ଉଇକିପିଡ଼ିଆ

ଉଇକିପିଡ଼ିଆ (/ˌwɪkɪˈpiːdiə/ (listen) wik-IH-PEE-DEE-ə or /ˌwɪkiˈpiːdiə/ (listen) wik-EE-PEE-DEE-ə; Odia:  (listen)) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୫.୪ କୋଟି ପ୍ରସଙ୍ଗ (ଯେଉଁଥିରୁ କେବଳ ୬୧ ଲକ୍ଷ ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଅଛି) ମିଳିତ ଭାବରେ ବିଶ୍ୱର ଉଇକିଆଳିମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶୀ ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଅଲେକ୍ସା ଇଣ୍ଟରନେଟ କ୍ରମ ଅନୁସାରେ ଏହା ବିଶ୍ୱର ୧୫ଟି ଲୋକପ୍ରିୟ ୱେବସାଇଟ ମଧ୍ୟରେ ସ୍ଥାନପାଇଛି । ଇଣ୍ଟରନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବୀମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଉଇକି (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ,ହାୱାଇ ଭାଷାରେ ଉଇକିର ଅର୍ଥ ଶୀଘ୍ରକୁ ବୁଝାଇଥାଏ) ଏବଂ ଏନସାଇକ୍ଳୋପିଡ଼ିଆ (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ ଉଇକିପିଡ଼ିଆ ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆମାନଙ୍କଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରାଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟରନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ୟୁବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ୱାସିଙ୍ଗଟନ ପୋଷ୍ଟ ଇଣ୍ଟରନେଟର ନୂତନ ରକ୍ଷୀ (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।

ଉଇକିପିଡ଼ିଆ
White sphere made of large jigsaw pieces. Letters from many alphabets are shown on the pieces.
ଉଇକିପିଡ଼ିଆ ୱଟରମାର୍କ
ଉଇକିପିଡ଼ିଆର ଲୋଗୋ, ନାନାଦି ଲେଖା ପ୍ରଣାଳୀରୁ ଗ୍ଲିଫସବୁ ଏକ ଗ୍ଲୋବ ଭିତରେ ରଖାଯାଇଛି
Screenshot
ଉଇକିପିଡ଼ିଆର ବହୁଭାଷୀ ପୋର୍ଟାଲର ସ୍କ୍ରିନଛବି ।
ୟୁ.ଆର.ଏଲwikipedia.org
ସ୍ଳୋଗାନଏକ ଖୋଲା ଜ୍ଞାନକୋଷ ଯାହାକୁ କେହିଜଣେ ବି ବଦଳାଇ ପାରିବେ ।
The free encyclopedia that anyone can edit.
ବ୍ୟବସାୟିକନାଁ
ସାଇଟର ପ୍ରକାରଇଣ୍ଟରନେଟ ଜ୍ଞାନକୋଷ ପ୍ରକଳ୍ପ
ରେଜେଷ୍ଟ୍ରିକରଣଇଚ୍ଛାଧୀନ
ମିଳୁଥିବା ଭାଷା୨୮୫
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike 3.0
(most text also dual-licensed under GFDL)
Media licensing varies
ମାଲିକଉଇକିପିଡ଼ିଆ ଫାଉଣ୍ଡେସନ (ଅଣଲାଭକାରୀ)
ତିଆରି କରିଥିଲେଜିମି ଉଏଲ୍ସ, ଲାରି ସାଙ୍ଗର
ଆରମ୍ଭ କରାଯାଇଥିଲାଜାନୁଆରୀ 15, 2001 (2001-01-15) (୨୩ ବର୍ଷ ପୂର୍ବରୁ)
ଆଲେକ୍ସା କ୍ରମାଙ୍କSteady ୧୪ (Global, July 2020)
ଏବେକାର ସ୍ଥିତିସଚଳ

ଇତିହାସ

ଜିମି ୱେଲ୍ସ ଏବଂ ଲାରି ସାଙ୍ଗର
ଉଇକିପିଡ଼ିଆ 
ଉଇକିପିଡ଼ିଆକୁ ମୂଳତଃ ଇଂରାଜୀ ଭାଷାର ଅନ୍ୟ ଏକ ଜ୍ଞାନକୋଷ ନ୍ୟୁପେଡ଼ିଆରୁ ବିକଶିତ କରାଯାଇଥିଲା

