍ଗୀକରଣ, ଆହୁରି ଦେଖନ୍ତୁ
୧୮୫୦ ମସିହା ଓ ୨୦୦୬ ମସିହା ବେଳକୁ ପୃଥିବୀରେ ବାଘ ପ୍ରଜାତିମାନଙ୍କର ଭୌଗୋଳିକ ବ୍ୟାପ୍ତି ଯଥାକ୍ରମେ ହଳଦିଆ ଓ ସବୁଜ ରଙ୍ଗଦ୍ୱାରା ଚିହ୍ନିତ
Synonyms
  • ଫେଲିସ୍ ଟାଇଗ୍ରିସ୍ (Felis tigris) କାର୍ଲ୍ ଲିନାୟସ୍, ୧୭୫୮
  • ଟାଇଗ୍ରିସ୍ ଷ୍ଟ୍ରିୟାଟସ୍ (Tigris striatus) ନିକୋଲାଇ ସେଭେର୍ଟ୍‍ଜୋଭ୍, ୧୮୫୮
  • ଟାଇଗ୍ରିସ୍ ରିଗାଲିସ୍ (Tigris regalis) ଜନ୍ ଏଡୱାର୍ଡ୍ ଗ୍ରେ, ୧୮୬୭

ନିଜ ଦେହର ସ୍ୱତନ୍ତ୍ର ସୁନ୍ଦର ରଙ୍ଗ ତଥା ଜଙ୍ଗଲରେ ନିଜର ଅଦ୍ଭୁତପୂର୍ବ ରାଜକୀୟ ଠାଣି ପାଇଁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମହଲରେ ବାଘ ଖୁବ୍ ଲୋକପ୍ରିୟ । ପ୍ରାଚୀନ ପୌରାଣିକ କଥା, ଲୋକକଥା ଇତ୍ୟାଦିରେ ବାଘଙ୍କ ଉପସ୍ଥିତି ଦେଖାଯାଇପାରିବ ଓ ଆଧୁନିକ ସମୟରେ କଥାଚିତ୍ର, ବୃତ୍ତଚିତ୍ର, ସାହିତ୍ୟ, ପତାକା, ରାଜ ସଙ୍କେତ ଓ କ୍ରୀଡ଼ା ମାସ୍କଟ୍ ଭାବେ ବାଘମାନଙ୍କୁ ଦେଖିବାକୁ ମିଳେ । ବାଘ ହେଉଛି ଭାରତ, ବଙ୍ଗଳାଦେଶ, ମାଲେସିଆଦକ୍ଷିଣ କୋରିଆ ପ୍ରଭୃତି ଦେଶର ଜାତୀୟ ପଶୁ ।

ନାମକରଣର ଇତିହାସ

ଲାଟିନ୍ ଶବ୍ଦ ଟାଇଗ୍ରିସ୍ (tigris)ରୁ ପ୍ରାଚୀନ ଫରାସୀ ଶବ୍ଦ ଟିଗ୍ରେ (tigre)ର ସୃଷ୍ଟି ଓ ପୁଣି ଏହି ଫରାସୀ ଶବ୍ଦରୁ ପୁରାତନ ଈଂରାଜୀ ଶବ୍ଦ ଟାଇଗ୍ରାସ୍ (tigras) ଓ ମଧ୍ୟଯୁଗୀୟ ଈଂରାଜୀ ଶବ୍ଦ ଟାଇଗର୍ (tigre)ର ସୃଷ୍ଟି । ପ୍ରାଚୀନ ଗ୍ରୀକ୍ ଶବ୍ଦ τίγρις (ଟାଇଗ୍ରିସ୍)ରୁ ଏହି ଲାଟିନ୍ ଶବ୍ଦର ସୃଷ୍ଟି ହୋଇଥିଲା । ଗ୍ରୀକ୍ ଶବ୍ଦଟିର ମୂଳ କେଉଁଠାରୁ ତାହା ଅଜଣା, ତେବେ ଏହି ଶବ୍ଦଟି ବାଘ କିମ୍ବା "ଟାଇଗ୍ରିସ୍ ନଦୀ"କୁ ବୁଝାଇବା ପରି ମନେ ହୁଏ । ଆଉ ଏକ ମତାନୁସାରେ ପାରସୀ ଶବ୍ଦ ଟିଗ୍ରା - tigra ବା ଅୱେସ୍ତୀୟ ଭାଷାର ଶବ୍ଦ ତିଗ୍ରି - tigrhi ଏହି ଜୀବର ଈଂରାଜୀ ନାମର ମୂଳ ଶବ୍ଦ ହୋଇପାରେ । ପାରସୀ ଶବ୍ଦର ଅର୍ଥ ମୁନିଆ ହୋଇଥିବା ବେଳେ ଅୱେସ୍ତୀୟ ଶବ୍ଦର ଅର୍ଥ ହେଉଛି ତୀର । ବାଘ ସହ ଏହି ସବୁ ଶବ୍ଦର ସମ୍ପର୍କ ବିଷୟରେ ସବିଶେଷ ପ୍ରମାଣ ନଥିଲେ ମଧ୍ୟ ବାଘର ଲମ୍ଫର ବେଗ ବା ଶାରୀରିକ ବୈଶିଷ୍ଟ୍ୟ ଯୋଗୁଁ ଏଗୁଡ଼ିକ ବ୍ୟବହାର କରାଯାଇଥିବ ବୋଲି ଅନୁମାନ କରାଯାଏ ।

