ଅର୍ଜୁନ ଗମାଙ୍ଗ

ଅର୍ଜ୍ଜୁନ ଗମାଙ୍ଗ (୧୮ ଜୁଲାଇ ୧୯୩୩ - ୨୮ ଫେବୃଆରୀ ୧୯୮୯) ଦିବ୍ୟ ଦର୍ଶନ ସଂଘର ପ୍ରତିଷ୍ଠାତା ଅଟନ୍ତି । ଜୁଲାଇ ୧୮, ୧୯୩୩ରେ ସେ ଗୋଡ଼ିଆବନ୍ଧ ଗ୍ରାମର ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାପା ଥିଲେ ଓଡ଼ିଆ ଗମାଙ୍ଗ ଓ ମା ଥିଲେ ଚନ୍ଦ୍ରମା ଦେବୀ । ଗାଁ ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ ସେ । ସେଠାରେ ତାଙ୍କର ପିଲାଦିନର ଶିକ୍ଷକ ଥିଲେ ନରସିଂହ ଶତପଥୀ । ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ପାଠରେ ଡୋରି ବନ୍ଧାହେଲା । ତାପରେ ଓଡ଼ିଶା ଇଂଜିନିୟରିଂ ବିଦ୍ୟାଳୟ କଟକରେ ଯୋଗଦେଲେ ୧୯୫୦ରେ । ସେଠାରେ ମଧ୍ୟ ସେ ଅଧ୍ୟୟନ ସଂପୂର୍ଣ୍ଣ କରିପାରିଲେ ନାହିଁ । ୧୯୫୧ରେ କୁଜେନ୍ଦ୍ରି ଆଶ୍ରମ ବିଦ୍ୟାଳୟ ଏବଂ ୧୯୫୨ରେ ଗୁମ୍ପାକୁଣ୍ଡା ଆଶ୍ରମ ବିଦ୍ୟାଳୟରେ ଯୋଗ ଦେଲେ । ତତ୍ପରେ ସେ ବାମୁଣୀପୁଟ ବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ସୁରମାଦେବୀଙ୍କୁ ବିବାହ କଲେ ।

ସଦ୍‌ଗୁରୁ ଶ୍ରୀ ଶ୍ରୀ

ଅର୍ଜ୍ଜୁନ ଗମାଙ୍ଗ
ଅର୍ଜୁନ ଗମାଙ୍ଗ
ଜନ୍ମ
ଅର୍ଜ୍ଜୁନ ଗମାଙ୍ଗ

(1933-07-18)୧୮ ଜୁଲାଇ ୧୯୩୩
ମୃତ୍ୟୁ୨୮ ଫେବୃଆରୀ ୧୯୮୯(1989-02-28) (ବୟସ ୫୫)
ଜାତୀୟତାଭାରତୀୟ
ପ୍ରସିଦ୍ଧିଦିବ୍ୟ ଦର୍ଶନ
ବୈବାହିକ-ସାଥୀସୁରମା ଦେବୀ
ପିତାମାତା(s)ଓଡ଼ିଆ ଗମାଙ୍ଗ(ବାପା)
ଚନ୍ଦ୍ରମା ଦେବୀ (ମା)
ୱେବସାଇଟthephilosophydivine.com

ଦିବ୍ୟ ଦର୍ଶନ

ପିଲାଦିନେ ସକ୍ରେଟିସଙ୍କର କଥାଟିଏ ତାଙ୍କୁ ଭାରି ପ୍ରଭାବିତ କରିଥିଲା । ତାହା ହେଲା -ଅଜ୍ଞାନ ମହାପାପ ଏବଂ ଅଜ୍ଞାନ ହିଁ ସମସ଼୍ତ ପାପର କାରଣ । ଅଦ୍ୱୈତ ବେଦାନ୍ତ ମତରେ କେବଳ ଆତ୍ମା ହିଁ ସତ୍ୟ ଏବଂ ଜଗତ ମିଥ୍ୟା - ଏହି ମୂଳାଧାର ଉପରେ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ । ସେ ସମସ୍ତଙ୍କୁ ଜ୍ଞାନ ଆହରଣ କରିବାକୁ ଉପଦେଶ ଦେଉଥିଲେ । ତାଙ୍କ ମତରେ " ତୁମେ ଯଦି ସଦ୍‌ଗତି ଚାହଁ, ତେବେ ଆତ୍ମଜ୍ଞାନ ଆହରଣ କର ଏହାହିଁ ସଦଗୁରୁଙ୍କ ମହାମନ୍ତ୍ର । ଜଗତ ପ୍ରତି ତାଙ୍କର ସନ୍ଦେଶ ଥିଲା - ଅଜ୍ଞାନରୁ ପାପ ଏବଂ ପାପରୁ ଦୁଃଖ । ଅତଏବ ସମସ଼୍ତ ଦୁଃଖରୁ ମୁକ୍ତି ପାଇବାକୁ ହେଲେ ଆତ୍ମ-ଜ୍ଞାନ ଆହରଣ କରିବା ଦରକାର । ୧୯୭୬ ମସିହାରେ ସେ ଦିବ୍ୟ ଦର୍ଶନ ସଂଘର ପ୍ରଚାର କରି ଜଣେ ସଦଗୁରୁ ଭାବେ ପରିଚିତ ହୋଇଗଲେ । ତାଙ୍କ ଅନୁଗାମୀମାନଙ୍କ ମତରେ ସେ ୧୪ ଅପ୍ରେଲ ୧୯୬୭ ମସିହାରେ ପରମସିଦ୍ଧି ଲାଭ କରିଥିଲେ । ଅର୍ଜ୍ଜୁନଙ୍କ ଜୀବନ ଓ ଦର୍ଶନ ଓଡ଼ିଶାର ଅନେକ ବହିରେ ପ୍ରତିଫଳିତ ହୋଇଛି । ୨୮ ଫେବୃଆରୀ ୧୯୮୯ରେ ସେ ଦେହତ୍ୟାଗ କରିଥିଲେ । ଓଡ଼ିଶାରେ ଅଦ୍ୟାପି ଅନେକ ଅନୁଗାମି ଦିବ୍ୟଦର୍ଶନ ସଂଘର ପ୍ରଚାର ଓ ପ୍ରସାର କରୁଛନ୍ତି ।

