ବୀର ହନୁମାନ ମନ୍ଦିର, ରାୟଗଡ଼

ରାୟଗଡ଼ା ସହର ସଂଲଗ୍ନ ତଥା ଝଞ୍ଜାବତୀ ନଦୀ କୂଳ ଏକ ମୁଣ୍ଡିଆ ପାହାଡ(ସ୍ଥାନୀୟ ଅଞ୍ଚଳରେ ଖିନ୍‌ଖିନା ପାହାଡ ନାମରେ ନାମିତ) ଉପରେ ଏହି ମନ୍ଦିର ଅବସ୍ଥିତ । ଏଠାରେ ହନୁମାନଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ।

ବୀର ହନୁମାନ ମନ୍ଦିର, ରାୟଗଡ଼
Hanuman Temple, Rayagada-1

ରାୟଗଡ଼ାସହରର ବସଷ୍ଟାଣ୍ଡରୁ ପ୍ରାୟ ୨ କିମି ଗଲେ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ । ମନ୍ଦିରଟି ସହରର ଉଚ୍ଚତମ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ମନ୍ଦିର ପାଖରୁ ସାରା ସହରର ଦୃଶ୍ୟ ଦେଖିହୁଏ । ମନ୍ଦିରଟିର ଅବସ୍ଥିତି ତଥା ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।

ପ୍ରତିଷ୍ଠା

୧୯୮୮ ମସିହା ମାଘମାସ(ଫେବୃଆରୀ) ଶୁକ୍ଳପକ୍ଷ ପଞ୍ଚମୀ ଦିନ ସ୍ଥାନୀୟ ଜନୈକ ବ୍ୟକ୍ତି ଶ୍ରୀ ଶତ୍ରୁଘନ ନାୟକଙ୍କ ପ୍ରଚେଷ୍ଟାରେଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । କଥିତ ଅଛି, ସ୍ୱପ୍ନାଦେଶ ପାଇ ସେ ମନ୍ଦିର ପ୍ରତିଷ୍ଠା କରାଇଥିଲେ । ତେବେ ଦୀର୍ଘ ପାଞ୍ଚ ବର୍ଷ ପରେ (ଅର୍ଥାତ୍‌ ୧.୬.୧୯୯୩ ଦିନ) ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଥିଲା ।

ପୂଜା

ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ । ଏଠରେ ଶ୍ରୀରାମ ନବମୀ, ମେଷ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଆଦି ଉତ୍ସବ ପାଳନ କରାଯାଇଥାଏ । ମନ୍ଦିର ପରିଚାଳନା ନିମିତ୍ତ ୨୦୦୧ ମସିହାରୁ ଏକ କମିଟି ପ୍ରତିଷ୍ଠିତ ।

ଆଧାର

Tags:

ରାୟଗଡ଼ାହନୁମାନ

🔥 Trending searches on Wiki ଓଡ଼ିଆ:

ଫତୁରାନନ୍ଦସାବିତ୍ରୀ ଓଷାତ୍ରିଲୋଚନେଶ୍ଵର ମନ୍ଦିରଆଲର୍ଜିଦିସପୁରଦକ୍ଷିଣ ଆଫ୍ରିକାଆପଲ ଇନକର୍ପୋରେଟେଡନକ୍ଷତ୍ରଜର୍ମାନୀମେନିଞ୍ଜାଇଟିସ୍୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣହୀରାକୁଦ ବନ୍ଧ୧୧ ମାର୍ଚ୍ଚବେଦଜର୍ଜିଆଅଗସ୍ତ୍ୟଓଆରଟିଶାରଳା ପୁରସ୍କାରବିଷ୍ଣୁଗାଲୁଆଅନନ୍ତ ଦାସଫକୀର ମୋହନ ସେନାପତିଚେନ୍ନାଇ ଏକ୍ସପ୍ରେସଓଡ଼ିଶାର ଇତିହାସତୁମ ପରି ଛୋଟ ପିଲାଟିଏନନ୍ଦିନୀ ଶତପଥୀତେଜସ୍କ୍ରିୟ କ୍ଷୟଅଭିରାମ ପରମହଂସଯୁକ୍ତରାଜ୍ୟପୁରୀ୨୩ ମାର୍ଚ୍ଚଗଣେଶପଣା ସଂକ୍ରାନ୍ତିଯାଯାବର (୧୯୭୫ର କଥାଚିତ୍ର)ନବକଳେବର ୨୦୧୫ଗଙ୍ଗାଧର ମେହେରନବକଳେବରଆସାମରାମାୟଣଅକ୍ଷୟ ମହାନ୍ତିମହାତ୍ମା ଗାନ୍ଧୀଓଡ଼ିଆ ସାହିତ୍ୟର ଇତିହାସପାରମିତା ଶତପଥୀରାଜକିଶୋର ରାୟ୧୪ ମାର୍ଚ୍ଚତାମିଲ ଭାଷାଅର୍କ କେଶରୀ ଦେଓକବିଓଡ଼ିଆ ଭାଷା୩୧ ମାର୍ଚ୍ଚଭାରତୀୟ ଡାକ ସେବାଓମାନଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୨୬ ମାର୍ଚ୍ଚଉଇକିଡାଟାଚିତ୍ତରଞ୍ଜନ ଦାସକୁଞ୍ଜବିହାରୀ ଦାଶଗୁପଚୁପକ୍ରିଏଟିଭ କମନ୍ସସୁନାମାର୍କଣ୍ଡେୟ ପୁରାଣକଳ୍କୀ (ଓଡ଼ିଆ କଥାଚିତ୍ର)ଉଇକିଅଭିଧାନ🡆 More