ମଝିଘରିଆଣୀ ମନ୍ଦିର

ଦେବୀ ମଝିଘରିଆଣୀଙ୍କ (ମାଝିଗୌରୀ) ପୀଠ ଓଡ଼ିଶାର ରାୟଗଡ଼ା ସହରରେ । ଏହା ରାୟଗଡ଼ା ଜିଲ୍ଲାର ଏକ ମୁଖ୍ୟ ଦେବୀ ପୀଠ । ଏହି ପ୍ରସିଦ୍ଧ ଦେବୀ ପୀଠକୁ ଓଡ଼ିଶା ବ୍ୟତୀତ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ରୁ ବହୁ ଭକ୍ତ ଦର୍ଶନ ନିମନ୍ତେ ଆସିଥାନ୍ତି । କିମ୍ବଦନ୍ତୀ ଅନୁସାରେ ଦେବୀ ବହୁ ପ୍ରାଚୀନ ସମୟରୁ ପୂଜାପାଇ ଆସୁଛନ୍ତି । ତେବେ ବର୍ତ୍ତମାନର ମନ୍ଦିରଟି ନୂତନରୂପେ ତିଆରି କରାଯାଇଛି । ପ୍ରତି ରବିବାର, ବୁଧବାର ଏବଂ ଶୁକ୍ରବାର ଦିନ ଏଠାରେ ଭକ୍ତଙ୍କର ପ୍ରବଳ ଭିଡ ହୁଏ । ଏଠାରେ ଦଶହରା ଏବଂ ଚୈତ୍ରପରବ ଭାରି ଧୁମ୍‌ ଧାମ୍‌ରେ ପାଳନ କରାଯାଏ । ମନ୍ଦିର ସମ୍ମୁଖ ଦେଇ ରାୟଗଡାକୁ ସଂଯୋଗ କରୁଥିବା ରେଳପଥ ଯାଇଅଛି ।

ମଝିଘରିଆଣୀ ମନ୍ଦିର
ଦେବୀ ମଝିଘରିଆଣୀଙ୍କ ମନ୍ଦିର,ରାୟଗଡ଼ା

ଐତିହାସିକ ତଥ୍ୟ

ଦେବୀ ମଝିଘରିଆଣୀଙ୍କ ସମ୍ପର୍କରେ ଚତୁର୍ଥ ଶତାବ୍ଦୀ A.D.ର ଏକ ଐତିହାସିକ ଘଟଣା ଯୋଡିରହିଥିବାର ଶୁଣାଯାଏ । ଓଡ଼ିଶା ଗେଜେଟିୟର୍‌ ଅନୁସାରେ ସମୁଦ୍ରଗୁପ୍ତ ମହାକନ୍ତାର (ଅର୍ଥାତ୍‌ କୋରାପୁଟ ଓ କଳାହାଣ୍ଡିର ଅଂଶବିଶେଷ) ଅକ୍ତିଆର କରିବା ପାଇଁ ଯୁଦ୍ଧ କରିବାରେ ମହାକାନ୍ତାରର ତତ୍କାଳୀନ ରାଜା ବ୍ୟାଘ୍ରରାଜ ଏହାର ପ୍ରବଳ ପରାକ୍ରମ ସହିତ ବିରୋଧ କଲେ । କୁହାଯାଏ, ରାଜା ବ୍ୟାଘ୍ରରାଜ କେବଳ ଦେବୀ ମଝିଘରିଆଣୀଙ୍କ ସହାୟତାରୁ ହିଁ ସେହି ଯୁଦ୍ଧ ଜୟ କରିବାରେ ସକ୍ଷମ ହୋଇଥିଲେ । ସେହି ସମୟଠାରୁ ଦେବୀଙ୍କୁ ଶକ୍ତି ରୂପରେ ପୂଜା କରାଯାଉଛି । ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲର ଶିକ୍ଷକ ଶ୍ରୀ N.C.Padhi ଏହି ଦେବୀଙ୍କ ସମ୍ପର୍କରେ ତଥ୍ୟଯୁକ୍ତ ଗବେଷଣା କରିଛନ୍ତି । ତାଙ୍କ ମତରେ, ଚତୁର୍ଦ୍ଦଶ ଶତାବ୍ଦୀରେ ଶୀଳାବଂଶୀ ରାଜା ବିଶ୍ୱନାଥ ଦେବ ଏହି ସହରକୁ ତାଙ୍କ ରାଜଧନୀ ଭାବେ ବାଛିଥିଲେ । ସେ ମଧ୍ୟ ଏଠାରେ ଏକ ମାଟିର ଦୁର୍ଗ ନିର୍ମାଣ କରିଥିଲେ । ଏହାର ଧ୍ୱଂସାବଶେଷ ଅଦ୍ୟାପି ବିଦ୍ୟମାନ । ବିଶ୍ୱନାଥ ଦେବ ନିର୍ମାଣ କରିଥିବା ଅନେକ ମନ୍ଦିର ମଧ୍ୟରୁ ମଝିଘରିଆଣିଙ୍କ ମନ୍ଦିର ଅନ୍ୟତମ । ତାଙ୍କ ଅନ୍ତେ ମନ୍ଦିର ଭାଙ୍ଗିରୁଜି ଗଲା ଏବଂ ଦେବୀଙ୍କ ପୂଜାର୍ଚ୍ଚନାରେ ବିଘ୍ନ ଘଟିଲା । ଜନଶ୍ରୁତି ଅନୁସାରେ, ଅଷ୍ଟାଦଶ ଶତାବ୍ଦୀରେ ରାୟଗଡାର ତତ୍କାଳୀନ ରାଜା ପ୍ରତାପରୁଦ୍ରଦେବଙ୍କ ପୌତ୍ର ବିଶ୍ୱନାଥ ଦେଓ ଦେବୀଙ୍କୁ ରାଜବାଟୀର ମଧ୍ୟ ଭାଗରେ ଥିବା ଏକ ଘରେ ରଖି ପୂଜା କରୁଥିଲେ । ତେଣୁ ଦେବୀଙ୍କ ନାମ ମଝିଘରିଆଣୀ । ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ, ଦେବୀ ସାତ ଭଉଣୀଙ୍କ ସହ ପୂଜା ପାଉଥିଲେ । ଦେବୀଙ୍କ ମଧ୍ୟରେ ତାଙ୍କ ଆସ୍ଥାନ ମଧ୍ୟ (ମଝି) ହୋଇଥିବାରୁ ସେ ମଝିଘରିଆଣୀ ନାମରେ ଖ୍ୟାତ ।

