ଓଡ଼ିଶାର ଲୋକ ମହୋତ୍ସବ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାଳିତ ହେଉଥିବା ଲୋକ ମହୋତ୍ସବ:

କଳାହାଣ୍ଡି ଜିଲ୍ଲା

ଭତରା ମହୋତ୍ସବ

ଭତରା ସମାଜଦ୍ୱାରା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ଼କର୍ଲା କୋଟସ୍ଥିତ ମଣ୍ଡି ପରିସରରେ ଜିଲ୍ଳାସ୍ତରୀୟ ଭତରା ମହୋତ୍ସବ ପାଳନ ହୁଏ । ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ପ୍ରଥମ ଦିବସର ପୂର୍ବାହ୍ନରେ କୂଳ ଦେବତା ଶ୍ରୀ ଭୈରବଙ୍କ ଖଣ୍ଡା ସିଉନୀଠାରୁ ଆଣିବା ପରେ ଏକ ବିପୁଳ କଳସ ଯାତ୍ରା ସହିତ ସଭା ସ୍ଥଳରେ ମନ୍ଦିର ନିର୍ମାଣ କରି ସ୍ଥାପନ କଲାପରେ ସମାଜ ପତାକା ଉତ୍ତୋଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥାଏ ।

ରାୟଗଡ଼ା ଜିଲ୍ଲା

ଚଇତି ମହୋତ୍ସବ

ରାୟଗଡା ମହୋତ୍ସବ ବା ଚଇତି ମହୋତ୍ସବ ହେଉଛି ରାୟଗଡ଼ା ଜିଲ୍ଲାର ସରକାରୀ ସାଂସ୍କୃତିକ ମହୋତ୍ସବ । ଜିଲ୍ଲାରେ ଆଦିବାସୀ ସଂସ୍କୃତିର ପ୍ରଚାର ଏବଂ ପ୍ରସାର ନିମନ୍ତେ ୨୦୦୫ ମସିହାରୁ ଏହି ପର୍ବ ପାଳିତ ହୋଇ ଆସୁଛି । ଜିଲ୍ଲାସ୍ତରରେ ପାଳିତ ଏହି ପର୍ବ ବାସ୍ତବରେ ବ୍ଳକ୍ ଏବଂ ସବଡିଭିଜନ ସ୍ତରରୁ ଆରମ୍ଭ ହୋଇଥାଏ । ପ୍ରଥମ ଚଇତି ବା ରାୟଗଡା ମହୋତ୍ସବ ଜିଲ୍ଲାରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ମେହେର୍ଦାଙ୍କଦ୍ୱାରା ଆରମ୍ଭ କରାଯାଇଥିଲା । କୌଣସି କାରଣ ବଶତଃ ଏହି ପର୍ବ ୨୦୦୮ ମସିହାରେ ବନ୍ଦ ହେବା ପରେ ୨୦୦୯ ମସିହାରୁ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ କୃଷ୍ଣ ଗୋପାଳ ମହାପାତ୍ର ଏହି ପରମ୍ପରାରକୁ ଉଜ୍ଜିବୀତ କରିଥିଲେ ।

ଦେବଗଡ଼ ଜିଲ୍ଲା

ଉତ୍ସବ ପ୍ରଧାନପାଟ

ଦେବଗଡ଼ଜିଲ୍ଲା ମାନ୍ୟତା ପାଇବା ପରେ ୧୯୯୪ମସିହାରେ ତତ୍କାଳୀନ ଜିଲ୍ଲାପାଳ ମନୋଜ ଆହୁଜା ପ୍ରଧାନପାଟ ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ଏହାର ପ୍ରଚାର ପ୍ରସାର ସାଙ୍ଗକୁ ସଂରକ୍ଷିତ ପ୍ରଧାନପାଟ ଜଙ୍ଗଲର ସୁରକ୍ଷା ଓ ସ୍ଥାନୀୟ କଳାକାର, ପଡ଼ୋଶୀ କଳାକାରଙ୍କ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା ଲକ୍ଷ୍ୟ ନେଇ ଏହି ଉତ୍ସବ ଆରମ୍ଭ କରିଥିଲେ । ଏହା ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ହେଉଛି । ଏହାର ପ୍ରଚାର ପ୍ରସାର ପାଇଁ ସଂସ୍କୃତି ବିଭାଗ ତରଫରୁ ସେଭଳି କିଛି ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ ହୁଏ । ପ୍ରତି ବର୍ଷ ଏକ ସ୍ମରଣିକା ପ୍ରକାଶ ପାଉଥିଲେ ହେଁ ୨୦୧୬ମସିହାରୁ ବନ୍ଦ ରହିଥିଲା । ଏହି ମହୋତ୍ସବ ସରଂକ୍ଷିତ ପ୍ରଧାନପାଟ ଜଙ୍ଗଲର ସୁରକ୍ଷା ବାର୍ତ୍ତା ଦେଉଥିବା ବେଳେ ପ୍ରଧାନପାଟ ଜଙ୍ଗଲରେ ନିଆଁ ଜଳୁଛି । ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ବନ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହୁଏ ।