ଆଧାର

  • (1999, 10). Sin Is Ignorance - Socratic Definition of Sin. StudyMode.com. Retrieved 10, 1999, from "Socratic definition of sin" Archived 2015-02-13 at the Wayback Machine.
  • About village Gudiabandha where Sadguru Arjuna was born [୧]
  • The article named " ସଦ୍‌ଗୁରୁ ଅର୍ଜ୍ଜୁନ ଏବଂ ଦିବ୍ୟଦର୍ଶନ " in oriya magazine JYOTSHNA-1994 at page:1 Published by Basudev Patro,Rayagada.

Tags:

କୁଜେନ୍ଦ୍ରିଗୋଡ଼ିଆବନ୍ଧ

🔥 Trending searches on Wiki ଓଡ଼ିଆ:

କିଶୋରୀ ଚରଣ ଦାସଓଡ଼ିଆ ଲିପିରଣଜିତ ପଟ୍ଟନାୟକକଳାପାହାଡ଼ବୈଷ୍ଣବ ପାଣି୧୯୩୪ଉଇକିପିଡ଼ିଆ ସମୂହର ତାଲିକାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାIndiaମନୋରଞ୍ଜନ ଦାସପଖାଳବୈଶାଖମିଆ ଖଲିଫାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାରାମ ନବମୀଗୁରୁ ପ୍ରସାଦ ମହାନ୍ତିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭଗବତ ଗୀତାବୀଜାଣୁସୌର ଜଗତ୧୯୯୯ ଓଡ଼ିଶା ମହାବାତ୍ୟାଦିବ୍ୟସିଂହ ଦେବରାଜେନ୍ଦ୍ର ନାରାୟଣ ସିଂହଦେଓପାପମୋଚନୀ ଏକାଦଶୀଭକ୍ତ ଚରଣ ଦାସଜୁଲିଅସ ସିଜରମନୋଜ ଦାସବେଣୁଧର ରାଉତବଡ଼ଓଷାରାଖାଲ ମହାନ୍ତିଜଳପ୍ରଧାନ ପୃଷ୍ଠାରଜିୟା ସୁଲତାନ୨୦ ଅପ୍ରେଲଡଙ୍ଗରିଆ କନ୍ଧସୁଭାଷ ଚନ୍ଦ୍ର ବୋଷଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାମନମୋହନ ସାମଲଓଡ଼ିଶାର ଭୂଗୋଳହୃଷୀକେଶ ମଲ୍ଲିକବନମାଳୀ ଦାସବର୍ଷାକାଞ୍ଚନ ଅୱସ୍ତିବେଲ ପଣାପଣିକିଆପୃଥିବୀ ଦିବସଗୋପବନ୍ଧୁ ଦାସପଦାର୍ଥପଖାଳ ଦିବସଓଡ଼ିଆ ରାନ୍ଧଣାଚିତ୍ରା (ନକ୍ଷତ୍ର)ହେନା ଫୁଲହନୁମାନ ଚାଳିଶାରାମଚନ୍ଦ୍ର ବେହେରାଜଗନ୍ନାଥଙ୍କ ଧୂପପ୍ଲୀହାକୃଷ୍ଣରବି କାନୁନଗୋ୧ ଅପ୍ରେଲମୁମ୍ବାଇଅଂଶୁଘାତwiki.phtmlଅନନ୍ତ ପଟ୍ଟନାୟକକେଳୁଚରଣ ମହାପାତ୍ରପୁରୀ ଜିଲ୍ଲା🡆 More