ନଜରୁଲ ଇସଲାମ: ବାଂଲାଦେଶ ର ରାଷ୍ଟ୍ରୀୟ କବି

ନଜରୁଲ ଇସଲାମ ( ୨୪ ମଇ ୧୮୯୯ - ୨୯ ଅଗଷ୍ଟ ୧୯୭୬ ) ଜଣେ ବଙ୍ଗଳାଦେଶୀ କବି, ଲେଖକ, ସଙ୍ଗୀତଜ୍ଞ ଥିଲେ । ତାଙ୍କୁ ବଙ୍ଗଳାଦେଶର ଜାତୀୟ କବି ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କ ଗୀତ ଓ ସଙ୍ଗୀତରେ ଆଧ୍ୟାତ୍ମିକତା ଓ ବିଦ୍ରୋହର ସ୍ୱର ବେଶୀ ଦେଖିବାକୁ ମିଳେ । ତାଙ୍କର ସାମାଜିକ ଓ ରାଜନୈତିକ ଚେତନାମୂଳକ କାର୍ଯ୍ୟ ଓ ଲେଖା ପାଇଁ ତାଙ୍କୁ ବିଦ୍ରୋହୀ କବି ଆଖ୍ୟା ମଧ୍ୟ ଦିଆଯାଇଛି । ତାଙ୍କର କବିତା ଓ ସଙ୍ଗୀତର ଏକ ଧାରା ନଜରୁଲ ଗୀତି ନାମରେ ପ୍ରଚଳିତ ।

ବିଦ୍ରୋହୀ କବି

କାଜୀ ନଜରୁଲ ଇସଲାମ
ଚଟ୍ଟୋଗ୍ରାମରେ ନଜରୁଲ, ୧୯୨୬
ଚଟ୍ଟୋଗ୍ରାମରେ ନଜରୁଲ, ୧୯୨୬
ଜନ୍ମ ଓ ଜନ୍ମସ୍ଥାନ(1899-05-24)୨୪ ମଇ ୧୮୯୯
ଚୁରୁଲିଆ, ପଶ୍ଚିମ ବଙ୍ଗ)
ମୃତ୍ୟୁ୨୯ ଅଗଷ୍ଟ ୧୯୭୬(1976-08-29) (ବୟସ ୭୭)
ଢାକା
ସମାଧି ସ୍ଥଳଢାକା ବିଶ୍ୱବିଦ୍ୟାଳୟ
ଛଦ୍ମନାମଧୁମକେତୁ
ଡାକନାମଦୁଃଖୁ ମିୟାଁ
ବୃତ୍ତି
  • କବି
  • ଗାଳ୍ପିକ
  • ସଙ୍ଗୀତ ନିର୍ଦ୍ଦେଶକ
  • ନାଟ୍ୟକାର
  • କଣ୍ଠଶିଳ୍ପୀ
  • ବଂଶୀବାଦକ
  • ଔପନ୍ୟାସିକ
  • ପ୍ରାବନ୍ଧିକ
  • ଅନୁବାଦକ
  • ସୈନ୍ୟ
  • ଚଳଚ୍ଚିତ୍ର ଅଭିନେତା
  • ରାଜନୈତିକ କର୍ମୀ
ଭାଷା
ନାଗରିକତାବ୍ରିଟିଶ ରାଜତ୍ୱ (୧୮୯୯-୧୯୪୭)
ଭାରତୀୟ (୧୯୪୭–୧୯୭୬)
ବଙ୍ଗଳାଦେଶୀ (୧୮ ଫେବୃଆରୀ ୧୯୭୬–୨୯ ଅଗଷ୍ଟ ୧୯୭୬)
ସମୟ୧୯୨୨-୧୯୪୨
ସାହିତ୍ୟ କୃତି
  • ନତୁନେର ଗାନ
  • ବିଦ୍ରୋହୀ
  • ପଳୟୋଲ୍ଲାସ
  • ଧୁମକେତ
  • ଅଗ୍ନିବୀଣା
  • ବନ୍ଧନ ହରା
  • ନଜରୁଲ ଗୀତି
ପୁରସ୍କାର
  • ପଦ୍ମ ଭୂଷଣ (୧୯୬୦)
  • ଏକୁଶେ ପଦକ (୧୯୭୬)
  • ସ୍ୱାଧୀନତା ଦିବସ ସମ୍ମାନ (୧୯୭୭)
ଜୀବନସାଥୀନର୍ଗୀସ ଅସର ଖାନୁମ, ପ୍ରମିଳା ଦେବୀ
ସନ୍ତାନ୪ ପୁଅ

