ନାଗାବଳୀ ନଦୀ

ନାଗାବଳୀ ନଦୀ (ତେଲୁଗୁ ଭାଷା: నాగావళి నది) ଦକ୍ଷିଣ ଓଡ଼ିଶା ତଥା ଉତ୍ତର-ପୂର୍ବ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ଏକ ପ୍ରମୁଖ ନଦୀ ଅଟେ । ଏହି ନଦୀର ଅନ୍ୟ ଏକ ନାମ ହେଉଛି ଲାଙ୍ଗୁଲ୍ୟ ।

ନାଗାବଳୀ ନଦୀ
ନାଗାବଳୀ ନଦୀ
River
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ରାୟଗଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା
Cities ରାୟଗଡ଼ା, ଶ୍ରୀକାକୁଲମ
Landmark ହାତୀପଥର, ରାୟଗଡ଼ା
Source ଲାଖବାହାଲ
Mouth ବଙ୍ଗୋପସାଗର
Length ୨୫୬ km (୧୫୯ mi)

ଉତ୍ପତ୍ତି

କଳାହାଣ୍ଡି ଜିଲ୍ଲାର ଲାଖବାହାଲ ନିକଟସ୍ଥ ଏକ ପାହାଡ଼ରୁ ପ୍ରାୟ ୧୩୦୦ ମିଟଋ ଉଚ୍ଚତାରୁ ଉତ୍ପତ୍ତି ହୋଇ ନଦୀଟି ରାୟଗଡ଼ା ଜିଲ୍ଲା, କୋରାପୁଟ ଜିଲ୍ଲାକଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହୋଇ ଆନ୍ଧ୍ରର କଲେଇପାଲ୍ଲୀ ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି । ସମୁଦାୟ ୨୫୬ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀର ୧୬୧ କି.ମି. ଅଂଶ ଓଡ଼ିଶାରେ ପ୍ରବାହିତ । ଅବଶିଷ୍ଟ ଅଂଶ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ । ନଦୀଟିର ଭୌଗୋଳିକ ଅବସ୍ଥିତି ହେଉଛି- ଦ୍ରାଘିମା ୧୮° ୧୦′ରୁ ୧୯° ୪୪′ ଉତ୍ତର ଏବଂ ଅକ୍ଷାଂଶ ୮୨° ୫୩′ରୁ ୮୪° ୦୫′ ପୂର୍ବ । ଏହାର ଏକ ମୁଖ୍ୟ ଉପନଦୀ ଝଞ୍ଜାବତୀ ରାୟଗଡ଼ା ନିକଟରେ ଏହି ନଦୀରେ ମିଶିଅଛି । ଅନ୍ୟାନ୍ୟ ଉପନଦୀମାନେ ହେଲେ ବେଗବତୀ, ସୁବର୍ଣ୍ଣମୁଖି, ଶିରୀକୋଣା ଇତ୍ୟାଦି । ଆନ୍ଧ୍ର ପ୍ରଦେଶରେ ପ୍ରାୟ ୯୫ କି.ମି. ପ୍ରବାହିତ ହେବା ପରେ ଏହା ବଙ୍ଗୋପସାଗରରେ ମିଶିଅଛି । ଏହାର ଉତ୍ତରରେ ବଂଶଧାରା ନଦୀ, ଦକ୍ଷିଣରେ ଚମ୍ପାବତୀ ନଦୀ, ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଗୋଦାବରୀ ନଦୀ ପ୍ରବାହିତ । ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ହୋଇଥିବା ଆନ୍ତଃରାଜ୍ୟ ଚୁକ୍ତିନାମା ଅନୁଯାୟୀ ଓଡ଼ିଶା 556 Mm3(20TMC) ପର୍ଯ୍ୟନ୍ତ ନାଗାବଳୀର ଜଳ ବ୍ୟବହାର କରିପାରିବ; ଯଦିଓ ବର୍ତ୍ତମାନ ବ୍ୟବହୃତ ଜଳ ତାଠାରୁ କମ୍ ।

