ସ୍ନେହସାର

ସ୍ନେହସାର (Lipid) ଏକ ଚର୍ବି କିମ୍ବା ତୈଳଜାତୀୟ ପଦାର୍ଥ ଅଟେ । ଏହା ବିବିଧଶ୍ରେଣୀୟ ଯୌଗିକ ଜୈବ ଅଣୁ । ଏହା ଜଳରେ ଅଦ୍ରବଣୀୟ । କିନ୍ତୁ ଇଥର (Ether), ଇଥାନଲ (Ethanol) ଓ ବେଞ୍ଜିନ୍ (Benzene) ଭଳି ଜୈବ ଦ୍ରାବକରେ ଏଗୁଡ଼ିକ ସ‌ହଜରେ ଦ୍ରବୀଭୂତ ହୋଇଥାନ୍ତି । ଶ୍ୱେତସାର ପରି ସ୍ନେହସାର ମଧ୍ୟ ଅଙ୍ଗାରକ, ଉଦ୍‌ଜାନ ଓ ଅମ୍ଳଜାନ ଅଣୁଦ୍ୱାରା ଗଠିତ । କେତେକ ସ୍ନେହସାରରେ ଯବକ୍ଷାରଜାନ, ଗନ୍ଧକ ତ‌ଥା ଫସଫରସ୍ ଅଣୁ ସଂଯୋଜିତ ହୋଇ ରହିଥାଏ । ସ୍ନେହସାର ଉଭୟ ଉଦ୍ଭିଦ ଓ ପ୍ରାଣୀ ଶରୀରରେ ଗଚ୍ଛିତ ହୋଇ ରହିଥାଏ । ଏହା କୋଷ ଆବରଣର ଗାଠନିକ ଉପାଦାନ ଅଟେ । ଏହା ବ୍ୟତୀତ ରାଶି, ଚିନାବାଦାମ ଓ ବିଭିନ୍ନ ପ୍ରକାରର ଫଳରେ ଏବଂ ପ୍ରାଣୀମାନ‌ଙ୍କର ମେଦତନ୍ତୁ, ଅସ୍ଥିମଜ୍ଜା ଓ ସ୍ନାୟୁତନ୍ତୁରେ ମଧ୍ୟ ସ୍ନେହସାର ଗଚ୍ଛିତ ହୋଇରହିଥାଏ ।

ସ୍ନେହସାର
କେତେକ ଜଣାଶୁଣା ସ୍ନେହସାରର ଆଣବିକ ସଂରଚନା: କୋଲେଷ୍ଟ୍ରଲ୍‌ (ଉପରୁ ପ୍ରଥମ), ଓଲେଇକ୍ ଏସିଡ୍ (ଉପରୁ ଦ୍ୱିତୀୟ), ଓଲିଏଟ୍, ଷ୍ଟିଅରେଟ୍ ଓ ପାଲ୍‌ମିଟେଟ୍ ଚେନ୍ ଏକ ଗ୍ଲିସେରୋଲ୍ ବ୍ୟାକ୍‌ବୋନ୍ ସ‌ହ ସଂଯୁକ୍ତ ହୋଇ ତିଆରି ହୋଇଥିବା ଏକ ଟ୍ରାଇଗ୍ଲିସେରାଇଡ୍ (ଉପରୁ ତୃତୀୟ) ଏବଂ ଫସ୍‌ଫଟିଡାଇକୋଲିନ୍ (ଉପରୁ ଚତୁର୍ଥ), ଯାହାକି ଏକ ଜଣାଶୁଣା ଫସ୍‌ଫୋଲିପିଡ୍ ।

ଶ୍ରେଣୀବିଭାଗ

ସ୍ନେହସାରକୁ ମୁଖ୍ୟତଃ ୩ ଭାଗରେ ବିଭକ୍ତ କରାଯାଇଥାଏ । ଯଥା:

    • ସରଳ ସ୍ନେହସାର (Simple Lipid)
    • ଯୌଗିକ ସ୍ନେହସାର (Complex Lipid)
    • ଉତ୍ପାଦିତ ସ୍ନେହସାର (Derived Lipid)

ସରଳ ସ୍ନେହସାର (Simple Lipid)