ଉଇକିପିଡ଼ିଆକୁ,ପ୍ରଥମେ ନ୍ୟୁପେଡ଼ିଆ (Nupedia) ନାମକ ଇଂରାଜୀ ଭାଷାର ଏକ ଜ୍ଞାନକୋଷ/ବିଶ୍ୱକେଷର ଏକ ପରିପୂରକ ଯୋଜନା ରୂପେ ସେହି ଇଂରାଜୀ ଭାଷାରେ ଆରମ୍ଭ କରାଯାଇଥିଲା । ଏହାକୁ ଅନଲାଇନରେ ଇଣ୍ଟର୍ନେଟ ସହାୟତାରେ ଏକ ମୁକ୍ତ ଜ୍ଞାନକୋଷ ଭାବରେ, ସମସ୍ତଙ୍କଦ୍ୱାରା ବ୍ୟବହାର କରାଯିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକୁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ମାନଙ୍କଦ୍ୱାରା ଲେଖା ଯାଇଥିଲା ତଥା ଏକ ସାଧାରଣ ପ୍ରଣାଳୀରେ ସମୀକ୍ଷା ମଧ୍ୟ କରଯାଉଥିଲା । ନ୍ୟୁପେଡ଼ିଆକୁ ୯ ମାର୍ଚ୍ଚ ୨୦୦୦ରେ ବୋମିସ ନାମକ ଏକ ୱେବ ପୋର୍ଟାଲ କମ୍ପାନୀଦ୍ୱାରା ଆରମ୍ଭ କରାଯାଇଥିଲା । ବୋମିସର ସି.ଇ.ଓ. ଜିମି ୱେଲ୍ସ ଏବଂ ଲାରି ସାଙ୍ଗର ନ୍ୟୁପେଡ଼ିଆର ପ୍ରମୁଖ ସଦସ୍ୟ ତଥା ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ ତୁଲାଇଥିଲେ । ସେମାନେ ପରେ ଏକାଠି ମିଶି ଉଇକିପିଡ଼ିଆ ପାଇଁ ମଧ୍ୟ କାମ କରିଥିଲେ । ପ୍ରଥମେ ନ୍ୟୁପେଡ଼ିଆର ତଥ୍ୟ ଗୁଡ଼ିକୁ ଏହାର ନିଜସ୍ୱ "ଓପନ କଣ୍ଟେଣ୍ଟ ଲାଇସେନ୍ସ"ଦ୍ୱାରା ଲାଇସେନ୍ସ କରାଯାଇଥିଲା । ପରେ ରିଚାର୍ଡ ଷ୍ଟଲମ୍ୟାନଙ୍କ ପ୍ରସ୍ତାବ ଅନୁସାରେ ଉଇକିପିଡ଼ିଆ ଆରମ୍ଭ ହେବା ଆଗରୁ ଏହି ସବୁ ଗୁଡ଼ିକୁ "ଜି.ଏନ.ୟୁ. ଫ୍ରି ଡକ୍ୟୁମେଣ୍ଟେସନ ଲାଇସେନ୍ସ"ର ଅନ୍ତର୍ଭୁକ୍ତ କରିଦିଆଯାଇଥିଲା । ଉଇକିପିଡ଼ିଆର ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)ର ଶ୍ରେୟ ଜିମି ୱେଲ୍ସଙ୍କୁ ଦିଆଯାଉଥିବା ବେଳେ ଏହାକୁ ସମସ୍ତଙ୍କ ପାଖରେ ସହଜରେ ପହଞ୍ଚାଇବାର ଶ୍ରେୟ ଏହାର ଅନ୍ଯତମ ପ୍ରତିଷ୍ଠାତା ଲାରି ସାଙ୍ଗରଙ୍କୁ ଦିଆଯାଇଥାଏ । ୧୦ ଜାନୁଆରୀ ୨୦୦୧ରେ ଲାରି ସାଙ୍ଗର, ନ୍ୟୁପେଡ଼ିଆ ପାଇଁ ଏକ "ଫିଡର" ପ୍ରକଳ୍ପ ଭାବରେ ଉଇକିର ନିର୍ମାଣ ପାଇଁ ନ୍ୟୁପେଡ଼ିଆ ମେଲିଂ ଲିଷ୍ଟରେ ପ୍ରସ୍ତାବ ଦେଇଥିଲେ । ୧୫ ଜାନୁଆରୀ ୨୦୦୧ରେ ପ୍ରଥମ ଥର ପାଇଁ ଉଇକିପିଡ଼ିଆକୁ ଔପଚାରିକ ଭାବରେ www.wikipedia.comରେ ଏକମାତ୍ର ଇଂରାଜୀ ସଂସ୍କରଣ ସହିତ ଆରମ୍ଭ କରାଯାଇଥିଲା । ଏବଂ ସାଙ୍ଗର ଏ ବିଷୟରେ ନ୍ୟୁପେଡ଼ିଆ ମେଲିଂ ଲିଷ୍ଟରେ ସୂଚନା ଦେଇଥିଲେ । ଉଇକିପିଡ଼ିଆ ଆରମ୍ଭ ହେବାର ପ୍ରଥମ ମାସରେ ଏହାର "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" (Neutral point-of-view) ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା । ସେତେବେଳେ ଏହି ନିୟମକୁ ଛାଡ଼ି ଅନ୍ୟ ବିଶେଷ କିଛି ନିୟମ କାନୁନ ଉଇକିପିଡ଼ିଆପାଇଁ କରାଯାଇ ନଥିଲା ଏବଂ ଏହା ନ୍ୟୁପେଡ଼ିଆ ଉପରେ ନିର୍ଭରଶୀଳ ନଥିଲା । ପ୍ରଥମେ ଉଇକିପିଡ଼ିଆ, ନ୍ୟୁପେଡ଼ିଆର କିଛି ଯୋଗଦାନକାରୀଙ୍କ ଅବଦାନ ପାଇଥିଲା । ୨୦୦୧ ମସିହାର ଶେଷ ବେଳକୁ ପ୍ରାୟ ୧୮ଟି ଭାଷାରେ ଉଇକିପିଡ଼ିଆ ଆରମ୍ଭ ହୋଇସାରିଥିଲା । ଠିକ ସେହିପରି ୨୦୦୨ ଶେଷ ସୁଦ୍ଧା ଉଇକିପିଡ଼ିଆର ୨୬ଟି ଭାଷାରେ ସଂସ୍କରଣ , ୨୦୦୩ ଶେଷ ସୁଦ୍ଧା ୪୬ଟି ଭାଷା ସଂସ୍କରଣ ଏବଂ ୨୦୦୪ ଶେଷ ସୁଦ୍ଧା ୧୬୧ଟି ଭାଷା ସଂସ୍କରଣ ବାହାରି ସାରିଥିଲା । ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ୨୦୦୩-୨୦୦୪ରେ ନ୍ୟୁପେଡ଼ିଆର ସର୍ଭରକୁ ଧୀରେ ଧୀରେ ବନ୍ଦ କରିଦିଆଯାଇଥିଲା ଓ ସେଥିରେ ଥିବା ସମସ୍ତ ତଥ୍ୟ ଗୁଡ଼ିକୁ ଉଇକିପିଡ଼ିଆରେ ସ୍ଥାନିତ କରାଯାଇଥିଲା । ୯ ଡିସେମ୍ବର ୨୦୦୭ରେ ଇଂରାଜୀ ଉଇକିପିଡ଼ିଆରେ ପ୍ରସଙ୍ଗ ସଂଖ୍ୟା ୨ ମିଲିୟନ ପାର କରିସାରିଥିଲା ଓ ବିଶ୍ୱର ସର୍ବବୃହତ ଜ୍ଞାନକୋଷ ହେବାର ମାନ୍ୟତା ଲାଭ କରିସାରିଥିଲା । ଏହା ୧୪୦୮ ୟୋଙ୍ଗଲ ଏନସାଇକ୍ଳୋପିଡ଼ିଆର ପ୍ରସଙ୍ଗ ସଂଖ୍ୟାକୁ ମଧ୍ୟ ଟପିସାରିଥିଲା, ଯାହା ଦୀର୍ଘ ୬୦୦ ବର୍ଷ ଧରି ସର୍ବାଧିକ ପ୍ରସଙ୍ଗ ସହିତ ସର୍ବବୃହତ ଜ୍ଞାନକୋଷ ଭାବରେ ରେକର୍ଡ ବଜାୟ ରଖିଥିଲା ।
ଏକ ଇଂରାଜୀ କଥିତ ତଥା ଇଂରାଜୀ ଭାଷା କେନ୍ଦ୍ରୀୟ ଉଇକିପିଡ଼ିଆ ଭାବରେ ଇଂରାଜୀ ଉଇକିପିଡ଼ିଆରେ ତଥ୍ୟ ଗୁଡ଼ିକର ସମୀକ୍ଷା ତଥା ନିୟନ୍ତ୍ରଣର ଅଭାବ ଓ ବିଭିନ୍ନ ପ୍ରକାର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର ଆଶଙ୍କାରେ,୨୦୦୨ ମଶିହାରେ ସ୍ପାନିସ ଉଇକିପିଡ଼ିଆର ଉପଯୋଗକର୍ତ୍ତାମାନେ ଏନସାଇକ୍ଳୋପିଡ଼ିଆ ଲାଇବ୍ରେରୀ ( Enciclopedia Libre-Spanish) ପ୍ରତିଷ୍ଠା କରିବା ପାଇଁ ଇଂରାଜୀ ଉଇକିପିଡ଼ିଆଠାରୁ ଅଲଗା ହୋଇଯାଇଥିଲେ । ଏହି ଘଟଣା ପରେ ୨୦୦୨ ମସିହାରେ ଜିମି ୱେଲ୍ସ ଘୋଷଣା କରିଥିଲେ ଯେ, ଉଇକିପିଡ଼ିଆ କିମ୍ବା ଏହାର କୌଣସି ସହଯୋଗୀ ପ୍ରକଳ୍ପ କୌଣସି ପ୍ରକାରର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର କରିବ ନାହିଁ । ପରେ ଏହାକୁ wikipedia.comରୁ wikipedia.orgକୁ ବଦଳାଇ ଦିଆଯାଇଥିଲା । ତା ପରଠାରୁ କେବେ କୌଣସି ପ୍ରକାରର ସମ୍ପାଦକୀୟ କାରଣରୁ ଉଇକିପିଡ଼ିଆର କୌଣସି ସହଯୋଗୀ ପ୍ରକଳ୍ପକୁ ଏହାଠାରୁ ଅଲଗା କରାଯାଇନାହିଁ । ୨୦୦୭ ମସିହା ହେବା ବେଳକୁ ଇଂରାଜୀ ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡ଼ିକର ସଂଖ୍ୟା କ୍ରମାଗତ ବଢିବାରେ ଲାଗିଥିଲା ଓ ୨୦୦୯ ମସିହା ବେଳକୁ ଏହା ୩ ମିଲିୟନ ଟପିସାରିଥିଲା । ସେତେବେଳେ ଦିନକୁ ପ୍ରାୟ ୧୮୦୦ଟି ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଲେଖାଯାଉଥିବାର ନଜିର ରହିଛି ।

