ଜୀବସାର

ପ୍ରତିଶବ୍ଦ- ଭିଟାମିନ, ଜୀବନିକା, ଖାଦ୍ୟପ୍ରାଣ ।ଜୀବସାର ଗୋଟିଏ ଇରାଂଜୀ ଶବ୍ଦ ଯାହାକୁ ସମସ୍ତେ ବୁଝି ପାରନ୍ତି । ଭିଟା ଶବ୍ଦର ଅର୍ଥ ପ୍ରାଣ (Life) ଓ ଏହା ଏକ ଆମିନ ଧରଣର ଜୈବ (Organic) ପଦାର୍ଥ ବୋଲି ଧରାଯାଉ ଥିବାରୁ ଆମିନ ନାମ ଦେଇ ଭିଟାମିନ ନାମ କରଣ କରାଯାଇ ଥିଲା । ସୁତରାଂ ଭିଟାମିନ ଜୀବମାନଙ୍କ ନିମନ୍ତେ ସ୍ୱଳ୍ପ ପରିମାଣର ଏକ ଅତ୍ୟାବଶ୍ୟକ ଜୈବିକ ପଦାର୍ଥ । ଯେତେବେଳେ ଜୈବିକ ରାସାୟନିକ ପଦାର୍ଥ ଜୀବ ଶରୀରରେ ଯଥେଷ୍ଟ ପରିମାଣରେ ପ୍ରସ୍ତୁତ ହୋଇ ପାରେ ନାହିଁ ଓ ତାହାକୁ ବାହାରୁ ସଂଗ୍ରହ କରିବାକୁ ପଡ଼େ ସେତେବେଳେ ତାହାକୁ ଭିଟାମିନ କୁହାଯାଏ । ତେଣୁ ଏହା ଏକ ସର୍ତ୍ତ ମୂଳକ ଶବ୍ଦ ।

ଜୀବସାର
A bottle of high potency B-complex vitamin supplement pills.

ଭିଟାମିନ ଗୁଡ଼ିକ ମଧ୍ୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକ (ଖାଦ୍ୟ ଖଣିଜ ଲବଣ, ଫ୍ୟାଟି ଏସିଡ ବା ଆମିନୋ ଏସିଡ) ପୋଷକ ଅନ୍ତର୍ଭୁକ୍ତ ନୁହେଁ ଓ ଅନ୍ୟ ବହୁତ କଦବା ଆବଶ୍ୟକ ହେଉଥିବା ପୋଷକ ମଧ୍ୟ ଅନ୍ତର୍ଭୁକ୍ତ ନୁହେଁ । ଅଧୂନା ତେରଟି ଭିଟାମିନ ଚିହ୍ନଟ ହୋଇଛି ।

ଗଠନ (Structure) ଅନୁସାରେ ନ ହୋଇ ଜୈବିକ(Biological) ଓ ରାସାୟନିକ କ୍ରିୟା (Chemical activity) ଅନୁସାରେ ଭିଟାମିନର ବର୍ଗୀକରଣ କରା ଯାଇଥାଏ । ପ୍ରତ୍ୟେକ ଭିଟାମିନ ଅଲଗା ପ୍ରକାର ଜୈବିକ ପ୍ରକ୍ରିୟା ପ୍ରଦର୍ଶନ କରନ୍ତି ଓ ଏମାନଙ୍କୁ ଅକ୍ଷର ଅନୁସାରେ ନାମ ଦିଆ ଯାଇଥାଏ । ଉଦାହରଣ ସ୍ୱରୁପ ଭିଟାମିନ 'ଏ' (ବା 'କ') ଦଳରେ ରେଟିନଲ, ରେଟିନାଲ ଓ ଚାରି ପ୍ରକାର କ୍ୟାରୋଟିନଏଡ ଅଛନ୍ତି । ଶରୀରରେ ଭିଟାମିନ ବ୍ୟବହାରିକ ରୁପକୁ ରୁପାନ୍ତରିତ ହୁଏ ଓ ନିଜ ମଧ୍ୟରେ ରୁପାନ୍ତର ହୁଏ ।
ଭିଟାମିନମାନଙ୍କର ବହୁଧା ଜୈବ ରାସାୟନିକ କ୍ରିୟା ଥାଏ । ଉଦାହରଣ ସ୍ୱରୁପ ଭିଟାମିନ ଡି ମିନେରାଲ ମେଟାବୋଲିଜ୍ମରେ ହରମୋନ ଭଳି କାମ କରେ ଓ ଭିଟାମିନ ଏ ତନ୍ତୁ ବୃଦ୍ଧି ଓ ବିଭେଦନ (Differntiation) କରେ । ଭିଟାମିନ ଇ ଓ ସି ଆଣ୍ଟିଅକ୍ସିଡାଣ୍ଟ କାମ କରେ । ସଂଖ୍ୟାଧିକ ଥିବା ବି କମ୍ପ୍ଲେକ୍ସ ଏଞ୍ଜାଇମ କୋ-ଫ୍ୟାକ୍ଟର ପୂର୍ବ ରୁପରେ ଥାଏ ଯାହା ଏଞ୍ଜାଇମ କାଟାଲିସ୍ଟ ଭାବରେ କାମ କରେ । ଫ୍ୟାଟି ଏସିଡ ତିଆରି କରିବା ନିମନ୍ତେ ଏନଜାଇମର ଅଂଶ ରୂପେ ବାୟୋଟିନ କାମ କରେ । ଏହା କୋଏନଜାଇମ ରୁପେ ମଧ୍ୟ କାମ କରେ, ଉଦାହରଣ: ଫୋଲିକ ଏସିଡ କୋଷ ମଧ୍ୟରେ ମେଥାଇଲ, ଫର୍ମିଲ ଓ ମେଥିଲିନ ବହନ କରେ । ଏଗୁଡ଼ିକା ଭିଟାମିନର ସୁପରିଚିତ କର୍ମ କିନ୍ତୁ ଏହା ବ୍ୟତିତା ଅନ୍ୟ ପ୍ରମୂଖ କାରଣ ଅଛି ।

