ରବି କାନୁନଗୋ

ରବି କାନୁନଗୋ (ଜନ୍ମ : ୨୦.୪.୧୯୪୬) ଜଣେ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଏବଂ କଥାକାର । ଦୈନିକ ଖବର କାଗଜ ସୂର୍ଯ୍ୟପ୍ରଭାର ସମ୍ପାଦକ ଅଟନ୍ତି । ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଆଇନ ଓ ଟ୍ରେଡ଼ ୟୁନିୟନ ଅନୁଷ୍ଠାନ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ଅଛନ୍ତି ।

ରବି କାନୁନଗୋ
ଜନ୍ମ ଓ ଜନ୍ମସ୍ଥାନ (1946-04-20) ୨୦ ଅପ୍ରେଲ ୧୯୪୬ (ବୟସ ୭୮)
ଚଁପୁର, କେନ୍ଦ୍ରାପଡ଼ା ଜିଲ୍ଲା
ବୃତ୍ତିସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଏବଂ କଥାକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାବିଏ ଏଲଏଲବି
ଶିକ୍ଷାନୁଷ୍ଠାନରାଉରକେଲା ଆଇନ ମହାବିଦ୍ୟାଳୟ
ଶୈଳୀସାହିତ୍ୟ
ପୁରସ୍କାରଡ ରାଧାନାଥ ରଥ ବିଶିଷ୍ଟ ସାମ୍ବାଦିକ ସମ୍ମାନ - ୨୦୧୧ (ଉତ୍କଳ ସାହିତ୍ୟ ସମାଜ ଦ୍ୱାରା)
ଜୀବନସାଥୀମଞ୍ଜୁମିତା କାନୁନଗୋ
ସନ୍ତାନସ୍ନାତଶାନ୍ତା ସାମନ୍ତରାୟ (କନ୍ୟା) ସଙ୍ଘମିତ୍ରା ମହାନ୍ତି (କନ୍ୟା) ଓ ସନ୍ତଦୀପ୍ତି କାନୁନଗୋ (ପୁତ୍ର)
ସମ୍ପର୍କୀୟହରିହର କାନୁନଗୋ (ସାନ ଭାଇ)

ଶିକ୍ଷା ଓ ପେଷା

ମହାରାଜ କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟ, ବାରିପଦା ଓ ଜୟରାମ ଉଚ୍ଚବିଦ୍ୟାଳୟ କରୋଳୋ ପାଟଣା, କେନ୍ଦ୍ରାପଡ଼ାରୁ ଏକାଦଶ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ (ପ୍ରଥମ ବ୍ୟାଚ ଛାତ୍ର), ନାଇଟ କଲେଜ ରାଉରକେଲାରୁ କଳାରେ ସ୍ନାତକ, ରାଉରକେଲା ଆଇନ ମହାବିଦ୍ୟାଳୟରୁ ବିଏ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ରବି କାନୁନଗୋ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ) ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ ଥିଲେ । ଅବସର ନେବାପରେ ଭୁବନେଶ୍ୱରରେ ସ୍ଥାନାନ୍ତର ହୋଇଥିଲେ । ୨୦୦୯ ମସିହା ଜାନୁଆରୀରୁ ସୂର୍ଯ୍ୟପ୍ରଭା ଦୈନିକ ଖବର କାଗଜରେ ସମ୍ପାଦକ ଅଛନ୍ତି ।

ଅବଦାନ

ପ୍ରାୟ ପଚାଶ ବର୍ଷ ଧରି ତାଙ୍କ ସୃଷ୍ଟିର ପାଖାପାଖି ୫0୦୦୦ରୁ ଅଧିକ ସ୍ତମ୍ଭ, କାହାଣୀ, କବିତା ପ୍ରକାଶିତ ହୋଇଛି । ୧୯୭୨ ମସିହାରେ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ବାଟେଘାଟେ ସ୍ତମ୍ଭରେ 'ଲଘୁପାକ' ପ୍ରସଙ୍ଗରୁ ଲେଖିବା ଆରମ୍ଭ କରିଥିଲେ । 'ସମ୍ବାଦ'ରେ 'କଥା କିଂଚିତ୍' (୧୯୮୪-୯୩), ତାଙ୍କର ଅକ୍ଷର ଅନାବାଦୀ (ପ୍ରଜାତନ୍ତ୍ର ସାପ୍ତାହିକ ସ୍ତମ୍ଭ ୧୯୯୩ରୁ ୨୦୦୫ମସିହା ପର୍ଯ୍ୟନ୍ତ), ଦୈନିକ ସମାଜସମ୍ବାଦ ଖବର କାଗଜରେ ମନେଥାଉ ସେମିତି ସେମିତି ଆଦି ଅନେକ ସ୍ଥମ୍ଭ ୨୦୦୦ରୁ ୨୦୦୫ ମସିହା ମଧ୍ୟରେ ପ୍ରକାଶ ପାଇଥିଲା । ତା' ଛଡ଼ା ସାଂପ୍ରତିକ ଘଟଣାବଳୀ ତାଙ୍କ ଲେଖନୀରେ ସାହିତ୍ୟର ସ୍ପନ୍ଦନ, ହାସ୍ୟରସର ବେଢ଼ଣ ଏବଂ ମାନବବାଦର ସ୍ପର୍ଶ ଦେଖିବାକୁ ମିଳେ । ଗମ୍ଭିର ତଥା ହାସ୍ୟ କବିତା ଲିଖନରେ ତାଙ୍କର ସ୍ପଷ୍ଟ ଓ ଅନନ୍ୟ ପରିଚୟ ରହିଛି l ରାଜନୀତି, ଶ୍ରମ ସଂଗଠନ, ଆଇନଜ୍ଞ ଏବଂ ବହୁ ଭ୍ରମଣ ଅଭିଜ୍ଞତା ଯୋଗୁ ତାଙ୍କ ନିରୀକ୍ଷଣର ଶୈଳୀ ଏକଦମ ନିଆରା । ସେ ଜଣେ ଗଳ୍ପ ଲେଖକ ମଧ୍ୟ । ୧୯୬୭ ମସିକରେ ପ୍ରକାଶିତ "ଅଇଁଠା ଓ ଅନାବାଦୀ" ତାଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ ରଚନା ଅଟେ ।

