ନାଗଭୂଷଣ ପଟ୍ଟନାୟକ

ନାଗଭୂଷଣ ପଟ୍ଟନାୟକ (୨୭ ନଭେମ୍ବର ୧୯୩୪ - ୦୯ ଅକ୍ଟୋବର ୧୯୯୮) ଓଡ଼ିଶାର ଜଣେ କମ୍ୟୁନିଷ୍ଟ ନେତା ଥିଲେ । ରାୟଗଡା ଜିଲ୍ଲାର ପଦ୍ମପୁରଠାରେ ଏକ ମଧ୍ୟବିତ୍ତ ପରିବାରରେ ସେ ୨୭ ନଭେମ୍ବର ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଶ୍ରୀ ରାମମୂର୍ତ୍ତି ପଟ୍ଟନାୟକ ଓ ମାତା ଶ୍ରୀମତୀ ରାଜଲକ୍ଷ୍ମୀ ପଟ୍ଟନାୟକ । ପରବର୍ତ୍ତୀ ସମୟରେ ସେ ନକ୍ସଲବାଡ଼ି ଆନ୍ଦୋଳନରେ ଯୋଗ ଦେଲେ । ସିପିଆଇ(ଏମ-ଏଲ)ର ଅନ୍ୟତମ ସଂସ୍ଥାପକ ସଭ୍ୟ ତଥା ଜଣେ ଆଗଧାଡ଼ିର ନେତା ହିସାବରେ ସେ ଜୀବନର ଶେଷ ପର୍ଯ୍ୟନ୍ତ ରହିଥିଲେ ।

ନାଗଭୂଷଣ ପଟ୍ଟନାୟକ
ନାଗଭୂଷଣ ପଟ୍ଟନାୟକ
ଗୁଣୁପୁରଠାରେ ନାଗଭୂଷଣଙ୍କ ପ୍ରତିମୂର୍ତ୍ତି
ଜନ୍ମ
ନାଗଭୂଷଣ ପଟ୍ଟନାୟକ

(1934-11-27)୨୭ ନଭେମ୍ବର ୧୯୩୪
ମୃତ୍ୟୁ୯ ଅକ୍ଟୋବର ୧୯୯୮(1998-10-09) (ବୟସ ୬୩)
ଗୁଣୁପୁର,ଓଡ଼ିଶା
ଜାତୀୟତାନାଗଭୂଷଣ ପଟ୍ଟନାୟକ ଭାରତୀୟ
ପ୍ରସିଦ୍ଧିନକ୍ସଲବାଡି ଆନ୍ଦୋଳନ
ସନ୍ତାନଫଣୀଭୂଷଣ ପଟ୍ଟନାୟକ (ପୁଅ)
ପିତାମାତା(s)ରାମମୂର୍ତ୍ତି ପଟ୍ଟନାୟକ (ବାପା), ରାଜଲକ୍ଷ୍ମୀ ପଟ୍ଟନାୟକ