ଉଇକିପିଡ଼ିଆଠାରୁ ପ୍ରେରିତ ହୋଇ ପରେ ସାଇଟିଜେଣ୍ଡ଼ିୟମ (Citizendium), ସ୍କଲାରପିଡ଼ିଆ (Scholarpedia), କନଜର୍ଭପିଡ଼ିଆ (Conservapedia) ଏବଂ ଗୁଗୁଲ ନୋଲ (Knol) ଆଦି ପ୍ରକଳ୍ପ ଗୁଡ଼ିକର ପରିଯୋଜନା କରାଯାଇଥିଲା ।. ଉଇକିପିଡ଼ିଆର କଥା କଥିତ ସୀମା ଗୁଡ଼ିକୁ ସମ୍ବୋଧିତ କରିବା ପାଇଁ ଏସବୁ ଗୁଡ଼ିକ ବ୍ୟବହାର କାରାଯାଉଥିଲା । ୨୦ ଜୁନ ୨୦୦୩ ମସିହାରେ ଉଇକିପିଡ଼ିଆ ଓ ନ୍ୟୁପେଡ଼ିଆର ମିଳିତ ସହଯୋଗରେ ଉଇକିମିଡ଼ିଆ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଥିଲା ।ଏହା ଅନେକ ସ୍ୱେଚ୍ଛାସେବୀଙ୍କ ମିଳିତ ଚେଷ୍ଟାରେ ପରିଚାଳିତ ଅନଲାଇନ ଉଇକି ପ୍ରକଳ୍ପ ଯଥା; ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା , ଉଇକିପୋଥି , ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିମହାବିହାର, ଉଇକିମିଡ଼ିଆ ଇନକୁବେଟର, ମେଟା ଉଇକି ଓ ଏହାର ଅଚଳ ପ୍ରକଳ୍ପ, ନୁପେଡ଼ିଆ ଆଦିକୁ ପରିଚାଳନ କରିଥାଏ ।

