ଦକ୍ଷିଣ କୋରିଆ: ପୂର୍ବ ଏସୀୟ ଦେଶ

ଦକ୍ଷିଣ କୋରିଆ, ଆନୁଷ୍ଠାନିକ ଭାବରେ କୋରିଆ ରିପବ୍ଲିକ୍, ପୂର୍ବ ଏସିଆର ଏକ ଦେଶ, କୋରିଆ ଉପଦ୍ୱୀପର ଦକ୍ଷିଣ ଭାଗରେ ସ୍ଥିତ। ଏହାର ଉତ୍ତର ସୀମାରେ ଉତ୍ତର କୋରିଆ ସୀମା ବାଣ୍ଟିଥାଏ | ଏହାର ରାଜଧାନି ସିଓଲ ପୃଥିବୀର ପଞ୍ଚମ ବୃହତ୍ତମ ମହାନଗର ନିଗମ ।ଦେଶର ଜନସଂଖ୍ୟା ୫୧ ନିୟୁତରୁ ଅଧିକ । ଏଥିରୁ ଅର୍ଧାଧିକ ସିଓଲ ମହାନଗର ଅଞ୍ଚଳରେ ବାସ କରନ୍ତି।

ଦକ୍ଷିଣ କୋରିଆ ଏକ ଉଚ୍ଚ ବିକଶିତ ଦେଶ। ଏସିଆର ମାନବ ବିକାଶ ସୂଚକାଙ୍କରେ ଏହା ତୃତୀୟ ସର୍ବୋଚ୍ଚ ଦେଶ ଭାବରେ ସ୍ଥାନିତ ହୋଇଛି । ଏହାର ଅର୍ଥନୀତି ବିଶ୍ୱର ଦଶମ ବୃହତ୍ତମ ଓ ଏଠାରେ ବିଶ୍ୱର ସବୁଠାରୁ ଘନ ଉଚ୍ଚ ବେଗବାନ ରେଳ ନେଟୱାର୍କ ଅବସ୍ଥିତ । ଦେଶ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ରପ୍ତାନିକାରୀ ଏବଂ ଅଷ୍ଟମ ବୃହତ୍ତମ ଆମଦାନୀକାରୀ ଦେଶ ।

ଭୂଗୋଳ

ଦକ୍ଷିଣ କୋରିଆ: ଭୂଗୋଳ, ସରକାର, ପ୍ରଶାସନିକ ବିଭାଜନ 
ଦକ୍ଷିଣ କୋରିଆ ଭୌଗଳିକ ମାନଚିତ୍ର

ଦକ୍ଷିଣ କୋରିଆ କୋରିଆ ଉପଦ୍ୱୀପର ଦକ୍ଷିଣ ଭାଗ ଦଖଲ କରିଛି । ଏହି ପାର୍ବତ୍ୟ ଉପଦ୍ୱୀପର ପଶ୍ଚିମରେ ପୀତ ସାଗର ଏବଂ ପୂର୍ବରେ ଜାପାନ ସାଗର ଅବସ୍ଥିତ । ଏହାର ଦକ୍ଷିଣ ଦିଗରେ କୋରିଆ ଜଳମାର୍ଗ ଏବଂ ପୂର୍ବ-ଚୀନ ସାଗରରେ ଅବସ୍ଥିତ |

ଦକ୍ଷିଣ କୋରିଆ ୩୩°ରୁ ୩୯° ଉତ୍ତର ଅକ୍ଷାଂଶ ଏବଂ ୧୨୪°ରୁ ୧୩୦° ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ | ଏହାର ସମୁଦାୟ କ୍ଷେତ୍ରଫଳ ହେଉଛି ୧୦୦,୦୩୨ ବର୍ଗ କିଲୋମିଟର (୩୮,୬୨୨.୫୭ ବର୍ଗ ମାଇଲ) । ସାଧାରଣତଃ ଦକ୍ଷିଣ କୋରିଆକୁ ଚାରୋଟି ଅଞ୍ଚଳରେ ବିଭକ୍ତ କରାଯାଇପାରେ: ପୂର୍ବ ଭାଗରେ ଥିବ ଉଚ୍ଚ ପର୍ବତଶୃଙ୍ଖଳାର ଏବଂ ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ସମତଳଭୁମି ; ବିସ୍ତୃତ ଉପକୂଳବର୍ତ୍ତୀ ସମତଳଭୂମି, ନଦୀ ଅବବାହିକା ଏବଂ ମାଳଭୂମି ଭରା ପଶ୍ଚିମ ଭାଗ; ପର୍ବତ ଏବଂ ଉପତ୍ୟକା ଭରା ଦକ୍ଷିଣ-ପଶ୍ଚିମ ଅଞ୍ଚଳ; ଏବଂ ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବ ନାକଡୋଙ୍ଗ ନଦୀର ପ୍ରଶସ୍ତ ଅବବାହିକା ।