ଏହା ଜୀବ ଶରୀରରେ ଥିବା ସାଧାରଣ ଶ୍ରେଣୀର ସ୍ନେହସାର । ଏହା ମେଦାମ୍ଳ (Fatty acid), ଇଷ୍ଟର (Ester), ଗ୍ଲିସେରଲ୍ (Glycerol)ର ସମିଶ୍ରଣରୁ ତିଆରି । ଗ୍ଲିସେରଲ୍ ସ‌ହିତ ସଂଯୁକ୍ତ ସ୍ନେହାମ୍ଳ ସଂଖ୍ୟା ଉପରେ ନିର୍ଭର କରି ଇଷ୍ଟରଗୁଡ଼ିକୁ ଏକ‌କ (mono-), ଦ୍ୱି (di-) କିମ୍ବା ତ୍ରି (tri-) ଗ୍ଲିସେରାଲ୍‌ଡିହାଇଡ୍ ରୂପେ ନାମିତ କରାଯାଇଥାଏ । ଶ୍ୱେତସାରରୁ ଯେତେ ପରିମାଣର ଶକ୍ତି ଉତ୍ପନ୍ନ ହୁଏ, ସମ‌ପରିମାଣର ସରଳ ସ୍ନେହସାରରୁ ତା'ଠାରୁ ଯଥେଷ୍ଟ ଅଧିକ ଶକ୍ତି ମିଳିଥାଏ ।

ଯୌଗିକ ସ୍ନେହସାର (Complex Lipid)

ସ୍ନେହସାର 
ଫସ୍‌ଫୋଲିପିଡ୍‌ର ସଂରଚନା ।

ଏପ୍ରକାର ସ୍ନେହସାରରେ ମେଦାମ୍ଳ (Fatty acid) ଗ୍ଲିସେରଲ୍ (Glycerol) ବ୍ୟତୀତ ଫସ୍‌ଫରସ୍, ଯବକ୍ଷାରଜାନଗନ୍ଧକ କିମ୍ବା ପୁଷ୍ଟସାର ଭଳି ଅଣୁ ସଂଯୋଜିତ ହୋଇ ରହିଥାଏ । ଫସ୍‌ଫୋଲିପିଡ୍ (Phospholipid) ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜୈବିକ ଯୌଗିକ ସ୍ନେହସାର । କାରଣ ଏହା ପ୍ରାଣୀ ଓ ଉଦ୍ଭିଦ ଶରୀରରେ ଥିବା କୋଷିକା ଆବରଣର ଅଂଶବିଶେଷ । ଗୋଟିଏ ବା ଦୁଇଟି ମେଦାମ୍ଳ ଫସ୍‌ଫେଟ୍ ବର୍ଗ ସ‌ହ ସଂଯୋଜିତ ହୋଇ ଫସ୍‌ଫୋଲିପିଡ୍ ଅଣୁ ତିଆରି ହୋଇଥାଏ । ଏହିଭଳି ପଦାର୍ଥ ସ‌ହ କୋଲିନ୍ (Cholin)ର ସଂଯୋଗରୁ ଲେସିଥିନ୍ (Lecithin) ନାମକ ଯୌଗିକ ସ୍ନେହସାର ଉତ୍ପନ୍ନ ହୋଇଥାଏ ।

ଉତ୍ପାଦିତ ସ୍ନେହସାର (Derived Lipid)

ଏହା ସ୍ନେହସାରର ଜଳ ଅପଘଟନ (Hydrolysis)ଦ୍ୱାରା ଉତ୍ପନ୍ନ ହୋଇଥାଏ । ଷ୍ଟିର‌ଏଡ୍ (Steroid), କ୍ୟାରୋଟିନଏଡ୍ (Carotenoid) ଓ ଅତ୍ୟାବଶ୍ୟକୀୟ ତୈଳ (Essential oil) ପ୍ରଭୃତି ଏହି ବର୍ଗର ଅନ୍ତର୍ଭୁକ୍ତ ।

