କୋରାପୁଟ ଜିଲ୍ଲା: ଓଡ଼ିଶାର ଜିଲ୍ଲା, ଭାରତ

]

କୋରାପୁଟ
ଜିଲ୍ଲା
କୋରାପୁଟ ଜିଲ୍ଲା: ଭୂଗୋଳ, ବିଭାଗ, ଦର୍ଶନୀୟ ସ୍ଥାନ
କୋରାପୁଟ ଜିଲ୍ଲା: ଭୂଗୋଳ, ବିଭାଗ, ଦର୍ଶନୀୟ ସ୍ଥାନ
From Top; Left to Right: ଦେଓମାଳି, ଗୁପ୍ତେଶ୍ୱର, ଡୁମଡୁମା ଝରଣା, Tribes of Koraput and Rail Tracks in Koraput.
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକୋରାପୁଟ, ନବରଙ୍ଗପୁର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ଲକ୍ଷ୍ମୀପୁର (୧୪୧ )
    ୨. କୋଟପାଡ଼ (୧୪୨)
    ୩. ଜୟପୁର (୧୪୩)
    ୪. କୋରାପୁଟ (୧୪୪)
    ୫. ପଟ୍ଟାଙ୍ଗି (୧୪୫)
Area
 • ଜିଲ୍ଲା8379 km2 (3,235 sq mi)
Population
 (୨୦୧୧)
 • ଜିଲ୍ଲା୧୩୭୬୯୩୪
 • Density156/km2 (400/sq mi)
 • Urban
୨୨୫୪୦୬
 • Rural
୧୧୫୧୫୨୮
 • ୬ ବର୍ଷରୁ କମ ଶିଶୁ
୨୧୫୫୧୮
Time zoneIST (+୫.୩୦)
ଡାକ କୋଡ଼
୭୬୪ ୦୨୦
ଯାନବାହାନ ପଞ୍ଚୀକରଣOD-10
ଜିଲ୍ଲାପାଳଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତୀ
WebsiteOfficial website

ଭୂଗୋଳ

ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ କୋରାପୁଟ ଜିଲ୍ଲାର ଆୟତନ ୮,୩୭୯ ବର୍ଗ କିମି । କୋରାପୁଟ ଜିଲ୍ଲା ୧୭°୪'ଉ.ରୁ ୨୦°୭'ଉତ୍ତର ଅକ୍ଷାଂଶ ଓ ୮୧°୨୪'ପୂରୁ ୮୪°୨'ପୂର୍ବ ଦ୍ରାଘିମାମଧ୍ୟରେ ଅବସ୍ଥିତ |

ଅବସ୍ଥିତି

କୋରାପୁଟ ଜିଲ୍ଲାର

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, କୋରାପୁଟ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୩,୭୬,୯୩୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୫୧,୫୨୮ ଓ ସହରାଞ୍ଚଳରେ ୨,୨୫,୪୦୬ ଲୋକ ବାସ କରନ୍ତି ।

  • ପୁରୁଷ: ୬,୭୭,୮୬୪
  • ମହିଳା: ୬,୯୯,୦୭୦
  • ଛ ବର୍ଷରୁ କମ: ୨,୧୫,୫୧୮
  • ସାକ୍ଷରତା ହାର ୪୯.୮୭%
    • ପୁରୁଷ: ୬୧.୨୯%
    • ମହିଳା: ୩୮.୯୨%

ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨ଟି): କୋରାପୁଟ ଓ ଜୟପୁର
  • ତହସିଲ: (୧୪): କୁନ୍ଦ୍ରା, କୋଟପାଡ଼, ବୈପାରିଗୁଡା, ଜୟପୁର, ବୋରିଗୁମା, କୋରାପୁଟ, ଦଶମନ୍ତପୁର, ନନ୍ଦପୁର, ନାରାୟଣପାଟଣା, ପଟ୍ଟାଙ୍ଗି, ବନ୍ଧୁଗାଁ, ସେମିଳିଗୁଡା, ଲମତାପୁଟ ଓ ଲକ୍ଷ୍ମୀପୁର
  • ବ୍ଳକ: ୧୪ଟି:
    • କୋରାପୁଟ ଉପଖଣ୍ଡର (୯): କୋରାପୁଟ, ଦଶମନ୍ତପୁର, ନନ୍ଦପୁର, ନାରାୟଣପାଟଣା, ପଟ୍ଟାଙ୍ଗି, ବନ୍ଧୁଗାଁ, ସେମିଳିଗୁଡା, ଲମତାପୁଟ ଓ ଲକ୍ଷ୍ମୀପୁର
    • ଜୟପୁର ଉପଖଣ୍ଡର (୫): କୁନ୍ଦ୍ରା, କୋଟପାଡ଼, ବୈପାରିଗୁଡା, ଜୟପୁର ଓ ବୋରିଗୁମା
  • ଗ୍ରାମ ପଞ୍ଚାୟତ: ୨୨୬
  • ଗ୍ରାମ: ୧,୯୯୭
  • ସହର: ୫
    • ପୌରପାଳିକା (୩):କୋରାପୁଟ, ଜୟପୁର ଓ ସୁନାବେଡା
    • ବିଜ୍ଞାପିତ ଅଞ୍ଚଳ ପରିଷଦ:୧:

ଦର୍ଶନୀୟ ସ୍ଥାନ

କୋରାପୁଟ ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି । ଓଡ଼ିଶାରେ ପର୍ଯ୍ୟଟନ ସ୍ଥଳୀ ଭାବେ ଚିହ୍ନିତ କରାଯାଇଥିବା ୩୨୦ଟି ସ୍ଥାନ ଭିତରେ ୧୩ଟି ସ୍ଥାନ କୋରାପୁଟ ଜିଲ୍ଲାରେ ଅବସ୍ଥିତ । ସେ ଗୁଡ଼ିକ ହେଲା :-

ଉପରୋକ୍ତ ପର୍ଯ୍ୟଟନ ସ୍ଥଳୀ ଭିନ୍ନ ନିମ୍ନସ୍ଥ ସ୍ଥାନ ଗୁଡ଼ିକ ମଧ୍ୟ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