A promotional video of the Wiki Foundation that encourages viewers to edit Wikipedia, mostly reviewing 2014 via Wikipedia content

ଉଇକିପିଡ଼ିଆର ନିୟମ

ଉଇକିପିଡ଼ିଆ 
The editing interface of Wikipedia
ଉଇକିପିଡ଼ିଆ 
ଜନ ସିଜେନଥେଲର ଉଇକିପିଡ଼ିଆ ବିଷୟରେ ଆଲୋଚନା କରିବା ସମୟର ଏକ ଚିତ୍ର ।

ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ ଗୁଡ଼ିକର ଲେଖା ଗୁଡ଼ିକ କୌଣସି ପ୍ରାକାରର ଔପଚାରିକ ସହକର୍ମୀ ସମୀକ୍ଷା ପାଇଁ ରହି ନଥାନ୍ତି ଏବଂ ଏଗୁଡ଼ିକ ଯେକୌଣସି ମୁହୂର୍ତ୍ତରେ ବଦଳ କରାଯାଇପାରିବ । ତଥାପି ଏହା କଛି ନିର୍ଦ୍ଧାରିତ ନିୟମ କାନୁନ ସହାୟତାରେ ସୁରୁଖୁରୁରେ ପରିଚାଳିତ ହୋଇଥାଏ । କିଛି ପ୍ରମୁଖ ନିୟମ ଗୁଡ଼ିକ ହେଲା:-

