ବିଶ୍ୱତାପନ

ବିଶ୍ୱତାପନର ପରିଭାଷା: ପୃଥିବୀର ଜଳବାୟୁ ତନ୍ତ୍ରର ହାରାହାରି ତାପମାନରେ ଅବଲୋକିତ ବୃଦ୍ଧି ।

refer to caption
ପୃଥିବୀର ହାରାହାରି ସ୍ଥଳ-ସମୁଦ୍ର ତାପମାନରେ ପରିବର୍ତ୍ତନ ୧୮୮୦ରୁ ୨୦୧୩, ୧୯୫୧–୧୯୮୦ ତୁଳନାରେ. କଳାଗାର ବାର୍ଷିକ ଓ ନାଲି ଗାର ପଞ୍ଚ-ବାର୍ଷିକ ହାରାହାରି ଦର୍ଶାଉଛି. ସବୁଜ ଗାର ଅନିଶ୍ଚିତତା ଦର୍ଶାଉଛି . Source: NASA GISS. (ବଡ଼ ଚିତ୍ର ନିମନ୍ତେ ଦବାନ୍ତୁ)
Map of temperature changes across the world
key to above map of temperature changes
ପଞ୍ଚ-ବାର୍ଷିକ ହାରାହାରି ତାପମାନ(୨୦୦୦-୨୦୦୪) ବୃଦ୍ଧି ୧୯୫୧–୧୯୮୦ ତୁଳନାରେ. Source: NASA Observatory

କାରଣ

  • ସବୁଜ କୋଠରୀ ପ୍ରଭାବ / ଗ୍ରୀନ୍ ହାଉସ୍ ଇଫେକ୍ଟ

ପୃଥିବୀପୃକ୍ଷ୍ଠକୁ ସୂର୍ଯ୍ୟାଲୋକ ଉତ୍ତପ୍ତ କରିଥାଏ । ସୂର୍ଯ୍ୟରଶ୍ମିର କିଛି ଅଂଶ ପୃଥିବୀଦ୍ୱାରା ଶୋଷିତ ହୁଏ ଏବଂ ଅବଶିଷ୍ଟ ମହାକାଶକୁ ଫେରିଯାଏ । ଏହି ପ୍ରତିଫଳିତ ରଶ୍ମିର କିଛି ଅଂଶକୁ ବାୟୁମଣ୍ଡଳ ଧରିରଖେ । ଫଳରେ ବାୟୁମଣ୍ଡଳର ଉତ୍ତାପ ବଢେ । ଏହାକୁ ସବୁଜ କୋଠରୀ ପ୍ରଭାବ ବା ଗ୍ରୀନ୍ ହାଉସ୍ ଇଫେକ୍ଟ୍ କୁହାଯାଏ । ମିଥେନ୍‌, ଅଙ୍ଗାରକାମ୍ଳ, ଜଳୀୟବାଷ୍ପ, ନାଇଟ୍ରସ୍ ଅକ୍ସାଇଡ୍ ପରି "ଗ୍ରୀନହାଉସ୍ ଗ୍ୟାସ୍‌"ମାନେ ତାପକୁ ଧରିରଖି ପୃଥିବୀକୁ ଉଷ୍ଣ ରଖନ୍ତି । ଏହି ସବୁ ଗ୍ୟାସର ପରିମାଣ ବଢ଼ି ଯାଇ ପୃଥିବୀକୁ ଏକ "ସବୁଜ କୋଠରୀ"ରେ ପରିଣତ କରି ଦେଇଛି । ମଣିଷମାନେ ଜାରଣ ପ୍ରକ୍ରିୟା ସମ୍ବଳିତ କାରଖାନା ତିଆରି କରିଛନ୍ତି । ଜାରଣଦ୍ୱାରା ପ୍ରଚୁର ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛଡ଼ାଯାଏ । ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ଅଧିକ ତାପ ଧରି ରଖେ ଯାହାକି ବିଶ୍ୱତାପନର ପ୍ରମୁଖ କାରଣ ଅଟେ ।