ଷ୍ଟିର‌ଏଡ୍ ଅଣୁରେ ଅଙ୍ଗାରକ ଅଣୁଗୁଡ଼ିକ ଚକ୍ରାକାର (Ring)ରେ ସଜ୍ଜିତ ହୋଇ ପରସ୍ପର ସ‌ହ ସଂଲଗ୍ନ ହୋଇ ରହିଥାନ୍ତି । ଏଥିରେ ଏହିପରି ୪ଟି ସଂରଚନା ଥାଏ । ଏଥିମଧ୍ୟରୁ ୩ଟି ୬-ଅଙ୍ଗାରକ ଅଣୁ ବିଶିଷ୍ଟ ଓ ଚତୁର୍ଥଟି ୫-ଅଙ୍ଗାରକ ଅଣୁ ବିଶିଷ୍ଟ ଅଣୁ ଅଟେ । ଏହି ଚକ୍ରମାନ‌ଙ୍କ ସ‌ହ ସଂଯୋଜିତ ଅନ୍ୟାନ୍ୟ ଅଣୁର ପ୍ରକାର ଭେଦରୁ ବିଭିନ୍ନ ପ୍ରକାରର ଷ୍ଟିର‌ଏଡ୍ ଉତ୍ପନ୍ନ ହୋଇଥାଏ । ଜୈବିକ ଷ୍ଟିର‌ଏଡ୍ ଅଣୁ ମଧ୍ୟରେ କୋଲେଷ୍ଟ୍ରଲ୍‌ (Cholesterol) ଓ ପିତ୍ତଲବଣ (Bile salt) ପ୍ରଧାନ । ଏହି ଶ୍ରେଣୀ ଅନ୍ତର୍ଗତ ପୁରୁଷ ଓ ସ୍ତ୍ରୀମାନ‌ଙ୍କ ଶରୀରରୁ ନିର୍ଗତ ଲିଙ୍ଗୀୟ ହର୍‌ମୋନ୍ ଓ ଅଧିବୃକ‌କ୍ (Adrenal) ଗ୍ରନ୍ଥିରୁ କ୍ଷରିତ ହର୍‌ମୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋଲେଷ୍ଟ୍ରଲ୍‌ ପ୍ରାଣୀମାନ‌ଙ୍କ ଶରୀରରେ ଅଧିକ ପରିମାଣରେ ଥାଏ ଏବଂ ଏହାର ପରିମାଣ ରକ୍ତରେ ଅଧିକ ହେଲେ ଏହା ଧମନୀ ଓ ଶିରାରେ ଜମାହୋଇ ସେମାନ‌ଙ୍କ ମଧ୍ୟରେ ଥିବା ପଥକୁ ସଙ୍କୁଚିତ କରିଦିଏ । ଫଳରେ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ କୋଲେଷ୍ଟ୍ରଲ୍‌‌ରୁ ପ୍ରୋଜେଷ୍ଟିରନ୍, ଟେଷ୍ଟୋଷ୍ଟିରନ୍, ଏଷ୍ଟ୍ରୋଡିୟଲ୍ ଓ କର୍ଟିସଲ୍ ଭଳି ଅନ୍ୟାନ୍ୟ ହର୍‌ମୋନ୍ ତିଆରି ହୋଇଥାଏ ।

ମହମ (Wax) ମଧ୍ୟ ଏକ ପ୍ରକାର ଉତ୍ପାଦିତ ସ୍ନେହସାର । ଉଦ୍ଭିଦ ଶରୀରରେ ଅଧିତ୍ୱଚିୟ କୋଷିକା (Epidermal cell)ଦ୍ୱାରା ମହମ ସଂଶ୍ଳେଷିତ ହୋଇଥାଏ । ଉଦ୍ଭିଦର ଭିର୍ଭାଗରେ ଏହା ଏକ ଆବରଣ ସୃଷ୍ଟି କରେ, ଯାହାଦ୍ୱାରା ଉଦ୍ଭିଦ ଶରୀରକୁ ଉତ୍ସ୍ୱେଦନ (Transpiration) ପ୍ରକ୍ରିୟାରେ ନିଷ୍କାସିତ ଜଳର ପରିମାଣ କମିଯାଇଥାଏ ।

