ଅପରାଜିତା ଷଡ଼ଙ୍ଗୀ

ଅପରାଜିତା ଷଡ଼ଙ୍ଗୀ (ଜନ୍ମ ୮ ଅକ୍ଟୋବର, ୧୯୬୯) ଜଣେ ଭାରତୀୟ ରାଜନେତ୍ରୀ ଅଟନ୍ତି । ସେ ୨୦୧୯ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତରଫରୁ ଭୁବନେଶ୍ୱର ଆସନ ପାଇଁ ଛିଡ଼ା ହୋଇ ଜୟଯୁକ୍ତ ହୋଇଥିଲେ । ୧୯୯୪ ମସିହା ଆଇଏଏସ ବା ସର୍ବଭାରତୀୟ ପ୍ରଶାସନିକ ସେବା ବ୍ୟାଚର ସେ ସଦସ୍ୟା ଥିଲେ । ସେ ନିଜର ପ୍ରଶାସନିକ ସେବାରୁ ଅବସର ନେଇ ୨୦୧୮ ମସିହା ନଭେମ୍ବର ମାସ ୨୭ ତାରିଖରେ ବିଜେପିରେ ଯୋଗଦାନ କରିଥିଲେ । ନିର୍ବାଚନରେ ବିଜୁ ଜନତା ଦଳର ଅରୂପ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଥିଲେ ।

ଅପରାଜିତା ଷଡ଼ଙ୍ଗୀ
ଲୋକ ସଭା ସଦସ୍ୟ
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ
Incumbent
Assumed office
୨୦୧୯
ପୂର୍ବ ଅଧିକାରୀପ୍ରସନ୍ନ କୁମାର ପାଟ୍ଟଶାଣୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1969-10-08)ଅକ୍ଟୋବର ୮, ୧୯୬୯
ଭଗଲପୁର, ବିହାର, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳBharatiya Janata Party
ଜୀବନ ସାଥୀସନ୍ତୋଷ କୁମାର ଷଡ଼ଙ୍ଗୀ
ସନ୍ତାନ
ବୃତ୍ତିରାଜନେତ୍ରୀ, ପୂର୍ବ ପ୍ରଶାସନ କର୍ମଚାରୀ

ବ୍ୟକ୍ତିଗତ ଜୀବନ

ବିହାର ରାଜ୍ୟର ଭାଗଲପୁର ଜିଲ୍ଲାରେ ଅପରାଜିତାଙ୍କ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଉଭୟ ମାତାପିତା ଶିକ୍ଷକ ଥିଲେ । ଅପରାଜିତା ନିଜ ପୁରା ଛାତ୍ରୀ ଜୀବନରେ ବହୁମୁଖୀ ପ୍ରତିଭାର ଅଧିକାରୀଣି ଥିଲେ, ସ୍କୁଲ, କଲେଜରେ ଟପର୍ ମଧ୍ୟ ଥିଲେ । ନିଜ ମହାବିଦ୍ୟାଳୟରେ ଲାଗାତାର ତିନି ବର୍ଷ ଶ୍ରେଷ୍ଠ ନଟ୍ୟକାର ପୁରସ୍କାର ବିଜେତା, ସେହିପରି ନୂଆଦିଲ୍ଲୀରେ ଇଣ୍ଡିଆନ୍ କାଉନସିଲ ଅଫ ୱାର୍ଲଡ ଆଫାୟାର୍ସଦ୍ୱାରା ଆୟୋଜିତ ସର୍ବଭାରତୀୟ ବତ୍କୃତା ପ୍ରତିଯ଼ୋଗିତାରେ ଶ୍ରେଷ୍ଠ ବକ୍ତା ଭାବେ ସମ୍ମାନିତ ହୋଇଥିଲେ ।

