ଗଗନେନ୍ଦ୍ର ନାଥ ଦାଶ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ, (୨୫ ନଭେମ୍ବର ୧୯୪୦-୧୯ ନଭେମ୍ବର ୨୦୨୨) ଓଡ଼ିଶାର ଜଣେ ଖ୍ୟାତନାମା ଭାଷାବିତ୍, ପ୍ରାବନ୍ଧିକ ଏବଂ ସମାଲୋଚକ ଥିଲେ । ସେ ବିଜେବି ସାନ୍ଧ୍ୟ ମହାବିଦ୍ୟାଳୟ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଦି ମହାବିଦ୍ୟାଳୟ/ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷା ପ୍ରଦାନ କରିଥିଲେ । ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ନିମନ୍ତେ ସେ ୨୦୧୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ, ୨୦୧୧ ମସିହାରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ୨୦୧୧ ମସିହାରେ ବିଷୁବ ପୁରସ୍କାର, ୨୦୦୫ ମସିହାରେ ପ୍ରବନ୍ଧ ଏବଂ ସମାଲୋଚନା ନିମନ୍ତେ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ । ୨୦୦୬ରେ ସେ ଓଡ଼ିଶା ପ୍ରବନ୍ଧ ଏବଂ ସମାଲୋଚନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୦୨ରେ ସେ ପ୍ରବନ୍ଧ ଏବଂ ସମାଲୋଚନା ପାଇଁ ଝଙ୍କାର ସମ୍ମାନ ପାଇଥିଲେ ମଧ୍ୟ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ଗଗନେନ୍ଦ୍ର ନାଥ ଦାଶ
୨୦୧୫ ମସିହାରେ ଗଗନେନ୍ଦ୍ର ନାଥ ଦାଶ
୨୦୧୫ ମସିହାରେ ଗଗନେନ୍ଦ୍ର ନାଥ ଦାଶ
ଜନ୍ମ ଓ ଜନ୍ମସ୍ଥାନ(1940-11-25)୨୫ ନଭେମ୍ବର ୧୯୪୦
କଡ଼େଇ, ଯାଜପୁର ଜିଲ୍ଲା
ମୃତ୍ୟୁ୧୯ ନଭେମ୍ବର ୨୦୨୨(2022-11-19) (ବୟସ ୮୧)
ଭୁବନେଶ୍ୱର
ବୃତ୍ତିଅଧ୍ୟାପନା
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର, (ଓଡ଼ିଆ ଭାଷା), ପିଏଚଡି
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିହିନ୍ଦୁଜ୍ ଆଣ୍ଡ ଟ୍ରାଇବାଲ୍ସ୍
ଜନଶ୍ରୁତି କାଞ୍ଚିକାବେରୀ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ
ବିଷୁବ ପୁରସ୍କାର
ଜୀବନସାଥୀରମା ଦେବୀ
ସନ୍ତାନତପନ, ପ୍ରତିଚି

୨୦୨୨ ମସିହା ନଭେମ୍ବର ୧୯ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

ସଂକ୍ଷିପ୍ତ ଜୀବନୀ

ଗଗନେନ୍ଦ୍ର ନାଥ ଦାଶ ୧୯୪୦ରେ ଅବିଭକ୍ତ ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ବାଞ୍ଛାନିଧି ଦାଶ ୧୯୨୧ରେ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିଲେ । ତାଙ୍କ ମା' ସୁଲୋଚନା ଦେବୀ ଜଣେ ଗୃହିଣୀ ଥିଲେ । ସେ ରମା ଦେବୀଙ୍କ ବିବାହ କରିଥିଲେ ଓ ଏହି ଦମ୍ପତ୍ତିଙ୍କର ତପନ ନାମକ ପୁତ୍ର ଓ ପ୍ରତିଚୀ ନାମକ କନ୍ୟା ଅଛନ୍ତି । ତାଙ୍କର ୨୦୨୨ ମସିହା ନଭେମ୍ବର ୧୯ ତାରିଖରେ ଭୁବନେଶ୍ୱରଠାରେ ପରଲୋକ ଘଟିଥିଲା ।

ଶିକ୍ଷା ଓ ବୃତ୍ତି

ଗାଁଁ ବିଦ୍ୟାଳୟରେ ଶିକ୍ଷା ସମାପ୍ତ ପରେ ରେଭେନ୍ସାରୁ ୧୯୫୯ରେ ସ୍ନାତକ (ଓଡ଼ିଆ ସମ୍ମାନ) ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୬୧ରେ ଶାନ୍ତିନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୬୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଜେବି ସାନ୍ଧ୍ୟ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ସାଢ଼େ ଚାରିବର୍ଷ ପରେ ଶାନ୍ତିନିକେତନରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ଦଶବର୍ଷ ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସ୍ନାତକୋତ୍ତର ବିଭାଗରେ ଭାଷାବିଜ୍ଞାନୀ ରିଡର ଭାବେ ଯୋଗ ଦେଇଥିଲେ । ୧୯୮୫ ମସିହାରେ ପ୍ରଫେସର ପଦବୀ ପାଇ ୨୦୦୦ ନଭେମ୍ବରରେ ଅବସର ଗ୍ରହଣ କରିଥିଲେ ।