ପିଲାଦିନ

ତାଙ୍କ ପିଲାଦିନ ପଦ୍ମପୁର ଗ୍ରାମରେ କଟିଥିଲା । ପ୍ରାଇମେରୀ ଶିକ୍ଷା ପଦ୍ମପୁରରେ ଶେଷ ହେବା ପରେ ସପରିବାର ସେ ଗୁଣୁପୁର ଚାଲିଗଲେ । ସେଠାକାର ଉଚ୍ଚବିଦ୍ୟାଳରେ ସେ ଅଧ୍ୟୟନ ସାରି ପାରଳାଖେମୁଣ୍ଡି ମହାରାଜାଙ୍କ ମହାବିଦ୍ୟାଳୟରେ ସ୍ନାତକ ଲାଭ କଲେ । ପିଲାଦିନେ ସେ ଭାରି ଦୁଷ୍ଟ ଥିଲେ । ଏକ ସାକ୍ଷାତକାରରେ ସେ ତାଙ୍କ ପିଲାଦିନର ଏକ କୌତୁହଳପୂର୍ଣ କାହାଣିଟିଏ କହିଥିଲେ । ତାହା ହେଲା- ଦିନେ ତାଙ୍କ ବାପାଙ୍କୁ କେହିଜଣେ ଜଣାଇଲେ ଯେ ନାଗଭୁଷଣ ଜଣେ ସାଥିପିଲାକୁ ବାଡେଇଛନ୍ତି । ବାପା ରାଗରେ ତାଙ୍କୁ ଗୋଡାଇବାକୁ ଲାଗିଲେ । କିନ୍ତୁ ନାଗଭୁଷଣ ବି କମ ନୁହଁନ୍ତି । ସେ କୌଶଳ କ୍ରମେ ଗାଁ ମନ୍ଦିରରେ ପଶିଗଲେ । ହେଲେ ବାପା ଶିକୁଳି ବନ୍ଦ କରିଦେବାରୁ ନାଗଭୂଷଣ ଆଉ ବାଟ ପାଇଲେ ନାହିଁ । ତଥାପି ଅନନ୍ୟୋପାୟ ହୋଇ ସେ ଏକ ବଡ଼ ପଥର ଖଣ୍ଡ ଧରି ବାପାଙ୍କୁ ଡରାଇଲେ । ବାପା ଏକଦମ ଛାନିଁଆ । ଆଉ ବା କଣ କରନ୍ତେ । ବାଧ୍ୟ ହୋଇ କୋଳେଇନେଲେ ଏବଂ ଭଗବାନ ଶିବଙ୍କ ଶରଣାପନ୍ନ ହେଲେ । ସେହିଦିନଠାରୁ ତାଙ୍କ ନାଁ ରହିଲା ନାଗଭୂଷଣ ।

ଆନ୍ଦୋଳନ

ମାତ୍ର ପନ୍ଦର ବର୍ଷ ବୟସରେ, ସେ ଏ.ଆଇ.ଏସ.ଏଫ.ରେ ଯୋଗ ଦିଅନ୍ତି । ପରେ ସେ ମାଷ୍ଟର ଡିଗ୍ରୀ ନିମନ୍ତେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଯୋଗ ଦେଲେ । ସେଠାକାର ସାମ୍ୟବାଦୀ ଧାରା ତାଙ୍କୁ ବିଶେଷ ପ୍ରଭାବିତ କରିଥିଲା । ତାଙ୍କ ବିରୁଦ୍ଧରେ ୩୨ଟି ହତ୍ୟା ସମେତ ଅଠଷଠିଟି ମକଦ୍ଦମାର ବିଚାର ଏକ ଅଦାଲତରେ ଚାଲିଲା । ଶେଷରେ ହାଇଦ୍ରାବାଦର ଏକ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ତଥାପି ମୃତ୍ୟୁକୁ ଭୟ କରୁ ନଥିବା ନାଗଭୁଷଣ ରାଜକ୍ଷମା ପାଇଁ ଆବେଦନ ସୁଦ୍ଧା କରି ନ ଥିଲେ । ତେବେ, ନବକୃଷ୍ଣମାଳତୀ ଚୌଧୁରୀଙ୍କ ଭଳି ଗାନ୍ଧୀବାଦୀଙ୍କ ପ୍ରଚେଷ୍ଟାରେ ତାଙ୍କୁ ୧୯୮୦ରେ ରାଜକ୍ଷମା ମିଳିଥିଲା ।

ନାଗଭୂଷଣ ଜଣେ କବି ମଧ୍ୟ ଥିଲେ ଏବଂ ସେ ନଜରୁଲ ଇସଲାମଙ୍କଦ୍ୱାରା ବିଶେଷଭାବେ ପ୍ରଭବିତ ହୋଇଥିଲେ । ସେ ଏକାଧିକ ଭାଷା ଯଥା ; ଓଡ଼ିଆ, ତେଲୁଗୁବଙ୍ଗଳା ଜାଣିଥିଲେ । ହେଲେ ତାଙ୍କର ଅଧିକାଂଶ ଲେଖା ଇଂରାଜୀ ଭାଷାରେ ପ୍ରକଶିତ ହୋଇଥିଲା । ନାଗଭୁଷଣଙ୍କ ରଚିତ 'poems of prisons' ଭୁବନେଶ୍ୱରରେ ଅଗଷ୍ଟ ୨୬, ୨୦୧୨ରେ ପ୍ରକାଶିତ ହୋଇଛି । ୧୯୯୮ ମସିହା ଅକ୍ଟୋବର ୦୯ ତାରିଖରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।

