ଅନୀତା ଦାସ: ଓଡ଼ିଆ ଅଭିନେତ୍ରୀ

ଅନୀତା ଦାସ (ଜନ୍ମ: ଅକ୍ଟୋବର ୧, ୧୯୫୩) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୦୦ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ କାମ କରିଛନ୍ତି ।

ଅନୀତା ଦାସ
ଜନ୍ମ
ନୟାଗଡ
ମୃତ୍ୟୁମଇ ୧୧, ୨୦୧୮(୨୦୧୮-୦୫-୧୧)
କଟକ, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତିଅଭିନୟ
ସକ୍ରିୟ ବର୍ଷ୧୯୭୬-୨୦୧୮
ପ୍ରସିଦ୍ଧିଅଭିନେତ୍ରୀ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ଅନୀତା ଦାସ ଓଡ଼ିଶାର ନୟାଗଡ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ବନମାଳୀ ଦାସ ଓ ମା' ସତ୍ୟଭାମା ଦାସ । ଗାଁ ବିଦ୍ୟାଳୟରେ ପାଠପଢି ୧୯୭୩ ମସିହାରେ ସେ କଟକ ଆସିଥିଲେ ଓ ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିବା ସ‌ହ କଳା ବିକାଶ କେନ୍ଦ୍ରର ଛାତ୍ରାବାସରେ ରହି ନୃତ୍ୟ ଶିକ୍ଷା କରିଥିଲେ । ସେହି ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ର ଓ ରଘୁନାଥ ଦାଶଙ୍କଠାରୁ ଓଡ଼ିଶୀ ଶିକ୍ଷା କରିଥିଲେ ।

କଥାଚିତ୍ର ଜୀବନ

ସ୍ନାତ୍ତକର ଶେଷ ବର୍ଷରେ, ୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅନୀତା, ନିଜ ପ୍ରଥମ ସଂଳାପରେ ଅଭିଜ୍ଞ ହେମନ୍ତ ଦାସଙ୍କ ବିପକ୍ଷରେ କ‌ହିଥିଲେ,

ତୁମର ତ ଆସିବାର ନଥିଲା, କେମିତି ଆସିଲ ?

। ୧୯୭୬ରେ ମୁକ୍ତିଲାଭ କରିଥିବା, ଦ୍ୱିତୀୟ ଚଳଚ୍ଚିତ୍ର ନାଗଫାଶରୁ କିନ୍ତୁ ସେ ଲୋକପ୍ରିୟତା ଅର୍ଜନ କରିଥିଲେ । ଏଥିରେ ତାଙ୍କ ଉପରେ ଆଧାରିତ ରମ୍ୟ ସଙ୍ଗୀତ 'ନାଥ ନାଥ ହେ ନାଥ, ମୋ ପ୍ରାଣ ନାଥ' ଲୋକପ୍ରିୟତା ଅର୍ଜନ କରିବା ସ‌ହ ତାଙ୍କ ପ୍ରଦର୍ଶନ‌କୁ ମଧ୍ୟ ସମସ୍ତେ ପସନ୍ଦ କରିଥିଲେ । ୧୯୮୩ରେ 'ଭକ୍ତ ସାଲବେଗ' ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ମା' ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ଜୀବନରେ ଭିନ୍ନ ମୋଡ ଆଣିଥିଲା ଚଳଚ୍ଚିତ୍ର, ପୁଅ ମୋର କଳାଠାକୁର ଓ ଏହା ପରେ ସେ ସିନେ ଜଗତରେ ମା' ଭାବେ ପରିଚିତ ହୋଇଥିଲେ । ଦୀର୍ଘ ୪୩ ବର୍ଷ ଧରି ସେ ସିନେ ଜଗତରେ ସକ୍ରିୟ ଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେଉଛି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା, ଏକ୍ସ୍‌କ୍ୟୁଜ୍ ମି

ରାଜନୀତି ଜୀବନ

ତ‌ତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ତାଙ୍କୁ ଧର୍ମଶାଳା ଆସନରେ ପାର୍ଥୀ କରିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ସେ ମନା କରିଦେଇଥିଲେ । ଏହାପରେ ୧୯୯୨ରେ କଂଗ୍ରେସ ତରଫରୁ ସେ ଯାଜପୁର ରୋଡ଼୍‌ରୁ ଅଧ୍ୟକ୍ଷା ପାର୍ଥୀ ହୋଇ ଅଳ୍ପକେ ପରାଜିତ ହୋଇଥିଲେ ।ଏହାପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ ।

ଓଡ଼ିଆ କଥାଚିତ୍ର

ହିନ୍ଦୀ ଚଳଚ୍ଚିତ୍ର

ପୁରସ୍କାର

  • ବାଣୀଚିତ୍ର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ଼
  • 'ଭକ୍ତ ସାଲବେଗ', 'ତପସ୍ୟା' ଓ 'ଏଇତ ଦୁନିଆ' ଚଳଚ୍ଚିତ୍ର ପାଇଁ ରାଜ୍ୟ ସରକାରଙ୍କଦ୍ୱାରା ସମ୍ମାନିତ ।
  • ଚିତ୍ରପୁରୀ
  • ବାଣୀ ଚିତ୍ର
  • ସିନେମା ସଂସାର
  • ଚଳଚ୍ଚିତ୍ର ଜଗତ
  • ସିନେକ୍ରିଟିକ୍