୧୯୩୦ ଦଶନ୍ଧିରେ ସେମିସିନ୍ଥେଟିକ ଭିଟାମିନ ସି ଓ ଇଷ୍ଟରୁ ଭିଟାମିନ ବି କମ୍ପ୍ଲେକ୍ସ ଉତ୍ପାଦନ କରାଗଲା । ଅଧୁନା ରାସାୟନିକ ଦ୍ରବ୍ୟ ରୁପେ ଭିଟାମିନ ତିଆରି ଶସ୍ତାରେ ତିଆରି ହୋଇ ବିକ୍ରି କରାଯାଉଛି ।

ଭିଟାମିନ ତାଲିକା

ବିଭିନ୍ନ ରାସାୟନିକ ପ୍ରକ୍ରିୟାରେ ଭିଟାମିନ ବ୍ୟବହୃତ ହେଉଥିବାରୁ ଏହାର ବହୁତ ପ୍ରକାର କାମ ଥାଏ ।

ଭିଟାମିନ ଜେନେରିକ
ବର୍ଣ୍ଣନା ନାମ
ଭିଟାମର ରାସୟନିକ ନାମ (ଅସମ୍ପୂର୍ଣ୍ଣ) ମିଳେଇବା ସୁପାରିସ ଖାଦ୍ୟ ପରିମାଣ
(ପୁରୁଷ, ବୟସ, ୧୯–୭୦)
ଅଭାବ ଜନିତ ରୋଗ ସର୍ବାଧିକ ପରିମାଣ
(UL/day)
ଅତି ମାତ୍ରାର ରୋଗ ଖାଦ୍ୟ ଉତ୍ସ
ଭିଟାମିନ କ ରେଟିନାଲ, ରେଟିନାଲ, ଏବଂ
ବିଟା କ୍ୟାରୋଟିନ ସହ ଚାରିପ୍ରକାର
କ୍ୟାରୋଟିନଏଡ
ଚର୍ବି ୯୦୦ µଗ୍ରା ଅନ୍ଧାର କଣା, ହାଇପରକେରାଟୋସିସ, ଏବଂ କେରାଟୋମାଲାସିଆ ୩,୦୦୦ µg ହାଇପରଭିଟାମିନୋସିସ କ କମଳା, ପାଚିଲା ହଳଦିଆ ଫଳ, ପତ୍ରଯୁକ୍ତ ପରିବା, ଗାଜର, କଖାରୁ, ପାଳଙ୍ଗ, କଲିଜା, ସୋୟା କ୍ଷୀର, କ୍ଷୀର
ଭିଟାମିନ ଖ ଥାୟାମିନ ଜଳ ୧.୨ ମି.ଗ୍ରା ବେରିବେରି, ବେର୍ଣିକ–କୋର୍ସାକୋଫ ସିଣ୍ଡ୍ରୋମ N/D ଘୁମେଇବା ବା ଅତ୍ୟଧିକ ମାତ୍ରାରେ ପେଶୀ କୋହଳ ଘୁଷୁରି ମାଂସ, ଅଟମିଲ, ଉଷୁନା ଭାତ, ପାରିବା, ଆଳୁ, କଲିଜା ଓ ଅଣ୍ଡା ।
ଭିଟାମିନ ଖ ରାଇବୋଫ୍ଲାଭିନ ଜଳ ୧.୩ ମିଗ୍ରା ଆରାଇବୋଫ୍ଲାଭିନୋସିସ N/D ଦୁଗ୍ଧ ଜାତ ଦ୍ରବ୍ୟ, କଦଳୀ, ପପକର୍ନ, ଶାଗୁଆ ବିନ, ହେଙ୍ଗୁ
ଭିଟାମିନ ଖ ନିଆସିନ, ନିଆସିନାମାଇଡ ଜଳ ୧୬  ମିଗ୍ରା ପେଲାଗ୍ରା ୩୫.୦ ମିଗ୍ରା ଯକୃତ କ୍ଷତି (ଡୋଜ> ୨ଗ୍ରା/ଦିନ) ଓ ଅନ୍ୟାନ୍ୟ ସଙ୍କଟ ମାଂସ, ମାଛ, ଅଣ୍ଡା, ପନିପରିବା, ଛତୁ
ଭିଟାମିନ ଖ ପାଣ୍ଟୋଥେନିକ ଏସିଡ ଜଳ ୫.୦ ମିଗ୍ରା ପାରେସ୍ଥେସିଆ N/D ତରଳ ଝାଡା, ବାନ୍ତି ଲାଗିବା ଓ ଛାତି ଜଳିଲା ଭଳି ଲାଗିବା ମାଂସ, ବ୍ରୋକୋଳି
