ମଠ

ମଠ, ବିଦ୍ୟାର୍ଥୀମାନଙ୍କ ବେଦାଭ୍ୟାସ ଓ ଆଶ୍ରୟ ସ୍ଥାନକୁ ଏବଂ ଦେବସେବା ନିମିତ୍ତ ସ୍ଥାପିତ ଓ ଜମି ବାଡ଼ି ଖଞ୍ଜାଥିବା ଆଶ୍ରମକୁ କୁହାଯାଏ । ପ୍ରତ୍ୟକ୍ଷରେ ମଠଗୁଡ଼ିକ ସଂସ୍କୃତିକୁ ସୁରକ୍ଷା ପ୍ରଦାନ କରିଥାନ୍ତି । ଖରା ଓ ବର୍ଷାରୁ ଛତା ଆମକୁ ସାହାଯ୍ୟ କରିଥାଏ । କିନ୍ତୁ କେତେକ ମଠର ଆରମ୍ଭ ହେଉଛି ଛତା । ପ୍ରଥମେ ଛତା, ତାପରେ ସେଥିରୁ ମଠ ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ସାଧୁ ସନ୍ଥମାନେ ପ୍ରଥମେ ଛତା ପୋତି ବାଲିରେ ରହନ୍ତି । ସମୟ କ୍ରମେ ଅମୃତ ମଣୋହି ସମ୍ପତ୍ତିର ମାର୍ଫତଦାର ହେବା ଫଳରେ ମଠ ଗୁଡିକର ସୃଷ୍ଟି ଓ ବିଭବ ସମ୍ଭବ ହୋଇଥିଲା ।

ମଠ
ଦଶାବତାର ମଠ,ପୁରୀ,

ଛତାପୋତି ସାଧୁ ବୈଷ୍ଣବ ମହନ୍ତ
କରୁଛନ୍ତି ଲୀଳା ଗାଇ ନାମକୁ
କଡୁଆ ଗଞ୍ଜଇ ବିଡାବିଡି ଖାଇ
ଡାକୁଛନ୍ତି ସେଇ ମୁକତି ଧାମକୁ