ମୃତ୍ୟୁ

୨୦୧୮ ମସିହା ମଇ ମାସ ୧୧ ତାରିଖରେ ଅନୀତାଙ୍କର କଟକ ମିଶନରୋଡ଼ସ୍ଥିତ ବାସଭବନରେ ହୃଦ୍‌ଘାତରେ ତିରୋଧାନ ଘଟିଥିଲା ।

ଆଧାର

ଅଧିକ ତଥ୍ୟ

Tags:

ଅନୀତା ଦାସ ପ୍ରାରମ୍ଭିକ ଜୀବନ ଓ ଶିକ୍ଷାଅନୀତା ଦାସ କଥାଚିତ୍ର ଜୀବନଅନୀତା ଦାସ ରାଜନୀତି ଜୀବନଅନୀତା ଦାସ ପୁରସ୍କାରଅନୀତା ଦାସ ମୃତ୍ୟୁଅନୀତା ଦାସ ଆଧାରଅନୀତା ଦାସ ଅଧିକ ତଥ୍ୟଅନୀତା ଦାସଅଭିନେତ୍ରୀ (ନାରୀ କଳାକାର)ଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ସିଦ୍ଧାନ୍ତ ମହାପାତ୍ରପାରମିତା ଶତପଥୀମଦର ଟେରେସାନବଯୌବନ ବେଶ୧୯ ମାର୍ଚ୍ଚପୁଥୁପ୍ପାଲ୍ଲୀ, କୋଟ୍ଟାୟାମଅନନ୍ତ ବାସୁଦେବ ମନ୍ଦିରସତୀ (ହିନ୍ଦୁ ଦେବୀ)ଫେବୃଆରୀ ୨୯ଓଡ଼ିଆ କଥାଚିତ୍ର ଜଗତଶ୍ରବଣ ( ରାମାୟଣ ର ଚରିତ୍ର )ରାଶି ଓ ନକ୍ଷତ୍ରବୈଜୟନ୍ତ ପଣ୍ଡାଲିଙ୍ଗରାଜ ମନ୍ଦିରରାବଣବୈକୁଣ୍ଠନାଥ ପଟ୍ଟନାୟକ୨୯ ମାର୍ଚ୍ଚବୈଶାଖସୌଭାଗ୍ୟ କୁମାର ମିଶ୍ରନନ୍ଦିଘୋଷଖଡ଼ଗପୁରସବ୍ୟସାଚୀ ମିଶ୍ରରାସେଶ୍ୱରୀ ପାଣିଗ୍ରାହୀବିରାଟ କୋହଲୀନିତ୍ୟାନନ୍ଦ ଶତପଥୀଗର୍ଭାବସ୍ଥାସ୍ୱର ବର୍ଣ୍ଣନେଲସନ ମଣ୍ଡେଲାଓଡ଼ିଆ ଭ୍ରମଣ ସାହିତ୍ୟଧର୍ମକାଜାଖସ୍ତାନଫୋସିନୋପ୍ରିଲଚାଟ୍ ଜିପିଟିଖାଦ୍ୟଶିବବଳରାମ ଦାସଯୁକ୍ତରାଷ୍ଟ୍ର ଆମେରିକାଜଗନ୍ନାଥ ମନ୍ଦିରଲକ୍ଷ୍ମୀ ପୁରାଣଗୋଦାବରୀଶ ମିଶ୍ରମହମ୍ମଦ ମୋକିମ୍ପାରାଦୀପ ବନ୍ଦରନଇ ଆରପାରିଚନ୍ଦ୍ରଶେଖର ରଥଚିଲିକା (ବହୁବିକଳ୍ପ)ଉଇକିପିଡ଼ିଆ ସମୂହର ତାଲିକାଭୃସଙ୍ଗ ଗଛ୧୭ ଫେବୃଆରୀଅଣ୍ଡା ରୋଲପାର୍ବତୀରାଧାନାଥ ରାୟତୃପ୍ତି ଦାସମଧୁସୂଦନ ଦାସନବକଳେବରକଳାହାଣ୍ଡି ଜିଲ୍ଲାମନୋରଞ୍ଜନ ଦାସକୁଜିବର ପ‌ତ୍ରପୁରୁଷୋତ୍ତମ ଦେବମୟୂରଭଞ୍ଜ ଜିଲ୍ଲାଆଖୁସାଲଭାଡୋର ଡାଲିଚିଲିକା ହ୍ରଦକୋଳିବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୪ ଅପ୍ରେଲବିରଳା ମନ୍ଦିର, କୋଲକାତାପଥ ଓ ପୃଥିବୀସାରଳା ଦାସଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଆମ୍ବ🡆 More