ଭିଟାମିନ ଖ ପାଇରିଡକ୍ସିନ, ପାଇରିଡକ୍ସାମିନ, ପାଇରିଡକ୍ସାଲ ଜଳ ୧.୩–୧.୭ ମିଗ୍ରା ଆନିମିଆ ପେରିଫେରାଲ ନିଉରୋପାଥି. ୧00 ମିଗ୍ରା ସ୍ନାୟୁ କ୍ଷତି(doses > ୧୦୦ ମିଗ୍ରା/ଦୈନିକ) ମାଂସ, ପରିବା, କଦଳୀ
ଭିଟାମିନ ଖ ବାୟୋଟିନ ଜଳ ୩୦.୦ µଗ୍ରା ଚର୍ମ ପ୍ରଦାହ, ଏଣ୍ଟେରାଇଟିସ N/D କଞ୍ଚା ଅଣ୍ଡା, ହଳଦିଆ ଅଂଶ, ଚିନାବାଦାମ, କଲିଜା, କେତେକ ପାରିବା ।
ଭିଟାମିନ ଖ ଫୋଲିକ ଏସିଡ, ଫୋଲିନିକ ଏସିଡ ଜଳ ୪୦୦ µଗ୍ରା ମେଗାଲୋବ୍ଲାଷ୍ଟିକ ଆନିମିଆ ଏବଂ ଗର୍ଭାବସ୍ଥାରେ ଅଭାବ ହେଲେ ଜନ୍ମଗତ ତ୍ରୁଟି ଯଥା ନିଉରାଲ ଟ୍ୟୁବ ତ୍ରୁଟି । ୧,୦୦୦ µଗ୍ରା ଭିଟାମିନ ଖ୧୨ ଅଭାବ କମ ଦେଖାଇପାରେ; ଅନ୍ୟାନ୍ୟ ତୃଟି. ପତ୍ର ପରିବା, ପାସ୍ତା, ପାଉଁରୁଟି, କଲିଜା ଓ ଚାଉଳ ଗହମ ଆଦି ଶସ୍ୟ ।
ଭିଟାମିନ ଖ୧୨ ସ୍ୟନୋକୋବାଲାମିନ, ହାଇଡ୍ରୋକ୍ସିକୋବାଲାମିନ, ମିଥାଇଲକୋବାଲାମିନ ଜଳ ୨.୪ µଗ୍ରା ମେଗାଲୋବ୍ଲାଷ୍ଟିକ ଆନିମିଆ N/D ବ୍ରଣ ଭଳି ବିସ୍ଫୋଟ ମାଂସ ଓ ପଶୁଜାତ ଖାଦ୍ୟଦ୍ରବ୍ୟ
ଭିଟାମିନ ସି ଆସ୍କର୍ବିକ ଏସିଡ ଜଳ ୯୦. ମିଗ୍ରା ସ୍କର୍ଭି ୨,୦୦୦ ମିଗ୍ରା ଭିଟାମିନ ସି ଅଧିକ ଡୋଜ ଅନେକ ପ୍ରକାର ଫଳ, କଲିଜା
ଭିଟାମିନ ଡି କଲିକ୍ୟାଲ୍ସୀଫେରଲ ଚର୍ବି ୧୦ µଗ୍ରା ରିକେଟ ଓ ଓଷ୍ଟିଓମାଲାସିଆ ୫0 µଗ୍ରା ଅତ୍ୟଧିକ ଭିଟାମିନ ଡି’ ମାଛ, ଅଣ୍ଡା, କଲିଜା, ଛତୁ ।
ଭିଟାମିନ ଇ ଟୋକୋଫେରଲs, ଟୋକୋଟ୍ରିଏନେଲ ଚର୍ବି ୧୫.0 ମିଗ୍ରା କ୍ୱକିତ ଅଭାବ ହୁଏ, ନବଜାତ ଶିଶୁର ହେମୋଲାଇଟିକ ସ୍ୱଳ୍ପ ଆନିମିଆ ୧,000 ମିଗ୍ରା ଗୋଟିଏ ବୃହତ ଅନୁଶୀଳନରେ କଞ୍ଜେଷ୍ଟିଭ କାର୍ଡିଆକ ଫେଲ୍ୟୁଅର (congestive heart failure) ହେବା ଦେଖାଯାଇଛି