ଦସ୍ତଖତନଜରୁଲ ଇସଲାମ: ପ୍ରାରମ୍ଭିକ ଜୀବନ, ବୃତିଗତ ଜୀବନ, ଅସୁସ୍ଥତା ଓ ମୃତ୍ୟୁ
Military career
ନିଯୁକ୍ତିଦାତାବ୍ରିଟିଶ ଶାସନ
ସେବା/ବିଭାଗପଦାତିକ ବାହିନୀ
କାର୍ଯ୍ୟକାଳ୧୯୧୭-୧୯୨୦
ପଦବୀହାବିଲଦାର (ସର୍ଜେଣ୍ଟ)
ସେନା ବିଭାଗ୪୯ତମ ବେଙ୍ଗଲ ରେଜିମେଣ୍ଟ
ସଂଘର୍ଷ/ଯୁଦ୍ଧପ୍ରଥମ ବିଶ୍ୱଯୁଦ୍ଧ

ପ୍ରାରମ୍ଭିକ ଜୀବନ

ନଜରୁଲ ୧୮୯୯ ମସିହାରେ ପରାଧୀନ ଭାରତର ବେଙ୍ଗଲ ପ୍ରେସିଡେନ୍ସୀ ଅନ୍ତର୍ଗତ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଚୁରୁଲିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ଏକ ବଙ୍ଗାଳୀ ମୁସଲିମ କାଜୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ କାଜୀ ଫକୀର ଅହମ୍ମଦ ଥିଲା ଓ ସେ ସ୍ଥାନୀୟ ପୀରପୁକୁର ମସଜିଦର ଇମାମ ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ । ତାଙ୍କ ମାତାଙ୍କ ନାମ ଥିଲା ଜହିଦା ଖାତୁନ । କାଜୀ ସାହିବଜାନ ଓ କାଜୀ ଅଲ୍ଲୀ ହୁସେନ ନାମରେ ନଜରୁଲଙ୍କର ଆଉ ଦୁଇ ଜଣ ଭାଇ ଓ ଉମ୍ମେ କୁଲସୁମ ନାମରେ ଏକ ଭଉଣୀ ଥିଲେ । ନଜରୁଲଙ୍କର ଡାକ ନାମ ଥିଲା ଦୁଃଖୁ ମିୟାଁ । ସେ ସ୍ଥାନୀୟ ଏକ ମଦ୍ରାସାରେ ଇସଲାମିକ ଧର୍ମପାଠ, କୁରାନ ଇତ୍ୟାଦି ପଢ଼ିଥିଲେ । ୧୯୦୮ରେ ତାଙ୍କ ପିତାଙ୍କ ନିଧନ ପରେ, ନଜରୁଲ ତାଙ୍କ ସ୍ଥାନରେ ମସଜିଦର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଥିଲେ ଓ ସେଥିରୁ ମିଳୁଥିବା ଦରମାରେ ତାଙ୍କର ପରିବାର ପୋଷଣ ହେଉଥିଲା ।

