ଖବରକାଗଜକୁ ସମ୍ବାଦ ପତ୍ର ମଧ୍ୟ କୁହାଯାଏ। ଏହାକୁ ଇଂରାଜୀରେ ନିଯୁଜ୍ ପେପର ( News paper ) କୁହାଯାଏ । ନିଜ ଜଗତ ତଥା ବିଭିନ୍ନ ସ୍ଥାନର ବିଷୟରେ ଜାଣିବା ପାଇଁ ଆମେ ଆଗ୍ରହୀ ହେବାକୁ ଲାଗିଥାଉଁ , ଫଳରେ ଜନ୍ମ ନେଇଛି ଆଜିର ସମ୍ବାଦ ପତ୍ର।
ମହାତ୍ମାଗାନ୍ଧୀ କହିଥିଲେ, "ସତ୍ୟ ଘଟଣା ବର୍ଣ୍ଣନା ହିଁ ସମ୍ବାଦ" । ଟର୍ଣ୍ଣର୍ କାଟ୍ ଲେଜ୍ଙ୍କ ମତରେ"ଯାହା ତୁମେ ଗତକାଲି ଜାଣି ନ ଥିଲ ଆଜି ହଠାତ୍ ଜାଣିଲ ତାହା ହେଉଛି ସମ୍ବାଦ"।
ସମ୍ବାଦ ପତ୍ରର ଇତିହାସ ଅଧ୍ୟୟନ କଲେ ଆମେ ଜାଣିବାକୁ ପାଇବା ଯେ ସର୍ବ ପ୍ରଥମେ ଷୋଡ଼ଶ ଶତାବ୍ଦୀରେ ଇଟାଲୀର "ଭେନିସ୍ " ସହରରେ ଏହାର ପ୍ରଚଳନ ଦେଖାଯାଇଥିଲା। ଆଉ ମଧ୍ୟ ଅନ୍ୟ କେହି କେହି ମତ ଦିଅନ୍ତି ଯେ "ଚୀନ" ଏହାର ଜନ୍ମଦାତା। ପରବର୍ତ୍ତୀ କାଳରେ "ୟୁରୋପ ଓ ଆମେରିକା "ମୁଦ୍ରଣ ଯନ୍ତ୍ରର ଉନ୍ନତି ଘଟିବା ଫଳରେ ଦୈନିକ ଖବରକାଗଜର ପ୍ରକାଶ ସମ୍ଭବ ହେଲା।
ଇଂରାଜୀ ଶାସନ କାଳରେ ଭାରତରେ ପ୍ରଥମେ ୧୭୮୦ ମସିହାରେ "ବେଙ୍ଗଲ ଗେଜେଟ" ନାମକ ଖବରକାଗଜର ପ୍ରକାଶିତ ହୋଇଥିଲା। ଓଡ଼ିଶାରେ ୧୮୬୬ ଖ୍ରୀଷ୍ଟାବ୍ଦରେ ସର୍ବ ପ୍ରଥମେ କର୍ମବୀର ଗୌରୀଶଙ୍କର ରାୟଙ୍କ ରଚିତ "ଉତ୍କଳ ଦୀପିକା"ପ୍ରଥମ ସମ୍ବାଦ ପତ୍ର ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶାରେ ସମାଜ, ମାତୃଭୂମି, ଧରିତ୍ରୀ, ସମ୍ବାଦ,News of world ,sun times, ପ୍ରଗତିବାଦୀ ଓ ପ୍ରଜାତନ୍ତ୍ର ପ୍ରଭୃତି ଖବରକାଗଜ ପାଠକ ମାନଙ୍କୁ ଖବର ପରିବେଷଣର ସେବା ଯୋଗାଇ ଦେଉଛି।
ଏତଦ୍ ବ୍ୟତୀତ କୃଷି ଓ ପାଣିପାଗ, ଶିଳ୍ପ ସ୍ୱାସ୍ଥ୍ୟ, ବ୍ୟକ୍ତି ନିରୁଧିଷଟତା, ବକୃତା , ଆନ୍ତର୍ଜାତିକ ସମସ୍ୟା ଓ ଅଦାଲତରାୟ ଆଦି ସମ୍ବାଦ ପତ୍ରର ଅଙ୍ଗ ମଣ୍ଡନ କରିଥାଏ। ଆଧୁନିକ ଯୁଗରେ ସମ୍ବାଦ ପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହା ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିପାରୁଥିବାରୁ ଏଥିରେ ପ୍ରକାଶିତ ଖବର ବା ସମ୍ବାଦ ସତ୍ୟମୂଳକ, ନିରପେକ୍ଷ ଓ କୁସାହିତ ହେବା ଦରକାର। ପ୍ରତ୍ୟେକ ସାକ୍ଷର ବ୍ୟକ୍ତି ଖବରକାଗଜ ପଢିବା ଉଚିତ୍। ଯେଉଁ ଦେଶରେ ଯେତେ ଅଧିକ ଖବରକାଗଜ ପ୍ରକାଶିତ ହୁଏ, ସେ ଦେଶ ସେତେ ବେଶି ସଭ୍ୟ, ଶିକ୍ଷିତ ଓ ଉନ୍ନତ । ଏଣୁ କୁହାଯାଏ,
"ସମ୍ବାଦ ପତ୍ର। ବା ଖବରକାଗଜ ହେଉଛି ସଭ୍ୟତାର ଦର୍ପଣ "। _::::_
This article uses material from the Wiki ଓଡ଼ିଆ article ସମ୍ବାଦ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.