କଳାହାଣ୍ଡି ଜିଲ୍ଲା: ଓଡିଶାର ଏକ ଜିଲ୍ଲା

]

କଳାହାଣ୍ଡି
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକଳାହାଣ୍ଡି
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୫ଟି ଆସନ
 
Area
 • ଜିଲ୍ଲା7,920 km2 (3,060 sq mi)
Population
 (୨୦୧୧)
 • ଜିଲ୍ଲା୧୫୭୩୦୫୪
 • Rankଓଡ଼ିଶାରେ ଏକାଦଶ (୧୧/୩୦)
 • Density199/km2 (520/sq mi)
 • Urban
୧୨୧୯୨୪
 • Rural
୧୪୫୧୧୩୦
 • ୬ ବର୍ଷରୁ କମ ଶିଶୁ
୨୧୪୧୧୧
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୬ xxx
ଯାନବାହାନ ପଞ୍ଚୀକରଣOD-08
ଜିଲ୍ଲାପାଳଡ. ଗାଭାଲି ପରାଗ୍ ହର୍ଷଦ
WebsiteOfficial website

କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଓଡ଼ିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ୱ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।

ଅସୁରଗଡ଼ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।

ଆଗ କାଳରେ ଏହା ମହାକାନ୍ତର (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ, ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । ମାଣିକେଶ୍ୱରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା । ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । କଳାହାଣ୍ଡିର ପ୍ରଥମ ଗେଜେଟିୟର ଅନୁସାରେ କଳାହାଣ୍ଡି ଜିଲ୍ଲା ପୂର୍ବ-ଗଡଜାତ କଳାହାଣ୍ଡି ରାଜ୍ୟ ଓ ଖରିଆର ଜମିଦାରୀ (ବର୍ତ୍ତମାନର ନୂଆପଡା ଜିଲ୍ଲା)କୁ ମିଶାଇ ଏବଂ ସେଥିରୁ କାଶୀପୁର ଥାନା ଅଞ୍ଚଳକୁ ଅଲଗା କରି ଗଠିତ ହୋଇଥିଲା । ୧୯୪୮ ମସିହାରେ ଗଡଜାତ ରାଜ୍ୟ ମିଶ୍ରଣ ହେବା ସମୟରେ କଳାହାଣ୍ଡିଗଡ ରାଜ୍ୟ,ପାଟଣାଗଡ ରାଜ୍ୟ ଓ ସୋନପୁରଗଡ ରାଜ୍ୟ ମିଶାଇ କଳାହାଣ୍ଡି ଜିଲ୍ଲା ଗଠିତ ହୋଇଥିଲା ଯାହାର ସଦର ମହକୁମା ବଲାଙ୍ଗିର ଥିଲା । ୧ ନଭେମ୍ବର ମସିହା ୧୯୪୯ରେ ପାଟଣା (ପରବର୍ତ୍ତୀ ସମୟରେ ବଲାଙ୍ଗିର ଜିଲ୍ଲା ), ସୋନପୁର ( ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲା ) କଳାହାଣ୍ଡିରୁ ଅଲଗା ହେଲା ଓ ବଲାଙ୍ଗିର ଜିଲ୍ଲା ଗଠିତ ହେଲା । କଳାହାଣ୍ଡି ଓ ନୂଆପଡାକୁ ମିଶାଇ ଗୋଟିଏ ଜିଲ୍ଲା ହେଲା ଏବଂ ଭବାନୀପାଟଣାକୁ ଏହାର ସଦର ମହକୁମା କରାଗଲା । କାଶୀପୁର ଥାନା ଅଞ୍ଚଳ ସହିତ ଭବାନୀପାଟଣା ମଧ୍ୟରେ କୌଣସି ସିଧା ସଳଖ ଯୋଗାଯୋଗ ନଥିବାରୁ ଏହାଦ୍ୱାରା ପ୍ରଶାସନିକ ଅସୁବିଧା ଅନୁଭୂତ ହେଲା । ୧ ଅଗଷ୍ଟ ୧୯୬୨ରେ କାଶୀପୁର ଥାନା ଅଞ୍ଚଳକୁ କଳାହାଣ୍ଡିରୁ ପୃଥକ କରି କୋରାପୁଟ ସହିତ ମିଶାଗଲା । ପରବର୍ତ୍ତୀ ସମୟରେ ୨୭ ମାର୍ଚ୍ଚ ୧୯୯୩ରେ ନୂଆପଡା ଉପଭାଗ (ଖରିଆ ଜମିଦାରୀ) ଅଲଗା ହୋଇ ନୂଆପଡା ଜିଲ୍ଲା ହେଲା ।

