ବିଟକଏନ

ବିଟ କଏନ ଏକ ଗୁପ୍ତ ମୁଦ୍ରା ବା ଅଦୃଶ୍ୟ କ୍ୟାଶ ଅଟେ । ଏହାକୁ ଅନଲାଇନ ୱାଲେଟ ମଧ୍ୟ କୁହାଯାଏ । ଅନଲାଇନରେ ଦ୍ରବ୍ୟ କ୍ରୟ ପାଇଁ ଏହାକୁ ବ୍ୟବହାର କରାଯାଏ । ସାଂଖିକ ଦେଣନେଣ ( ଡିଜିଟାଲ ପେମେଣ୍ଟ )ର ଏହା ଏକ ମାଧ୍ୟମ ଅଟେ । ବିଟ କଏନଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ଏକ ଅଜ୍ଞାତ ପ୍ରୋଗ୍ରାମର କିମ୍ବା ସତୋଶୀ ନାକାମୋତୋ ନାମକ ଏକ ପ୍ରୋଗ୍ରାମର ଗୋଷ୍ଠୀଦ୍ୱାରା ଉଦ୍ଭାବିତ ହୋଇଥିଲା । ଏହାକୁ ଓପନ ସୋର୍ସରେ ୨୦୦୯ ମସିହାରେ ଛଡ଼ାଯାଇଥିଲା ।

ବିଟକଏନ
ବିଟକଏନ
Prevailing bitcoin logo

ଏହା ଏକ ବର୍ଚ୍ଚୁଆଲ ମୁଦ୍ରା ହୋଇଥିବାରୁ ବିଶ୍ୱର କୌଣସି ସରକାରଙ୍କ ଏହା ଉପରେ ନିୟନ୍ତ୍ରଣ ନାହିଁ । ଏହି ମୁଦ୍ରାକୁ କୌଣସି ବ୍ୟାଙ୍କଦ୍ୱାରା ଜାରି କରାଯାଇ ନାହିଁ । ଯେହେତୁ ଏହା କୌଣସି ଦେଶଦ୍ୱାରା ଜାରି କରାଯାଇ ନାହିଁ ତେଣୁ ଏହା ଉପରେ କୌଣସି ଟିକସ ବ୍ୟବସ୍ଥା ମଧ୍ୟ ନାହିଁ । ଏହାକୁ ଡଲାର କିମ୍ବା ୟୁରୋ ବିନିମୟରେ କିଣାଯାଇପାରିବ । ଆବଶ୍ୟକ ସମୟରେ ଏହାକୁ ସରକାରଙ୍କଠାରୁ ଲୁଚାଇ ରଖାଯାଇ ପାରିବ । ଯଦିଓ ବ୍ୟକ୍ତିଗତ ତଥ୍ୟ ହାସଲ କରାଯାଇପାରେନାହିଁ, ଏହି ବିଟକଏନ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଛି ତାହା ଜାଣିହେବ । ପ୍ରାରମ୍ଭିକ ସମୟରେ କମ୍ପ୍ୟୁଟରରେ ଜଟିଳ କାର୍ଯ୍ୟ ପ୍ରତିବଦଳରେ ଏହି ବିଟ କଏନ ରୋଜଗାର କରାଯାଉଥିଲା । ଯେହେତୁ କଏନ କୋଡ଼ଦ୍ୱାରା ପ୍ରସ୍ତୁତ କରାଯାଇଥାଏ, ତେଣୁ ଏହାକୁ ନଷ୍ଟ କିମ୍ବା ଜବତ କରିବା ଅସମ୍ଭବ । ୨୦୧୭ ମସିହା ସୁଦ୍ଧା ଏକ ଅନୁମାନ ଅନୁଯାୟୀ ସମ୍ପ୍ରତ୍ତି ସମଗ୍ର ବିଶ୍ୱରେ ଦେଢ଼ କୋଟି ବିଟ କଏନର ପ୍ରଚଳନ ହେଉଛି । ବିଟ କଏନ କିଣିବାକୁ ହେଲେ ବ୍ୟକ୍ତିଙ୍କୁ ନିଜ ଠିକଣା ପଞ୍ଜିକୃତ କରିବାକୁ ପଡ଼େ । ଏହି ଠିକଣା ପରବର୍ତ୍ତୀ ସମୟରେ ୨୭ରୁ୩୪ଟି ଅକ୍ଷର ଓ ସଂଖ୍ୟା ବିଶିଷ୍ଟ କୋଡ଼ରେ ପରିଣତ ହୋଇଯାଇ ଏହି କୋଡ଼ କଏନ କିଣାବିକାର ଏକମାତ୍ର ମାଧ୍ୟମରେ ପରିଣତ ହୋଇଥାଏ । ଏଭଳି ଭାର୍ଚୁଆଲ ଠିକଣାର କୌଣସି ତଥ୍ୟକୁ ସଂରକ୍ଷଣ କରାଯାଉନଥିବାରୁ କଏନ ବ୍ୟବହାରକାରୀ ନିଜ ଠିକଣା ଗୁପ୍ତ ରଖିପାରେ । ଏହି ଗୁପ୍ତ ଠିକଣା ବିଟକଏନ ବ୍ୟାଗରେ ରହିବା ସହ ବିଟକଏନ ମଧ୍ୟ ସଂରକ୍ଷିତ ରଖାଯାଏ ।