ଜୀବ ପରିବାରର "ପାନ୍ଥେରା" ନାମର ସୃଷ୍ଟି ପ୍ରାଚୀନ ଫରାସୀ ଶବ୍ଦ ପାଣ୍ଟେରେ, ଲାଟିନ୍ ଶବ୍ଦ ପାନ୍ଥେରା କିମ୍ବା ପ୍ରାଚୀନ ଗ୍ରୀକ୍ ଶବ୍ଦ ପ୍ୟାନ୍ଥର୍‍ରୁ ହୋଇଥାଇପାରେ । ଏହି ସବୁ ଶବ୍ଦର ତତ୍କାଳୀନ ଅର୍ଥ ହେଲା – ହଳଦିଆ ପଶୁ । ପ୍ରାଚୀନ ଗ୍ରୀକ୍ କାଳରେ ପଣ୍ଡ୍ର ବୋଲି ମଧ୍ୟ ଏକ ଶବ୍ଦ ରହିଥିଲା ଯାହା ଧଳା-ହଳଦିଆ ମିଶା ରଙ୍ଗକୁ ବୁଝାଉଥିଲା । ପଣ୍ଡ୍ର ଶବ୍ଦଟି ସଂସ୍କୃତ ଶବ୍ଦ ପୁଣ୍ଡରୀକରୁ ସୃଷ୍ଟି ହୋଇଥିବା ସମ୍ଭବପର । ପୁଣ୍ଡରୀକ ଶବ୍ଦର ଅର୍ଥ ହେଲା ବାଘ । (ତେବେ ପୁଣ୍ଡରୀକ ଶବ୍ଦର ଅନେକ ଅର୍ଥ ରହିଛି ।) ଗ୍ରୀକ୍ ଲୋକକଥା ଅନୁସାରେ ଉପସ୍ଥାପିତ ମତ ଯେ ପ୍ୟାନ୍ଥର୍ ଶବ୍ଦ ପ୍ୟାନ୍ (ଅର୍ଥାତ୍ - ସମସ୍ତ) ଓ ଥେର୍ (ଅର୍ଥାତ୍ - ପଶୁ)ର ମିଶ୍ରଣରୁ ସୃଷ୍ଟ ତାହା ବିଭ୍ରାନ୍ତିକର ।

ସଂସ୍କୃତରେ ବି+ଆ+ଘ୍ରା (ଧାତୁ)ରୁ ବ୍ୟାଘ୍ର ଶବ୍ଦର ସୃଷ୍ଟି । ଏହି ଶବ୍ଦର ଅର୍ଥ ହେଲା – ଗନ୍ଧ ଗ୍ରହଣ କରିବା ବା ଭକ୍ଷଣ କରିବା । ବ୍ୟାଘ୍ର ଶବ୍ଦର ଅପଭ୍ରଂଶ ହୋଇ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରଚଳିତ "ବାଘ" ଶବ୍ଦର ସୃଷ୍ଟି ।

ବର୍ଗୀକରଣ

୧୭୫୮ ମସିହାରେ କାର୍ଲ୍ ଲିନାୟସ୍ ନିଜ ପୁସ୍ତକ ସିଷ୍ଟମା ନାଚୁରେ - Systema Naturaeରେ ବାଘ ବିଷୟରେ ବିବରଣୀ ପ୍ରଦାନ କରି ତାହାକୁ ଫେଲିସ୍ ଟାଇଗ୍ରିସ୍ ବୋଲି ଜୀବବିଜ୍ଞାନ ନାମକରଣ କରିଥିଲେ । ୧୯୨୯ ମସିହାରେ ବ୍ରିଟିଶ୍ ଜୀବ ବର୍ଗୀକରଣ ବିଶେଷଜ୍ଞ ରେଜିନାଲ୍ଡ ଇନ୍ନେସ୍ ପୋକକ୍ ବାଘକୁ ପ୍ୟାନ୍ଥେରା ପ୍ରଜାତିରେ ସଂସ୍ଥାପିତ କରି ତାହାକୁ ପାନ୍ଥେରା ଟାଇଗ୍ରିସ୍ ବୋଲି ନାମିତ କରିଥିଲେ ।

