ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ

ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ (ଇଂରାଜୀରେ sexually transmitted infections ବା STI), ଅନ୍ୟ ନାମ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ (STD) ଓ ଭେନେରିଆଲ ରୋଗ ଇଂରାଜୀରେ venereal diseases (VD); ଅନେକ ପ୍ରକାର ସଂକ୍ରାମକ ରୋଗକୁ ବୁଝାଏ ଯାହା ମନୁଷ୍ୟର ଯୌନ‌କ୍ରିୟାଦ୍ୱାରା (ମୁଖ୍ୟତଃ ଯୋନୀପଥ ଯୌନ ସଙ୍ଗମ, ମଳଦ୍ୱାର ସଙ୍ଗମ ଓ ମୁଖ ସଙ୍ଗମ) ସଞ୍ଚାରିତ ହୁଏ । ଅଧିକାଂଶ ରୋଗ ଆରମ୍ଭରୁ କୌଣସି ଲକ୍ଷଣ ଦେଖାନ୍ତି ନାହିଁ । ତେଣୁ ରୋଗ ଅନ୍ୟ ସୁସ୍ଥ ଲୋକମାନଙ୍କୁ ସଂକ୍ରମିତ ହେବା ସମ୍ଭାବନା ଅଧିକ ରହେ । ଏହାର ଲକ୍ଷଣ ଓ ଚିହ୍ନ ମଧ୍ୟରେ ଯୋନୀପଥ ବିସର୍ଜନ, ପୁଲିଙ୍ଗ ବିସର୍ଜନ, ଯୌନାଙ୍ଗ ଓ ଏହା ଚାରପାଖରେ ଘାଆ ଓ ବସ୍ତିଦେଶରେ ଯନ୍ତ୍ରଣା ହୁଏ । ଜନ୍ମ ପୂର୍ବରୁ ଓ ଜନ୍ମ ସମୟରେ ଏହି ରୋଗ ସଂକ୍ରମିତ ହେଲେ ଫଳାଫଳ ଖରାପ ହୁଏ । କେତେକ ରୋଗରେ ମହିଳାମାନେ ଗର୍ଭବତୀ ହୋଇପାରନ୍ତି ନାହିଁ । .

ଯୌନ କ୍ରିୟା ସଞ୍ଚାରିତ ରୋଗ
ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ
ହର୍ପିସ ଜେନିଟାଲିସ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A64.
ଆଇସିଡ଼ି-୯-ସିଏମ୍099.9
ରୋଗ ଡାଟାବେସ27130
Patient UKଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ
MeSHD012749

କାରଣ ଓ ରୋଗ ନିର୍ଣ୍ଣୟ

୩୦ ପ୍ରକାରରୁ ଉର୍ଦ୍ଧ୍ୱ ଜୀବାଣୁ, ଭୁତାଣୁ ଓ ପରଜୀବୀ ଏହି ରୋଗ ସୃଷ୍ଟି କରନ୍ତି । ଜୀବାଣୁ ସଂକ୍ରମଣ ମଧ୍ୟରେ ଗନୋରିଆ ସିଫିଲିସ୍ ଓ କ୍ଲାମିଡିଆ ଅନ୍ୟତମ । ଭାଇରାସ୍ ରୋଗ ମଧ୍ୟରେ ଗୁପ୍ତାଙ୍ଗ ହର୍ପିସ୍, ଏଡ୍‌ସ୍ ଓ ଗୁପ୍ତାଙ୍ଗ ୱାର୍ଟ ମୂଖ୍ୟ ସ୍ଥାନ ଅଧିକାର କରିଛନ୍ତି । ପରଜୀବୀ ମଧ୍ୟରେ ଟ୍ରାଇକୋମୋନିଆସିସ୍ ମୁଖ୍ୟ । ଯୌନ ସଙ୍ଗମଦ୍ୱାରା ଏହା ସଞ୍ଚାରିତ ହେଲେ ମଧ୍ୟ ଅଣ-ଯୌନ‌କ୍ରିୟା ସଂସ୍ପର୍ଶରେ ଯଥା ପ୍ରଦୂଷିତ ରକ୍ତ, ସ୍ତନ୍ୟପାନ କିମ୍ବା ଶିଶୁ ଜନ୍ମ ସମୟରେ ଏହା ସଂଞ୍ଚାରିତ ହୁଏ । ବିକଶିତ ଦେଶମାନଙ୍କରେ ରୋଗନିର୍ଣ୍ଣୟକାରୀ କିଟ୍ ମିଳେ କିନ୍ତୁ ବିକଶିତ ଦେଶମାନଙ୍କରେ ଏହି ସମ୍ଭାବ ହୋଇପାରି ନାହିଁ ।