କଳାହାଣ୍ଡି ନାମର ଉତ୍ପତ୍ତି :-

ଓଡ଼ିଆରେ “କଳାହାଣ୍ଡି”ର ଅର୍ଥ ହେଲା କଳା+ ପାତ୍ର (ହାଣ୍ଡି) ଅର୍ଥାତ କଳାରଙ୍ଗର ହାଣ୍ଡି । ଏହି ଜିଲ୍ଲାରେ ମୃତ୍ତିକା କୃଷ୍ଣ-କାର୍ପାସ ଶ୍ରେଣୀୟ ଏବଂ ମାଟିର ରଙ୍ଗ କଳା । କୁମ୍ଭାରମାନେ ଏଥିରେ କଳା ରଙ୍ଗର ପାତ୍ର ତିଆରିକରି ଏହି ଜିଲ୍ଲା, ପଡୋଶୀ ଜିଲ୍ଲା ଏବଂ ରାଜ୍ୟମାନଙ୍କରେ ବିକ୍ରି କରିଥାନ୍ତି । ସମ୍ଭବତଃ ଏହାର ନାମର ଉତ୍ପତ୍ତି ଏଥିରୁ ହୋଇଥାଇପାରେ ବୋଲି ଅନୁମେୟ ।


କଳାହାଣ୍ଡି ନାମକରଣ ଉତ୍ପତ୍ତି ବିଷୟରେ କୌଣସି ଅଭିଲେଖ ବା ଦଲିଲ ନାହିଁ । ଏହା ଆଗରୁ କାରୁଣ୍ଡ ନାମରେ ପରିଚିତ ଥିଲା । ଲେଫ୍ଟନାଣ୍ଟ ଏଲ୍ଲିୟଟ ( ଉପ କମିଶନର ରାୟପୁର , ୧୮୫୬)ଙ୍କ ଅନୁସାରେ କଳାହାଣ୍ଡି ନାମ କାରୁଣ୍ଡ ନାମର ଓଡ଼ିଆ ଅପଭ୍ରଂଶ ମାତ୍ର । କଳାହାଣ୍ଡି ନାମରେ କୌଣସି ସ୍ଥାନ କିମ୍ବା ଗ୍ରାମ ନାହିଁ । କୋରାପୁଟ ଓ ବସ୍ତର ଅଞ୍ଚଳରେ ବହୁତ ସ୍ଥାନକୁ ଦୁଇ ପ୍ରକାରରେ ଉଚ୍ଚାରଣ କରାଯାଇଥାଏ । ଯଥା ବସ୍ତରର ଗ୍ରାମ ବକାଊଣ୍ଡ ଓଡ଼ିଆରେ ବକାହାଣ୍ଡି , ବାଜାଊଣ୍ଡକୁ ବଜାହାଣ୍ଡି , ନଲପାଊଣ୍ଡକୁ ନାଲଫାହାଣ୍ଡି ଓ କୁମାରଊଣ୍ଡକୁ କୁମାରହାଣ୍ଡି କୁହାଯାଇଥାଏ । କିନ୍ତୁ ସେ ଯାହା ହେଉନା କାହିଁକି ୧୯୦୫ ପରଠାରୁ ଯେତେବଳେ ଏହି ଅଞ୍ଚଳ ଇଂରେଜ ଶାସିତ ବଙ୍ଗଳା ରାଜ୍ୟଖଣ୍ଡ ସଙ୍ଗେ ମିଶିଲା , ଏହାର ନାମ କଳାହାଣ୍ଡି ଭାବରେ ବ୍ୟବହୃତ ହେଲା ।

ଭୂଗୋଳ

କଳାହାଣ୍ଡି 20°4′58.8″N 83°12′0″E / 20.083000°N 83.20000°E / 20.083000; 83.20000ରେ ଅବସ୍ଥିତ । ଓ ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗକୁ ନେଇ ତିଆରି ।