କିମ୍ବଦନ୍ତୀ

ଏକ କିମ୍ବଦନ୍ତୀ ଅନୁସାରେ ରାଜାରାଜୁଡା ଅମଲରୁ ଏଠାରେ ମା ମଝିଘରିଆଣୀ ପୂଜା ପାଉଥିଲେ ହେଁ ରାଜାଙ୍କ ଅନ୍ତେ ସମୟର ସ୍ରୋତରେ ଏହା ଧ୍ୱଂସ ହେବାକୁ ଲାଗିଲା । ଇଂରେଜମାନେ ବ୍ୟାବସାୟୀକ ଉଦ୍ଦେଶ୍ୟରେ ଏହି ମନ୍ଦିର ନିକଟବର୍ତ୍ତୀ ରାସ୍ତା ଦେଇ ବିଜୟନଗରଠାରୁ ରାୟପୁର ପର୍ଯ୍ୟନ୍ତ ସଂଯୋଗୀକରଣ ନିମନ୍ତେ ରେଲପଥ ନିର୍ମାଣ କରିବାକୁ ଚାହିଁଲେ । ୧୯୩୦ ମସିହାରେ ରେଲପଥ କାର୍ଯ୍ୟ ଆରମ୍ଭ ହେଲା । ମନ୍ଦିର ନିକଟରେ ଏକ ପୋଲ ନିର୍ମାଣ କରିବା ବେଲେ ଦେଖାଗଲା ଯେ ପ୍ରତିଦିନ ପୋଲ କାର୍ଯ୍ୟ ଯେତିକି ହୁଏ, ରାତିରେ ସେତିକି ଭାଙ୍ଗିଯାଏ । ପରିଶେଷରେ ନିର୍ମାଣ ଦାୟୀତ୍ୱରେ ଥିବା ନାଲାରାଜୁ(ଆନ୍ଧରପ୍ରଦେଶର) ଭାବିଲେ ଏଠାରେ ପୋଲ କରିବା ସମ୍ଭବପର ନୁହେଁ, ଅତଏବ ଏହାର ସ୍ଥାନ ପରିବର୍ତ୍ତନ କରିବା ଦରକାର । ହଠାତ୍ ରାତିରେ କଣ୍ଟ୍ରାକ୍ଟରଙ୍କୁ ସ୍ୱପ୍ନାଦେଶ ହେଲା ଯେ, "ଦେଦୀଙ୍କ ପାଇଁ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା କଲେ ସବୁ ଠିକ ହୋଇଯିବ" । ଏହି ସ୍ୱପ୍ନାଦେଶ ଅନୁଯାୟୀ ବରୁଣ ଗଛ ମୂଳରୁ ମା ମଝିଘରିଆଣୀଙ୍କ ବିଗ୍ରହ ଉଦ୍ଧାର କରାଗଲା ଏବଂ ବିଦ୍ଧିବଦ୍ଧ ପୂଜାର୍ଚ୍ଚନା କରାଗଲା । ଏହା ପରେ ଯାଇ ପୋଲ ନିର୍ମାଣ ସମ୍ଭବ ହେଲା । ଏହା ପରେ ସେଠାରେ ଏକ ଅସ୍ଥାୟୀ ମନ୍ଦିର ନିର୍ମାଣ କରି ମା'ଙ୍କ ପୂଜାର୍ଚ୍ଚନା କରାଗଲା ।

