ପ୍ରଜାତନ୍ତ୍ର: ଦୈନିକ ଓଡ଼ିଆ ସମ୍ବାଦପତ୍ର

ପ୍ରଜାତନ୍ତ୍ର ଓଡ଼ିଶାର ଏକ ପ୍ରତିଷ୍ଠିତ ଦୈନିକ ଓଡ଼ିଆ ଖବରକାଗଜ ଅଟେ । ଡକ୍ଟର ହରେକୃଷ୍ଣ ମହତାବଙ୍କଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଭର୍ତ୍ତୃହରି ମହତାବ ଏହାର ପ୍ରକାଶକ ତଥା ମୁଖ୍ୟ ସମ୍ପାଦକ ରୁପେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।

ପ୍ରଜାତନ୍ତ୍ର
ମାଲିକପ୍ରଜାତନ୍ତ୍ର ପ୍ରଚାର ସମିତି
ପ୍ରତିଷ୍ଠାତାଡକ୍ଟର ହରେକୃଷ୍ଣ ମହତାବ
ପ୍ରକାଶକଭର୍ତ୍ତୃହରି ମହତାବ
ସମ୍ପାଦକଭର୍ତ୍ତୃହରି ମହତାବ
ପ୍ରତିଷ୍ଠିତ୧୯୨୩
ଭାଷାଓଡ଼ିଆ
ମୁଖ୍ୟାଳୟକଟକ

ଇତିହାସ

ପ୍ରଜାତନ୍ତ୍ର ୨ ଅକ୍ଟୋବର ୧୯୨୩ରୁ ଏକ ସାପ୍ତାହିକ ଖବରକାଗଜ ରୁପେ ପ୍ରଥମେ ବାଲେଶ୍ୱରରୁ ଏହାର ପ୍ରକାଶନ ଆରମ୍ଭ କରାଯାଇଥିଲା । ଇଁରେଜ ସରକାରଙ୍କ 'ପ୍ରେସ ଅର୍ଡିନାନ୍ସ'କୁ ବିରୋଧ କରି ୨୮ ଡିସେମ୍ବର ୧୯୩୦ ଏହାର ପ୍ରକାଶନ ବନ୍ଦ କରାଯାଇଥିଲା । ୮ ଅଗଷ୍ଟ ୧୯୪୭ରୁ ଏହା ପୁଣି ଏକ ଦୈନିକ ଖବରକାଗଜ ରୁପେ ପ୍ରକାଶ ପାଇବାକୁ ଲାଗିଲା । ପ୍ରଜାତନ୍ତ୍ର, ଡକ୍ଟର ମହତାବଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ପୁନ୍ନଗଠନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ସେ ସମୟରେ ସାମ୍ବାଦିକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ସଂସ୍ଥା ରୁପେ ମଧ୍ଯ ପ୍ରଜାତନ୍ତ୍ର କାର୍ଯ୍ୟ କରୁଥିଲା, ଯେଉଁଠାରୁ ପ୍ରଶିକ୍ଷଣ ଲାଭ କରିଥିବା ବହୁ ସାମ୍ବାଦିକମାନେ ପରବର୍ତ୍ତୀ ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ରାଜନୈତିକ ଓ ସାମାଜିକ ଦାୟିତ୍ୱ ବହନ କରିଥିଲେ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଆସାମର ଏବେକାର ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୫୨ରୁ ୧୯୬୭ ଯାଏଁ ପ୍ରଜାତନ୍ତ୍ରର ସମ୍ପାଦକ ରୁପେ କାର୍ଯ୍ୟ କରିଛନ୍ତି ।

ସାମାଜିକ କାର୍ଯ୍ୟ

ପ୍ରଜାତନ୍ତ୍ର ଓଡ଼ିଶାର ସାହିତ୍ୟିକ ଓ ସାମାଜିକ ପରିବେଶକୁ ବହୁଳ ଭାବେ ପ୍ରଭାବିତ କରିଆସିଛି। ପ୍ରଜାତନ୍ତ୍ର ପ୍ରଚାର ସମିତି ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟର ଉନ୍ନତି ତଥା ପ୍ରଚାର କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରି ଆସିଛି । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ପ୍ରତିବର୍ଷ ବିଷୁବ ପୁରସ୍କାର ପ୍ରଦାନ କରାଯାଇଥାଏ ।

ଆଧାର

Tags:

ଓଡ଼ିଆ ଭାଷାଓଡ଼ିଶାହରେକୃଷ୍ଣ ମହତାବ

🔥 Trending searches on Wiki ଓଡ଼ିଆ:

୨୫ ମାର୍ଚ୍ଚପଣା ସଂକ୍ରାନ୍ତିବୈଷ୍ଣବ ଚରଣ ସାମଲପକ୍ଷୀଅଲାରନାଥ ମନ୍ଦିରସମୁଦ୍ରଚିନ୍ତାମଣି ମହାନ୍ତିହନୁମାନ ଚାଳିଶାୟୁ ଟ୍ୟୁବପଖାଳସମ୍ବଲପୁରୀ ଭାଷାଚକ୍ରଧର ବେହେରାଡାଲିପରଶୁରାମକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗଜଲଭାରତୀୟ ସ୍ୱାଧୀନତା ଆନ୍ଦୋଳନବିଲେଇବୌଦ୍ଧ ଧର୍ମପୃଥିବୀକାଳିନ୍ଦୀ ଚରଣ ପାଣିଗ୍ରାହୀଚାଣକ୍ୟବିଦ୍ୟୁତଗ୍ରହବିରିଅମର ପ୍ରସାଦ ଶତପଥୀଓଡ଼ିଶାର ଇତିହାସଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନତପସ୍ୱିନୀଭାରତୀୟ ଜାତୀୟ କଂଗ୍ରେସଅଷ୍ଟ୍ରେଲିଆବିଭୂତି ପଟ୍ଟନାୟକକାଞ୍ଚନ ଅୱସ୍ତିବେଣୁଧର ରାଉତଅଖିଳ ନାୟକରାକ୍ଷୀ ବାନ୍ଧିଲି ମୋ ରଖିବ ମାନବୁନ୍ଦିଆ ଖିରିମୀନ (ମାସ)ଏସିଆଓଡ଼ିଶାଲକ୍ଷ୍ମଣ ନାୟକସାଦୃଶ୍ୟଧର୍ମେନ୍ଦ୍ର ପ୍ରଧାନବର୍ଷା ପ୍ରିୟଦର୍ଶିନୀଓଡ଼ିଆ କାବ୍ୟ କବିତାଗୋପାଳ ଛୋଟରାୟଯାଜପୁରଆଚାର୍ଯ୍ୟ ହରିହର୧୫ ଫେବୃଆରୀସଞ୍ଜୀବ କୁମାର ମଲ୍ଲିକଭାଷାଗୋଦାବରୀଶ ମହାପାତ୍ରବଙ୍ଗୋପସାଗରଗାଲୁଆଭୀମ ପୃଷ୍ଟିଓଡ଼ିଶା ବିଧାନ ସଭାରାଜ୍ୟ ସଭାଫୁଲସମ୍ବଲପୁରଶାରଳା ପୁରସ୍କାରମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଜାପାନଆଜାଦ ହିନ୍ଦ୍ ଫୌଜଗୀତଗୋବିନ୍ଦଅନାଦି ଚରଣ ସାହୁଦୀପକ ମିଶ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପିଆଜ🡆 More