  • କୌଣସି ପ୍ରସଙ୍ଗ ଉପରେ ଏହାର ମୂଳ ଲେଖକ କିମ୍ବା ଅନ୍ୟ କୌଣସି ସମ୍ପାଦକଙ୍କର ଅଧିକାର ନଥାଏ କିମ୍ବା କୌଣସି ନିର୍ଦ୍ଧିଷ୍ଟ ମାନ୍ୟତା ପ୍ରାପ୍ତ ବ୍ୟକ୍ତି/ ଅନୁଷ୍ଠାନ ଏହାକୁ ନିୟନ୍ତ୍ରଣ କରେନାହିଁ ।
  • କିଛି କିଛି ଏପରି ପୃଷ୍ଠା, ଯେଉଁଥିରେ କି ଅସତ୍ୟ ସୂଚନା କିମ୍ବା ଜାଣିଶୁଣି କେହି ଭୁଲ ତଥ୍ୟ ଦେଇଥାଏ, ଅଥବା ଅଦରକାରୀ ଲେଖା ଥାଏ, ସେଗୁଡ଼ିକୁ ପରିଚାଳକ(ଆଡମିନ) ମାନଙ୍କଦ୍ୱାରା ସୁଧାର ପାଇଁ ରଖାଯାଏ କିମ୍ବା ଲିଭାଇ ଦିଆଯାଏ । ଉଇକି ବାଟବରଣକୁ ନିର୍ମଳ ରଖିବା ପାଇଁ ଏପରି କରାଯାଇଥାଏ ।
  • ଯେକୌଣସି ପ୍ରସଙ୍ଗକୁ ସମ୍ପାଦନା କରିବା ପାଇଁ ଜଣେ ଏକ ଅଜଣା ନାମରେ ଆକାଉଣ୍ଟ ଖୋଲି ବ୍ୟବହାର କରିପାରିବ କିମ୍ବା ନିଜସ୍ୱ ନାମରେ ମଧ୍ୟ ସମ୍ପାଦନା ପାଇଁ ଆକାଉଣ୍ଟ ଖୋଲିପାରିବ । କେବଳ ସଠିକ ପଞ୍ଜୀକୃତ ହୋଇଥିବା ଅବଦନକାରୀମାନେ ଇଂରାଜୀ ଉଇକିପିଡ଼ିଆରେ ନୂଆ ପ୍ରସଙ୍ଗ ଗଢିପାରିବେ ।
  • ଉଇକିପିଡ଼ିଆରେ ସମ୍ପାଦନାକାରୀ ମାନଙ୍କ ପରିଚୟ ଓ ନିଜସ୍ୱ ତଥ୍ୟ/ସମ୍ପାଦିତ ତଥ୍ୟ ଗୁଡ଼ିକର କେବଳ ସଦୁପଯୋଗ ହିଁ ହେବ ବୋଲି କିଛି ନିଶ୍ଚିତତା ନଥାଏ । ଯଦିଓ ଏଥିରେ ସଭିଙ୍ଗ ଉଦ୍ଦେଶ୍ୟ ମହତ ରହିଥାଏ, ତଥାପି କିଛି ପ୍ରସଙ୍ଗ/ସୂଚନା ଏମିତି ବି ଉଇକିରେ ରହିଛି ଯାହାକୁ ଅନ୍ୟ ମାନଙ୍କଦ୍ୱାରା ସମାଲୋଚନା କରାଯାଇଥାଏ, ଆପତ୍ତିଜନକ ତଥା ଅଶ୍ଳୀଳ ଭାବରେ ବିଚାର କରାଯାଇଥାଏ ।
  • କୌଣସି ସମ୍ବେଦନଶୀଳ ଘଟଣା, ରାଜନୈତିକ ମତାମତ କିମ୍ବା ବ୍ୟକ୍ତିଗତ ମତ, କୌଣସି ଆକ୍ରମଣାତ୍ମକ ପ୍ରବୃତ୍ତିର ତଥ୍ୟ ଉଇକିପିଡ଼ିଆ ପ୍ରକଳ୍ପ ଅନ୍ତର୍ଭୁକ୍ତ କରିବାକୁ ପ୍ରଶ୍ରୟ ଦିଆଯାଏନାହିଁ । ବେଳେବେଳେ ଏହି କାରଣ ପାଇଁ କେତେକ ସ୍ଥାନରେ ଉଇକିପିଡ଼ିଆର କିଛି ଭାଗକୁ ପ୍ରାବନ୍ଧିତ(Ban) ମଧ୍ୟ କରିଦିଆଯାଏ ।
  • ଯେହେତୁ ଉଇକିପିଡ଼ିଆକୁ ଏକ ମୁକ୍ତ ଜ୍ଞାନକୋଷ ଭାବରେ ବିବେଚନା କରାଯାଏ, ତେଣୁକରି ଏଥିରେ କେବଳ ସେହିପରି ପ୍ରସଙ୍ଗ ଗୁଡ଼ିକୁ ରଖାଯାଏ ଯେଉଁଗୁଡ଼ିକ ଜ୍ଞାନକୋଷରେ ରହିବା ଯୋଗ୍ୟ କିମ୍ବା ଏହା ସମ୍ପର୍କିତ ହୋଇଥିବ ଅଥବା ଏହାର ଅବଦାନ ଜ୍ଞାନ ବିତରଣ ପାଇଁ ଉଲ୍ଲେଖନୀୟ ହୋଇଥିବ।
  • ଉଇକିପିଡ଼ିଆରେ କେବଳ ସେହି ତଥ୍ୟ ଗୁଡ଼ିକୁ ପ୍ରଦର୍ଶିତ କରିପାରିବ ଯେଉଁଗୁଡ଼ିକ ବିଷୟରେ ଆଗରୁ ବିଶ୍ୱସନୀୟ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ଏବଂ ଏହାକୁ ଆଧାର ଭାବରେ ପ୍ରସଙ୍ଗ ସହିତ ଯୋଡ଼ା ଯାଇଥାଏ ।
  • ଯଦି ଏହାରି କିଛି ପୃଷ୍ଠା ଉଇକିପିଡ଼ିଆରେ ଅଛି ଯାହା ଉପରେ ଭବିଷ୍ୟତରେ ତର୍କ ବା ଅନୁସନ୍ଧାନ କରାଯାଇପାରେ, ତେବେ ଏଥିରେ ବିଶ୍ୱସନୀୟ ସୂତ୍ରରୁ ଆଧାର ଯୋଡ଼ିବା ନିହାତି ଜରୁରୀ ।
  • ଉଇକିପିଡ଼ିଆରେ କିଛି ନୂଆ ପୃଷ୍ଠା ତିଆରି କରିବା ଆଗରୁ କିମ୍ବା ନୂଆ ତଥ୍ୟ ଯୋଡ଼ିବା ଆଗରୁ ଉଇକିଆଳି ମାନଙ୍କୁ ସେହି ବିଷୟରେ ନିଜେ ଭଲ ଭାବରେ ଅନୁସନ୍ଧାନ କରି ସୂଚନା ଯୋଗାଡ କରି ନିଜ ଭାଷାରେ ବ୍ୟକ୍ତ କରିବାକୁ ପରାମର୍ଶ ଦିଆଯାଇଥାଏ । ଫଳରେ ଏହା ସମସ୍ତଙ୍କ ବୁଝିବା ପାଇଁ ସହଜ ହୋଇଥାଏ ।
  • ଉଇକିପିଡ଼ିଆରେ ଥିବା ତଥ୍ୟ ଗୁଡ଼ିକୁ ସର୍ବଦା ନିରପେକ୍ଷ ରଖିବାକୁ ପ୍ରାଧାନ୍ଯ ଦିଆଯାଇଥାଏ ।
  • ଭିନ୍ନ ଭିନ୍ନ ଭାଷାର ଉଇକିଆଳି,ସମ୍ପାଦନକାରୀ ତଥା ପରିଚାଳକମାନେ ସମସ୍ତେ ମିଳି ମିଶି ଏକ ସଂପ୍ରଦାୟ ଭାବରେ କାମ କରନ୍ତି ଓ ସମୟେ ସମୟେ ନିଜ ଉଇକିପିଡ଼ିଆ ପାଇଁ ନୀତି/ ନିର୍ଦ୍ଦେଶନାମା ଗୁଡ଼ିକୁ ଲେଖନ୍ତି ବା ବଦଳ/ସଂଶୋଧିତ କରନ୍ତି ।
  • ବିଭିନ୍ନ ଉଇକିପିଡ଼ିଆର ଆବଶ୍ୟକତା ଅନୁସାରେ ସେଥିରେ ନାନା ପ୍ରକାରର ଶ୍ରେଣୀ,ଛାଞ୍ଚ ତଥା ବିଭାଗ ଗୁଡ଼ିକୁ ବ୍ୟବହାର କରାଯାଇଥାଏ । ପ୍ରତ୍ଯେକ ଛାଞ୍ଚ ଓ ଶ୍ରେଣୀ ଗୁଡ଼ିକୁ ସମସ୍ତଙ୍କ ଅବଗତି ପାଇଁ ଭଲ ଭାବରେ ବ୍ୟାଖ୍ୟା ମଧ୍ୟ କାରାଯାଇଥାଏ । )
  • ଅନ୍ଯାନ୍ଯ ପୁରୁଣା କୌଣସି ଏନସାଇକ୍ଳୋପିଡ଼ିଆ ମାନଙ୍କଠାରୁ ଅଲଗା ଭାବରେ ଉଇକିପିଡ଼ିଆ ନିଜର ତଥ୍ୟ ଗୁଡ଼ିକର ସୁରକ୍ଷା ପାଇଁ "ପ୍ରୋକ୍ରାଷ୍ଟିନେସନ ଶୈଳୀ" (The procrastination principle) ଆପଣାଇଥାଏ ।
  • ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ଏହାର କେତେକ ଲୋକପ୍ରିୟ ସଂସ୍କରଣରେ ତଥ୍ୟ ଯୋଡିବା ଲାଗି କିଛି ପ୍ରକ୍ରିୟା ରଖାଯାଇଛି । ଯେପରିକି ଇଂରାଜୀ ଉଇକିପିଡ଼ିଆରେ କେବଳ ସଠିକ ଭାବରେ ପଞ୍ଜୀକୃତ ହୋଇଥିବା ଉଇକିଆଳିମାନେ ହିଁ ନୂଆ ପ୍ରସଙ୍ଗ ଗଢିପାରିବେ । ଏହା ଛଡା କିଛି ଗୁଡ଼ିଏ ପ୍ରସଙ୍ଗର ସମ୍ବେଦନଶୀଳତା ଓ ଗୁରୁତ୍ୱକୁ ନେଇ ସେଗୁଡ଼ିକ ପୂର୍ଣ୍ଣ ନିରାପଦ ଭାବରେ ରଖାଯାଇଥାଏ ।
  • ୨୦୦୨ ପରଠାରୁ କିଛି କ୍ଷେତ୍ରରେ "ପେଣ୍ଡିଙ୍ଗ ଚେଞ୍ଜେସ" (Pending changes-ନୂଆ ଉଇକିଆଳିଙ୍କଦ୍ୱାରା କରାଯାଇଥିବା ବଦଳ ଗୁଟିକ ଆଉ ଥରେ ମାଇନା କରିବା) ପ୍ରଣାଳୀ ମଧ୍ୟ ବ୍ୟବହାର ହେବାର ଦେଖିବାକୁ ମିଳିଥାଏ ।
  • ଯଦିଓ ଉଇକିପିଡ଼ିଆରେ କରାଯାଉଥିବା ସମସ୍ତ ବଦଳ ଗୁଡ଼ିକର ପୁନଃ ନିରୀକ୍ଷଣ ପାଇଁ କୌଣସି ପ୍ରକାରର ନିର୍ଦ୍ଧିଷ୍ଟ ପ୍ରଣାଳୀ ନାହିଁ, ତଥାପି ଉଇକିପିଡ଼ିଆରେ ବ୍ୟବହୃତ ଅନେକ ଗୁଡ଼ିଏ ସଫ୍ଟୱେର ଟୁଲଦ୍ୱାରା ସବୁ ବଦଳ ଗୁଡ଼ିକୁ ଦେଖାଯାଇପାରେ ଓ ବଦଳା ଯାଇପାରେ । ଉଇକିପିଡ଼ିଆର ସମସ୍ତ ଭାଗ ସହିତ ଜଡ଼ିତ ଇତିହାସ (History label)ଲେଖା ଏଥିରେ ମୁଖ୍ୟ ଭୂମିକା ନିଭାଇ ଥାଏ ।
  • ଉଇକି ପ୍ରସଙ୍ଗରେ କୌଣସି ପ୍ରକାର ବଦଳ, ଯାହାକି ଏହାର ତଥ୍ୟକୁ ନଷ୍ଟ କରେ ଅଥବା ବିପଥଗାମୀ କରିଥାଏ ବା ଉଇକିପିଡ଼ିଆର ନିୟମକୁ ଉଲ୍ଲଂଘନ କରିଥାଏ, ସେଗୁଡ଼ିକୁ ଉଇକିପିଡ଼ିଆ ନିୟମରେ "ଭାଣ୍ଡାଲିଜିମ" (Vandalism) କୁହାଯାଇଥାଏ । ଯେକୌଣସି ପ୍ରକାର ଅଦରକାରୀ ତଥା ବିଜ୍ଞାପନ ଭିତ୍ତିକ ତଥ୍ୟ ରଖିବାକୁ, କିମ୍ବା କୌଣସି ପ୍ରସଙ୍ଗରୁ ସମସ୍ତ ଲେଖା ଗୁଡ଼ିକୁ ଲିଭାଇ ଦେବାକୁ ମଧ୍ୟ ଭାଣ୍ଡାଲିଜିମ କୁହାଯାଏ ।