ଜନଗଣନା

୨୦୧୧ ଜନଗଣନା ଅନୁସାରେ କଳାହାଣ୍ଡି ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୭୩,୦୫୪ ।ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୧୩୦ ଓ ସହରାଞ୍ଚଳରେ ୧,୨୧,୯୨୪ ଲୋକ ବାସ କରନ୍ତି ।

  • ପୁରୁଷ: ୭,୮୫,୧୭୯
  • ମହିଳା: ୭,୮୭,୮୭୫
    • ଛ ବର୍ଷରୁ କମ: ୨,୧୪,୧୧୧
  • ସାକ୍ଷରତା ହାର ୬୦.୨୨%
    • ପୁରୁଷ: ୭୩.୩୪%
    • ମହିଳା: ୪୭.୨୭%

ଲୋକକଳା

କଳାହାଣ୍ଡି ଆକ୍ଷରିକ ଭାବରେ କଳାରେ ଭରା ହାଣ୍ଡିକୁ ବୁଝାଇଥାଏ । ଏହି ଶବ୍ଦ ଗୁଡ଼ହାଣ୍ଡି ଗୁମ୍ଫାରେ କଳା ଓ ନାଲି ରଙ୍ଗରେ ଖୋଦିତ ପ୍ରାକ-ଐତିହାସିକ କଳାରୁ ଆସିଥିବା ବିଶ୍ୱାସ କରାଯାଇଥାଏ । ଏଠାରେ ପଥରରେ ତିଆରି ନାନା ଅଳଙ୍କାର ଦେଖିବାକୁ ମିଳିଥାଏ । ହାବସିପୁରୀ ଢାଞ୍ଚାରେ ତିଆରି ଶାଢ଼ୀ ଏଠାରେ ଦେଖିବାକୁ ମିଳିଥାଏ । ଖଇରପଦର‌ର କାଠ କାମ ମଧ୍ୟ ଦେଶ ବିଦେଶକୁ ରପ୍ତାନି କରାଯାଇଥାଏ ।

ଲୋକ ନାଟ

କଳାହାଣ୍ଡିରେ ନାନା ପ୍ରକାର ଆଦିବାସୀ ଓ ଅଣ-ଆଦିବାସୀ ନାଟ ଦେଖିବାକୁ ମିଳିଥାଏ । ଏଠାକାର ନାଚ ବଲାଙ୍ଗିର ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାରେ ଦେଖାଯାଉଥିବା ଡାଲଖାଇ, ଜାଇଫୁଲ, ରସରକେଳି, ସଜନୀ ଆଦି ନାଚ ସହ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ । ସାରି ଗୀତ, ଫୋଲିଆ ଗୀତ, ପ୍ରକୃତି ସହ ଯୋଡ଼ା ନାନାପ୍ରକାରର ଗୀତ ମଧ୍ୟ ଏଠାରେ ପ୍ରଚଳିତ ଯାହା କୋରାପୁଟ ଜିଲ୍ଲାର 'ବୋରିଆ ଗୀତ, ନିଆଳିମାଳି, କଳାକୋଳିକ' ଆଦି ଗୀତ ସହ ସାମଞ୍ଜସ୍ୟ ଥିବାର ଦେଖାଯାଏ । କଲାହାଣ୍ଡି ଜିଲ୍ଲାରେ ଘୁମୁରା ସବୁଠୁ ପ୍ରସିଦ୍ଧ ବୀର ବାଦ୍ୟ ଅଟେ ।

ଘୁମୁରା ନୃତ୍ୟ

କଳାହାଣ୍ଡିର ବୀରବାଦ୍ୟ ଘୁମୁରା ଅଟେ ।

*ବଜାସାଲ୍

ଦର୍ଶନୀୟ ସ୍ଥାନ

କଳାହାଣ୍ଡି ଜିଲ୍ଲା: ଭୂଗୋଳ, ଲୋକକଳା, ଲୋକ ନାଟ 
ଫୁରଲିଝରଣ ଜଳପ୍ରପାତ

ଆହୁରି ଦେଖନ୍ତୁ

ଆଧାର

ଅଧିକ ତଥ୍ୟ

Tags:

କଳାହାଣ୍ଡି ଜିଲ୍ଲା ଭୂଗୋଳକଳାହାଣ୍ଡି ଜିଲ୍ଲା ଲୋକକଳାକଳାହାଣ୍ଡି ଜିଲ୍ଲା ଲୋକ ନାଟକଳାହାଣ୍ଡି ଜିଲ୍ଲା ଦର୍ଶନୀୟ ସ୍ଥାନକଳାହାଣ୍ଡି ଜିଲ୍ଲା ଆହୁରି ଦେଖନ୍ତୁକଳାହାଣ୍ଡି ଜିଲ୍ଲା ଆଧାରକଳାହାଣ୍ଡି ଜିଲ୍ଲା ଅଧିକ ତଥ୍ୟକଳାହାଣ୍ଡି ଜିଲ୍ଲା

🔥 Trending searches on Wiki ଓଡ଼ିଆ:

କୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବି. ଆର. ଆମ୍ବେଦକରଭାରତୀୟ ଜନତା ପାର୍ଟିମୃଣାଳ ସେନwiki.phtmlଲକ୍ଷ୍ମଣ ନାୟକଚତୁର ବିନୋଦମନୋଜ ଦାସବିରିଉଇକିଅଭିଧାନରବୀନ୍ଦ୍ରନାଥ ଠାକୁର୧୨ ସେପ୍ଟେମ୍ବରବିଜୁ ଜନତା ଦଳକାଞ୍ଚନ ଅୱସ୍ତିବୌଦ୍ଧ ଧର୍ମମୋରୋକ୍କୋମୀନ (ମାସ)ହରେକୃଷ୍ଣ ମହତାବରିୟା ଦେରଜରାଜନୀତି ବିଜ୍ଞାନଆସିକାରାଜ୍ୟ ସଭାଧର୍ମେନ୍ଦ୍ର ପ୍ରଧାନଓଡ଼ିଆ ଯୁବକ ପାଠାଗାରପିଆଜହେମନ୍ତ ଦାସ୨୯ ଅପ୍ରେଲମନୋଜ ପଟ୍ଟନାୟକ (ଗୀତିକାର)ମଙ୍ଗଳା ମନ୍ଦିରରିୟା ସେନଅଖିଳ ନାୟକଓଡ଼ିଶା ବିଧାନ ସଭାଅକ୍ଷୟ ତୃତୀୟାଯୋଗଜବାହରଲାଲ ନେହେରୁଅଚ୍ୟୁତାନନ୍ଦ ପ‌ତିସୁରେନ୍ଦ୍ର ମହାନ୍ତିବଳରାମ ଦାସବନ୍ଧୁ ମହାନ୍ତିଭଗବତୀ ଚରଣ ପାଣିଗ୍ରାହୀ୬ ଫେବୃଆରୀଜଣ୍ଡିସ୍ପରିବେଶକଲମ୍ବିଆମ୍ୟାଲେରିଆଗୋଲୋକ ବିହାରୀ ଧଳ୧୯୨୦ସାଦୃଶ୍ୟଓଡ଼ିଶାର ଇତିହାସଶାନ୍ତନୁ କୁମାର ଆଚାର୍ଯ୍ୟଏକ୍ସକ୍ୟୁଜ ମିମହାପାତ୍ର ନୀଳମଣି ସାହୁଓକିଲ ଦିବସପଦ୍ମଚରଣ ପଟ୍ଟନାୟକଭାରତୀୟ ସ୍ୱାଧୀନତା ଆନ୍ଦୋଳନହୃଷୀକେଶ ପଣ୍ଡାଶାରଳା ପୁରସ୍କାରଓଡ଼ିଆ କଥାଚିତ୍ର ଜଗତହେଲୋ ନେଟୱର୍କସୁଭାଷ ଚନ୍ଦ୍ର ବୋଷଫିଲିପାଇନ୍ସଅଂଶୁଘାତପୁରୀ ଜିଲ୍ଲାଓଡ଼ିଆ ସାହିତ୍ୟର ଇତିହାସକ୍ୟୁ. ଆର. କୋଡ଼🡆 More