]
ରାୟଗଡ଼ା | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | କୋରାପୁଟ |
ଭାଷା | ଓଡ଼ିଆ, ଇଂରାଜୀ, ତେଲୁଗୁ |
ବିଧାନ ସଭା | ୩ଟି ଆସନ |
Area | |
• ଜିଲ୍ଲା | 7,584.7 km2 (2,928.5 sq mi) |
Population (୨୦୧୧) | |
• ଜିଲ୍ଲା | ୯୬୭୯୧୧ |
• Density | 136/km2 (350/sq mi) |
• Urban | ୧୪୭୭୫୬ |
• Rural | ୮୧୪୨୦୩ |
• ୬ ବର୍ଷରୁ କମ ଶିଶୁ | ୧୪୧୧୬୭ |
Time zone | IST (+୫.୩୦) |
ଡାକ କୋଡ଼ (ପିନ) | ୭୬୫ xxx |
ତାର (ଏସ.ଟି.ଡ଼ି) | +୦୬୮୫x |
ଯାନବାହାନ ପଞ୍ଚୀକରଣ | OD-18 |
ଜିଲ୍ଲାପାଳ | ଶ୍ରୀ ସରୋଜ କୁମାର ମିଶ୍ର |
Website | Official website |
ରାୟଗଡ଼ା ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୩୯୦ କି.ମି. ଦୁରରେ ଅବସ୍ଥିତ । ରାୟଗଡ଼ା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।
୧୯୯୨ ମସିହା ଅକ୍ଟୋବର ୨ତାରିଖ ଦିନ ରାୟଗଡ଼ା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅକ୍ଟୋବର ୧୯୯୨ ପୂର୍ବରୁ ଏହା କୋରାପୁଟ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା । ଓଡ଼ିଶାର ଯେଉଁସବୁ ଜିଲ୍ଲାରେ ଇତିହାସ ଏବଂ କିମ୍ବଦନ୍ତୀ ପରସ୍ପରକୁ କୋଳାଗ୍ରତ କରିଅଛନ୍ତି, ସେହିସବୁ ଜିଲ୍ଲାମାନଙ୍କ ମଧ୍ୟରୁ ରାୟଗଡା ଅନ୍ୟତମ । ଏଠାକାର ସବୁଜ ବନାନୀ, ସହରକୁ ଛୁଇଁ ବହିଯାଇଥିବା ନାଗାବଳୀ ନଦୀର ଦୃଶ୍ୟ ଭାରି ମନଲୋଭା । ସହରଠାରୁ ମାତ୍ର ୧୦ କି:ମି: ଦୂରରେ ଥିବା ଜେ:କେ: କାଗଜକଳ ଏବଂ ଥେରୁବାଲିର ଫେରୋକ୍ରୋମ କାରଖାନା ସହରକୁ ସର୍ବଦା ଚଳଚଞ୍ଚଳ କରିଥାଏ । ଇତିହାସକାର କହନ୍ତି, ସମୁଦ୍ରଗୁପ୍ତ ଏହି ସହରକୁ ଅକ୍ତିଆର କରିବାପାଇଁ ଯୁଦ୍ଧ କରିଥିଲେ । ଅଦ୍ୟାପି ଏହାର ପ୍ରମାଣ ସହରଠାରୁ ତିରିଶ ମିନିଟ୍ ଦୂରର ଚମ୍ପିକୋଟା ନାମକ ଗାଆଁରେ ବିଦ୍ୟମାନ ।
ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ରାୟଗଡ଼ା ଜିଲ୍ଲାର ଆୟତନ ୭,୫୮୪ ବର୍ଗ କିମି ।
ରାୟଗଡ଼ା ଜିଲ୍ଲା ବକ୍ସାଇଟରେ ଭରପୁର ଅଟେ । ବର୍ତ୍ତମାନ୍ ଏହି ଜିଲ୍ଲାରେ ଉତ୍କଳ ଅଲୁମିନା, ଏଲ୍ &ଟି ଭଳି କମ୍ପାନି ଅବସ୍ଥାପିତ ।
୨୦୧୧ ଜନଗଣନା ଅନୁସାରେ, ରାୟଗଡ଼ା ଜିଲ୍ଲାର ଲୋକସଂଖ୍ୟା ୯,୬୭,୯୧୧ |
ଏହି ଜିଲ୍ଲା ନିମ୍ନ ତିନୋଟି ବିଧନସଭାମଣ୍ଡଳୀକୁ ନେଇ ଗଠିତ।
No. | Constituency | Reservation | Blocks | Member | Party |
---|---|---|---|---|---|
୧୩୮ | ଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ) | ST | ଗୁଣପୁର, ଗୁଡ଼ାରି, ରାମନାଗୁଡ଼ା, ପଦ୍ମପୁର | ରଘୁନାଥ ଗମାଙ୍ଗ | ବିଜୁ ଜନତା ଦଳ |
୧୩୯ | ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ) | ST | ବିଷମ କଟକ, ମୁନିଗୁଡା, ଚନ୍ଦ୍ରପୁର | ଜଗନ୍ନାଥ ସାରକା | ବିଜୁ ଜନତା ଦଳ |
୧୪୦ | ରାୟଗଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ) | ST | ରାୟଗଡ଼ା, କାଶିପୁର, କୋଲନରା, କଲ୍ୟାଣସିଂପୁର | ମକରନ୍ଦ ମୁଦୁଲି | ସ୍ୱାଧୀନ |
ରାୟଗଡ଼ା ଜିଲ୍ଲା ହେଉଛି କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ର ଅଂଶ ବିଶେଷ
ରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରଗୁଡ଼ିକ ବ୍ୟତୀତ ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ଅଛି । ସେମାନଙ୍କ ମଧ୍ୟରେ ମଝିଘରିଆଣୀ ମନ୍ଦିର, ହାତୀପଥର, ପାଇକପଡ଼ା, ଥେରୁବାଲି ଚାଟିକଣା, ବିଷମ କଟକ, ମୀନଝୋଲା, ଦେବଗୀରି,ଝୁଲନ୍ତାପୋଲ ଓ ଦୁର୍ଗୀର ନୂତନ ଜଗନ୍ନାଥ ମନ୍ଦିର ଅନ୍ୟତମ । ଏତଦ୍ ବ୍ୟତୀତ ସହରର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନଗୁଡ଼ିକ ହେଲା:-
ରାୟଗଡ଼ା ଆଖପାଖରେ ଥିବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନସବୁ ହେଲା:-
ନିକଟରେ ଏହି ଜିଲ୍ଲାର ଲେଖକ ଡ଼ମ୍ବରୁଧର ପଟ୍ଟନାୟକ ୨୦୨୦-୨୦୨୩ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି । ଏହି ଜିଲ୍ଲାରେ ଜନ୍ମିତ ଦ୍ୱିତୀଚନ୍ଦ୍ର ସାହୁ ଓଡ଼ିଆ ଭାଷାର ଜଣେ ଲେଖକ ତଥା ଓଡ଼ିଆ ସ୍ତମ୍ଭକାର । ଏହି ଜିଲ୍ଲାର ଅନ୍ୟ କିଛି ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଲେ:
This article uses material from the Wikipedia ଓଡ଼ିଆ article ରାୟଗଡ଼ା ଜିଲ୍ଲା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.