ପିଲାବେଳେ ସେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ ଓ ନିଜ କକା ଫାଜେଲ କରିମଙ୍କ ଲେଟୋରେ ( ଭ୍ରାମ୍ୟମାଣ ନାଟ୍ୟଦଳ ) ଯୋଗଦେଇଥିଲେ । ଏଠାରେ ଅଭିନୟ ସହିତ ସେ ଗୀତ ଲେଖିବା ଓ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରିବାକୁ ଲାଗିଲେ । ଲେଟୋରେ ସେ ବଙ୍ଗଳା ଓ ସଂସ୍କୃତ ସାହିତ୍ୟ ସହିତ ହିନ୍ଦୁ ପୁରାଣ, ମହାଭାରତ ଆଦି ପଢ଼ିବା ଆରମ୍ଭ କରିଥିଲେ । ସେତେବେଳେ ସେ ଚଷାର ସଙ୍ଗ, ଶକୁନି ବଦ୍ଧ, ରାଜ ଯୁଦ୍ଧିଷ୍ଟିରରେ ସଙ୍ଗ, ଦାତା କର୍ଣ୍ଣ, ଆକବର ବାଦଶାହା , କବି କାଳିଦାସ, ବିଦ୍ୟାନ ହୁତୁମରାଜପୁତେର ସଙ୍ଗ ଆଦି ନାଟକ ଲେଖିଥିଲେ ।

୧୯୧୦ ମସିହାରେ ନଜରୁଲ ନାଟ୍ୟଦଳ ଛାଡ଼ି ସେ ପ୍ରଥମେ 'ଶିଆରଶଲେ ରାଜ ହାଇସ୍କୁଲ' ଓ ପରେ ଦରିଆରାମପୁର ସ୍କୁଲରେ ( ବର୍ତ୍ତମାନର ଜାତୀୟ କବି ନଜରୁଲ ଇସଲାମ ବିଶ୍ୱବିଦ୍ୟାଳୟ) ନାମ ଲେଖାଇଥିଲେ । ସ୍କୁଲରେ ସେ ବଙ୍ଗଳା, ସଂସ୍କୃତ, ଆରବୀୟ, ପାର୍ସି ଆଦି ଭାଷା ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ ।

ଦଶମ ଶ୍ରେଣୀ ପାଠ ଅସମାପ୍ତ ଛାଡ଼ି, ୧୯୧୭ ମସିହାରେ ନଜରୁଲ ଅଠର ବର୍ଷ ବୟସରେ ବ୍ରିଟିଶ ସେନାବାହିନୀରେ ଯୋଗଦାନ କରିଥିଲେ । ସେ ୪୯ତମ ବେଙ୍ଗଲ ରେଜିମେଣ୍ଟରେ ଯୋଗ ଦେଇଥିଲେ ଓ ତାଙ୍କର କରାଚି କାଣ୍ଟନମେଣ୍ଟରେ ପୋଷ୍ଟିଂ ହୋଇଥିଲା । ସେଠାରେ ଥିବା ସମୟରେ ସେ ନିଜର ପ୍ରଥମ କବିତା ପୁସ୍ତକ ମୁକ୍ତି (୧୯୧୯) ଓ ପ୍ରବନ୍ଧ ବାଉନ୍ଦେଲର ଆତ୍ମକାହାଣୀ ( ୧୯୧୯ ) ଲେଖିଥିଲେ । ସେନାବାହିନୀରେ ସେ ହାବିଲଦାର ସ୍ତର ପର୍ଯ୍ୟନ୍ତ ପଦୋନ୍ନତି ପାଇଥିଲେ ।

ବୃତିଗତ ଜୀବନ

ନଜରୁଲ ଇସଲାମ: ପ୍ରାରମ୍ଭିକ ଜୀବନ, ବୃତିଗତ ଜୀବନ, ଅସୁସ୍ଥତା ଓ ମୃତ୍ୟୁ 
ନଜରୁଲ ନିଜ ଛାତ୍ରମାନଙ୍କୁ ସଙ୍ଗୀତ ଶିକ୍ଷା ଦେଉଥିବା ଅବସରରେ