ବିବର୍ତ୍ତନ

ବାଘ: ନାମକରଣର ଇତିହାସ, ବର୍ଗୀକରଣ, ଆହୁରି ଦେଖନ୍ତୁ 
ବାଘର ଫାଇଲୋଜେନେଟିକ୍ ବିବର୍ତ୍ତନ ଲତିକା
ବାଘ: ନାମକରଣର ଇତିହାସ, ବର୍ଗୀକରଣ, ଆହୁରି ଦେଖନ୍ତୁ 
ଏକ ବିଲୁପ୍ତ ବାଘ ପ୍ରଜାତି "ପାନ୍ଥେରା ଡାନ୍‍ସ୍କି"ର ପରିକଳ୍ପିତ ଚିତ୍ର । ଏହାର ଜୀବାଶ୍ମ ଉତ୍ତର-ପଶ୍ଚିମ ଚୀନରୁ ମିଳିଥିଲା ଓ ସେଠାରୁ ବାଘ ପ୍ରଜାତିର ସୃଷ୍ଟି ହୋଇଥିବା ଅନୁମାନ କରାଯାଏ ।

ପାନ୍ଥେରା ବଂଶର ସିଂହ, କଲରାପତରିଆ ବାଘ ଓ ଜାଗୁଆର୍ ବାଘମାନଙ୍କ ନିକଟତମ ସମ୍ପର୍କୀୟ । ଜିନ୍‍ଗତ ବିଶ୍ଳେଷଣରୁ ଜଣାଯାଏ ଯେ ପାଖାପାଖି ୨୮.୮ ଲକ୍ଷ ବର୍ଷ ପୂର୍ବେ ବାଘ ଓ ହିମ କଲରାପତ୍ରିଆ ବାଘଙ୍କ ବିବର୍ତ୍ତନ ଧାରା ପାନ୍ଥେରା ପ୍ରଜାତିର ଅନ୍ୟ ଜୀବଙ୍କ ବିବର୍ତ୍ତନ ଧାରାଠାରୁ ବଦଳି ଗଲା । ତେଣୁ ସିଂହ, କଲରାପତରିଆ ବାଘ ଓ ଜାଗୁଆର୍ ପ୍ରାୟ ଏକା ବିବର୍ତ୍ତନ ଧାରାରେ ଯାଇଥିବା ବେଳେ ବାଘ ଓ ହିମ କଲରାପତ୍ରିଆ ବାଘ ପରସ୍ପରର ନିକଟତର । ଫାଇଲୋଗ୍ରାଫିକ୍ ଗବେଷଣାରୁ ଜଣାପଡ଼ିଛି ଯେ ୭୨୦୦୦-୧୦୮୦୦୦ ବର୍ଷ ପୂର୍ବେ ବର୍ତ୍ତମାନ ଦେଖାଯାଉଥିବା ସମସ୍ତ ବାଘ ଉପପ୍ରଜାତିର ପୂର୍ବପୁରୁଷ ବୋଲାଉଥିବା ବାଘ ପ୍ରଜାତିର ସୃଷ୍ଟି ହୋଇଥିଲା ।

ଲଂଗ୍‍ଡାନ୍ ବାଘ ବା ପାନ୍ଥେରା ଡାନ୍‍ସ୍କିର ଜୀବାଶ୍ମ ଅବଶେଷ ଉତ୍ତର-ପଶ୍ଚିମ ଚୀନର ଗାନ୍ସୁ ପ୍ରଗଣାରେ ମିଳିଥିଲା । ପ୍ରାୟ ୨୦ ଲକ୍ଷ ବର୍ଷ ପୂର୍ବେ ପ୍ଲାଇଷ୍ଟୋସିନ୍ ଯୁଗର ଆରମ୍ଭ ସମୟରେ ଏହି ବାଘ ପ୍ରଜାତି ବିଚରଣ କରୁଥିଲା । ଏହାର ଆକାର ପ୍ରାୟ ଜାଗୁଆର୍ ପରି ଥିଲା ଓ କିନ୍ତୁ ଏହାର ଛାଲର ଦାଗ ଭିନ୍ନ ଥିଲା । ଲଂଗ୍‍ଡାନ୍ ବାଘ ଆଧୁନିକ ବାଘର ଆଦିମ ପ୍ରଜାତି ଓ ଦୁଇ ପ୍ରଜାତିଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ଥାଇପାରେ । ଉତ୍ତର-ପଶ୍ଚିମ ଚୀନରୁ ଏହି ବାଘ ବଂଶର ଉଦ୍ଭବ ହୋଇଥିବ ବୋଲି ଅନୁମାନ କରାଯାଏ । କ୍ରମଶଃ ବାଘ ହରିଣ ଓ ବନ୍ୟଗୋରୁ ପ୍ରଜାତିର ଶିକାର କରି ଖାଇଲେ ଓ ସେମାନଙ୍କ ଆକାରରେ ମଧ୍ୟ ବୃଦ୍ଧି ଘଟିଲା । ପ୍ଲାଇଷ୍ଟୋସିନ୍ ଯୁଗର ଆରମ୍ଭରେ ଦକ୍ଷିଣ-ପୂର୍ବ ଏସିଆରେ ବାଘର ଏହି ଆକାର ସମ୍ପର୍କୀୟ ବିବର୍ତ୍ତନ ଘଟିଥିବା ଅନୁମାନ କରାଯାଏ ।