ଦକ୍ଷିଣ କୋରିଆର ଜଳବାୟୁ ଦୁଇପ୍ରକାରରେ ବିଭକ୍ତ ,ଯଥା :- ଆର୍ଦ୍ର ମହାଦେଶୀୟ ଜଳବାୟୁ ଏବଂ ଆର୍ଦ୍ର ଉପକ୍ରାନ୍ତୀୟ ଜଳବାୟୁ ରହିଥାଏ । ଏହା ପୂର୍ବ ଏସୀୟ ମୋୖସୁମୀଦ୍ୱାରା ପ୍ରଭାବିତ ହୋଇଥାଏ ଏବଂ ଅଧିକାଂଶ ବର୍ଷା ଗ୍ରୀଷ୍ମ ଋତୁରେ ହୋଇଥାଏ । ଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ଋତୁରେ ଅତ୍ୟଧିକ ଥଣ୍ଡା ହୁଏ ଓ ସର୍ବନିମ୍ନ ତାପମାତ୍ରା −୨୦° C (−୪° F) ତଳକୁ ଖସିଯାଏପାରେ ।

ଦକ୍ଷିଣ କୋରିଆର ଚାରୋଟି ଭିନ୍ନ ଋତୁ ଅଛି; ବସନ୍ତ, ଗ୍ରୀଷ୍ମ, ଶରତ ଏବଂ ଶୀତ | ବସନ୍ତ ସାଧାରଣତ ମାର୍ଚ୍ଚ ଶେଷରୁ ମେ ପ୍ରାରମ୍ଭ ପର୍ଯ୍ୟନ୍ତ , ଗ୍ରୀଷ୍ମ ମେ-ମଧ୍ୟଭାଗରୁ ସେପ୍ଟେମ୍ବର ପ୍ରାରମ୍ଭ, ଶରତ ସେପ୍ଟେମ୍ବର ମଧ୍ୟଭାଗରୁ ନଭେମ୍ବର ପ୍ରାରମ୍ଭ ଏବଂ ଶୀତ ନଭେମ୍ବର ମଧ୍ୟଭାଗରୁ ମାର୍ଚ୍ଚ ମଧ୍ୟଭାଗ ପର୍ଯ୍ୟନ୍ତ ରହିଥାଏ |

ସରକାର

ଦକ୍ଷିଣ କୋରିଆ: ଭୂଗୋଳ, ସରକାର, ପ୍ରଶାସନିକ ବିଭାଜନ 
ଦକ୍ଷିଣ କୋରିଆର ସଂସଦ

ଦକ୍ଷିଣ କୋରିଆ ଏକ ସାମ୍ବିଧାନିକ ଗଣତନ୍ତ୍ର । ଦକ୍ଷିଣ କୋରିଆର ସରକାର ତିନୋଟି ଶାଖାରେ ବିଭକ୍ତ: କାର୍ଯ୍ୟନିର୍ବାହୀ, ନ୍ୟାୟିକ ଏବଂ ସଂସଦୀୟ । କାର୍ଯ୍ୟନିର୍ବାହୀ ଏବଂ |thumb|ଦକ୍ଷିଣ କୋରିଆ ଭୌଗଳିକ ମାନଚିତ୍ର]]ଶାଖାଗୁଡ଼ିକ ମୁଖ୍ୟତଃ ଜାତୀୟ ସ୍ତରରେ କାର୍ଯ୍ୟ କରନ୍ତି, ଯଦିଓ କାର୍ଯ୍ୟନିର୍ବାହୀ ଶାଖାର ବିଭିନ୍ନ ମନ୍ତ୍ରଣାଳୟ ସ୍ଥାନୀୟ କାର୍ଯ୍ୟ କରନ୍ତି | ସ୍ଥାନୀୟ ସରକାର ଅର୍ଦ୍ଧ-ସ୍ୱୟଂଶାସିତ, ଏବଂ ସେମାନଙ୍କର ନିଜସ୍ୱ କାର୍ଯ୍ୟନିର୍ବାହୀ ଏବଂ ବୈଧାନିକ ସଂସ୍ଥା ଅଛି | ନ୍ୟାୟିକ ଶାଖା ଉଭୟ ଜାତୀୟ ଏବଂ ସ୍ଥାନୀୟ ସ୍ତରରେ କାର୍ଯ୍ୟ କରେ ।

ପ୍ରଶାସନିକ ବିଭାଜନ

ଦକ୍ଷିଣ କୋରିଆର ଆଠଟି ପ୍ରଦେଶ, ଗୋଟିଏ ସ୍ୱତନ୍ତ୍ର ସ୍ୱୟଂ ଶାସିତ ପ୍ରଦେଶ, ଛଅଟି ମହାନଗର ସହର (ସ୍ୱୟଂ ଶାସିତ ସହର ଯାହାକି କୌଣସି ପ୍ରଦେଶର ଅଂଶ ନୁହେଁ), ଗୋଟିଏ ସ୍ୱତନ୍ତ୍ର ସହର ଏବଂ ଗୋଟିଏ ସ୍ୱତନ୍ତ୍ର ସ୍ୱୟଂ ଶାସିତ ସହରରେ ବିଭକ୍ତ।