୧୯୨୦ ବ୍ରିଟିଶ ସେନାବାହିନୀ ଛାଡ଼ି, ନଜରୁଲ କଲିକତାରେ ବସବାସ କରିଥିଲେ ଓ ସେଠାରେ ବଙ୍ଗୀୟ ମୁସଲମାନ ସାହିତ୍ୟ ସମିତିରେ ଯୋଗ ଦେଇଥିଲେ । ୧୯୨୦ ମସିହାରେ ସେ ନିଜର ପ୍ରଥମ ଉପନ୍ୟାସ ବନ୍ଧନ ହାରା ଲେଖିଥିଲେ । ତାଙ୍କର ପ୍ରଥମ କବିତା ସଂକଳନକୁ ସମୀକ୍ଷକମାନେ ପସନ୍ଦ କରିଥିଲେ । ରବୀନ୍ଦ୍ରନାଥ ଠାକୁରଙ୍କୁ ନଜରୁଲ ନିଜର ଗୁରୁ ମନେକରୁଥିଲେ ମଧ୍ୟ, ତାଙ୍କ କବିତା ଠାକୁରଙ୍କ ପ୍ରଚଳିତ କବିତା ଧାରାଠାରୁ ଭିନ୍ନ ଥିଲା । ଏଥିପାଇଁ ଠାକୁରଙ୍କ ପ୍ରଂଶସକମାନେ ନଜରୁଲଙ୍କ କବିତାକୁ ପସନ୍ଦ କରୁନଥିଲେ ।

୧୯୨୨ ମସିହାରେ ନଜରୁଲଙ୍କ ସବୁଠାରୁ ଚର୍ଚ୍ଚିତ କବିତା ବିଦ୍ରୋହୀ, ବିଜଲୀ ପତ୍ରିକାରେ ପ୍ରକାଶ ପାଇଥିଲେ । ଭାରତରେ ସେହି ସମୟରେ ବ୍ରିଟିଶ ଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନ ଚାଲିଥାଏ । ଏ କବିତାଟି ସଂଗ୍ରାମୀମାନଙ୍କୁ ଅଧିକ ଉତ୍ସାହ ପ୍ରଦାନ କରିଥିଲା । ଏହା ପରେ ପରେ ତାଙ୍କର ୨ଟି କବିତା ପୁସ୍ତକ ପ୍ରଳୟୋଲ୍ଲାସଅଗ୍ନିବୀଣା ( ୧୯୨୨ ) ପ୍ରକାଶ ପାଇଥିଲା । ଏହି ସମୟରେ ବ୍ୟଥାର ଦିନଯୁଗବାଣୀ ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା । ୧୯୨୨ ଅଗଷ୍ଟ ମାସରେ, ସେ ଧୁମକେତୁ ପତ୍ରିକା ଆରମ୍ଭ କରିଥିଲେ । ଏଥିରେ ବ୍ରିଟିଶ ଶାସନ ବିରୋଧରେ କ୍ରମାଗତ ଲେଖା ବାହାରୁଥିଲା । ଏଥି ପାଇଁ ୧୯୨୩ ମସିହାରେ ତାଙ୍କୁ ବ୍ରିଟିଶ ପୋଲିସ ଗିରଫଦାର କରିଥିଲା । ୧୯୨୩ ମସିହାରେ ୪୦ ଦିନ ବ୍ୟାପି ଅନଶନ ପରେ, ତାଙ୍କୁ ଜେଲରୁ ମୁକ୍ତି ମିଳିଥିଲା । ୧୯୨୩ ମସିହାରେ ରବୀନ୍ଦ୍ରନାଥ, ନିଜର ଏକ ନାଟକ ବସନ୍ତକୁ ନଜରୁଲଙ୍କୁ ସମର୍ପଣ କରିଥିଲେ । ୧୯୨୪ରେ ପ୍ରକାଶିତ ତାଙ୍କ ପୁସ୍ତକ ବିଷେର ବଂଶୀଉପରେ ବ୍ରିଟିଶ ସରକାର ପ୍ରତିବନ୍ଧକ ଲଗାଇଥିଲେ ।