କିଏ କେତେ ପରିମାଣରେ ଦାୟୀ (ସବୁଜ କୋଠରୀ ପ୍ରଭାବ ନିମନ୍ତେ) :

ଅଙ୍ଗାରକାମ୍ଳ ମିଥେନ୍‌ ଜଳୀୟବାଷ୍ପ ଅନ୍ୟାନ୍ୟ
୯-୨୬% ୪-୯% ୩୬-୭୦% ୩-୭%
  • ସୌର ପ୍ରକ୍ରିୟା

ବୈଜ୍ଞାନିକ‎ମାନେ ଦର୍ଶାଇଛନ୍ତି ଯେ ସୌର ଓ ଆଗ୍ନେୟଗିରୀୟ/ଜ୍ୱାଳାମୁଖୀୟ ପ୍ରକ୍ରିୟା "ପ୍ରାକୃତିକ" ବିଶ୍ୱତାପନର ଏକ ପ୍ରମୁଖ କାରଣ ଅଟେ କିନ୍ତୁ ଏହା ବର୍ତ୍ତମାନର କ୍ଷୀପ୍ର ଜଳବାୟୁ ପରିବର୍ତ୍ତନ ନିମନ୍ତେ ଦାୟୀ ନୁହେଁ ।

ପରିଣାମ

ବିଭିନ୍ନ ତଥ୍ୟରୁ ଜଣାପଡେ ଯେ ପୃଥିବୀର ତାପମାତ୍ରା ମାତ୍ର ୦.୫C ବଢ଼ିଥିବାରୁ ଅନେକ ସମସ୍ୟା ଦେଖାଦେଇଛି । ଏବେ ବିଶ୍ୱତାପନ ଯୋଗୁଁ ହିମାଳୟର ଗଙ୍ଗୋତ୍ରୀ ହିମସ୍ରୋତ ତରଳୁ ଅଛି । ବରଫ ତରଳିବା ବିଶ୍ୱତାପନର ଏକ ଭୟକଂର ପରିଣାମ । ଏହା ଯୋଗୁଁ ସମୁଦ୍ର ପତ୍ତନ ବଢୁଛି । ସମୁଦ୍ର ପତ୍ତନରେ ଅଧିକ ବୃଦ୍ଧି ହେଲେ ଉପକୂଳ ଅଚଂଳରେ ସମୁଦ୍ର ଜଳ ପ୍ରବେଶ କରିବ ।ବିଶ୍ୱତାପନ ଯୋଗୁଁ ଅନେକ ଜୀବଜାତି ବିଲୁପ୍ତ ହୋଇଯିବେ ଏବଂ ଏହା ବିଭିନ୍ନ ପରିସଂସ୍ଥାର ଜୈବବିବିଧତାକୁ ହ୍ରାସ କରିଦେବ ।

ପ୍ରତିବେଦନ

  • ବିଶ୍ୱତାପନ ବା ଗ୍ଲୋବାଲ ୱାର୍ମିଂ ବର୍ତ୍ତମାନ ପୃଥିବୀରେ ବ୍ୟକ୍ତିବିଶେଷ ତଥା ସରକାରଙ୍କ ପାଇଁ ଏକ ମୁଖ୍ୟ ଅନୁଚିନ୍ତା । ଗ୍ରୀନହାଉସ୍ ଗ୍ୟାସର ପରିମାଣ କମାଇବା ନିମନ୍ତେ ଅନେକ ଦେଶ ଚୁକ୍ତିବଦ୍ଧ ହେଲେଣି । United Nations Framework Convention on Climate Change (ୟ.ଏନ୍.ଏଫ୍.ସି.ସି.) ସେପରି ଏକ ପରିବେଶ ସମ୍ବନ୍ଧୀୟ କମିଟି । ଏହାର ମୁଖ୍ୟ ଉଦ୍ଦେଶ୍ୟ ପରିବେଷ ଉପରେ ମାନବିକ ଅନ୍ତର୍କ୍ଷେପକୁ ଯଥାସମ୍ଭବ ଛୋଟ କରିବା ।
  • ନାସା ଓ ରୋୟାଲ୍ ସୋସାଇଟି ପରି ଅନୁସ୍ଥାନ ଜଳବାୟୁ ଇଞ୍ଜିନିଅରିଙ୍ଗ୍(Climate Engineering)କୁ ଏକ ପ୍ରତିବେଦନ ଭାବରେ ଅନ୍ୱେଷଣ କରୁଛନ୍ତି ।