ଅନେକ ପ୍ରକାରର ଫଳ, ପାରିବା, ମଞ୍ଜି ଓ ନଟ
ଫାଇଲୋକୁଇନୋନ, ମେନାକୁଇନୋନ ଚର୍ବି ୧୨0 µଗ୍ରା ରକ୍ତସ୍ରାବ ଡାୟାଥେସିସ (Bleeding diathesis) N/D ୱାରଫାରିନ (warfarin) ସେବନ କଲେ ଅଧିକ ରକ୍ତ ଜମାଟ ବାନ୍ଧେ । ପତ୍ରଯୁକ୍ତ ଶାଗୁଆ ପନିପରିବା ଯଥା ପାଳଙ୍ଗ ଅଣ୍ଡା ହଳଦିଆ ଅଂଶ, କଲିଜା ।

ଭିଟାମିନ ଶବ୍ଦ ବିନ୍ୟାସ

ଆମେ ଓଡ଼ିଆରେ ଜାଣିଥିବା ଜୀବସାରର ଇଂରାଜୀ ନାମ ଭିଟାମିନ (Vitamin) । ଏହି ଭିଟାମିନ ଶବ୍ଦ ଇଂରାଜୀରେ ପ୍ରଥମେ ପୋଲାଣ୍ଡ ଦେଶର ଜୈବ ରସାୟନବିତ କନିମିଏର୍ଜ୍ ଫଙ୍କ ( biochemist Kazimierz Funk) ୧୯୧୨ ମସିହାରେ ପ୍ରଥମେ ପ୍ରଚଳନ କରିଥିଲେ । Vitamine ଶବ୍ଦଟି VitalAmine ଶବ୍ଦ ଦୁଇଟି ମିଶି ଏକ ଯୌଗିକ ଶବ୍ଦ ଗଠିତ ହୋଇଛି । Vital ଶବ୍ଦର ଅର୍ଥ ଶକ୍ତି ଦାୟକ ଓ Amine ଶବ୍ଦ କେତେକ ଜୈବ ଯୌଗିକ ପଦାର୍ଥକୁ କୁହାଯାଏ ଯାହାଦ୍ୱାରା ପ୍ରୋଟିନ ଗଠିତ ହୁଏ ଅର୍ଥାତ ଏହା ଜୀବନର ଆମିନ । ପରେ ଜଣାଗଲା ବେରିବେରି ଭଳି ରୋଗ ନିମନ୍ତେ ଆବଶ୍ୟକ ହେଉଥିବା ଜୈବ ଅତି କ୍ଷୁଦ୍ର ପୋଷକ (organic micronutrient ) ଜୈବ ନ ହୋଇ ରାସାୟନିକ ଆମିନ ହୋଇପାରେ । ଏହି କାରଣ ଯୋଗୁ ଇଂରାଜୀ ଭିଟାମିନ ଶବ୍ଦରୁ ଇ କାଟି ଦେଇ କେବଳ ଭିଟାମିନ ରଖାଗଲା (Vitamin) ।