୧୯୨୪ ମସିହାରେ ନଜରୁଲ ଜଣେ ହିନ୍ଦୁ ମହିଳା ପ୍ରମିଳାଙ୍କୁ ବିବାହ କରିଥିଲେ । ପ୍ରମିଳା ବ୍ରାହ୍ମ ସମାଜ ସହିତ ଜଡ଼ିତ ଥିବାରୁ, ଏହି ବିବାହ ବହୁ ବିରୋଧର ସମ୍ମୁଖୀନ ହୋଇଥିଲା । ନଜରୁଲଙ୍କ ବିଦ୍ରୋହୀ କବି ପରିଚୟ ଅଧିକ ମଜବୁତ ହୋଇଥିଲା । ବିବାହ ପରେ ସେ ନିଜ ପତ୍ନୀ ଓ ପୁତ୍ର ବାବୁଲ ସହିତ କ୍ରୀଷ୍ଣାନଗରଠାରେ ବସବାସ କରିବା ଆରମ୍ଭ କରିଥିଲେ । ଏହି ସମୟରେ ସେ ଶ୍ରମିକ ଓ ଦିନ ମଜୁରିଆଙ୍କ ନିମନ୍ତେ ଅନେକ ସଙ୍ଗୀତ ରଚନା କରିଥିଲେ ।ନଜରୁଲ ମୁସଲିମ ଧାର୍ମିକ ସଙ୍ଗୀତ, ହିନ୍ଦୁ ଭଜନ, କୀର୍ତ୍ତନ, ଶ୍ୟାମାସଙ୍ଗୀତ ଓ ହିନ୍ଦୁ ଦେବୀ କାଳୀଙ୍କ ବନ୍ଦନା ଆଦି ମଧ୍ୟ ରଚନା କରିଥିଲେ । ସେ ଏଚଏମଭି କମ୍ପାନୀ ପାଇଁ ଅନେକ ଗୀତିକବିତା ମଧ୍ୟ ରଚନା କରିଥିଲେ ।

ନଜରୁଲଙ୍କର ସବୁଠାରୁ ଅଧିକ ପ୍ରତିଷ୍ଠିତ ରଚନାବଳୀ ଥିଲା, ନଜରୁଲ ଗୀତି । ସଠିକ ସଂଖ୍ୟା ଜଣା ନଥିଲେ ମଧ୍ୟ, ସେ ପ୍ରାୟ ୪୦୦୦ରୁ ଅଧିକ ଗୀତ ଏହି ଧାରାରେ ରଚନା କରିଥିଲେ ବୋଲି ବିଶ୍ୱାସ କରାଯାଏ । ୨୨୬୦ଟି ସମ୍ପୂର୍ଣ୍ଣ ଗୀତ ସଂରକ୍ଷିତ କରାଯାଇଛି ଓ ୨୨୮୭ଟି ଗୀତର ପ୍ରଥମ ଧାଡ଼ିଟି ଜଣାଅଛି ।