ସାଧାରଣତଃ ଏହି ଭାଣ୍ଡାଲିଜିମ ଗୁଡ଼ିକୁ ଖୋଜି ସଜାଡିବାକୁ କିଛି ମିନିଟ ସମୟ ଲାଗିଥାଏ । କିନ୍ତୁ ବେଳେବେଳେ ଏହା ଅପେକ୍ଷାକୃତ ଭାବରେ ଅଧିକ ସମୟ ମଧ୍ୟ ନେଇଥାଏ ।

  • ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡ଼ିକୁ ସମ୍ପାଦନା କରିବା ପାଇଁ ସମ୍ପାଦନର ପାଞ୍ଚଟି ସ୍ତମ୍ଭ ଓ ଏହା ସହିତ ସମ୍ପର୍କିତ ଅନେକ ନୀତିଗୁଡ଼ିକ ବିଷୟରେ ଜାଣିବାକୁ ପଡିଥାଏ । ଏହି ପଲିସି ଗୁଡ଼ିକୁ ସମୟେ ସମୟେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ ।
  • ଉଇକିପିଡ଼ିଆ କେବଳ ସଠିକ ଭାବରେ ପ୍ରମାଣିତ ଓ ପ୍ରକାଶିତ ହୋଇଥିବା ତଥ୍ୟ ଗୁଡ଼ିକୁ ବ୍ୟବହାର କରିବାର ଅନୁମତି ଦିଏ ।
  • ଉଇକିପିଡ଼ିଆ ସର୍ବଦା ନିରପେକ୍ଷ ରହିଥାଏ ।
  • ଯେ କୌଣସି ବ୍ୟକ୍ତିଗତ ମନ୍ତବ୍ୟ ଯାହା ଏକ ପ୍ରସଙ୍ଗ ବାହାର ଉତ୍ସରୁ ଅଣାଯାଇଥାଏ, ତାକୁ ନିରପେକ୍ଷ ଭାବରେ ସଠିକ ଆଧାର ସହିତ ପ୍ରସଙ୍ଗରେ ବ୍ୟବହାର କରାଯାଇପାରେ । ଏହାକୁ "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" (Neutral point of view-NPOV) କୁହାଯାଇଥାଏ ।