ଖ୍ରୀଷ୍ଟପୂର୍ବ ୪୮୪ରେ ମୂର୍ତ୍ତିଭଞ୍ଜକମାନଙ୍କ ଜଗନ୍ନାଥାଦି ଚତୁଃବିଗ୍ରହଙ୍କୁ ଶ୍ରୀକ୍ଷେତ୍ର ପୁରୀଠାରେ ପୁନଃପ୍ରତିଷ୍ଠିତ ହୋଇଥିଲେ । ସେହି ସମୟରୁ ଶ୍ରୀକ୍ଷେତ୍ରରେ ମଠଗୁଡ଼ିକ ସ୍ଥାପନ ହୋଇଚାଲିଲା । ଶ୍ରୀମନ୍ଦିର ସହିତ ବିଭିନ୍ନ ମଠର ସମ୍ପର୍କ ରହିଛି । ଏକବିଂଶ ଶତାବ୍ଦୀ ସୁଦ୍ଧା ୩୭୩ ମଠ ଏବଂ ଆଶ୍ରମ ରହିଥିବା ବେଳେ ସେଥିରୁ ନବକଳେବର ସହିତ ୧୬ଟି ମଠର ସମ୍ପୃକ୍ତି ରହିଛି ବୋଲି ଇତିହାସରୁ ଜଣାଯାଏ । ପୁରୁଷୋତ୍ତମ କ୍ଷେତ୍ରରେ ପ୍ରାଚୀନକାଳରୁ ଜଗନ୍ନାଥଙ୍କ ଉପାସନା ସନାତନ ଧର୍ମର ବିଭିନ୍ନ ଉପାସକଙ୍କୁ ଆକର୍ଷିତ କରିଛି । ସେଥିପାଇଁ ଦେଶର ୭୩ ସାଧୁସନ୍ଥ, ମହାପୁରୁଷ, ଦାର୍ଶନିକ ଓ ଗୁରୁ ଏହି କ୍ଷେତ୍ରକୁ ଆସିଥିବା ଇତିହାସରୁ ପ୍ରମାଣ ମିଳେ । ଏମାନେ ପୁରୁଷୋତ୍ତମ ଉପାସନାକୁ ବୁଝିଲା ପରେ ମୁଗ୍ଧ ହୋଇଛନ୍ତି । ଶେଷରେ ଏହି କ୍ଷେତ୍ରରେ ନିଜର ମଠ/ଆଶ୍ରମ ସ୍ଥାପନା କରିଯାଇଛନ୍ତି । କାଳକ୍ରମେ ଗଜପତିଙ୍କ ଅନୁମତି ନେଇ ଉପାସନା ସହିତ ସାମିଲ ହୋଇଛନ୍ତି । ଲୋକ ବିଶ୍ୱାସରେ ରହିଛି ଯେ, କ୍ଷେତ୍ରର ସାତ ସାହି ୪୨ କନ୍ଦିରେ ୭୫୨ ମଠ ଥିଲା । ବହୁ ମଠ ଆଶ୍ରମ ନିଶ୍ଚିହ୍ନ ହୋଇଯିବା ପରେ ୩୭୩ ମଠ ଓ ଆଶ୍ରମ ଆଜି ମଧ୍ୟ ରହିଛି । ଏହି ମଠଗୁଡ଼ିକ ମଧ୍ୟରୁ କେତେକ ମଠରେ ବର୍ଷସାରା ପ୍ରତିଦିନ ସେବା ରହିଛି । କେତେକ ମଠର ସାମୟିକ ସେବା ରହିଥିବା ଜଣାଯାଏ । ମହାପ୍ରଭୁଙ୍କୁ ନବକଳେବର ଲୀଳା ସହିତ ୧୬ଟି ମଠ ସମ୍ପୃକ୍ତ ରହିଥିବା ଇତିହାସରୁ ଜଣାଯାଏ । ମାତ୍ର ସେଥିରୁ କେତେକ ମଠ ସେବା ସହିତ ଆଉ ସାମିଲ ନାହାନ୍ତି ।

ଗଠନ ଏବଂ ପରିଚାଳନା

ମଠର ପରିଚାଳନା କରୁଥିବା ମଠାଧୀଶ (ପ୍ରଧାନ ବାହାଜୀ)ଙ୍କୁ ମହନ୍ତ କୁହାଯାଏ । ଶିଷ୍ୟଗଣ ଶାସ୍ତ୍ର ଅଧ୍ୟୟନ ସହ ଧର୍ମ ପ୍ରଚାର ସେବା ଏବଂ ଆଶ୍ରମର ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ରକ୍ଷଣାବେକ୍ଷଣ ଏବଂ ସେବା ଖର୍ଚ୍ଚ ସହାୟତା ଗଜପତିଙ୍କଦ୍ୱାରା ସ୍ଥାବର ଏବଂ ଅସ୍ଥାବର ସମ୍ପତି ଖଞ୍ଜା ଆକାରରେ ବହନ କରାଯାଇଥାଏ ।

ପ୍ରକାର

ମଠ ଦୁଇ ପ୍ରକାର (୧) ନିହଙ୍ଗି ମଠ ଓ (୨ ) ଗୃହୀ ମଠ

ନିହଙ୍ଗି ମଠ

ଯେଉଁ ମଠର ମହନ୍ତ ଦାରପରିଗ୍ରହ ନ କରି କୁମାର ବ୍ରତ ଧାରଣ କରିବାକୁ ବାଧ୍ୟ । ଏମାର ମଠ, ଉତ୍ତରପାର୍ଶ୍ୱ ମଠ, ଦକ୍ଷିଣପାର୍ଶ୍ୱ ମଠ, ଓଡ଼ିଆ ମଠ, ପାପୁଡ଼ିଆ ମଠ, ବଡ଼ଛତା ମଠ, ଜଗନ୍ନାଥ ବଲ୍ଲଭ ମଠ, ତ୍ରିମାଳି ମଠ, କଟକିଆ ମଠ, ରାଧାକାନ୍ତ ମଠ ଆଦି ବହୁ ମଠ ଏହାର ଅନ୍ତର୍ଗତ ।