ଆହୁରି ଦେଖନ୍ତୁ


ଆଧାର

A to Z Essays : Essay on Tiger


ପୁସ୍ତକ ଆଧାର

ବାହାର ଆଧାର

Tags:

ବାଘ ନାମକରଣର ଇତିହାସବାଘ ବର୍ଗୀକରଣବାଘ ଆହୁରି ଦେଖନ୍ତୁବାଘ ଆଧାରବାଘ ପୁସ୍ତକ ଆଧାରବାଘ ବାହାର ଆଧାରବାଘ

🔥 Trending searches on Wiki ଓଡ଼ିଆ:

ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଯୌନ ଉତ୍ପୀଡ଼ନଶାସ୍ତି (ଓଡ଼ିଆ କଥାଚିତ୍ର)ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟvji40ପଥ ଓ ପୃଥିବୀପ୍ରାଣକୃଷ୍ଣ ପରିଜାନରେନ୍ଦ୍ର ମୋଦୀମେହମୁଦ ହୁସେନଭାରତର ସଂସଦବିଭୂତି ପଟ୍ଟନାୟକକୋଣାର୍କ ସୂର୍ଯ୍ୟ ମନ୍ଦିରହୃଷୀକେଶ ମଲ୍ଲିକମାଲକାନଗିରି ଜିଲ୍ଲାଚରକରାଜକିଶୋର ପଟ୍ଟନାୟକଗୋବିନ୍ଦ ତ୍ରିପାଠୀଛାନ୍ଦଓଡ଼ିଆ ଭାଗବତହେମନ୍ତ କୁମାର ଦାସସାରଳା ମନ୍ଦିରପଠାଣି ସାମନ୍ତମାଁ ପୀତାମ୍ବର ମନ୍ଦିରଆଖିଭଦ୍ରକଫସ୍‌ଫରସସ୍ୱର ବର୍ଣ୍ଣଧର୍ମେନ୍ଦ୍ର ପ୍ରଧାନଭାରତୀୟ ଜାତୀୟ କଂଗ୍ରେସରାସନ କାର୍ଡ଼ (ଭାରତ)ବିର୍ସା ମୁଣ୍ଡାଭୀମ ପୃଷ୍ଟିବିରିୟାନୀରକ୍ତଦୁର୍ଗା ପୂଜାଉତ୍ତମ ମହାନ୍ତି୧୯୬୧ଭଗବତୀ ଚରଣ ପାଣିଗ୍ରାହୀଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଜୟୀରାମ ସାମଲକମ୍ପ୍ୟୁଟରରାଧାମୋହନ ଗଡ଼ନାୟକକୁତାମ ଚଣ୍ଡୀ ମନ୍ଦିରରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବିଦ୍ୟୁତପ୍ରଭା ଦେବୀଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦଣ୍ଡ ନାଟଅଧର ପଟ୍ଟନାୟକପର୍ଫେନାଜାଇନରାକ୍ଷୀ ପୂର୍ଣ୍ଣିମାଗୋଲୋକ ବିହାରୀ ଧଳଜହ୍ନହୃଷୀକେଶ ପଣ୍ଡାଫେବୃଆରୀ ୨୮ଅନ୍ନଦା ଶଙ୍କର ରାୟପ୍ରଥମ ବିଶ୍ୱଯୁଦ୍ଧକଟକ ଜିଲ୍ଲାମହାଦେଶଗର୍ଭାଶୟ କର୍କଟଗଡ଼ଜାତ କୃଷକହାଡ଼ଫୁଟିଗର୍ଭାଶୟ ଅନ୍ତଃସ୍ତର କର୍କଟଓଡ଼ିଶାର ଲୋକନୃତ୍ୟତାଳଧ୍ୱଜମାଗୁଣିର ଶଗଡ଼ (କଥାଚିତ୍ର)ସମ୍ବଲପୁର ଜିଲ୍ଲାମନୋରଞ୍ଜନ ଦାସରାମ ନବମୀଶ୍ରବଣ ( ରାମାୟଣ ର ଚରିତ୍ର )ବ୍ରଜନାଥ ରଥଭକ୍ତ ଚରଣ ଦାସ (ରାଜନେତା)ପଖାଳବିରଜା ମନ୍ଦିର🡆 More