ମନୁଷ୍ୟ ଶରୀରରେ

ଭିଟାମିନ ଦୁଇ ପ୍ରକାର ଦ୍ରବିଭୁତ ହୁଏ: ଚର୍ବି ଦ୍ରବଣୀୟ ବା ଜଳ ଦ୍ରବଣୀୟ । ମନୁଷ୍ୟ ଶରୀରରେ ୧୩ ପ୍ରକାର ଭିଟାମିନ ଥାଏ: ୪ ପ୍ରକାର ଚର୍ବି ଦ୍ରବଣୀୟ (ଏ.ଡି.ଇ.କେ ବା A.D.E.K.) ଓ ନଅ ପ୍ରକାର (୮ ପ୍ରକାର ବି ଭିଟାମିନ ଓ ସି ଭିଟାମିନ) ଜଳ ଦ୍ରବଣୀୟ । ଜଳ ଦ୍ରବଣୀୟ ଭିଟାମିନ ସହଜରେ ମିଳେଇ ଯାଏ ଓ ଶୀଘ୍ର ଦେହରୁ ପରିସ୍ରାରେ ବାହାରି ଯାଏ । ପରିସ୍ରା ପରୀକ୍ଷାଦ୍ୱାରା ଦେହରେ ଥିବା ଭିଟାମିନ ମାତ୍ରା ଜାଣି ହୁଏ । ଏହି ଜାତୀୟ ଭିଟାମିନ ଦେହରେ ସଂଗ୍ରୁହିତ ହୋଇ ରହି ପାରେ ନାହିଁ, ଏଣୁ ସର୍ବଦା ଖାଦ୍ୟ ମାଧ୍ୟମରେ ଦରକାର ହୁଏ । ବ୍ୟାକ୍ଟେରିଆଦ୍ୱାରା କେତେକ ପ୍ରକାରର ଜଳ ଦ୍ରବୀଭୁତ ଭିଟାମିନ ପ୍ରସ୍ତୁତ ହୁଏ । ଅନ୍ତନାଳୀରୁ ଚର୍ବି ସାହାଯ୍ୟରେ ଚର୍ବି ଦ୍ରବିଭୁତ ଭିଟାମିନ ଶୋଷିତ ହୋଇ ଦେହ ଅଭ୍ୟନ୍ତରକୁ ଯାଏ । ଏହି ସମସ୍ତ ଭିଟାମିନ ଦେହରେ ଜମା ହୋଇ ରହୁ ଥିବାରୁ ଅତିଭିଟାମିନ ସମସ୍ୟା ଉପୁଜି ପାରେ । ସିସ୍ଟିକ ଫାଇବ୍ରୋସିସ ରୋଗରେ ଚର୍ବି ଦ୍ରବଣୀୟ ଭିଟାମିନର ନିୟନ୍ତ୍ରଣ ଆବଶ୍ୟକ ହୁଏ ।

ରୋଗରେ ଓ ପୋଷକରେ

ଶରୀରର ବିକାଶ ଓ ବୃଦ୍ଧି ନିମନ୍ତେ ଭିଟାମିନ ଅତ୍ୟାବଶ୍ୟକ । ଭୃଣ ସଞ୍ଚାର ହେବା ମାତ୍ରେ ଜେନେଟିକ ବ୍ଲୁପ୍ରିଣ୍ଟ ଅନୁସାରେ ଦେହ ବଢିବାକୁ ଲାଗେ ଓ ଏଥି ନିମନ୍ତେ ପୋଷକ ଆବଶ୍ୟକ ହୁଏ । ଲବଣ ଓ ଭିଟାମିନ ଦରକାର ହୁଏ । ଏହି ସମସ୍ତ ପୋଷକ, ଶରୀରର ଅସ୍ଥି, ଚର୍ମ ଓ ମାଂସ ପେଶୀ ନିର୍ମାଣର ରାସାୟନିକ ପ୍ରକ୍ରିୟାରେ ବ୍ୟବହୃତ ହୁଏ । କୌଣସି ପୋଷକ ସାମାନ୍ୟ ଅଭାବ ହେଲେ ଅଭାବ ଜନିତ ରୋଗ ହୁଏ ଓ ସ୍ଥାୟୀ ନଷ୍ଟ ମଧ୍ୟ ହୋଇ ପାରେ ।
ଅଧିକାଂଶ ଭିଟାମିନ ଖାଦ୍ୟରେ ଥାଏ । ଭିଟାମିନ କେ (K) ଓ ବାୟୋଟିନ ଅଣୁ ଜୀବଙ୍କଦ୍ୱାରା ଅନ୍ତନାଳୀରେ ତିଆରି ହୁଏ । ସୂର୍ଯ୍ୟ କିରଣରେ ଥିବା ଅଲ୍ଟ୍ରାଭାୟୋଲେଟ ରଶ୍ମୀ ଚର୍ମରେ ଭିଟାମିନ ଡି ପ୍ରସ୍ତୁତ କରେ । ଖାଦ୍ୟରେ ଥିବା ବିଟା କ୍ୟାରୋଟିନରୁ ଭିଟାମିନ ଏ ଓ ଆମିନୋ ଏସିଡ ଟ୍ରିପ୍ଟୋଫେନରୁ ନିଆସିନ ତିଆରି ହୁଏ ।
ଶରୀର ଗଠନ ସମାପ୍ତି ପରେ ସୁସ୍ଥ ଜୀବ କୋଷ, ତନ୍ତୁ ଓ ଅଙ୍ଗ ପ୍ରତ୍ୟଙ୍ଗ ରଖିବା ନିମନ୍ତେ ଭିଟାମିନ ଆବଶ୍ୟକ । ଖାଦ୍ୟକୁ ରାସାୟନିକ ଶକ୍ତିରେ ପରିଣତ କରିବା ଓ ଶ୍ୱାସ କ୍ରିଯାରେ ସାହାଯ୍ୟ କରିବା ନିମନ୍ତେ ଭିଟାମିନ ଅତ୍ୟାବଶ୍ୟକ ।