କାର୍ଯ୍ୟ

  • ଏହା ଉଭୟ ଉଦ୍ଭିଦ ଓ ପ୍ରାଣୀ ଶରୀରରେ ସଞ୍ଚିତ ହୋଇ ରହିଥାଏ । ଜଡ଼ା, ରାଶି, ଚିନାବାଦାମ ପ୍ରଭୃତି ତୈଳବୀଜରେ ଏହା ସଂଗୃହୀତ ହୋଇରହେ । ଏଥିରୁ ସ‌ହଜରେ ତୈଳ ବାହାର କରାଯାଇ ଖାଦ୍ୟ ପ୍ରସ୍ତୁତି ତ‌ଥା ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବ‌ହାର କରାଯାଇଥାଏ ।
  • ଶରୀରରେ ହେଉଥିବା ବିଭିନ୍ନ କ୍ରିୟା ପାଇଁ ତ‌ଥା ମାଂସପେଶୀଗୁଡ଼ିକୁ ଏହା ଶକ୍ତି ଯୋଗାଇଥାଏ । ମେଦ (Fat)ରେ ଗ୍ରାମ୍ ପିଛା ୯ କ୍ୟାଲୋରୀ ଶକ୍ତି ରହିଥାଏ । ପ୍ରତିଦିନ ବିଭିନ୍ନ କ୍ରିୟା ପାଇଁ ଶରୀରରେ ଆବଶ୍ୟକ ହେଉଥିବା ଶକ୍ତିର ଅର୍ଦ୍ଧେକ ଭାଗ ସ୍ନେହସାରରୁ ହିଁ ମିଳିଥାଏ । ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ସେବନ କଲେ, ଏହି ଅତିରିକ୍ତ ଶକ୍ତି ସ୍ନେହସାର ରୂପେ ଆଡିପୋଜ୍ କୋଷ (Adipose cell)ରେ ସଞ୍ଚିତ ହୋଇରୁହେ । ଆବଶ୍ୟକତା ସ୍ଥଳେ ପ୍ରାଣୀ ଶରୀର ଏହି ଗଚ୍ଛିତ ସ୍ନେହସାରରୁ ଶକ୍ତି ଉତ୍ପନ୍ନ କରି ବ୍ୟବ‌ହାର କରିଥାଏ ।
  • ଏହା ଶରୀରକୁ ସୁରକ୍ଷା ପ୍ରଦାନ କରିଥାଏ । ଚର୍ମର ଠିକ୍ ତଳକୁ ମେଦ (Fat)ର ଏକ ଆସ୍ତରଣ ରହିଥାଏ, ଯାହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରି ରଖେ । ବୃକ‌କ୍‌ର ଉପରିଭାଗରେ ମଧ୍ୟ ମେଦର ଏକ ଆସ୍ତରଣ ରହିଥାଏ । ଏହା ବୃକ‌କ୍‌କୁ ଆଘାତରୁ ରକ୍ଷା କରିଥାଏ ।
  • ଏହା ଖାଦ୍ୟ ପାଚନ (Digestion) ଓ ଅବଶୋଷଣ (Absorption)ରେ ମଧ୍ୟ ସାହାଯ୍ୟ କରେ । ଯକୃତରେ ପିତ୍ତଲବଣ (Bile salt) ସ୍ନେହସାରରୁ ହିଁ ତିଆରି ହୋଇଥାଏ । ଏହି ପିତ୍ତଲବଣ ଖାଦ୍ୟନଳୀର ନିମ୍ନଭାଗ ବା ଅନ୍ତ୍ର (Intestine)ରେ ମେଦ ସ‌ହ ଜଳର ମିଶ୍ରଣରେ ଏବଂ ତଦ୍ଦ୍ୱାରା ଖାଦ୍ୟର ଅପଘଟନ ତ‌ଥା ଖାଦ୍ୟସାରଗୁଡ଼ିକର ଅବଶୋଷଣରେ ସ‌ହାୟକ ହୋଇଥାଏ । ଏହାପରେ ମେଦରେ ଦ୍ରବଣୀୟ ଜୀବସାରଗୁଡ଼ିକ, ଯଥା ଜୀବସାର ଏ, ଜୀବସାର ଡି, ଜୀବସାର ଇ ଓ ଜୀବସାର କେ, ସ୍ନେହସାରଦ୍ୱାରା ଅନ୍ତ୍ରରୁ ରକ୍ତ ସାହାଯ୍ୟରେ ଶରୀରର ବିଭିନ୍ନ ଅଂଶକୁ ଯାଇଥାଏ । ଏହି ଜୀବସାରଗୁଡ଼ିକ ଦୃଷ୍ଟି, ଚର୍ମ, ହାଡ଼, ଦାନ୍ତ ଓ ରକ୍ତକୁ ସୁସ୍ଥ ରଖିବାରେ ସ‌ହାୟକ ହୋଇଥାଏ ।
  • ଫସ୍‌ଫୋଲିପିଡ୍ ଉଭୟ ଉଦ୍ଭିଦ ଓ ପ୍ରାଣୀ କୋଷିକା ଆବରଣର ଅଂଶବିଶଷ ଅଟେ ।
  • ମହମକୁ ବ୍ୟବ‌ହାର କରି ଜଳ ଅବରୋଧକାରୀ ବସ୍ତୁ ପ୍ରସ୍ତୁତ କରାଯାଏ ।
  • ହର୍‌ମୋନ୍‌ର ଗଠନରେ ଷ୍ଟିର‌ଏଡ୍ ମୁଖ୍ୟ ଉପାଦାନ ଅଟେ ।
  • କୋଲେଷ୍ଟ୍ରଲ୍‌ ଜୀବସାର ଘ ବା ଭିଟାମିନ୍ D ପ୍ରସ୍ତୁତିରେ ସ‌ହାୟକ ହୋଇଥାଏ ।