ପ୍ରଚଳନ

ବର୍ଚୁଆଲ କରେନ୍ସି ତଥା ବିଟକଏନର ଲୋକପ୍ରିୟତାର ପ୍ରମାଣ ୨୦୧୭ ମାର୍ଚ୍ଚରେ ପ୍ରମାଣିତ ହୋଇଥିଲା । ଗୋଟିଏ ବିଟକଏନର ମୂଲ୍ୟ ୩୧.୧୦୩ଗ୍ରାମ ସୁନାଠାରୁ ଅଧିକ ହୋଇଯାଇଥିଲା । ୨ମାର୍ଚ୍ଚ ଅନ୍ତରାଷ୍ଟ୍ରୀୟ ବଜାରରେ ଗୋଟିଏ ବିଟକଏନର ମୂଲ୍ୟ ୧୨୬୮ଡଲାରରେ ପହଞ୍ଚିଥିଲା, ସେତେବେଳେ ୧୨୩୩ ଡଲାରରେ ୩.୧୦୩ଗ୍ରାମ ସୁନା ବିକ୍ରି ହେଉଥିଲା । ବିଟକଏନର ଲୋକପ୍ରିୟତା ବାସ୍ତବରେ ସମଗ୍ର ବିଶ୍ୱର ଅର୍ଥନୀତିକୁ ସମାନ୍ତରାଳରେ ପରିଚାଳିତ ହେଉଥିଲେ ମଧ୍ୟ ଏହାର ବିଶ୍ୱାସନୀୟତାକୁ ନେଇ କେତେକ ଅର୍ଥନୈତିକ ସନ୍ଦେହ ପ୍ରକାଶ କରିଛନ୍ତି । ସମଗ୍ର ବିଶ୍ୱର ଅର୍ଥ ବ୍ୟବସ୍ଥା ଡଲାର ଅଧୀନରେ ରହିଥିଲେ ମଧ୍ୟ ବିଟକଏନ ଅର୍ଥବ୍ୟବସ୍ଥାରେ ନିଜ ସ୍ୱତନ୍ତ୍ରତା ରକ୍ଷା କରି ଆସିଛି ।

ଇତିହାସ

୨୦୧୭ ମସିହା ନଭେମ୍ବର ମାସରେ ବିଟକଏନର ମୂଲ୍ୟ ୧୦,୦୦୦ ଡ଼ଲାରରେ ପହଞ୍ଚି ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ୨୦୧୭ ମସିହା ଡିସେମ୍ବର ୨୨ ତାରିଖରେ ବିଟକଏନ ଏବଂ ଅନ୍ୟ ଗୁପ୍ତ ମୁଦ୍ରାର ଦରରେ ପ୍ରଥମ କରି ବହୁଳ ମାତ୍ରାରେ ହ୍ରାସ ଦେଖା ଦେଇ ଥିଲା ।

ଅପରାଧ

ଏହାକୁ ମାଧ୍ୟମ କରି ସାଇବର ଅପାରାଧମାନ ଘଟିବାର ନଜିର ଅଛି । କିଛି ଦିନ ପୂର୍ବେ ଋଷ ସମେତ ଏକାଧିକ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନେ ବନ୍ଧକ ରଖି ୬୦୦ ବିଟକଏନ ଦାବୀ କରିଥିଲେ । ରେନସସମୱେର ଭାଇରସ ତଥା ୱାନାକ୍ରାଏ ୱର୍ମଦ୍ୱାରା ସମଗ୍ର ବିଶ୍ୱର ୨ଲକ୍ଷରୁ ଊର୍ଦ୍ଧ୍ୱର କମ୍ପ୍ୟୁଟରରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକର ବନ୍ଧକ କରି ନେଇଥିଲେ । ଏହି ହ୍ୟାକିଂରେ ହ୍ୟାକରମାନେ ବିଟକଏନ ଦାବି କରିଥିଲେ ।