ଉଇକି ସମ୍ପ୍ରଦାୟ

ଉଇକିପିଡ଼ିଆ 
ଉଇକିମାନିଆ
ଉଇକିପିଡ଼ିଆ 
ଉଇକିମାନିଆ ୨୦୧୬

ଉଇକିପିଡ଼ିଆରେ ଥିବା ପ୍ରତ୍ଯେକ ପ୍ରସଙ୍ଗ/ପୃଷ୍ଠା ଓ ପ୍ରତ୍ଯେକ ଉଇକିଆଳିମାନଙ୍କର ଏକ ଆଲୋଚନା ପୃଷ୍ଠା ରହିଥାଏ । ଏହା ଉଇକିଆଳି ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋଚନା ଓ ମତ ଆଦାନ-ପ୍ରଦାନ ପାଇଁ ବ୍ଯବହାର ହୋଇଥାଏ । ଉଇକିଆଳିମାନେ ବେଳେବେଳେ ପରସ୍ପରକୁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ଅଥବା ସେମାନଙ୍କ କାମର ପ୍ରଶଂସା କରି ସେମାନଙ୍କୁ ଏହି ଆଲୋଚନା ପୃଷ୍ଠାରେ ଆଦର ସନ୍ଦେଶ ବା ବାର୍ଣ୍ଣଷ୍ଟାର ପ୍ରଦାନ କରିଥାନ୍ତି । ଏହା କେବଳ ସେମାନଙ୍କର ଉଇକିରେ ଲେଖା ବା ଅବଦାନ ପାଇଁ ନୁହେଁ ବରଂ କିଛି ନୂଆ ଜିନିଷ ଶିଖିବାରେ ସାହାଜ୍ଯ କରିବା, କୌଣସି କର୍ମଶାଳା ବା ଅନ୍ୟ କୌଣସି ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥାଏ । ଉଇକିପିଡ଼ିଆରେ କୌଣସି ସମ୍ପାଦକ କିମ୍ବା ଅବଦନକାରୀ ମାନଙ୍କୁ ସେମାନଙ୍କ ପ୍ରକୃତ ପରିଚୟ ଦେବାକୁ ବାଧ୍ୟ କରାଯାଏନି । ଏହା ସେମାନଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ଇଚ୍ଛା ଯେ ସେମନେ ନିଜର ପରିଚୟ ପ୍ରକାଶ କରିବେ କି ନାହିଁ । ସେଥିପାଇଁ ବେଳେବେଳେ "କେଉଁମାନେ ଉଇକିପିଡ଼ିଆରେ ସମ୍ପାଦନା କରିପାରିବେ ?" ବୋଲି ଏକ ପ୍ରମୁଖ ପ୍ରଶ୍ନ ସାମନାକୁ ଆସିଥାଏ । ଉଇକିପିଡ଼ିଆରେ ଓ ଏହାର ସହ ପ୍ରକଳ୍ପ ଗୁଡ଼ିକରେ କିଛି ଅବଦାନକାରୀଙ୍କର ଗୋଟିଏ ଗୋଟିଏ ଦଳ ବିଶାଳ ପରିମାଣରେ ତଥ୍ୟ ଯୋଡି ଏହାକୁ ଅନ୍ୟ ପୁରୁଣା ଅନୁଷ୍ଠାନ ମାନଙ୍କ ସହିତ ସମକକ୍ଷ କରିପାରିଛନ୍ତି ବୋଲି ଏକଦା ଜିମି ୱେଲ୍ସ ମନ୍ତବ୍ୟ ଦେଇଥିଲେ । ୨୦୦୮ ମସିହାରେ "ସ୍ଳେଟ"(Slate) ନାମକ ପତ୍ରିକା

ଭାଷା ସଂସ୍କରଣ

ଉଇକିପିଡ଼ିଆ 
ବିଶ୍ୱର ବିଭିନ୍ନ ସ୍ଥାନରୁ ଉଇକିପିଡ଼ିଆର ବିଭିନ୍ନ ସଂସ୍କରଣ ଗୁଡ଼ିକର ଅବଦାନ ଗୁଡ଼ିକର ଏକ ଅନୁମାନ

କାର୍ଯ୍ୟ ପ୍ରଣାଳୀ

ଉଇକିପିଡ଼ିଆ 
ଉଇକିମିଡ଼ିଆ ଫାଉଣ୍ଡେସନର ପ୍ରତୀକ

ସଂସ୍କୃତିକ ମହତ୍ୱ

ସମ୍ପର୍କିତ ପ୍ରକଳ୍ପ

ବୈଷୟିକ ଅଧ୍ୟୟନ

  • Nielsen, Finn (2007). "Scientific Citations in Wiki ଉଇକିପିଡ଼ିଆ". First Monday. 12 (8). Retrieved 2008-02-22.
  • Pfeil, Ulrike (2006). "Cultural Differences in Collaborative Authoring of Wiki ଉଇକିପିଡ଼ିଆ". Journal of Computer-Mediated Communication. 12 (1): 88. doi:10.1111/j.1083-6101.2006.00316.x. Retrieved 2008-12-26. ;
  • ପ୍ରିଡହୋରକୀ, ଜିଲିନ ଚେନ ,ଟୋନି.କେ. ଲ୍ୟାମ , କ୍ୟାଥେରିନ ପାଂସିଏରା, ଲୋରେନ ତରବୀନ ଏବଂ ଜନ ରିଏଡେଲ [http://portal.acm.org/citation.cfm?doid=1316624.1316663 ବର୍ଷ-୨୦୦୭, ଡ଼ି.ଓ.ଆଇ. : 1316624,131663.
  • Reagle, Joseph M., Jr. (2005). "Do As I Do: Leadership in the Wiki ଉଇକିପିଡ଼ିଆ". Wiki Drafts. Retrieved 2008-12-26.{{cite web}}: CS1 maint: multiple names: authors list (link)
  • Wilkinson, Dennis M. (2007). "Assessing the Value of Cooperation in Wiki ଉଇକିପିଡ଼ିଆ". First Monday. 12 (4). Retrieved 2008-02-22. ;