ଭାଷା

କୋରିଆନ୍ ଦକ୍ଷିଣ କୋରିଆର ସରକାରୀ ଭାଷା । କୋରିଆନ୍ କୌଣସି ଚୀନ ଦେଶୀୟ ଭାଷା ସହିତ ଜଡ଼ିତ ନୁହେଁ, ଯଦିଓ ଏହା ଅନେକ ଶବ୍ଦକୁ ଅନ୍ତର୍ଭୁକ୍ତ କରେ ଯାହା ଚୀନ ଦେଶୀୟ ଭାଷାରୁ ଉଦ୍ଭବ । କଥିତ କୋରିଆନରେ ଇଂରାଜୀ ଏବଂ ଅନ୍ୟ ୟୁରୋପୀୟ ଭାଷାର ଶବ୍ଦ ବ୍ୟବହୃତ ହୁଏ | କୋରିଆନ୍ ହାଙ୍ଗୁଲ୍ ନାମକ ଏକ ସ୍ୱଦେଶୀ ଲିପି ବ୍ୟବହାର କରେ। ଏହା ୧୪୪୬ରେ ରାଜ ସେଜୋଙ୍ଗଙ୍କଦ୍ୱାରା ସୃଷ୍ଟି ହୋଇଥିଲା।

ଆଧାର

Tags:

ଦକ୍ଷିଣ କୋରିଆ ଭୂଗୋଳଦକ୍ଷିଣ କୋରିଆ ସରକାରଦକ୍ଷିଣ କୋରିଆ ପ୍ରଶାସନିକ ବିଭାଜନଦକ୍ଷିଣ କୋରିଆ ଭାଷାଦକ୍ଷିଣ କୋରିଆ ଆଧାରଦକ୍ଷିଣ କୋରିଆ

🔥 Trending searches on Wiki ଓଡ଼ିଆ:

ଜହ୍ନକାଞ୍ଚନ ଅୱସ୍ତିଶ୍ରୀ ଅରବିନ୍ଦବିଦୁସ୍ମିତାଗଙ୍ଗାଧର ମେହେରଅଭିରାମ ପରମହଂସଭୂମିକମ୍ପବିଜୁ ଜନତା ଦଳମଧୁସୂଦନ ଦାସସତ୍ୟ ସାଇ ବାବାଜଣ୍ଡିସ୍ଭାରତର ପ୍ରଧାନମନ୍ତ୍ରୀଚାଣକ୍ୟଆଇଜାକ ନିଉଟନବୁଧବାରଗୋପବନ୍ଧୁ ଦାସଜ୍ଞାନକୋଷରାମଚନ୍ଦ୍ର ମିଶ୍ରସେପ୍ଟେମ୍ବରରଣା ସାପବିର୍ସା ମୁଣ୍ଡାକାନାଡ଼ାଗ୍ରହଓଡ଼ିଆ ବାହାଘରଅଶୋକାଷ୍ଟମୀସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଚ୍ୟୁତାନନ୍ଦ ପ‌ତିଆକବରପଦ୍ମଚରଣ ପଟ୍ଟନାୟକମି ଠୁ (ହ୍ୟାସଟ୍ୟାଗ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀକବିସୂର୍ଯ୍ୟ ବଳଦେବ ରଥଗୋପାଳ ଚନ୍ଦ୍ର ପ୍ରହରାଜଚନ୍ଦନ ବୋଡ଼ାଲକ୍ଷ୍ମଣ ନାୟକଶିବଗୋଦାବରୀଶ ମିଶ୍ରଖୋର୍ଦ୍ଧା ଜିଲ୍ଲାଏଲିନା ସାମନ୍ତରାୟ୨୩ ଅପ୍ରେଲ୨୬ ଅପ୍ରେଲଭଗବତ ଗୀତାକୁକୁରଅଲାରନାଥ ମନ୍ଦିରଉତ୍କଳ ଦୀପିକାଅପରାଜିତା ଷଡ଼ଙ୍ଗୀସୌର ଜଗତଫୁଲନାରୀବାଦପ୍ରଦ୍ୟୁମ୍ନ ଲେଙ୍କାମାଟିର ମଣିଷଶାନ୍ତନୁ କୁମାର ଆଚାର୍ଯ୍ୟଲବଙ୍ଗଓଡ଼ିଶୀଜଗନ୍ନାଥ୨୯ ଅପ୍ରେଲଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୧୧ (ସଂଖ୍ୟା)ମୀନ (ମାସ)ରଥଯାତ୍ରାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଆଜାଦ ହିନ୍ଦ୍ ଫୌଜଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାବି. ଆର. ଆମ୍ବେଦକରଜାପାନ🡆 More