ଆଧାର

Tags:

ବିଶ୍ୱତାପନ କାରଣବିଶ୍ୱତାପନ ପରିଣାମବିଶ୍ୱତାପନ ପ୍ରତିବେଦନବିଶ୍ୱତାପନ ଆଧାରବିଶ୍ୱତାପନ

🔥 Trending searches on Wiki ଓଡ଼ିଆ:

ସମୟ (କାଳ)ଜୟୀରାମ ସାମଲପୃଥିବୀଜାନକୀ ବଲ୍ଲଭ ପଟ୍ଟନାୟକବନ୍ଦେ ଉତ୍କଳ ଜନନୀରାମଚନ୍ଦ୍ର ମିଶ୍ରମନୋରଞ୍ଜନ ଦାସବର୍ଷାରାଜ୍ୟ ସଭାଅଚ୍ୟୁତାନନ୍ଦ ଦାସସୁଦର୍ଶନ ପଟ୍ଟନାୟକତାରାପ୍ରସାଦ ଦାସଟାଇପରାଇଟରହନୁମାନ ଜୟନ୍ତୀଭାରତୀୟ ଜନତା ପାର୍ଟିହିନ୍ଦୁବରଗଛବ୍ରଜନାଥ ବଡ଼ଜେନାଶ୍ରୀତମ ଦାସଭୁବନେଶ୍ୱରଇରା ମହାନ୍ତିଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାପଞ୍ଚସଖାବିଶ୍ୱ ମ୍ୟାଲେରିଆ ଦିବସଆମ୍ବକରଞ୍ଜଓଡ଼ିଆ ଭାଗବତ୩୦ ଅପ୍ରେଲପ୍ରଦୂଷଣଭୀମ ଭୋଇଚୈତ୍ର ପୂର୍ଣ୍ଣିମାସିପାହୀ ବିଦ୍ରୋହରମାକାନ୍ତ ପଣ୍ଡାଫକୀର ମୋହନ ସେନାପତିଓଡ଼ିଆ ଭାଷା ଆନ୍ଦୋଳନଇଣ୍ଡୋନେସିଆପ୍ରସନ୍ନ କୁମାର ମିଶ୍ରରାଖାଲ ମହାନ୍ତିଶଙ୍କର ପ୍ରସାଦ ତ୍ରିପାଠୀଶୈଳବାଳା ଦାସତମନ୍ନା ବ୍ୟାସଓଡ଼ିଆ ଭାଷାଉଇକିମିଡ଼ିଆ ଫାଉଣ୍ଡେସନଅକ୍ଷୟ ମହାନ୍ତିବ୍ରାହ୍ମଣଦେବୀପ୍ରସନ୍ନ ପଟ୍ଟନାୟକଲକ୍ଷ୍ମଣ ମିଶ୍ରଗିରିଧର ଗମାଙ୍ଗଅଗ୍ନ୍ୟାଶୟ ଅକ୍ଷମତାଅଖିଳ ମୋହନ ପଟ୍ଟନାୟକହେନା ଫୁଲସୁଦଶା ବ୍ରତଉଇକିପିଡ଼ିଆଓଡ଼ିଆ ଲିପିକଳାପାହାଡ଼ନୀଳକଣ୍ଠ ଦାସବୁଧେଇ ଓଷାଛବିଳ ମଧୁ ବର୍ଣ୍ଣବୋଧମିଳିମିଳାଭାତହନୁମାନଓଡ଼ିଶାର କଳାଗୋପାଳ ଛୋଟରାୟଜଗନ୍ନାଥ ମନ୍ଦିରକୃଷ୍ଣ ଜନ୍ମାଷ୍ଟମୀଧର୍ମଗଡ଼ଋଷିଆଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାପଖାଳ ଦିବସ🡆 More