ଅପରାଧ

ଏହାକୁ ମାଧ୍ୟମ କରି ସାଇବର ଅପାରାଧମାନ ଘଟିବାର ନଜିର ଅଛି । କିଛି ଦିନ ପୂର୍ବେ ଋଷ ସମେତ ଏକାଧିକ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନେ ବନ୍ଧକ ରଖି ୬୦୦ ବିଟକଏନ ଦାବୀ କରିଥିଲେ । ରେନସସମୱେର ଭାଇରସ ତଥା ୱାନାକ୍ରାଏ ୱର୍ମଦ୍ୱାରା ସମଗ୍ର ବିଶ୍ୱର ୨ଲକ୍ଷରୁ ଊର୍ଦ୍ଧ୍ୱର କମ୍ପ୍ୟୁଟରରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକର ବନ୍ଧକ କରି ନେଇଥିଲେ । ଏହି ହ୍ୟାକିଂରେ ହ୍ୟାକରମାନେ ବିଟକଏନ ଦାବି କରିଥିଲେ ।

ଆଧାର

Tags:

ବିଟକଏନ ପ୍ରଚଳନବିଟକଏନ ଆଧାରବିଟକଏନ

🔥 Trending searches on Wiki ଓଡ଼ିଆ:

ଭୁବନେଶ୍ୱର ବେହେରାଇନ୍ଦିରା ଗାନ୍ଧୀପଣା ସଂକ୍ରାନ୍ତିପୂର୍ଣ୍ଣଚ୍ଛେଦଲକ୍ଷ୍ମୀ ପୁରାଣବୀର ସୁରେନ୍ଦ୍ର ସାଏପ୍ରେମକିଶୋରୀ ଚରଣ ଦାସଅନନ୍ତ ବାସୁଦେବ ମନ୍ଦିରଅଣସରସେଇ ଝିଅଟିଲିମାଚାରି ଧାମବୈଷ୍ଣବ ପାଣିଲଣ୍ଡନଜଗନ୍ନାଥଙ୍କ ବେଶସୁରେନ୍ଦ୍ର ମହାନ୍ତିୟୁରୋପଏଣ୍ଡୋମେଟ୍ରିଓସିସଓଡ଼ିଶାର କଳାବିଜୁ ପଟ୍ଟନାୟକମଇ ଦିବସସାରଥୀ ବାବାନଇ ଆରପାରିବଳରାମ ଦାସହନୁମାନ ବାଟିକାଛାନ୍ଦସଂକ୍ରାନ୍ତିwiki.phtmlଚବିଶ ଗୁରୁରାଜାରାଣୀ ମନ୍ଦିରଲୋକ ସଭାଓଡ଼ିଆ ଲିପିକଖାରୁ ଫୁଲ ଭଜାଓଡ଼ିଶା ବିଧାନ ସଭାସୌରୀନ୍ଦ୍ର ବାରିକଚନ୍ଦ୍ରଶେଖର ନନ୍ଦକୁଜିବର ପ‌ତ୍ରସ୍ତନଭାରତର ଜାତୀୟ ପତାକାପ୍ରଦୀପ କୁମାର ପାଣିଗ୍ରାହୀଅଧର ପଟ୍ଟନାୟକଚିତ୍ତରଞ୍ଜନ ତ୍ରିପାଠୀସମର ସଲିମ ସାଇମନଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗମାଁ ପୀତାମ୍ବର ମନ୍ଦିରଧରିତ୍ରୀ (ଖବରକାଗଜ)ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରହେମନ୍ତ କୁମାର ଦାସବୈକୁଣ୍ଠନାଥ ପଟ୍ଟନାୟକଆଶୁତୋଷ ପରିଡ଼ାନିତ୍ୟାନନ୍ଦ ଶତପଥୀବିନୋଦ ଚନ୍ଦ୍ର ନାୟକତପସ୍ୱିନୀବୈଶାଖ୨୫ ଅପ୍ରେଲଜୟ ଜଗନ୍ନାଥଆଇଡେଲାଲିସିବକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଭୁବନେଶ୍ୱରଖଡ଼ଗପୁରଓଡ଼ିଶାର ଲୋକନୃତ୍ୟମହିଳା ଯୌନାଙ୍ଗ ଛେଦନଦ୍ୱିତୀୟ ବିଶ୍ୱଯୁଦ୍ଧଅନନ୍ତ ପଟ୍ଟନାୟକନାରାୟଣ ସାହୁଶରତ କୁମାର ମହାନ୍ତିପ୍ରାଣକୃଷ୍ଣ ପରିଜାବଣ୍ଡ (ଅର୍ଥ)🡆 More