ଆଧାର

ବାହାର ତଥ୍ୟ

Tags:

ମଝିଘରିଆଣୀ ମନ୍ଦିର ଐତିହାସିକ ତଥ୍ୟମଝିଘରିଆଣୀ ମନ୍ଦିର ଆଧାରମଝିଘରିଆଣୀ ମନ୍ଦିର ବାହାର ତଥ୍ୟମଝିଘରିଆଣୀ ମନ୍ଦିରଆନ୍ଧ୍ର ପ୍ରଦେଶଓଡ଼ିଶାଛତିଶଗଡ଼ଦଶହରାବୁଧବାରରବିବାରରାୟଗଡ଼ାରାୟଗଡ଼ା ଜିଲ୍ଲାଶୁକ୍ରବାର

🔥 Trending searches on Wiki ଓଡ଼ିଆ:

ପ୍ରସନ୍ନ ଦାସ (ବହୁବିକଳ୍ପ)ଟୁଇଟରଧର୍ମଦରମାମିଳିମିଳାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଶ୍ରୀତମ ଦାସଚନ୍ଦ୍ରଶେଖର ରଥଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବୈଶାଖକଣାଦ (ମୁନି)ଜଳଓଡ଼ିଶାର କଳାବିବାହତାରିଣୀ ମନ୍ଦିର, ଘଟଗାଁପିପିଲିକେବେ ତମେ ନାହଁ କେବେ ମୁଁ ନାହିଁକୋଣାର୍କଦଶହରାସାରଦା ପ୍ରସାଦ ମିଶ୍ରଘର ସଂସାରକବିସୂର୍ଯ୍ୟ ବଳଦେବ ରଥବନମାଳୀ ଦାସଭାରତର ଜାତୀୟ ପତାକାଆବ୍ରୋସିଟିନିବରୁକୁଣା ରଥଯାତ୍ରାବ୍ୟାଙ୍କପୌରସଂସ୍ଥାବାରବାଟି ଦୁର୍ଗଦଶାବତାରଜଗନ୍ନାଥ ପ୍ରସାଦ ଦାସଉଇଲିୟମ୍ ହେନେରୀ ପର୍କିନସାଇ ଭୋସଲେମାୟାଧର ମାନସିଂହପାଇଥନ୍ (ପ୍ରୋଗ୍ରାମିଂ ଭାଷା)ୟୁ ଟ୍ୟୁବମହର୍ଷି ଗୌତମଜବାହରଲାଲ ନେହେରୁଚିନ୍ତାମଣି ବେହେରାହନୁମାନ ଚାଳିଶାଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାଟମଙ୍ଗଳାଭୁବନେଶ୍ୱର ବେହେରାଜାନକୀ ବଲ୍ଲଭ ପଟ୍ଟନାୟକଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାବିଜୁ ଜନତା ଦଳରାଜକିଶୋର ପଟ୍ଟନାୟକପଦ୍ମ ଲୋଚନ ପଣ୍ଡାଅଶୋକାଷ୍ଟମୀରାଜଧାନୀ ପ୍ରତିଷ୍ଠା ଦିବସଆଲ୍‌କା ୟାଗ୍ନିକ୍‌ଦୀପକ ମିଶ୍ରଡଙ୍ଗାଓଡ଼ିଶାରେ ଦେବୀପୂଜାର ଐତିହ୍ୟମଧୁସୂଦନ ରାଓବିଜୟ ମିଶ୍ରବାଜି ରାଉତଜୈନବାଦତ୍ରିଭୁଜକେଦାରନାଥ ମନ୍ଦିରତାଜମହଲଥାଲାସେମିଆଭାଷାସମାଜ (ଖବରକାଗଜ)ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅପରେଟିଙ୍ଗ ସିଷ୍ଟମ🡆 More