ଆଧାର

ଅଧିକ ତଥ୍ୟ

Tags:

ନାଗଭୂଷଣ ପଟ୍ଟନାୟକ ପିଲାଦିନନାଗଭୂଷଣ ପଟ୍ଟନାୟକ ଆନ୍ଦୋଳନନାଗଭୂଷଣ ପଟ୍ଟନାୟକ ଆଧାରନାଗଭୂଷଣ ପଟ୍ଟନାୟକ ଅଧିକ ତଥ୍ୟନାଗଭୂଷଣ ପଟ୍ଟନାୟକପଦ୍ମପୁର, ରାୟଗଡ଼ା

🔥 Trending searches on Wiki ଓଡ଼ିଆ:

ରବି କାନୁନଗୋଆପେଣ୍ଡିସାଇଟିସ୨ ଅପ୍ରେଲଗିରିଧର ଗମାଙ୍ଗଜବାହରଲାଲ ନେହେରୁ୬୧୬ସମୀର ରଞ୍ଜନ ଦାଶରାସେଶ୍ୱରୀ ପାଣିଗ୍ରାହୀକରଞ୍ଜପର୍ଫେନାଜାଇନଧର୍ମେନ୍ଦ୍ର ପ୍ରଧାନଦୁର୍ଗାପଣା ସଂକ୍ରାନ୍ତିମନୋଜ ଦାସଙ୍କ କଥା ଓ କାହାଣୀଉତ୍କଳ ସମ୍ମିଳନୀଭି. କାର୍ତ୍ତିକେୟ ପାଣ୍ଡିଆନଭାରତ ସରକାରଆଣ୍ଟିସାଇକୋଟିକଜାପାନଅକ୍ଷୟ ତୃତୀୟାଯକ୍ଷ୍ମାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଗଣିତଲକ୍ଷ୍ମୀ ପୁରାଣଦଗ୍ଧଗୌତମ ବୁଦ୍ଧଅକ୍ଷର କଳାମହାଭାରତରାମଚନ୍ଦ୍ର ମିଶ୍ର୩ (ସଂଖ୍ୟା)୧୯୩୪ଧାମରାଧରଣୀଧର ଭୂୟାଁଦୁର୍ଗାଷ୍ଟମୀରେବତୀ (କ୍ଷୁଦ୍ରଗଳ୍ପ)ତାମିଲ ଭାଷାପଞ୍ଚସଖାରାବଣଗୁଣ୍ଡିଚା ମନ୍ଦିରଶ୍ରୀ ଅରବିନ୍ଦଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାମାୟାଧର ମାନସିଂହଅଗ୍ନ୍ୟାଶୟ ଅକ୍ଷମତାକୃଷ୍ଣପ୍ରସାଦ ମିଶ୍ରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାନୀଳକଣ୍ଠ ଦାସପରଶୁରାମକାଞ୍ଜିଅଅଁଳା ଓଷାପୁରୀ ଜିଲ୍ଲାଜିନା ସାମଲଲୋକ ସଭାଦହି ହାଣ୍ଡିକାଞ୍ଚନ ଅବସ୍ତିଜନ ବୀମସଲକ୍ଷ୍ମୀକାନ୍ତ ମହାପାତ୍ରସଦାଶିବ ତ୍ରିପାଠୀଓଡ଼ିଆ ରାନ୍ଧଣାଅହିଂସାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଜଗନ୍ନାଥ ଦାସଇସଲାମ ଧର୍ମସୁନାମନୋରଞ୍ଜନ ଦାସମିଆ ଖଲିଫା୧୯୮୪ଜାତୀୟ ସଙ୍ଗୀତ🡆 More