ଉପକୂଳ ଅଞ୍ଚଳ

ଏହି ନଦୀର କୂଳରେ ଅବସ୍ଥିତ ସହରମାନଙ୍କ ମଧ୍ୟରେ ରାୟଗଡ଼ା, ଜେ.କେ.ପୁର ଓ ଶ୍ରୀକାକୁଲମ ଅନ୍ୟତମ । ଏକ ପ୍ରକାଶିତ ରିପୋର୍ଟ ଅନୁସାରେ, ଜେ.କେ. କାଗଜ କଳରୁ ନିଷ୍କାସିତ ରାସାୟନିକ ଆବର୍ଜନାଦ୍ୱାରା ନାଗାବଳୀ ଜଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଛି । ରାୟଗଡ଼ା ନିକଟରେ ନାଗାବଳୀର ଗତିପଥରେ ହାତୀପଥର ଏକଦା ଏକ ଦର୍ଶନୀୟ ସ୍ଥାନ ଥିଲା ।

ଆଧାର

Tags:

ତେଲୁଗୁ ଭାଷା

🔥 Trending searches on Wiki ଓଡ଼ିଆ:

ଆସିକାଅଚ୍ୟୁତାନନ୍ଦ ପ‌ତିଦାସକାଠିଆଚିନ୍ତାମଣି ବେହେରାୱିଲିଅମ ସେକ୍ସପିଅରମିଳିତ ଜାତିସଂଘଖାଦ୍ୟଇଲେକ୍ଟ୍ରୋନିକ କମର୍ସଆପେଣ୍ଡିସାଇଟିସବିଦୁସ୍ମିତାପାଟୁଆ ଯାତ୍ରାବିଧାନ ସଭା ସଭ୍ୟବୀଣାପାଣି ମହାନ୍ତିଓଡ଼ିଆ ସାହିତ୍ୟମିନତି ମିଶ୍ରରେଭେନ୍‌ସା କଲିଜିଏଟ ସ୍କୁଲରାଧାମୋହନ ଗଡ଼ନାୟକମେସିନ ଟ୍ରାନ୍ସଲେସନସବ୍ୟସାଚୀ ମିଶ୍ରଅକ୍ଷୟ ତୃତୀୟାମି ଠୁ (ହ୍ୟାସଟ୍ୟାଗ)ବାସନ୍ତୀଓଡ଼ିଶାଜ୍ଞାନପୀଠ ପୁରସ୍କାରମହିମା ଧର୍ମଭାରତର ସଂସ୍କୃତିମଧୁସୂଦନ ରାଓଉତ୍କଳ ବ୍ରାହ୍ମଣଚାଣକ୍ୟଅଦାଋଷିଆବାଜି ରାଉତବୈକୁଣ୍ଠନାଥ ପଟ୍ଟନାୟକକୁଜିବର ପ‌ତ୍ରଜଗନ୍ନାଥଡାଲିଗୁରୁପ୍ରସାଦ ମହାନ୍ତିଜୟନ୍ତୀ ପଟ୍ଟନାୟକଭୁବନେଶ୍ୱର ବେହେରାଚନ୍ଦନ ଯାତ୍ରାମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଚକ୍ରଧର ବେହେରାବିଷ୍ଣୁସ୍ୱାଧୀନତା ଦିବସ‌ (ଭାରତ)ଚନ୍ଦନଲାଗି ବେଶଅର୍ଜୁନ ଗଛଚିଲିକା ହ୍ରଦଭାରତୀୟ ଜାତୀୟ କଂଗ୍ରେସଗାର୍ଗୀ ମହାନ୍ତିଅଭିମନ୍ୟୁ ସାମନ୍ତସିଂହାରଆଖୁଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଭଗବତୀ ଚରଣ ପାଣିଗ୍ରାହୀ୨୪ ଅପ୍ରେଲଓଡ଼ିଶାର ଲୋକନୃତ୍ୟସଙ୍କୀର୍ତ୍ତନବିରିଅଣସରସ୍ୱିଡେନଓଡ଼ିଶା ସରକାରସମ୍ବଲପୁର ଜିଲ୍ଲାଗୁଣନକବିସୂର୍ଯ୍ୟ ବଳଦେବ ରଥଚନ୍ଦ୍ରଶେଖର ଆଜାଦ🡆 More