ପ୍ରକାଶିତ ପୁସ୍ତକ

  • କଥା କିଞ୍ଚିତ (ଇଷ୍ଟର୍ଣ୍ଣ ମିଡିଆ ଲି ୧୯୮୯)
  • କାଗଜ ବାଘ (ଫ୍ରେଣ୍ଡସ ପବ୍ଲିସର୍ସ ୧୯୯୪)
  • କେଶବତୀ କନ୍ୟା (ଲାର୍କ ବୁକ୍ସ ୧୯୯୭)

ଗଳ୍ପ

  • ଆଇନା ଭାରତ ଓ ଭାରତୀ (୧୯୯୮)
  • ପୁଅ ଓ କୋଡ଼ିଏଟି ଗପ (ଆରୋହୀ ୨୦୦୪)
  • ଆଶା ତମସା (ଆଦ୍ୟ ପ୍ରକାଶନୀ ୨୦୦୮)
  • ସବୁ ନାରୀ ଟିକେ ଟିକେ ସୀତା ('ସୂର୍ଯ୍ୟ ପ୍ରଭା', ୨୦୧୩)
  • ଏକ ରାଜ୍ୟପାଳଙ୍କ ଅନୁଭୁତି - ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ମୂଳଲେଖାର ଅନୁଦିତ ପୁସ୍ତକ (ଗ୍ରନ୍ଥମନ୍ଦିର ୧୯୯୭)
  • ମନେ ଥାଉ ସେମିତି ସେମିତି - ('ସୂର୍ଯ୍ୟ ପ୍ରଭା'. ୨୦୧୪)

ପୁରସ୍କାର ଓ ସମ୍ମାନ

  • ସ୍ୱସ୍ତି ସାହିତ୍ୟ ସମ୍ମାନ (୧୯୯୩) (ସ୍ୱସ୍ତି ଅନୁଷ୍ଠାନ ଦ୍ୱାରା)
  • ସୁରେନ୍ଦ୍ର ମହାନ୍ତି କଥା ସାହିତ୍ୟ ସମ୍ମାନ ୧୯୯୪ (ନୀଳଶୈଳ ଅନୁଷ୍ଠାନଦ୍ୱାରା)
  • ଉତ୍କଳ ସମ୍ବାଦ ସାହିତ୍ୟ ସମ୍ମାନ - ୧୯୯୬ (ଉତ୍କଳ ମେଲଦ୍ୱାରା)
  • ପ୍ରଜାତନ୍ତ୍ର ବିଷୁବ ସମ୍ମାନ - ୧୯୯୬(ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ୱାରା)
  • ଆୱାର୍ଡ ଫର ରାଇଟିଂ ଆଉଟଷ୍ଟାଣ୍ଡିଂ ଓଡ଼ିଆ କ୍ରିଏଟିଭ ରାଇଟିଂ - ୧୯୯୮ (ଲାୟନ୍ସ କ୍ଲବଦ୍ୱାରା)
  • ବୀର ସୁରେନ୍ଦ୍ର ସାଏ ସାହିତ୍ୟ ସମ୍ମାନ - ୨୦୦୧ (ପଶ୍ଚିମ ଓଡ଼ିଶା ଏକାଡେମୀଦ୍ୱାରା)
  • ବିଶିଷ୍ଟ ସେବା ସମ୍ମାନ (ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କଦ୍ୱାରା ୨୦୦୩)
  • ସାରସ୍ୱତ ସମ୍ମାନ ୨୦୦୪ (ଜଗତସିଂହପୁର ସାହିତ୍ୟ ସଂସଦ)
  • ସଂକଳ୍ପ ସାହିତ୍ୟ ସମ୍ମାନ - ୨୦୦୪ (ସଂକଳ୍ପ ଅନୁଷ୍ଠାନ ଦ୍ୱାରା)
  • ଆଦିକବି ସାରଳା ପୁରସ୍କାର - ୨୦୦୬(ସାରଳା ସାଂସ୍କୃତିକ ପରିଷଦ ରାଉରକେଲା ଦ୍ୱାରା)
  • ନାରଦ ସମ୍ମାନ (୨୦୦୯ ବିଶ୍ୱ ସମ୍ବାଦ କେନ୍ଦ୍ର ରାଉରକେଲା ଦ୍ୱାରା)
  • ପ୍ରତିବିମ୍ବ ପ୍ରିୟ ମନିଷ - ୨୦୧୦ ( ସମ୍ବର୍ଦ୍ଧନା ଉତ୍ସବ, ବାଲେଶ୍ୱର)
  • ଡ. ରାଧାନାଥ ରଥ ବିଶିଷ୍ଟ ସାମ୍ବାଦିକ ସମ୍ମାନ - ୨୦୧୧ (ଉତ୍କଳ ସାହିତ୍ୟ ସମାଜ ଦ୍ୱାରା)