ନିଜର ପ୍ରଥମ ପ୍ରଚେଷ୍ଟାରେ ହିଁ ସେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୧୯୯୪ ମସିହାରେ କୃତକାର୍ଯ୍ୟ ହୋଇଥିଲେ । ଉତ୍ତରାଖଣ୍ଡର ମସୁରିଠାରେ ତାଲିମ ନେବା ସମୟରେ ସେ ସନ୍ତୋଷ ଷଡ଼ଙ୍ଗୀଙ୍କୁ ଭେଟିଥିଲେ ଏବଂ ପରେ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ଭୁବନେଶ୍ୱରର ଆଇଆରସି ଭିଲେଜରେ ବାସ କରନ୍ତି ।

କାର୍ଯ୍ୟ ଜୀବନ

୧୯୯୪ ମସିହାରେ ସେ ଢେଙ୍କାନାଳ ଜିଲ୍ଲାହିନ୍ଦୋଳରେ ଉପ-ଜିଲ୍ଲାପାଳ ରୂପେ ନିଯୁକ୍ତି ପାଇଥିଲେ । ସେ ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ ଏବଂ ବରଗଡ଼ ଜିଲ୍ଲାର ଜିଲ୍ଲାପାଳ ରୂପେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।

୨୦୦୬ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ଭୁବନେଶ୍ୱର ମ୍ୟୁନସିପାଲ କମିଶନର ଭାବରେ ମଧ୍ୟ କାମ କରିଥିଲେ । ଏହି ଅବଧିରେ ରାଜଧାନୀର ସୌନ୍ଦର୍ଯ୍ୟକରଣ ଏବଂ ଉଠାଦୋକାନୀମାନଙ୍କ ପାଇଁ ଭେଣ୍ଡିଂଜୋନ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ।

୨୦୧୦ ମସିହାରେ ଗଣଶିକ୍ଷା ବିଭାଗରେ ସେ ରାଜ୍ୟ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଗଣବେଶ ଲାଗୁ, ସମୟାନୁବର୍ତ୍ତିତାକୁ କଡ଼ାକଡ଼ି କରିବା ସହିତ ଅଚାନକ କୌଣସି ବିଦ୍ୟାଳୟ ପରିଦର୍ଶନରେ ଯାଇ ଯାଞ୍ଚପରଖ କରୁଥିଲେ ।

୨୦୧୪ ମସିହାରୁ ୨୦୧୮ ମସିହା ଅଗଷ୍ଟ ମାସ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସେ ଯୁକ୍ତ ସଚିବ ଭାବରେ ପାଞ୍ଚ ବର୍ଷ ଧରି କାମ କରିଥିଲେ ।

ରାଜନୈତିକ ଜୀବନ

ସେ ନିଜର ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ୨୭ ନଭେମ୍ବର ୨୦୧୮ରେ ବିଜେପିରେ ଯୋଗଦାନ କରି ନିଜର ରାଜନୈତିକ ଜୀବନ ପ୍ରାରମ୍ଭ କରିଥିଲେ । ସେ ୨୦୧୯ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତରଫରୁ ଭୁବନେଶ୍ୱର ଆସନ ପାଇଁ ଛିଡ଼ା ହୋଇ ଜୟଯୁକ୍ତ ହୋଇଥିଲେ ।

ପରେ ତାଙ୍କୁ ସଂସଦୀୟ କମିଟିର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କୁ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତ କରାଯାଇଥିଲା।

ପୁରସ୍କାର ଏବଂ ସମ୍ମାନ

  • ଅପରାଜିତାଙ୍କୁ ୨୦୧୨ ମସିହାରେ ଶକ୍ତି ସମ୍ମାନରେ ଆଭୂଷିତ କରାଯାଇଥିଲା ।
  • ଏସିଆ ପୋଷ୍ଟ ଏବଂ ଫେମ ଇଣ୍ଡିଆ ତରଫରୁ ୨୦୨୦ରେ ଶ୍ରେଷ୍ଠ ସାଂସଦ |

ବାହାର ଆଧାର

ଆଧାର

Tags:

ଅପରାଜିତା ଷଡ଼ଙ୍ଗୀ ବ୍ୟକ୍ତିଗତ ଜୀବନଅପରାଜିତା ଷଡ଼ଙ୍ଗୀ କାର୍ଯ୍ୟ ଜୀବନଅପରାଜିତା ଷଡ଼ଙ୍ଗୀ ରାଜନୈତିକ ଜୀବନଅପରାଜିତା ଷଡ଼ଙ୍ଗୀ ପୁରସ୍କାର ଏବଂ ସମ୍ମାନଅପରାଜିତା ଷଡ଼ଙ୍ଗୀ ବାହାର ଆଧାରଅପରାଜିତା ଷଡ଼ଙ୍ଗୀ ଆଧାରଅପରାଜିତା ଷଡ଼ଙ୍ଗୀଭାରତୀୟ ଜନତା ପାର୍ଟିଭୁବନେଶ୍ୱର (ଲୋକ ସଭା ନିର୍ବାଚନ ମଣ୍ଡଳୀ)୨୦୧୯ ଭାରତୀୟ ସାଧାରଣ ନିର୍ବାଚନ

🔥 Trending searches on Wiki ଓଡ଼ିଆ:

ଅଗ୍ନାଶୟ ପ୍ରଦାହକିଏ କାହାର (୧୯୯୭ର ଓଡ଼ିଆ କଥାଚିତ୍ର)ନୃସିଂହସୁନାଓଡ଼ିଆ ଭାଗବତସାଲବେଗଉତ୍ତରାଖଣ୍ଡଅନୁରାଧା କୋଇରାଲାପୃଥ୍ୱୀରାଜ ଚୌହାନପାଣିଲଳିତା (୧୯୪୯ର ସିନେମା)ଶଙ୍ଖ୪ ସେପ୍ଟେମ୍ବରଜଗମୋହନସୁମନ କଲ୍ୟାଣପୁରଛାନ୍ଦରମାଦେବୀ ଚୌଧୁରୀକମଳାକାନ୍ତ ଲେଙ୍କାହେପାଟାଇଟିସ ବିଓଡ଼ିଶାର ସାଂସଦ ମାନଙ୍କର ତାଲିକାଅଂଶୁଘାତପାଇକ ବିଦ୍ରୋହହୀରାକୁଦ ବନ୍ଧଚନ୍ଦ୍ରଶେଖର ନନ୍ଦଗଣିତଚନ୍ଦ୍ରଯାନ-୩ତ୍ରିଭୁଜପଶ୍ଚିମ ଓଡ଼ିଶାତମନ୍ନା ବ୍ୟାସowc63ଜୟୀ ରାଜଗୁରୁଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଦେବଦୀପାବଳି୧୭୩୯ନାରୀବାଦପ୍ରାଚୀନ ମିଶରଅଯୁଗ୍ମ ସଂଖ୍ୟାରାଷ୍ଟ୍ରୀୟ ପେନସନ ପ୍ରଣାଳୀଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ଦଣ୍ଡ ନାଟଓଡ଼ିଆ ଭ୍ରମଣ ସାହିତ୍ୟବଳଭଦ୍ର ମାଝୀକଇଁସାରିଜଗନ୍ନାଥ ମହାନ୍ତିଉଇକିଡାଟାଗ୍ରାମ ପଞ୍ଚାୟତଦିୱାନା ଦିୱାନୀମିତ୍ରଭାନୁ ଗୌନ୍ତିଆପଣା ସଂକ୍ରାନ୍ତିବରଗଛପରିବେଶସିଲଡେନାଫିଲବ୍ୟଞ୍ଜନ ବର୍ଣ୍ଣମାଟିବିରାଡ଼ି ସାପମିଖାଇଲ ଗୋର୍ବାଚୋଭସ୍ନେହସାରଫିନଲ୍ୟାଣ୍ଡପ୍ଲାଟିନମସାଲେଜ୍ ହାନ୍ସଡା୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଭାରତର ସଂସ୍କୃତିଗଇଁଠାନାରାୟଣ ସାହୁଇମେଲକୋଇଲି ଚଉତିଶାହେପାଟାଇଟିସଓଡ଼ିଆ ଉଇକିପିଡ଼ିଆ🡆 More