ରଚନାବଳୀ

  • ନବଦିଗନ୍ତର ସନ୍ଧାନରେ, ୨୦୧୬
  • ଓଡ଼ିଆର ସ୍ୱାଭିମାନ ଓ ଅନ୍ୟାନ୍ୟ ପ୍ରସଙ୍ଗ (କିଞ୍ଚିତ ଅପ୍ରିୟ କଥନ), ୨୦୧୫
  • ପୁନଶ୍ଚ ଜନଶୃତି କାଞ୍ଚିକାବେରୀ
  • ଜନଶୃତି କାଞ୍ଚିକାବେରୀ, ୧୯୭୯
  • ଖଦ୍ୟୋତର ଦ୍ୟୁତି, ୧୯୮୪
  • ନୀଳକଣ୍ଠ ସ୍ମାରକୀ-୩, ୧୯୮୬
  • ଶୈଳି ବିଜ୍ଞାନ, ୧୯୮୯
  • ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ, ୧୯୯୨
  • ଓଡ଼ିଆ ବ୍ୟାକରଣ, ୧୯୯୫
  • Hindus and Tribals, ୧୯୯୮
  • ନିର୍ବାଚିତ ପ୍ରବନ୍ଧ ସଂକଳନ, ୨୦୦୫
  • ଫକୀର ମୋହନ: ସାହିତ୍ୟ ଓ ବ୍ୟକ୍ତିତ୍ୱ, ୨୦୦୬
  • ଓଡ଼ିଆ ଭାଷା ଚର୍ଚ୍ଚାର ପରମ୍ପରା
  • ନବଦିଗନ୍ତର ସନ୍ଧାନରେ ୨୦୧୬
  • Conversational Oriya (ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସହ ସହ-ସଂକଳନ), ୧୯୭୨
  • Orissa a classified and comprehensive Bibliography, ୧୯୮୧
  • Descriptive Morphology of Oriya, ୧୯୮୨
  • Bibliography on Lord Jagannatha, Puri, ୧୯୯୨
  • Imaging Odisha, ୨୦୧୩

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଗଗନେନ୍ଦ୍ର ନାଥ ଦାଶ ସଂକ୍ଷିପ୍ତ ଜୀବନୀଗଗନେନ୍ଦ୍ର ନାଥ ଦାଶ ଶିକ୍ଷା ଓ ବୃତ୍ତିଗଗନେନ୍ଦ୍ର ନାଥ ଦାଶ ରଚନାବଳୀଗଗନେନ୍ଦ୍ର ନାଥ ଦାଶ ସମ୍ମାନ ଓ ପୁରସ୍କାରଗଗନେନ୍ଦ୍ର ନାଥ ଦାଶ ଆଧାରଗଗନେନ୍ଦ୍ର ନାଥ ଦାଶ ଅଧିକ ତଥ୍ୟଗଗନେନ୍ଦ୍ର ନାଥ ଦାଶଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଶାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ଲଣ୍ଡନଗୀତଗୋବିନ୍ଦଅକ୍ଷୟ ତୃତୀୟାପ୍ରଥମାଷ୍ଟମୀଅଟିଜିମ୍‌ଜଳ ପ୍ରଦୂଷଣଫକୀର ମୋହନ ସେନାପତିତରଭୁଜସ୍ତନବୀଣାପାଣି ମହାନ୍ତିରାମାୟଣକୁକୁରଅନୁଗୋଳ ଜିଲ୍ଲାଘର ବାହୁଡ଼ାଟେସାମୋରେଲିନଇଲେକ୍ଟ୍ରୋନିକ କମର୍ସନେମାଳଉଦୟନାଥ ଷଡ଼ଙ୍ଗୀ୬୩୩ଆଇଜାକ ନିଉଟନସାରଳା ସମ୍ମାନବାବୁଶାନ୍ଗୁରୁବାରଟୋଲକାପୋନଓଡ଼ିଶା ବିଧାନ ସଭାଇଣ୍ଟରନେଟସାରଳା ଦାସଗ୍ରହ୧୭୩୬ଚିନ୍ତାମଣି ବେହେରାଓଡ଼ିଶା ଆଦର୍ଶ ବିଦ୍ୟାଳୟପାଲାଯୌନ ସମ୍ଭୋଗୱାଟରଲୁ ଯୁଦ୍ଧଉଇକିଅଭିଧାନଜୟ ଜଗନ୍ନାଥଉଇକିମିଡ଼ିଆ ମୁଭମେଣ୍ଟଶିବଅଂଶୁପା ହ୍ରଦଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଗନରିଆଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପାଳ ଛୋଟରାୟମାଟିର ମଣିଷଲବଙ୍ଗଭାରତସଞ୍ଜୁ ଆଉ ସଞ୍ଜନାଜହ୍ନହିନ୍ଦୁ ଧର୍ମପୃଥିବୀରିୟା ଦେପରିବେଶଆଖୁବୈଷ୍ଣବ ପାଣିବନ୍ଧୁତାଗୋଲୋକ ବିହାରୀ ଧଳବିରିସତ୍ୟବାଦୀ ବନ ବିଦ୍ୟାଳୟରମାକାନ୍ତ ରଥମହାଭାରତକେଶବ କୋଇଲିକବିସୂର୍ଯ୍ୟ ବଳଦେବ ରଥଇଣ୍ଡିଆନ ପ୍ରିମିଅର ଲିଗକଙ୍କାଳକୃଷ୍ଣ🡆 More