ଅସୁସ୍ଥତା ଓ ମୃତ୍ୟୁ

୧୯୩୯ ମସିହାରେ ନଜରୁଲଙ୍କ ପତ୍ନୀ ପ୍ରମିଳା ଅସୁସ୍ଥ ହୋଇଥିଲେ ଓ ନଜରୁଲ ନିଜର ସମସ୍ତ ପୁସ୍ତକ ଓ ରେକର୍ଡ଼କୁ ମାତ୍ର ୪୦୦ଟଙ୍କରେ ବନ୍ଧା ରଖି ଦେଇଥିଲେ । ୧୯୪୦ ମସିହାରେ ସେ ନବଯୁଗ ନାମକ ବଙ୍ଗଳା ପତ୍ରିକାର ମୁଖ୍ୟ ସମ୍ପାଦକ ଭାବରେ ଯୋଗ ଦେଇଥିଲେ । ୧୯୪୧ରେ ରବୀନ୍ଦ୍ରନାଥଙ୍କ ମୃତ୍ୟୁ ତାଙ୍କୁ ଗଭିର ଆଘାତ ପହଞ୍ଚାଇଥିଲା । କିଛି ମାସ ମଧ୍ୟରେ ସେ ନିଜେ ମଧ୍ୟ ଗଭିର ଭାବରେ ଅସୁସ୍ଥ ହୋଇଥିଲେ । ୧୯୪୨ରେ ତାଙ୍କୁ ଏକ ମାନସିକ ହାସପାତାଲରେ ଭର୍ତ୍ତି କରାଯାଇଥିଲା । ୧୯୫୨ରେ ତାଙ୍କୁ ରାଞ୍ଚୀ ମାନସିକ ହାସପାତାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଲଣ୍ଡନ ଓ ଭିଏନାରେ ମଧ୍ୟ ତାଙ୍କର ଚିକିତ୍ସା କରାଯାଇଥିଲା । ତାଙ୍କୁ ପିକ୍ସ ବେମାରୀ ନାମରେ ଏକ ଦୂରାରୋଗ୍ୟ ବେମାରୀ ହୋଇଥିଲା ଓ ଏହାର ଚିକିତ୍ସା ସମ୍ଭବ ନୁହେଁ ବୋଲି ଡାକ୍ତରମାନେ କହିଥିଲେ । ୧୯୫୩ ମସିହା ଡିସେମ୍ବର ୧୫ତାରିଖରେ ସେ ଭାରତ ଫେରି ଆସିଥିଲେ । ୧୯୬୨ ମସିହାରେ ପତ୍ନୀ ପ୍ରମିଳାଙ୍କର ପରଲୋକ ଘଟିଥିଲା । ୧୯୭୨ ମସିହାରେ ବଙ୍ଗଳାଦେଶ ପ୍ରତିଷ୍ଠା ହେବା ପରେ, ସେଠାକାର ସରକାରଙ୍କ ଅନୁରୋଧରେ ତାଙ୍କୁ ଭାରତ ସରକାରଙ୍କ ଅନୁମତିରେ ଢାକା ପଠା ଯାଇଥିଲା । ୧୯୭୬ ଜାନୁଆରୀ ମାସରେ ତାଙ୍କୁ ବଙ୍ଗଳାଦେଶର ନାଗରିକତ୍ୱ ପ୍ରଦାନ କରାଯାଇଥିଲା ଓ ୧୯୭୬ ଅଗଷ୍ଟ ୨୯ ତାରିଖରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ଇଚ୍ଛାନୁଯାୟୀ ତାଙ୍କୁ ଢାକା ବିଶ୍ୱବିଦ୍ୟାଳୟରେ କବର ଦିଆଯାଇଥିଲା ।

ସମ୍ମାନ ଓ ପୁରସ୍କାର

  • ବଙ୍ଗଳାଦେଶର ଜାତୀୟ କବି ଉପାଧୀ - ୧୯୭୨ ( ବଙ୍ଗଳାଦେଶ ସରକାର )
  • ଡି ଲିଟ - ୧୯୭୪ ( ଢାକା ବିଶ୍ୱବିଦ୍ୟାଳୟ )
  • ଏକୁଶେ ପଦକ - ୧୯୭୬
  • ପଦ୍ମ ଭୂଷଣ - ୧୯୬୦

ଆଧାର

Tags:

ନଜରୁଲ ଇସଲାମ ପ୍ରାରମ୍ଭିକ ଜୀବନନଜରୁଲ ଇସଲାମ ବୃତିଗତ ଜୀବନନଜରୁଲ ଇସଲାମ ଅସୁସ୍ଥତା ଓ ମୃତ୍ୟୁନଜରୁଲ ଇସଲାମ ସମ୍ମାନ ଓ ପୁରସ୍କାରନଜରୁଲ ଇସଲାମ ଆଧାରନଜରୁଲ ଇସଲାମବଙ୍ଗଳାଦେଶ

🔥 Trending searches on Wiki ଓଡ଼ିଆ:

ମାଗୁଣିର ଶଗଡ଼୧୦୫୪କଖାରୁ ଫୁଲ ଭଜାଗୁରୁ ପ୍ରସାଦ ମହାନ୍ତିକୃଷ୍ଣରସଗୋଲାଲକ୍ଷ୍ମୀନାରାୟଣ ସାହୁଅର୍ଥଶାସ୍ତ୍ରଉଦ୍ଭିଦ ବିଜ୍ଞାନଇନ୍ଦିରା ଗାନ୍ଧୀଗିରିଜା କୁମାର ବଳୀୟାରସିଂହଗୋଲୋକ ବିହାରୀ ଧଳଓ ଅନ୍ଧଗଳି୪ (ସଂଖ୍ୟା)ଭୂଗୋଳଛତୁ ତରକାରୀସତ୍ୟେନ୍ଦ୍ର ନାଥ ବୋଷତୃପ୍ତି ଦାସପିଙ୍କି ପ୍ରଧାନନୀଳକଣ୍ଠ ଦାସଚିନ୍ତାମଣି ବେହେରାବିଦ୍ୟାଳୟଅସହଯୋଗ ଆନ୍ଦୋଳନହରେକୃଷ୍ଣ ମହତାବନାରାୟଣ ସାହୁଗୋପୀନାଥ ମହାନ୍ତିଏ. ପି. ଜେ. ଅବଦୁଲ କଲାମଉତ୍କଳ ବିଶ୍ୱବିଦ୍ୟାଳୟଜଣ୍ଡିସ୍ମହୁ୨୬ ଅପ୍ରେଲ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପ୍ରଗତିବାଦୀ୨୮ ଫେବୃଆରୀଶ୍ରୀରାଧାଆକବରଓଡ଼ିଶାର ମାପ ବ୍ୟବସ୍ଥାପଣା ସଂକ୍ରାନ୍ତିନରେନ୍ଦ୍ର ମୋଦୀପ୍ରତିଭା ରାୟବେଦଜାଭା (ପ୍ରୋଗ୍ରାମିଂ ଭାଷା)ପୁନମ ମିଶ୍ରଆଚାର୍ଯ୍ୟ ହରିହରବସନ୍ତ କୁମାର ଶତପଥୀଅନ୍ନଦା ଶଙ୍କର ରାୟ୨୧ରବର୍ଟ ହିଲ୍ଇଂଲଣ୍ଡଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବାରବାଟି ଦୁର୍ଗଓଡ଼ିଶୀଗଙ୍ଗାଧର ରଥସରୋଜିନୀ ନାଇଡୁଜମ୍ମୁ ତୱି ରେଳ ଷ୍ଟେସନଓଡ଼ିଆ ଉଇକିପିଡ଼ିଆଅଚ୍ୟୁତ ଗୋକୁଳ ନାୟକଉତ୍କଳ ବ୍ରାହ୍ମଣଧନୁ (ରାଶି)ଶ୍ରୀ ଅରବିନ୍ଦରାସାୟନିକ ମୌଳିକଗୁରୁପ୍ରସାଦ ମହାନ୍ତିଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଜ୍ଞାନପୀଠ ପୁରସ୍କାରବନ୍ୟାପ୍ରସନ୍ନ କୁମାର ପଣ୍ଡାପାଇକ ବିଦ୍ରୋହଚାରି ଧାମଲକ୍ଷ୍ମୀ ପୁରାଣବୈଶାଖ୧୮ ଅକ୍ଟୋବର🡆 More