ସ୍ନେହସାରଯୁକ୍ତ ଖାଦ୍ୟ

ନିମ୍ନଲିଖିତ ଖାଦ୍ୟଗୁଡ଼ିକରେ ସ୍ନେହସାର ପ୍ରଚୁର ପରିମାଣରେ ଥାଏ:

ସ୍ନେହସାର 
କାଜୁ
ସ୍ନେହସାର 
ଅଣ୍ଡା କେଶର

ସ୍ନେହସାରଜନିତ ରୋଗ

ସ୍ନେହସାର ଅଭାବରେ ହେଉଥିବା ରୋଗ

ନିମ୍ନଲିଖିତ ରୋଗ‌ଗୁଡ଼ିକ ସ୍ନେହସାର ଅଭାବରେ ହୋଇଥାଏ:

  • ଯକୃତ ସମ୍ବନ୍ଧୀୟ ବା ହେପାଟିକ୍ ରୋଗ (Hepatic diseases)
  • ଏସିଡ୍ ଲାଇପେଜ୍ ରୋଗ
  • ହୃଦ୍‌ରୋଗ
  • କର୍କଟ
  • ଗର୍ଭାବସ୍ଥାରେ ନିମ୍ନ ରକ୍ତଚାପ
  • ଗର୍ଭାବସ୍ଥାରେ ଭ୍ରୁଣର ବିକାଶରେ ବାଧା
  • ମାନସିକ ବିକୃତି
  • ସ୍ନାୟବିକ ରୋଗ
  • ଦୁର୍ବଳତା
  • ଯାଦୁ ବା ଏକ୍‌ଜିମା
  • ଆଣ୍ଠୁଗଣ୍ଠି ଦରଜ
  • ଗୋଡ଼ ଫଟା

ସ୍ନେହସାର ଆଧିକ୍ୟରେ ହେଉଥିବା ରୋଗ

ସ୍ନେହସାର 
ପ୍ଲୀହାରେ ଥିବା ନିଏମାନ୍-ପିକ୍‌ରେ ଆକ୍ରାନ୍ତ କୋଷ ।
ସ୍ନେହସାର 
ମୋର୍‌ବସ୍ ଫ୍ୟାବ୍ରି ରୋଗରେ ଆକ୍ରାନ୍ତ ଚର୍ମ ।

ନିମ୍ନଲିଖିତ ରୋଗ‌ଗୁଡ଼ିକ ସ୍ନେହସାର ଆଧିକ୍ୟରେ ହୋଇଥାଏ:

  • ଗଚର୍ ରୋଗ (Gaucher disease)
  • ନିଏମାନ୍-ପିକ୍ ରୋଗ (Niemann-Pick disease)
  • ଫ୍ୟାବ୍ରି ରୋଗ (Fabry disease)
  • ଫାର୍ବର୍‌ସ୍ ରୋଗ (Farber’s disease)
  • କ୍ରେବ୍ ରୋଗ (Krabbe disease)
  • ମେଟାକ୍ରୋମାଟିକ୍ ଲିଉକୋଡାଇଷ୍ଟ୍ରୋଫି (Metachromatic leukodystrophy)
  • ଓଲ୍‌ମ୍ୟାନ୍‌ସ୍ ରୋଗ (Wolman’s disease)

ଆଧାର

Tags:

ସ୍ନେହସାର ଶ୍ରେଣୀବିଭାଗସ୍ନେହସାର କାର୍ଯ୍ୟସ୍ନେହସାର ଯୁକ୍ତ ଖାଦ୍ୟସ୍ନେହସାର ଜନିତ ରୋଗସ୍ନେହସାର ଆଧାରସ୍ନେହସାରଅଙ୍ଗାରକଅମ୍ଳଜାନଉଦ୍ଭିଦଉଦ୍‌ଜାନଗନ୍ଧକଜଳପ୍ରାଣୀଫସ୍‌ଫରସଯବକ୍ଷାରଜାନଶ୍ୱେତସାର

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମୀ ପୁରାଣଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ଅହଲ୍ୟାବୈଷ୍ଣବ ଚରଣ ପଟ୍ଟନାୟକକାଟୁଲୁ ରବି କୁମାରବେଣୁଧର ରାଉତପୃଥିବୀ ଦିବସwiki.phtmlପାର୍କିନ୍‌ସନ୍ ରୋଗଓଡ଼ିଶାର କଳାଓଡ଼ିଆ ଲିପିଧାତୁହୋଲିସଦାଶିବ ତ୍ରିପାଠୀଗୋବିନ୍ଦ ତ୍ରିପାଠୀଶବ୍ଦ (ପଦ)ପ୍ରଧାନ ପୃଷ୍ଠାରାମଚନ୍ଦ୍ର ବେହେରାବନମାଳୀ ଦାସଶ୍ରୀ ଦେବ ରାମେଶ୍ଵର ମନ୍ଦିରକାହ୍ନୁଚରଣ ମହାନ୍ତିବିଦ୍ୟାଳୟଅଖିଳ ମୋହନ ପଟ୍ଟନାୟକଆପେଣ୍ଡିସାଇଟିସଓଡ଼ିଆ କଥାଚିତ୍ର ଜଗତହନୁମାନଚଇତି ଘୋଡ଼ା ନାଚଶିବରାଖାଲ ମହାନ୍ତି୧୯୬୩ର ଓଡ଼ିଆ କଥାଚିତ୍ରବି. ଆର. ଆମ୍ବେଦକରଅଚ୍ୟୁତାନନ୍ଦ ଦାସଅହିଂସାଧର୍ମେନ୍ଦ୍ର ପ୍ରଧାନପର୍ଫେନାଜାଇନବିଶ୍ୱନାଥ ଦାସନୀଳକଣ୍ଠ ଦାସଭକ୍ତ ଚରଣ ଦାସମହାନଦୀଡୋରାଭାରତୀୟ ସ୍ୱାଧୀନତା ଆନ୍ଦୋଳନରାବଣବିଶ୍ୱ ମ୍ୟାଲେରିଆ ଦିବସତୁମ ପରି ଛୋଟ ପିଲାଟିଏକୃଷ୍ଣବରଗଛଟାଟା ମୋଟରସଜନ ବୀମସଭାନୁଜୀ ରାଓଅକ୍ଷର କଳାପାରାଦୀପ ବନ୍ଦରଭାରତ ସରକାରବୁଧବାରସୁନାରବି କାନୁନଗୋଫାଇଲେରିଆସିପାହୀ ବିଦ୍ରୋହପ୍ରଶାନ୍ତ ନନ୍ଦଅର୍ଥଶାସ୍ତ୍ରବିଜୁ ଜନତା ଦଳପଖାଳ ଦିବସକିଶୋରୀ ଚରଣ ଦାସଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବେଲ ପଣାଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ରତ୍ନାକର ଚଇନିଆତ୍ମହତ୍ୟାକରଞ୍ଜସିକ୍ଲ ସେଲ୍ ରୋଗରମଜାନ🡆 More