ରାନ୍ଧଣା ପ୍ରଭାବ

ନିମ୍ନରେ ସାଧାରଣ ଖାଦ୍ୟ ଯଥା ପରିବା, ମାଛ କିମ୍ବା ମାଂସ ରାନ୍ଧିବାଦ୍ୱାରା ହାରା ହାରି ପ୍ରତିଶତ କ୍ଷତି ।

ଭିଟାମିନ ଗ(C) ଫୋଲେଟ (Folate) ୧୨ କ (A) ଇ(E)
ହାରାହାରି%କ୍ଷତି ୧୬ ୨୬ −୩ ୧୮ ୧୭ ୨୦ ? ୧୧ ୧୧

ଏଠାରେ ଉଲ୍ଲେଖଯୋଗ୍ୟ, ରନ୍ଧା ପରେ କେତେକ ଭିଟାମିନ ଅଧିକ ଉପଯୋଗୀ ହୁଅନ୍ତି । ନିମ୍ନରେ ଗରମ ବାଷ୍ପ ଦ୍ୱାରା, ଫୁଟେଇବାଦ୍ୱାରା ଓ ରାନ୍ଧିବାଦ୍ୱାରା ଭିଟାମିନ ଉପରେ କି ପ୍ରଭାବ ପଡେ ଦର୍ଶାଯାଇଛି । କଟା ପରିବା ଉପରେ ବାୟୁ ତଥା ଆଲୋକର ପ୍ରଭାବ ଦେଖାଯାଇପାରେ । ପରିବା ପାଣିରେ ଫୁଟେଇଲେ ସେଥିରେ ଥିବା ଜଳ ଦ୍ରବଣୀୟ ଭିଟାମିନ ଜଳ ମଧ୍ୟକୁ ଚାଲିଯାଏ ।

ଭିଟାମିନ ଜଳ ଦ୍ରବଣୀୟ ବାୟୁ ଉନ୍ମୁକ୍ତ ଆଲୋକ ଉନ୍ମୁକ୍ତ ଉତ୍ତାପ ଉନ୍ମୁକ୍ତ
ଜୀବସାର କ (Vitamin A) ନାହିଁ କିଛି ପରିମାଣ କିଛି ପରିମାଣ କିଛି ପରିମାଣରେ ଟିକାଉ (stable) ।
ଜୀବସାର ଗ en:vitamin C ଅତ୍ୟଧିକ ଅସ୍ଥିର ହଁ ହଁ ହଁ
ଜୀବସାର ଘ (en:vitamin D) ନାହିଁ ନାହିଁ ନାହିଁ ନାହିଁ
ଜୀବସାର ଇ (en:vitamin E) ନାହିଁ ହଁ ହଁ ନାହିଁ
ଜୀବସାର କେ (en:vitamin K) ନାହିଁ ନାହିଁ ହଁ ନାହିଁ
ଥାୟାମିନ ବା ଜୀବସାର ଖ ([[:en:vitamin B1]]) ଉଚ୍ଚ ନାହିଁ ? > ୧00°C
ଜୀବସାର (ଖ) ସାମାନ୍ୟ ନାହିଁ ଦ୍ରବଣ ମଧ୍ୟରେ ନାହିଁ
ନିଆସିନ (ଭିଟାମିନ ଖ) ହଁ ନାହିଁ ନାହିଁ ନାହିଁ
ପାଣ୍ଟୋଥେନିକ ଏସିଡ (ଭିଟାମିନ ଖ) ସ୍ଥିର ? ? ହଁ
ଜୀବସାର ଖ ହଁ ? ହଁ ?
ବାୟୋଟିନ (ଭିଟାମିନ ଖ) କିଛିମାତ୍ରା ? ? ନାହିଁ
ଫଲିକ ଏସିଡ (ଭିଟାମିନ ଖ) ହଁ ? ଶୁଖିଥିବା ବେଳେ ଉଚ୍ଚ ଉତ୍ତାପରେ
ଭିଟାମିନ ଖ୧୨ ହଁ ? ହଁ ନାହିଁ

