ଅହଲ୍ୟା: ଋଷି ଗୌତମଙ୍କ ପତ୍ନୀ

ଅହଲ୍ୟା ହେଉଛନ୍ତି ହିନ୍ଦୁ ପୁରାଣରେ ବର୍ଣ୍ଣିତ ଏକ ମହିଳା ଚରିତ୍ର, ଯିଏ ଋଷି ଗୌତମଙ୍କ ପତ୍ନୀ ଥିଲେ । ତାଙ୍କ କାହାଣୀ ରାମାୟଣ ଏବଂ ପରେ ରାମକଥାରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା । କାହାଣୀ ଅନୁଯାୟୀ ସେ ହେଉଛନ୍ତି ଋଷି ଗୌତମଙ୍କ ପତ୍ନୀ ଏବଂ ବ୍ରହ୍ମାଙ୍କ ମାନସ କନ୍ୟା । ସୃଷ୍ଟି କର୍ତ୍ତା ବ୍ରହ୍ମା ଅହଲ୍ୟାଙ୍କୁ ସବୁଠାରୁ ସୁନ୍ଦର ମହିଳା ଭାବେ ଗଢିଥିଲେ । ତେଣୁ ସମସ୍ତ ଦେବତା ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ତେବେ ଅହଲ୍ୟାଙ୍କ ବିବାହ ପାଇଁ ବ୍ରହ୍ମା ଏକ ସର୍ତ୍ତ ରଖିଥିଲେ । ସର୍ତ୍ତଟି ହେଉଛି ଯେ ଯିଏ ତ୍ରିଲୋକ ପରିଭ୍ରମଣ କରି ପ୍ରଥମେ ଫେରିଆସିବ ତାଙ୍କୁ ହିଁ ଅହଲ୍ୟା ବରଣ ମାଳା ପ୍ରଦାନ କରିବେ । ଦେବରାଜ ଇନ୍ଦ୍ର ପ୍ରଥମେ ତାଙ୍କର ସମସ୍ତ ଚମତ୍କାର ଶକ୍ତି ପ୍ରୟୋଗ କରି ତ୍ରିଲୋକ ପରିଭ୍ରମଣ କରିଆସିଲେ । କିନ୍ତୁ ଏହି ସମୟରେ ନାରଦ ବ୍ରହ୍ମାଙ୍କୁ କହିଥିଲେ ଯେ ଋଷି ଗୌତମ ଇନ୍ଦ୍ରଙ୍କ ପୂର୍ବରୁ ତ୍ରିଲୋକ ପରିଭ୍ରମଣ କରିଛନ୍ତି । ନାରଦ ବ୍ରହ୍ମାଙ୍କୁ କହିଥିଲେ ଯେ ତାଙ୍କର ଦୈନିକ ପୂଜାକ୍ରମରେ ଋଷି ଗୌତମ ଗୋମାତାଙ୍କୁ ପରିକ୍ରମଣ କଲାବେଲେ ଗୋମାତା ଏକ ବାଛୁରୀ ଜନ୍ମ ଦେଇଥିଲେ । ବେଦାନୁସାର ଏହି ସମୟରେ ଗୋମାତାଙ୍କୁ ପରିକ୍ରମା କରିବା ତ୍ରିଲୋକ ପରିକ୍ରମା ସହିତ ସମାନ । ଅହଲ୍ୟା ଏହିପରି ଭାବେ ଅତ୍ରି ଋଷିଙ୍କ ପୁତ୍ର ଗୌତମଙ୍କୁ ବିବାହ କରିଥିଲେ ।

ଇନ୍ଦ୍ରଙ୍କ ଏକ ଭୁଲ ହେତୁ ଗୌତମ ଅହଲ୍ୟାଙ୍କୁ ଅଭିଶାପ ଦେବା ଫଳରେ ଅହଲ୍ୟା ଏକ ପାଷାଣ ପାଲଟିଯାଇଥିଲେ । ଅବଶ୍ୟ ବହୁଦିନ ପରେ, ସେ ପ୍ରଭୁ ଶ୍ରୀ ରାମଙ୍କ ପାଦ ସ୍ପର୍ଶ ପାଇ ପୁନର୍ବାର ନିଜ ରୂପ ଫେରି ପାଇଲେ ।