ଗୃହୀ ମଠ

ଯେଉଁ ମଠର ମହନ୍ତ ଗୃହସ୍ଥ (ସ୍ତ୍ରୀ- ପିଲା ନେଇ ରହନ୍ତି) । ନେମାଳ ମଠ, ଛତିଆ ମଠ ଓ କୁଶବାବା ମଠ ଏହାର ଅନ୍ତଭୁକ୍ତ ।

ପୁରୀରେ ଥିବା କେତେକ ପ୍ରମୁଖ ମଠ

ପୁରୀରେ ଥିବା ମଠଧାରୀମାନେ ଜଗନ୍ନାଥଙ୍କ ତଳେ ଖଞ୍ଜାଥିବା ଅମୃତମୁଣୋହିଁ ସ୍ୱତ୍ୱ ଭୋଗ କରି ତହିଁର ଉତ୍ପନ୍ନ ଆୟରୁ ଜଗନ୍ନାଥଙ୍କ ଭୋଗ, ମଠର ଠାକୁରଙ୍କ ଓ ଅତିଥି ଅଭ୍ୟାଗତମାନଙ୍କ ସେବା, ସଂସ୍କୃତ ଶିକ୍ଷାର୍ଥୀମାନଙ୍କର ଭରଣପୋଷଣ ଓ ଖଏରାତ କରନ୍ତି ।

ଏମାର ମଠ

   ଏହି ମଠ ପୁରୀ ପ୍ରସିଦ୍ଧ ଅଟେ।ଏହି ମଠରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, ଆଡ଼ପ ବିଜେ, ହେରା ପଞ୍ଚମୀ, ନିଳାଦ୍ରୀ ବିଜେ ଦିନମାନଙ୍କରେ ପନ୍ତି ଭୋଗ କରାଯାଏ।ଏମାର ମଠରେ ଅଣସର ସମୟରେ ଚକଟା ଭୋଗ କରାଯାଇଥାଏ।ଏହି ମଠକୁ ଗୁଣ୍ଡିଚା ମନ୍ଦିରଠାରେ ସାମୟିକ ଭାବେ ପନ୍ତି ଚାଳି ନିର୍ମାଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି।ଏହି ମଠ ମହନ୍ତଙ୍କର ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଚାମର ଓ ଆଲଟ ସେବା କରିବାର ଅଧିକାର ଅଛି। 
  • ଓଡ଼ିଆ ମଠ
  • କଦଳୀ ପଟୁକା ମଠ
  • କୋଠଭୋଗ ମଠ
  • ଗଙ୍ଗାମାତା ମଠ
  • ଗୋପାଳତୀର୍ଥ ମଠ
  • ଗୋବର୍ଦ୍ଧନ ମଠ
  • ଚାଉଳିଆ ମଠ
  • ଛାଉଣି ମଠ
  • ଜଗନ୍ନାଥବଲ୍ଲଭ ମଠ
  • ଜିୟରସ୍ୱାମୀ ମଠ
  • ଝାଞ୍ଜପିଟା ମଠ
  • ଡଗରା ମଠ
  • ତ୍ରିମାଳି ମଠ
  • ଦକ୍ଷିଣପାର୍ଶ୍ୱ ମଠ/ ଶ୍ରୀରାମଦାସ ମଠ
  • ନୂଆ ମଠ
  • ପାପୁଡ଼ିଆ ମଠ
  • ପୁରାଣସଭା ମଠ
  • ବଡ଼ଓଡ଼ିଆ ମଠ
  • ବଡ଼ଛତା ମଠ
  • ବଡ଼ଝାଡୁ ମଠ
  • ବଡ଼ ସନ୍ଥ ମଠ
  • ବଳରାମକୋଟ ମଠ
  • ଭେଙ୍କଟାଚାରୀ ମଠ
  • ମଙ୍ଗୁ ମଠ
  • ରାଘବ ଦାସ ମଠ
  • ରାଜଗୁରୁ ଗୋସ୍ୱାମୀ ମଠ
  • ରାଧାକାନ୍ତ ମଠ
  • ରାଧାବଲ୍ଲଭ ମଠ
  • ରାମଜୀ ମଠ
  • ରେବସା ମଠ
  • ସମାଧି ମଠ
  • ସାନଛତା ମଠ
  • ସାନଝାଡୁ ମଠ
  • ସିଦ୍ଧ ବକୁଳ ମଠ
  • ସୁନାଗୋସାଇଁ ମଠ/ ଦର୍ପନାରାୟଣ ମଠ
  • ଶଙ୍କରାନନ୍ଦ ମଠ
  • ହରିଦାସ ଠାକୁର ମଠ