  • ଉପର କୋଲାବ ଜୈବ ଉଦ୍ୟାନ
  • ଡୁଡୁମା ଜଳପ୍ରପାତ
  • ବାରିଣୀପୁଟ
  • ଜୟପୁର : କୋରାପୁଟ ଜିଲ୍ଲାର ମୁଖ୍ୟ ବାଣିଜ୍ୟସ୍ଥଳୀ, ଜୟ ପୁର ରାଜାଙ୍କର ରାଜଧାନୀ ଓ ରାଜପ୍ରାସାଦ । ଏହି ସହରରେ ରଥଯାତ୍ରା ଓ ଦଶହରା ମହା ସମାରୋହରେ ପାଳିତ ହୋଇଥାଏ ।
  • ବୀରଖମ୍ବ : ବନଦେବୀ ମନ୍ଦିର ପାଇଁ ଜଣାଶୁଣା ।
  • ରାମଗିରି : ଭଗବାନ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଦକ୍ଷିଣକୁ ଗଲାବେଳେ ଏଠାରେ ଅବସ୍ଥାନ କରିଥିଲେ ।
  • ଅନକାଡ଼େଲି : ମାଛକୁଣ୍ଡ ଜଳପ୍ରପାତର ନିକଟବର୍ତ୍ତୀ ଗ୍ରାମ। ଏଠାରେ ପ୍ରତ୍ୟେକ ଗୁରୁବାର ଦିନ ଏକ ସାପ୍ତାହିକ ହାଟ ହୋଇଥାଏ । ସ୍ଥାନୀୟ ବଣ୍ଡା ଜନଜାତିର ଲୋକମାନେ ଏଠାକୁ ଆସୁଥିବାରୁ ଏହା ବହୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।
  • ବାଦୁଡ଼ି ପାହାଡ଼ : ଶାବେରୀ ନଦୀକୂଳରେ ଅବସ୍ଥିତ ଅନେକ ଗୁମ୍ଫାଯୁକ୍ତ ପାହାଡ଼ ।
  • ମାଳିଗୁଡ଼ା : ଉଦ୍ୟାନ ଓ ପନିପରିବା ଚାଷ ପାଇଁ ପ୍ରସିଦ୍ଧ, ଏହା ଏକ ଚିରସ୍ରୋତା ଝରଣା କୁଳରେ ଅବସ୍ଥିତ ।
  • କୋଲା : କୋଲାବ ନଦୀ ଉପରେ ବହୁମୁଖୀ ନଦୀବନ୍ଧ ଯୋଜନାରେ ୪ଟି ଟର୍ବାଇନରୁ ୩୨୦ ମେଗାୱାଟ ବିଜୁଳିଶକ୍ତି ଉତ୍ପାଦନ କରୁଥିବା ପାୱାର ହାଉସ । ଏହି ନଦୀବନ୍ଧ ଯୋଜନାଦ୍ୱାରା ୨୨ ହଜାର ୨୬୬ ହେକ୍ଟର ଜମି ଜଳ ସେଚିତ ହୋଇପାରୁଛି। ଏଠାକାର ପ୍ରମୋଦ ଉଦ୍ୟାନ ପର୍ଯ୍ୟଟକମାନଙ୍କର ଧ୍ୟାନର କେନ୍ଦ୍ରବିନ୍ଦୁ ।
  • ନାରାୟଣ ପାଟନା: ଜୟପୁର ରାଜାଙ୍କର ପୁରୁଣା ଗଡ଼ ଓ ବର୍ତ୍ତମାନର ବ୍ଲକ ସଦର ମହକୁମା । ନୀଲାବାଡ଼ୀ, ଅଗ୍ନିଗଙ୍ଗାମା ଓ ପୁତ୍ୟାଲୁମା ଏ ଅଞ୍ଚଳର ଆରାଧ୍ୟଦେବୀ।
  • ରାଇସିଲ୍ : ଏଠାକାର ମୁଖ୍ୟ ପର୍ବ ହେଉଛି ନୀଲାବାଡ଼ି ଯାତ୍ରା ଓ ଅଁଳାନବମୀ। ଏହା ଲକ୍ଷ୍ମୀପୁର ନିକଟସ୍ଥ ଏକ ପାହାଡ଼। ଏଠାରେ ଚିରସ୍ରୋତା ଝରଣାଟିଏ ରହିଛି ଓ ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ। ଏହା ଏକ ବଣଭୋଜି ସ୍ଥଳୀ।
  • ଡୁମୁରିପୁଟ : ଜାତୀୟ ରାଜପଥ ନିକଟସ୍ଥ ଏକ ଗାଁ । ଶ୍ରୀରାମ ମନ୍ଦିର ଓ ୭୨ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ମୂର୍ତ୍ତୀ ପାଇଁ ଏହା ପ୍ରସିଦ୍ଧ । ଏଠାକାର ମୁଖ୍ୟପର୍ବ ହେଲା ରାମ ନବମୀ
  • ଦାମନଯୋଡ଼ି: ଏହା ଏସିଆ ମହାଦେଶର ଏକ ବୃହତ୍ତମ ବକ୍ସାଇଟ ଖଣିମାନଙ୍କ ଭିତରୁ ଅନ୍ୟତମ । ଏହା ପଞ୍ଚପଟମଲ୍ଲୀ ପାହାଡ଼ ଉପରେ ଅବସ୍ଥିତ । କଣ୍ଟାବାଉଁଶାଣୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଏଠାରେ ରହିଛି।
  • ପେଦାପାଡ଼ୁ : ପଟାଙ୍ଗି ନିକଟସ୍ତ ପେଦାପାଡ଼ୁ ମାଟି ମଧ୍ୟରେ ଏକ ସୁରମ୍ୟ ଗୁମ୍ଫାରେ ଅବସ୍ଥିତ। ଶିଡ଼ିଦେଇ ଏହା ଭିତରକୁ ଯିବାପାଇଁ ହୋଇଥାଏ। ୨୦୦୯ ମସିହାର ପରବର ଶୁଭ ଉଦ୍ଘାଟନ ଏଇଠାରୁ ହୋଇଥିଲା।
  • ରାଣୀଡୁଡୁମା : ନନ୍ଦପୁର ବ୍ଲକ ଅନ୍ତର୍ଗତ କୁଟୁଣିମାଳ ପାହାଡ଼ ନିକଟସ୍ଥ ଏକ ଛୋଟ ଜଳପ୍ରପାତ। ଏହାର ସୁରମ୍ୟ ଶୋଭାପାଇଁ ଏହା ପର୍ଯ୍ୟଟକମାନଙ୍କର ଏକ ଅଭୁଲା ଆକର୍ଷଣ।
  • ଭୈରବସିଂହପୁର : ବୋରିଗୁମାବ୍ଲକ ଅନ୍ତର୍ଗତ ଏହି ସ୍ଥାନ ଏକ ଜୈନପୀଠ ଥିଲା। ଏବେ ଋଷଭନାଥଙ୍କ ମୂର୍ତ୍ତୀକୁ ଭୈରବନାଥ ରୂପେ ସ୍ଥାନୀୟ ଲୋକେ ପୂଜା କରି ଆସୁଛନ୍ତି।