ଆଧାର

Tags:

ରବି କାନୁନଗୋ ଶିକ୍ଷା ଓ ପେଷାରବି କାନୁନଗୋ ଅବଦାନରବି କାନୁନଗୋ ଗଳ୍ପରବି କାନୁନଗୋ ପୁରସ୍କାର ଓ ସମ୍ମାନରବି କାନୁନଗୋ ଆଧାରରବି କାନୁନଗୋସୂର୍ଯ୍ୟପ୍ରଭା

🔥 Trending searches on Wiki ଓଡ଼ିଆ:

ଜ୍ୱରପ୍ରତୀକ୍ଷାସିଲିକନଟୁକୁନି ସାହୁଓଡ଼ିଆ କବି ମାନଙ୍କର ତାଲିକାମହାପାତ୍ର ନୀଳମଣି ସାହୁକଳାହାଣ୍ଡି ଜିଲ୍ଲାବିଜୁ ଜନତା ଦଳଓଡ଼ିଆବ୍ୟଞ୍ଜନ ବର୍ଣ୍ଣକବିସୂର୍ଯ୍ୟ ବଳଦେବ ରଥବିଭୂତି ପଟ୍ଟନାୟକବନମାଳୀ ଦାସଚକ୍ରବର୍ତ୍ତୀ ରାଜଗୋପାଳାଚାରୀରମାକାନ୍ତ ରଥ୧୪ ମାର୍ଚ୍ଚଜାଭାସ୍କ୍ରିପ୍ଟ୨୦୨୨ ଫିଫା ବିଶ୍ୱକପ୍ଗ୍ରାସନଳୀରାଜେନ୍ଦ୍ର ନାରାୟଣ ସିଂହଦେଓସୂର୍ଯ୍ୟବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହିନ୍ଦୁ୧୧୫୨ଦଶାବତାରହନୁମାନ ଚାଳିଶାସମ୍ବଲପୁରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଗୀତଗୋବିନ୍ଦଜନ୍ ଏଫ୍. କେନେଡ଼ିଭାରତୀୟ ମୁଦ୍ରାସିନ୍ଦୂରଅଚ୍ୟୁତ ସାମନ୍ତ୭୧୫ଅଷ୍ଟ୍ରେଲିଆ (ମହାଦେଶ)ସୁଇଜରଲ୍ୟାଣ୍ଡକାହ୍ନୁଚରଣ ମହାନ୍ତିକଳିଙ୍ଗ ଲିପିଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା୨୮ ମାର୍ଚ୍ଚଭାରତୀୟ ଜନତା ପାର୍ଟି୧୪୨୪ଶ୍ରୀରାଧାମାଙ୍ଗାଲୋରେଆଇସଲ୍ୟାଣ୍ଡଆଇନ୍‍ଷ୍ଟାଇନ୍ କ୍ଷେତ୍ର ସମୀକରଣକୁନ୍ତଳା କୁମାରୀ ସାବତ୧୭୮୬ସିଦ୍ଧାନ୍ତ ମହାପାତ୍ରଆମାଜନ ନ‌ଦୀଆଦିବାସୀଚିକୁନ‌ଗୁନିଆଜୟଦ୍ରଥମାଟ୍ରିକ୍ସକୁମାର ପୂର୍ଣ୍ଣିମାମେଡ଼େଲିଭିଅମବି. ଆର. ଆମ୍ବେଦକରସୌର ଜଗତଚୀନୀ କଲରାପତରିଆ ବାଘରଣେନ୍ଦ୍ର ପ୍ରତାପ ସ୍ୱାଇଁଆଲଜିମର ରୋଗନରେନ ପଲେଇସାରଳା ଦାସଓଡ଼ିଶୀଡେଭିଡ କାମେରନସାଉଦି ଆରବ🡆 More