ଆଧାର

Tags:

ମଠ ଗଠନ ଏବଂ ପରିଚାଳନାମଠ ପୁରୀରେ ଥିବା କେତେକ ପ୍ରମୁଖ ମଠ ଆଧାରମଠ

🔥 Trending searches on Wiki ଓଡ଼ିଆ:

ବିଦ୍ୟାଳୟଚନ୍ଦନ ଯାତ୍ରାମର୍ଦ୍ଦଳଚାଟିକଣାଚନ୍ଦ୍ରଶେଖର ଭେଙ୍କଟ ରମଣଏଚଆଇଭି/ଏଡସବିବାହବନ୍ଧୁତା୧୪୦୧ସ୍ୱାମୀ ବିବେକାନନ୍ଦକଟକଭାରତର ସଂସ୍କୃତିରମାଦେବୀ ଚୌଧୁରୀଅଚ୍ୟୁତାନନ୍ଦ ଦାସପେଚାଦିଲୀପ ତିର୍କୀରାଜେନ୍ଦ୍ର କିଶୋର ପଣ୍ଡାକାଳିନ୍ଦୀ ଚରଣ ପାଣିଗ୍ରାହୀ୧୦ ମାର୍ଚ୍ଚମହୁଲିବି. ଆର. ଆମ୍ବେଦକରସୁଦାମ ମାରାଣ୍ଡିଗ୍ରୀକ ଭାଷାରାଣୀ ଲକ୍ଷ୍ମୀବାଈଲାଟିନ ଭାଷାସୁନାଚନ୍ଦ୍ରଯାନ-୧ଝିନ୍ନ ହିକ୍‌କାଭିଏତନାମ୧୨ ମାର୍ଚ୍ଚଜୟ ଜଗନ୍ନାଥଗୋପାଳ ଚନ୍ଦ୍ର ପ୍ରହରାଜମାଟିବିରାଡ଼ି ସାପମହାପାତ୍ର ନୀଳମଣି ସାହୁବଙ୍ଗଳାଦେଶ ମୁକ୍ତିଯୁଦ୍ଧଚିଲିକା ହ୍ରଦମିଳିତ ଜାତିସଂଘବାଣପୁରସମ୍ବାଦ (ଖବରକାଗଜ)ରାକ୍ଷୀ ପୂର୍ଣ୍ଣିମା୨୯ ମାର୍ଚ୍ଚଭୁବନେଶ୍ୱରବୀର ସୁରେନ୍ଦ୍ର ସାଏଗରିଷ୍ଠ ସାଧାରଣ ଗୁଣନୀୟକଟୁକୁନି ସାହୁବ୍ରାଉଜରଅମୃତାୟନବୈଜୟନ୍ତ ପଣ୍ଡାଷଠି ଓଷାକପିଳେନ୍ଦ୍ର ଦେବମନୋରଞ୍ଜନ ଦାସଶନିଲତା ମଙ୍ଗେସକରଇସ୍ରାଏଲ୧୭୯୦ଡୁରେସ୍Darifenacinବରଗଛଭାରତର ଜାତୀୟ ପତାକାବାଟ ଓଷାକୌଶଲ୍ୟା ବନ୍ଧପ୍ରଥମ ବିଶ୍ୱଯୁଦ୍ଧବିନୋଦ ଚନ୍ଦ୍ର ନାୟକନୀଳମାଧବ ମନ୍ଦିରଓଡ଼ିଶା ସରକାରମାଂସର ବିଳାପଉତ୍କଳ ଦିବସ🡆 More