ପ୍ରତିଷେଧକ ଓ ଚିକିତ୍ସା

ଏହି ରୋଗମାନଙ୍କଠାରୁ ରକ୍ଷା ପାଇବା ନିମନ୍ତେ ଶ୍ରେଷ୍ଠ ଉପାୟ ହେଉଛି ଯୌନ ସମ୍ଭୋଗ ନ କରିବା । ହେପାଟାଇଟିସ ବି ଓ ଏଚ.ପି.ଭି. ଟିକା ନେଲେ କେତେକ ସଂକ୍ରମଣ କମିଯାଏ । କଣ୍ଡୋମ ବ୍ୟବ‌ହାର କରି ସୁରକ୍ଷିତ ଯୌନ‌କ୍ରିୟା କଲେ, ସଳ୍ପ ଯୌନ ସାଥୀ ବା କେବଳ ଦୁଇ ଜଣ ଯୌନ ସମ୍ପର୍କ ରଖିଲେ ଏହି ରୋଗ ସମ୍ଭାବନା କମିଯାଏ । ସୁନ୍ନତ କରିବାଦ୍ୱାରା ଅନେକ ସଂକ୍ରମଣ ପ୍ରତିରୋଧ କରାଯାଇପାରେ । ଅଧିକାଂଶ ଯୌନ ସଂକ୍ରମଣ ଚିକିତ୍ସା କରିହୁଏ ଓ ଆରୋଗ୍ୟ କରିହୁଏ । ସିଫିଲିସ୍, ଗନୋରିଆ, କ୍ଲାମିଡିଆ ଓ ଟ୍ରାଇକୋମୋନିଆସିସ୍ ରୋଗ ଆରୋଗ୍ୟସାଧ୍ୟ ଓ ହର୍ପିସ୍, ହେପାଟାଇଟିସ୍ ବି, ଏଚ ଆଇ ଭି/ଏଡ୍‌ସ ଓ ଏଚପିଭି ରୋଗ ଚିକିତ୍ସାସାଧ୍ୟ କିନ୍ତୁ ଆରୋଗ୍ୟସାଧ୍ୟ ନୁହେଁ । ଗନୋରିଆ ଜୀବାଣୁ ଭଳି କେତେକ ଜୀବାଣୁ ନିମନ୍ତେ ଦିଆଯାଉଥିବା ଆଣ୍ଟିବାୟୋଟିକ୍‌ର ପ୍ରତିରୋଧ ହେଉଛି ।

ରୋଗନୁଶୀଳନ ଓ ଇତିହାସ

ସନ ୨୦୦୮ର ହିସାବ ଅନୁଯାୟୀ ୫୦୦ ନିୟୁତ ଲୋକ ସିଫିଲିସ୍, ଗନୋରିଆ, କ୍ଲାମିଡିଆ ଓ ଟ୍ରାଇକୋମୋନିଆସିସ୍ ରୋଗରେ ପୀଡ଼ିତ ହୋଇଥିଲେ । ୫୩୦ ନିୟୁତ ଲୋକଙ୍କର ଗୁପ୍ତାଙ୍ଗ ହର୍ପିସ୍ ଓ ୨୯୦ ନିୟୁତ ମହିଳାଙ୍କର ମାନବ ପାପିଲୋମା ଭୁତାଣୁ ସଂକ୍ରମଣ ହୋଇଥିଲା । ଏଚ.ଆଇ.ଭି. ବ୍ୟତୀତ ଅନ୍ୟ ଯୌନ ସଂକ୍ରମଣଦ୍ୱାରା ୧୪୨,୦୦୦ ଲୋକ ୨୦୧୩ରେ ମୃତ୍ୟୁ ବରଣ କରିଥିଲେ । ଆମେରକାରେ ୨୦୧୦ ମସିହାରେ ୧୯ ନିୟୁତ ନୂଆ ଯୌନ ସଂକ୍ରମଣ ରୋଗ ଚିହ୍ନଟ କରାଯାଇଥିଲା । ଏହି ବିଷୟରେ ଐତିହାସିକ ଦଲିଲ ଏବର୍ସ ପାପିରସ୍‌ରେ ୧୫୫୦ ମସିହାରେ ଓ ପୁରୁଣା ଟେସ୍ଟାମେଣ୍ଟରେ ଉଲ୍ଲେଖ ରହିଛି । ଏହି ସଂକ୍ରମଣ ହେଲେ ଲଜ୍ଜାଜନ‌କ ଓ ବିଦ୍ରୁପଜନ‌କ ଅବସ୍ଥା ଉପୁଜେ । ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ଓ ଭେନେରିଆଲ୍ ରୋଗ ଅପେକ୍ଷା ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ ଶବ୍ଦଟି ଅଧିକ ପସନ୍ଦ କରାଯାଉଛି ।