ପର୍ବ

ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କ ପରି ଏହି ଜିଲ୍ଲାରେ ଅନେକ ପର୍ବପର୍ବାଣି ପାଳନ କରାଯାଏ । ତା ସାଙ୍କକୁ ଏହି ଜିଲ୍ଲାର ବିଶେଷ ଓ ମୁଖ୍ୟ ଲୋକ ମହୋତ୍ସବ ହେଲା ‘ପରବ’। ଏହା ଏକ ରାଜ୍ୟସ୍ତରୀୟ ମହୋତ୍ସବ ଓ ଏହା ନଭେମ୍ବର ୧୬ ତାରିଖରୁ ୧୮ ତାରିଖ ଭିତରେ ଅନୁଷ୍ଠିତ ହୋଇଥାଏ । ଏହା ସହିତ ନଭେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀମେଳା ଜିଲ୍ଲା ମହକୁମା କୋରାପୁଟଠାରେ ପାଳିତ ହୋଇଥାଏ । ଆହୁରି ମଧ୍ୟ ୨୦୧୮ ମସିହାଠାରୁ ପ୍ରତିବର୍ଷ ଭୁବନେଶ୍ବରର ଓଡ଼ିଆ ମିଡିଆ ପକ୍ଷରୁ କୋରାପୁଟରେ ଏକ ଜାତୀୟ ସମାରୋହ କୋରାପୁଟ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥାଏ।

ଲୋକନୃତ୍ୟ

ରାଜ୍ୟସ୍ତରୀୟ ମହୋତ୍ସବ ‘ପରବ’ ପାଳନ ଅବସରରେ କୋରାପୁଟର ଅନେକ ଲୋକନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରେ । ଏହି ନୃତ୍ୟଗୁଡ଼ିକ ଭିତରେ କେତୋଟି ମୁଖ୍ୟ ନୃତ୍ୟ ହେଲେ :

  • ଡେମସା
  • ରିଞ୍ଜଡ଼ି
  • ଦଣ୍ଡାହଳିଆ ବା କାଠିନାଚ
  • ନରପା
  • ଦୁରୁଆ
  • ପରଜା
  • ଗଦବା