ପୁସ୍ତକ

  • Phoebe Ayers, Charles Matthews, and Ben Yates (2008). How Wikipedia Works: And How You Can Be a Part of It. San Francisco: No Starch Press. ISBN 978-1-59327-176-3. ; CS1 maint: multiple names: authors list (link)
  • Broughton, John (2008). Wiki - The Missing Manual. OReilly Media. ISBN 0-596-51516-2. ; (ବେକରଙ୍କଦ୍ୱାରା ସଂଶୋଧିତ କରାଯାଇଥିବା ପୁସ୍ତକ बेकर)
  • Broughton, John (2008). Wiki Reader's Guide. Sebastopol: Pogue Press. ISBN 059652174X.
  • Lih, Andrew (2009). The Wikipedia Revolution. New York: Hyperion. ISBN 1401303714.

ଅନ୍ଯାନ୍ଯ ମିଡ଼ିଆ ସ୍ରୋତରୁ

ଛାଞ୍ଚ:Main Article

ଆଧାର

ଅଧିକା ଲିଙ୍କ


Tags:

ଉଇକିପିଡ଼ିଆ ଇତିହାସଉଇକିପିଡ଼ିଆ ର ନିୟମଉଇକିପିଡ଼ିଆ ଉଇକି ସମ୍ପ୍ରଦାୟଉଇକିପିଡ଼ିଆ ଭାଷା ସଂସ୍କରଣଉଇକିପିଡ଼ିଆ କାର୍ଯ୍ୟ ପ୍ରଣାଳୀଉଇକିପିଡ଼ିଆ ସଂସ୍କୃତିକ ମହତ୍ୱଉଇକିପିଡ଼ିଆ ସମ୍ପର୍କିତ ପ୍ରକଳ୍ପଉଇକିପିଡ଼ିଆ ଆଧାରଉଇକିପିଡ଼ିଆ ଅଧିକା ଲିଙ୍କଉଇକିପିଡ଼ିଆAbout this soundEn-uk-Wikipedia.oggEn-us-Wikipedia.oggOr-ଉଇକିପିଡ଼ିଆ.wavଇଣ୍ଟରନେଟଉଇକିପିଡ଼ିଆ:ଇଂରାଜୀ ଶବ୍ଦ ଉଚ୍ଚାରଣ ବିଧିଉଇକିମିଡ଼ିଆ ଫାଉଣ୍ଡେସନଜିମି ୱେଲ୍ସଜ୍ଞାନକୋଷଫେସବୁକଲାରି ସାଙ୍ଗରସହଯୋଗ:IPA/Odiaୟୁ ଟ୍ୟୁବ

🔥 Trending searches on Wiki ଓଡ଼ିଆ:

ମଥୁରା ମଙ୍ଗଳବିନୋଦ ଚନ୍ଦ୍ର ନାୟକଗଉଡ଼ ବାଡ଼ି ଖେଳଦେବସ୍ନାନ ପୂର୍ଣ୍ଣିମାଚବିଶ ଗୁରୁରସଗୋଲାଅଟଳ ବିହାରୀ ବାଜପେୟୀଗୁଗଲଫକୀର ମୋହନ ସେନାପତିନିଅନବୈଷ୍ଣବ ଚରଣ ପଟ୍ଟନାୟକବଉଳଅମ୍ଳଜାନଗୋପାଳକୃଷ୍ଣ ପଟ୍ଟନାୟକପରମାନନ୍ଦ ଆଚାର୍ଯ୍ୟଭୁବନେଶ୍ୱର ରେଳ ଷ୍ଟେସନମେଲାଟୋନିନନବରଙ୍ଗପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଉତ୍କଳ ଦିବସବିଜୁ ଜନତା ଦଳପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଅବସରପଣ୍ଡୁ ଓଷାସମାଜ ବିଜ୍ଞାନ୩ ଅପ୍ରେଲଡାହାଣୀ ଖୋଜାସାରଦା ଦେବୀସୁଭାଷ ଚନ୍ଦ୍ର ବୋଷବେଲଓଡ଼ିଶା ସରକାରଅଷ୍ଟ୍ରେଲିଆଆଲାସ୍କାMain pageସୀତା ବିବାହଓଡ଼ିଶା ପ୍ରିମିଅର ଲିଗଡେଭିଡ କାମେରନବନମାଳୀ ଦାସବଳରାମ ଦାସବେଦଉଦ୍‌ଜାନଅନ୍ନପୂର୍ଣ୍ଣା ମହାରଣାକବିସୂର୍ଯ୍ୟ ବଳଦେବ ରଥଜୈନ ଧର୍ମନୟାଗଡ଼ ଜିଲ୍ଲାବଳିଆ କୁକୁରହୃଷୀକେଶ ପଣ୍ଡାୟୁ ଟ୍ୟୁବଜହ୍ନମାମୁଁନବକଳେବରଚଟିଆ (ଚଢ଼େଇ)ଗୋପୀନାଥ ମହାନ୍ତିଆସୁଛି ମୋ କାଳିଆସୁନାଗଜପତି ସାମ୍ରାଜ୍ୟ୧୨ ମାର୍ଚ୍ଚ୧ (ସଂଖ୍ୟା)ଆତ୍ମହତ୍ୟାଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଗୋଲୋକ ବିହାରୀ ଧଳମହା ଶିବରାତ୍ରିନେମାଳଆନି ବେସାନ୍ତହୀରାକୁଦ ବନ୍ଧଅଶୋକ (ସମ୍ରାଟ)ଜର୍ମାନୀମିନତି ମିଶ୍ରମାୟାଧର ମାନସିଂହସ୍କନ୍ଦ ପୁରାଣକାଗଜତାରାତାରିଣୀ ମନ୍ଦିର🡆 More