ଭିଟାମିନ ଅଭାବ

ମନୁଷ୍ୟ କିଛି ଭିଟାମିନ ଖାଇବା ଆବଶ୍ୟକ, ଅନ୍ତତଃ ଏହାର ଅଭାବ ଜନିତ ଅସୁବିଧାରୁ ରକ୍ଷା ପାଇବା ପାଇଁ । କିଛି ସମୟ ଧରି ଶରୀର ଭିଟାମିନ ଅଭାବ ସମ୍ଭାଳି ନିଏ । ଭିଟାମିନ ଏ, ଡି ଓ ବି୧୨ ଶରୀରରେ ତଥା ଯକୃତରେ ବହୁ ପରିମାଣରେ ଗଚ୍ଛିତ ଥାଏ । ଯୁବକମାନଙ୍କର ଖାଦ୍ୟରେ ଏ ଓ ଡି ଭିଟାମିନ କିଛି ମାସ ଓ ବି୧୨ କିଛି ବର୍ଷ ଧରି ଅଭାବ ରହିବା ପରେ ଅଭାବ ଜନିତ ସମସ୍ୟା ଦେଖାଯାଏ । ବି ଦେହରେ ସ୍ୱଳ୍ପ ପରିମାଣରେ ଥାଏ, ଏଣୁ ଦୁଇ ସପ୍ତାହ ପରେ ଏହାର ଅଭାବ ଅନୁଭୁତ ହୁଏ । ଭିଟାମିନ ସି ଅଭାବରେ ହେଉଥିବା ସ୍କର୍ଭି ରୋଗ ପୂର୍ବ ଖାଦ୍ୟାଭ୍ୟସ ଅନୁସାରେ ଏକ ମାସରୁ ଛଅ ମାସ ପରେ ଦେଖାଯାଏ ।
ଭିଟାମିନ ଅଭାବ ପ୍ରାଥମିକ ବା ଗୌଣ ହୋଇପାରେ । ଖାଦ୍ୟରେ ଯଥେଷ୍ଟ ପରିମାଣରେ ଭିଟାମିନ ନ ଥିଲେ ପ୍ରାଥମିକ ଅଭାବ ହୁଏ । କିଛି ରୋଗଦ୍ୱାରା ବା କୌଣସି ଜୀବନ ଶୈଳୀଦ୍ୱାରା ଖାଉଥିବା ଖାଦ୍ୟ ଶୋଷିତ ହୋଇ ପାରେ ନାହିଁ, ଏଣୁ ଏହା ବ୍ୟବହୃତ ହୋଇ ପାରେ ନାହିଁ । ଏହି ଭଳି ଅଭାବକୁ ଗୌଣ ଅଭାବ କହନ୍ତି । ଧୂମ୍ର ପାନ, ଅତ୍ୟଧିକ ମଦ୍ୟ ପାନ ଓ କେତେକ ଔଷଧ ଯୋଗୁ ଭିଟାମିନ ଖାଦ୍ୟ ନଳୀରୁ ଶୋଷିତ ହୋଇ ପାରେ ନାହିଁ । ବିଭିନା ପ୍ରକାର ଖାଦ୍ୟ ଖାଉଥିବା ଲୋକଙ୍କର ପ୍ରାଥମିକ ଅଭାବ ସମ୍ଭାବନା ବହୁତ କମ ଥାଏ । ସୀମିତ ଖାଦ୍ୟ ଖାଉଥିବା ଲୋକଙ୍କର ଏହି ସମ୍ଭାବନା ଅଧିକ ରହେ ଓ ଯନ୍ତ୍ରଣାଦାୟକ ତଥା ସାଂଘାତିକ ରୋଗ ହୁଏ ।
ଥିଆମିନ ଅଭାବ ଯୋଗୁ ବେରିବେରି, ନିଆସିନ ଯୋଗୁ ପେଲାଗ୍ରା, ଭିଟାମିନ ସି ଯୋଗୁ ସ୍କର୍ଭି ଓ ଭିଟାମିନ ଡି ଅଭାବ ଯୋଗୁ ରିକେଟ ରୋଗ ହୁଏ । ବିକଶିତ ରାଷ୍ଟ୍ରମାନଙ୍କରେ ଉତ୍ତମ ଖାଦ୍ୟ ଖାଇବା ଯୋଗୁ ଓ ଖାଦ୍ୟରେ ଭିଟାମିନ ମିଶ୍ରଣ(Fortificarion) ଯୋଗୁ ଭିଟାମିନ ଅଭାବ ଜନିତ ରୋଗ ହୁଏ ନାହିଁ । ଏହି ଜଣାଶୁଣା ରୋଗ ବ୍ୟତୀତ ଅନ୍ୟ କେତେକ ରୋଗଙ୍କର ଭିଟାମିନ ଅଭାବ ସହ ସମ୍ପର୍କ ଥିବା ପ୍ରମାଣ ମିଳୁଛି ।