ଆଧାର

ଅଧିକ ତଥ୍ୟ

Tags:

କୋରାପୁଟ ଜିଲ୍ଲା ଭୂଗୋଳକୋରାପୁଟ ଜିଲ୍ଲା ବିଭାଗକୋରାପୁଟ ଜିଲ୍ଲା ଦର୍ଶନୀୟ ସ୍ଥାନକୋରାପୁଟ ଜିଲ୍ଲା ପର୍ବକୋରାପୁଟ ଜିଲ୍ଲା ଲୋକନୃତ୍ୟକୋରାପୁଟ ଜିଲ୍ଲା ଆଧାରକୋରାପୁଟ ଜିଲ୍ଲା ଅଧିକ ତଥ୍ୟକୋରାପୁଟ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଗାୟତ୍ରୀବାଳା ପଣ୍ଡାଦାଶରଥି ଦାସଆର୍ଯ୍ୟଭଟ୍ଟରାସନ କାର୍ଡ଼ (ଭାରତ)ପାଲାInotuzumab ozogamicinସୌରୀନ୍ଦ୍ର ବାରିକକଲେରାସ୍ତନ୍ୟପାନରାଜ ଯୋଗଗଜାନନ ବେଶନଟବର ଶତପଥୀବର କୋଳିସୁନ୍ଦରଗଡ଼ସମାଜ (ଖବରକାଗଜ)୧୨ ଅପ୍ରେଲରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଓଡ଼ିଶା ବିଧାନ ସଭାପୁଷ୍ଟିସାରଅଶୋକ ସମ୍ରାଟଇମରାନ ଖାଁରଥରାଜନୀତି ବିଜ୍ଞାନଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମଣପଠାଣି ସାମନ୍ତକଳାକଳେବର ଚଉତିଶାଭୁବନେଶ୍ୱରଯୌଥ ପରିବାର୧୬ ମଇସମୀର ରଞ୍ଜନ ଦାଶଗୁଣ୍ଡିଚା ମନ୍ଦିରପ୍ରସନ୍ନ କୁମାର ଦାଶଅମର ସିଂହ ଚମକିଲାଯବକ୍ଷାରଜାନଗୋଦାବରୀଶ ମିଶ୍ରବାଲେଶ୍ୱର ଜିଲ୍ଲାରବି ନାରାୟଣ ନନ୍ଦଜାପାନୀ ଭାଷାରାଜ୍ୟ ସଭାକରଞ୍ଜହନୁମାନ ଚାଳିଶାଲକ୍ଷ୍ମୀଭୀମାଶଙ୍କର ମନ୍ଦିରବୈଶାଖଲିନକ୍ସ ବଣ୍ଟନହିନ୍ଦୁସ୍ତାନ ପେଟ୍ରୋଲିୟମକୁମାରିଲ ଭଟ୍ଟଅଯୋଧ୍ୟାଯଦୁନାଥ ଦାସ ମହାପାତ୍ରସାରଳା ଦାସପ୍ରସନ୍ନ ଦାସ (ବହୁବିକଳ୍ପ)ମେକ୍ସିକୋଅଷ୍ଟ୍ରେଲିଆଭାରତୀୟ ଡାକ ସେବାମାଳତୀ ଚୌଧୁରୀଓ ଅନ୍ଧଗଳିସଫ୍ଟୱେରସେବିସଉରାଆମାଜନ୍.କମ୍‌ବୁଦ୍ଧ ପୂର୍ଣ୍ଣିମାଭାରତୀୟ ଜାତୀୟ କଂଗ୍ରେସଖାରବେଳରାବଣଜୟୀରାମ ସାମଲଗୋପୀନାଥ ମହାନ୍ତିପାଇଥନ୍ (ପ୍ରୋଗ୍ରାମିଂ ଭାଷା)🡆 More