ହିନ୍ଦୁ ପରମ୍ପରା ତଥା ପୌରାଣିକ ବର୍ଣ୍ଣନା ଅନୁସାରେ ଅହଲ୍ୟାଙ୍କୁ ପଞ୍ଚ ସତୀଙ୍କ ମଧ୍ୟରେ ଅନ୍ୟତମା ଭାବରେ ବିବେଚନା କରାଯାଏ ଏବଂ ଏହି ଅହଲ୍ୟା ପ୍ରାତଃ ସ୍ମରଣୀୟା ଅଟନ୍ତି । ହିନ୍ଦୁ ପରମ୍ପରା ଅନୁଯାୟୀ, ନିତ୍ୟ ସକାଳେ ଏହି ପଞ୍ଚକନ୍ୟାଙ୍କ ନାମ ସ୍ମରଣ କରିବାଦ୍ୱାରା ସମସ୍ତ ପାପ ନଷ୍ଟ ହୋଇଯାଏ ।

ଆଧାର

Tags:

ରାମାୟଣହିନ୍ଦୁ

🔥 Trending searches on Wiki ଓଡ଼ିଆ:

ଅକ୍ଷୟ ତୃତୀୟାଆଶୁତୋଷ ପରିଡ଼ାସୂର୍ଯ୍ୟବଂଶୀ ସୂରଜଓପନ-ସୋର୍ସ ସଫ୍ଟୱେରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଧରିତ୍ରୀ (ଖବରକାଗଜ)୨୮ ଫେବୃଆରୀରାଜାରାଣୀ ମନ୍ଦିରଅର୍ଥଶାସ୍ତ୍ରମାଣବସା ଗୁରୁବାର୭ (ସଂଖ୍ୟା)ଶ୍ରୀଲଙ୍କାର ଭୂଗୋଳଗୋଦର ରୋଗ୧୮ ଅକ୍ଟୋବରରୋହିତ ଶର୍ମାବନ୍ୟାନଟବର ସାମନ୍ତରାୟସ୍ତନଅନ୍ନଦା ଶଙ୍କର ରାୟଗୋପବନ୍ଧୁ ଚୌଧୁରୀଦୁର୍ଗା ପୂଜାତୁଳସୀ ଗଛଛତୁ ତରକାରୀଶ୍ରଦ୍ଧାକର ସୂପକାରଚାଣକ୍ୟପକ୍ଷ୪ ଇଡିଅଟସ୍ମହମ୍ମଦ ମୋକିମ୍ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ରେବତୀ (କ୍ଷୁଦ୍ରଗଳ୍ପ)ବ୍ୟାସଦେବମେସିନ ଲର୍ଣ୍ଣିଙ୍ଗ୍ଆମ୍ବରାମଶଙ୍କର ରାୟଜର୍ମାନୀମହାପାତ୍ର ନୀଳମଣି ସାହୁପ୍ରାଣବନ୍ଧୁ କରଧରିତ୍ରୀଓଡ଼ିଆ କବି ମାନଙ୍କର ତାଲିକାପ୍ରଯୁକ୍ତି ବିଦ୍ୟାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧାତୁରକ୍ତଶତ୍ରୁଘ୍ନ ପାଣ୍ଡବIndiaରାଣୀ ଲକ୍ଷ୍ମୀବାଈଇଣ୍ଡିଆନ ପ୍ରିମିଅର ଲିଗଇରା ମହାନ୍ତିକବିସୂର୍ଯ୍ୟ ବଳଦେବ ରଥ୧୬୬୫ବିଶ୍ୱ ଏଡ୍‌ସ ଦିବସବରଗଛଚିକୁନ‌ଗୁନିଆଜାଭା (ପ୍ରୋଗ୍ରାମିଂ ଭାଷା)ରାମକୃଷ୍ଣ ପରମହଂସସ୍ତନ୍ୟପାୟୀଆଇଡେଲାଲିସିବଭୀମ ଭୋଇ୨୦ ଅଗଷ୍ଟ୨୦୧୨ଫେବୃଆରୀ୧ମ ଓଡ଼ିଶା ବିଧାନ ସଭାଭୂଗୋଳଢେଙ୍କାନାଳଗୋଲୋକ ବିହାରୀ ଧଳଖଡ଼ଗପୁରମୁକୁନ୍ଦ ଦେବଜାହାଙ୍ଗୀରବ୍ରାହ୍ମ ସମାଜନେତୃତ୍ୱନିର୍ମଳା (ଉପନ୍ୟାସ)ମାସଗିରିଜା କୁମାର ବଳୀୟାରସିଂହ🡆 More