ମଣ୍ଡେଇ

ତୋଷାଳି ଲୋକ ମହୋତ୍ସବ

ପରବ

ପୁରୀ ବେଳାଭୂମି ମହୋତ୍ସବ

ଗୋପାଳପୁର ବେଳାଭୂମି ମହୋତ୍ସବ

ମହାନଦୀ ମହୋତ୍ସବ

ଆଧାର

Tags:

ଓଡ଼ିଶାର ଲୋକ ମହୋତ୍ସବ କଳାହାଣ୍ଡି ଜିଲ୍ଲାଓଡ଼ିଶାର ଲୋକ ମହୋତ୍ସବ ରାୟଗଡ଼ା ଜିଲ୍ଲାଓଡ଼ିଶାର ଲୋକ ମହୋତ୍ସବ ଦେବଗଡ଼ ଜିଲ୍ଲାଓଡ଼ିଶାର ଲୋକ ମହୋତ୍ସବ ଆଧାରଓଡ଼ିଶାର ଲୋକ ମହୋତ୍ସବଓଡ଼ିଶା

🔥 Trending searches on Wiki ଓଡ଼ିଆ:

ପିଙ୍କି ପ୍ରଧାନମୌଳିକ ସଂଖ୍ୟାନୟାଗଡ଼ ଜିଲ୍ଲାଜୟୀ ରାଜଗୁରୁଭଗବତ ଗୀତାମହମ୍ମଦ ମୋକିମ୍ପୁଥୁପ୍ପାଲ୍ଲୀ, କୋଟ୍ଟାୟାମପଞ୍ଚସଖାବିରଜା ମନ୍ଦିରଆମ୍ବବଣ୍ଡ (ଅର୍ଥ)ଫକୀର ମୋହନ ସେନାପତିଦଗ୍ଧଜଗନ୍ନାଥ ମନ୍ଦିରପ୍ରଯୁକ୍ତି ବିଦ୍ୟାଲାଟିନ ଭାଷାଚାଣକ୍ୟଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶୀରଥଯାତ୍ରାଆଇଡେଲାଲିସିବରୋହିତ ଶର୍ମାଗୁରୁ ପ୍ରସାଦ ମହାନ୍ତିଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାଟୁଲୁ ରବି କୁମାରଇନ୍ଦିରା ଗାନ୍ଧୀ୧୭୪୬ଯଶୋବନ୍ତ ଦାସଦଣ୍ଡ ନାଟରାଜାରାଣୀ ମନ୍ଦିର୧୦୫୪୭୦୧ବସନ୍ତ କୁମାର ଶତପଥୀବଳଆଲୋକରାଧାନାଥ ରଥରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେସରୋଜିନୀ ସାହୁଜୟ ଜଗନ୍ନାଥମୁକୁନ୍ଦ ଦେବସୂଚନା ପ୍ରଯୁକ୍ତିବିଦ୍ୟାଓଡ଼ିଶାର କଳାଅଣସରପ୍ଲୁଟୋଦେବଗଡ଼ ଜିଲ୍ଲାରକ୍ତବିରଳା ମନ୍ଦିର, କୋଲକାତାଗଣନ ସଂଖ୍ୟାବର୍ଷା ପ୍ରିୟଦର୍ଶିନୀନିତ୍ୟାନନ୍ଦ ଶତପଥୀଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗ୍ରହନବଯୌବନ ବେଶବୌଦ୍ଧ ଧର୍ମତୁଳସୀ ଗଛଉଇକିଅଭିଧାନବାଙ୍କୀବ୍ରଜନାଥ ରଥପକୋଡ଼ାସଂକ୍ରାନ୍ତିଗର୍ଭାବସ୍ଥାଭାରତୀୟ ସଂଖ୍ୟା ପ୍ରଣାଳିମଟର ସାଇକେଲତ୍ରିପୁରା ମିଶ୍ରଫୋସିନୋପ୍ରିଲ୧୬୬୫ଗୋପାଳ କୃଷ୍ଣ ରଥସାମାଜିକ ଆନ୍ଦୋଳନହେମନ୍ତ କୁମାର ଦାସ🡆 More