ଆନୁସଙ୍ଗିକ ପ୍ରଭାବ

ଅଧିକ ମାତ୍ରାରେ ଭିଟାମିନ ଖାଇଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼େ । ଖାଦ୍ୟରେ ଅଧିକ ଭିଟାମିନ ଖାଇବା ସମ୍ଭବପର ନୁହେଁ, କିନ୍ତୁ ଅଧିକ ଭିଟାମିନ ଥିବା ଖାଦ୍ୟ ଖାଇଲେ ଏହା ସମ୍ଭବ ହୁଏ । ଏହାକୁ ଭିଟାମିନ ବିଷ ମଧ୍ୟ କହନ୍ତି । ଅଧିକ ଭିଟାମିନ ଖାଇଲେ ବାନ୍ତି ଲାଗେ, ବାନ୍ତି ହୁଏ ଓ ଝାଡ଼ା ହୁଏ । ଖରାପ ପ୍ରଭାବ ଦେଖିଲେ ଭିଟାମିନ ମାତ୍ରା କମେଇ ଦିଆଯାଏ । ମଣିଷର ସ୍ୱାସ୍ଥ୍ୟ, ବୟସ ଓ ନିଜସ୍ୱ ପ୍ରତିରୋଧ ଶକ୍ତି ଉପରେ ବିଷାକ୍ତ ପ୍ରଭାବ ନିର୍ଭର କରେ ।
ଆମେରିକାରେ ୨୦୦୮ ମସିହାରେ ଏହି ବିଷାକ୍ତ ପ୍ରଭାବ ଭୋଗି ଥିବା ବାସିନ୍ଦାମାନେ ସେ ଦେଶର ଆସୋସିଏସନ ଅଫ ପଏଜନ କଣ୍ଟ୍ରୋଲ ସେଣ୍ଟରକୁ ଜଣେଇ ଥିଲେ । ଏମାନଙ୍କ ମଧ୍ୟରୁ ୮୦% ପିଲାଙ୍କ ବୟସ ୬ବର୍ଷରୁ କମ ଥିଲା ଓ ମୃତ୍ୟୁ ନ ହେଲେ ମଧ୍ୟ ମରଣାନ୍ତକ ଅବସ୍ଥା ହୋଇଥିଲା ।
ଭିଟାମିନ ଅପେକ୍ଷା ଧାତୁସାର ମାତ୍ରା ଅଧିକ ହେଲେ ଅଧିକ ବିପଦ ଜନକ ହୁଏ ।

ଆଧାର

Tags:

ଜୀବସାର ଭିଟାମିନ ତାଲିକାଜୀବସାର ଭିଟାମିନ ଶବ୍ଦ ବିନ୍ୟାସଜୀବସାର ମନୁଷ୍ୟ ଶରୀରରେଜୀବସାର ରୋଗରେ ଓ ପୋଷକରେଜୀବସାର ଆଧାରଜୀବସାରen:Lifeen:Organic

🔥 Trending searches on Wiki ଓଡ଼ିଆ:

ଜର୍ଜ କ୍ୟାଣ୍ଟରକାନ୍ଦଣା ଗୀତଅଡ଼ିଶାଲିନୀ ଅରୋଡ଼ାଗୀତଗୋବିନ୍ଦପ୍ରତିଭା ରାୟଅରବିନ୍ଦ ମୁଦୁଲିବୀଣାପାଣି ମହାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରଗଣନ ସଂଖ୍ୟାତୁଳସୀ ଦାସଆମ୍ଫେଟାମିନଆର୍ଟିଫିସିଆଲ ଇଣ୍ଟେଲିଜେନ୍ସନବକଳେବର ୨୦୧୫୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣଚା’ବିରିଭିକାରୀ ବଳଯକ୍ଷ୍ମାଟାଇଫଏଡରବର୍ଟ ମୂଗସୁନାମିପ୍ରଶାନ୍ତ ନନ୍ଦବର୍ଷାମନମୋହନ ସାମଲଓଡ଼ିଆ ଚଉତିଶାଗୁଗଲଛବିଳ ମଧୁ ବର୍ଣ୍ଣବୋଧପୂଜା ହେଗଡ଼େୟୁ ଟ୍ୟୁବବିକ୍ରମ କେଶରୀ ଦେଓପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇପାଠାଗାରଜୟଦେବଯବକ୍ଷାରଜାନଏନଫୋର୍ଟୁମାବ ଭେଡୋଟିନଓପନ-ସୋର୍ସ ସଫ୍ଟୱେରହିରୋ୧୯୬୦୧ ଜୁଲାଇମୋରୋକ୍କୋସୀତାକାନ୍ତ ମହାପାତ୍ର୫ ଡିସେମ୍ବରପାରମିତା ଶତପଥୀଗୋଦାବରୀଶ ମହାପାତ୍ର୧ ମାର୍ଚ୍ଚଏଚଆଇଭି/ଏଡସପିଆଜଗୋଦାବରୀଶ ମିଶ୍ର୧୮୩୩ଓଡ଼ିଆ ଭ୍ରମଣ ସାହିତ୍ୟହଳଧର ନାଗସମାଜ ବିଜ୍ଞାନଫାଲଗୁନହରେକୃଷ୍ଣ ମହତାବସଂସଦୀୟ ଗଣତନ୍ତ୍ର୧୩ ମାର୍ଚ୍ଚଜଗନ୍ନାଥଙ୍କ ବେଶଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାପକ୍ଷକଳିଙ୍ଗ ଯୁଦ୍ଧଶ୍ୟାମସୁନ୍ଦର କରଶଙ୍ଖଦୁର୍ଗା ପୂଜାକିଶୋରୀ ଚରଣ ଦାସଅଭିରାମ ପରମହଂସ🡆 More