ଆଧାର

Tags:

ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ କାରଣ ଓ ରୋଗ ନିର୍ଣ୍ଣୟଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ପ୍ରତିଷେଧକ ଓ ଚିକିତ୍ସାଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ରୋଗନୁଶୀଳନ ଓ ଇତିହାସଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ଆଧାରଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ

🔥 Trending searches on Wiki ଓଡ଼ିଆ:

ସାବିତ୍ରୀ ଓଷାମନୋରମା ମହାପାତ୍ରଜଳ ପ୍ରଦୂଷଣଓଡ଼ିଆ ଭାଷାସୁଦାମ ମାରାଣ୍ଡିକୁଞ୍ଜବିହାରୀ ଦାଶଇଣ୍ଡୋନେସିଆପଞ୍ଜାବୀ ଭାଷାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଜଟାୟୁଅମର ପ୍ରସାଦ ଶତପଥୀରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେପାଇକଗୋଲ୍‌ମାଲ୍ଅଶୋକ (ସମ୍ରାଟ)ସରସ୍ୱତୀ୧୬୩ଉପେନ୍ଦ୍ର ଭଞ୍ଜହଳଦୀଗୋପାଳ ଛୋଟରାୟକବିତା ବାରିକପଣା ସଂକ୍ରାନ୍ତିତ୍ରିପୁରା ମିଶ୍ରଅଭିନିବେଶ ଅର୍ଥନୀତିEtacrynic acid୨ ଅଗଷ୍ଟ୧୯୮୦ଧଉଳିଟ୍ରାବେକ୍ଟେଡିନଜର୍ମାନୀଶିମିଳିପାଳ ଜାତୀୟ ଉଦ୍ୟାନଗରିଷ୍ଠ ସାଧାରଣ ଗୁଣନୀୟକରାସେଶ୍ୱରୀ ପାଣିଗ୍ରାହୀଭାରତୀୟ ମହାକାଶ ଗବେଷଣା ସଂସ୍ଥାଗଗନେନ୍ଦ୍ର ନାଥ ଦାଶମୁଖ୍ୟମନ୍ତ୍ରୀ (ଓଡ଼ିଆ କଥାଚିତ୍ର)ଜବାହରଲାଲ ନେହେରୁନଇ ଆରପାରିବୁଢ଼ୀଠାକୁରାଣୀ ମନ୍ଦିରପଠାଣି ସାମନ୍ତଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଶୈଳବାଳା ଦାସଅଚିହ୍ନା ବାସଭୂମିପଖାଳଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବିରାଟ କୋହଲୀଦାମୋଦର ରାଉତଗଜଲପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଡିମେନ୍ସିଆହୀରାକୁଦ ବନ୍ଧକୋଣାର୍କତାରିଣୀ ମନ୍ଦିର, ଘଟଗାଁପାଲାନନ୍ଦ କିଶୋର ବଳସୁରେନ୍ଦ୍ର ମହାନ୍ତିହୃଷୀକେଶ ପଣ୍ଡାବେଲସୂଚନା ଅଧିକାର ଆଇନ ୨୦୦୫୧୭୭୬ଘରମହେନ୍ଦ୍ରଗିରିହେନା ଫୁଲବନ୍ଦେ ଉତ୍କଳ ଜନନୀ୧୧ ଫେବୃଆରୀସଚ୍ଚିଦାନନ୍ଦ ରାଉତରାୟରାଧାକୃଷ୍ଣ ବିଶ୍ୱାସରାୟ🡆 More