ସମାଧି ମଠ

ସନ୍ଥ ମାଧବ ଦାସ ଏହି ମଠ ପ୍ରତିଷ୍ଠା କରିଥଲେ । ତାଙ୍କର ସମାଧି ପରେ ଏହି ମଠ ସ୍ଥାପନା ହୋଇଥିବାରୁ ଏହାକୁ ସମାଧି ମଠ କୁହାଯାଏ । ସମଗ୍ର ଶ୍ରୀକ୍ଷେତ୍ରରେ ତାହା ସମାଧି ମଠ ନାମରେ ପରିଚିତ ହେଲା । ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ସମାଧି ମଠ ପାଇଁ ଖଞ୍ଜା ହୋଇଥିବା ମହାପ୍ରସାଦ ହାଣ୍ଡି ସମୟକ୍ରମେ ସମାଧି ହାଣ୍ଡି ଭାବେ ପ୍ରସିଦ୍ଧି ଲାଭ କରିଛି ।

ସମାଧି ମଠ
ସମାଧି ମଠ

ସନ୍ଥ ମାଧବ ଦାସଙ୍କ ପରିଚୟ

ବଡ଼ଦାଣ୍ଡରୁ ସ୍ୱର୍ଗଦ୍ୱାରକୁ ଯିବା ରାସ୍ତା ବହୁ ଆଗରୁ ଉଆଁସଦାଣ୍ଡ ରୂପେ ପରିଚିତ । ଏହି ରାସ୍ତାରେ ଶ୍ୱେତଗଙ୍ଗା ନିକଟରେ ଶ୍ରୀମନ୍ଦିରକୁ ମୁହଁ କରି ଜଣେ ବାବାଜୀ ଛତା ପୋତି ବସି ରହୁଥିଲେ । ଚାରିପଟେ ତୁଳସୀ ବଣ । ଦୈନନ୍ଦିନ ଏହି ବଣରୁ ଜଗନ୍ନାଥଙ୍କ ପାଇଁ ତୁଳସୀ ଯାଇଥାଏ । ବାବାଜୀ ସେଇ ତୁଳସୀ ବଣ ମଝିରେ ନୀଳଚକ୍ରକୁ ଚାହିଁ ଧ୍ୟାନରେ ବସି ରହନ୍ତି । ବାବାଜୀଙ୍କ ପରିଚୟ କାହାକୁ ଜଣା ନଥାଏ । ସେ କପାଳରେ ରାମାନୁଜ ଚିତା ଧାରଣ କରୁଥିଲେ । ସେଥିରୁ ସମସ୍ତେ ଅନୁମାନ କରୁଥିଲେ ଯେ ସାଧୁ ଜନକ ଆଚାର୍ଯ୍ୟ ରାମାନୁଜାଚାର୍ଯ୍ୟଙ୍କଦ୍ୱାରା ସୃଷ୍ଟି ହୋଇଥିବା ଶ୍ରୀ ସମ୍ପ୍ରଦାୟର ଏକ ସ୍ୱତନ୍ତ୍ର ଚିତା ରହିଛି । ଏହି ସାଧୁ ଜଣକ କେଉଁଠାରୁ ଶ୍ରୀକ୍ଷେତ୍ରକୁ ଆସିଥିଲେ ତାହା କାହାରିକୁ ଜଣା ନଥିଲା । କେବଳ ଦୁଇଜଣ ଶିଷ୍ୟ ତାଙ୍କ ସହ ରହୁଥିଲେ । ସାଧୁ ପ୍ରକୃତରେ ଗହଳ ଚହଳକୁ ପସନ୍ଦ ନକରି ପ୍ରକୃତିକ ପରିବେଶର ନିକାଞ୍ଚନ ସ୍ଥାନକୁ ପସନ୍ଦ କରୁଥିଲେ । ଶିଷ୍ୟମାନଙ୍କଠାରୁ ଜଣାପଡୁଥିଲା ସେ ସାଧୁଙ ନାମ ସନ୍ଥ ମାଧବ ଦାସ । ସେ ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ପରେ ଆଉ ଶ୍ରୀକ୍ଷେତ୍ର ଛାଡ଼ି ଯିବାକୁ ଇଛା କରିନଥିଲେ ।

ସମାଧିରେ ମାଧବ ଦାସ

ପ୍ରଥମେ ସବୁଦିନ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମହାପ୍ରଭୁ ଏବଂ ତାଙ୍କର ନୀଳଚକ୍ର ମଧ୍ୟରେ କୌଣସି ପ୍ରଭେଦ ଦେଖି ପାରିନଥିଲେ । ତେଣୁ ସେ ମନ୍ଦିର ଭିତରକୁ ନଯାଇ ଶୁନଶାନ ତୁଳସୀ ବଣରେ ବସି ରହି ନୀଳଚକ୍ରପତିତପାବନ ବାନାକୁ ଏକ ଲୟରେ ଚାହିଁ ରହି ଆତ୍ମନିଷ୍ଠ ହେଉଥିଲେ । କିଛିଦିନ ପରେ ସେ ଆଉ ପତିତପାବନ ବାନାକୁ ଆଖି ଖୋଲି ଦର୍ଶନ ନକରି ଆଖି ବୁଜି ଅନ୍ତର ଭିତରେ ଦର୍ଶନ କରୁଥିଲେ । ପ୍ରତିଦିନ ସକାଳେ ପ୍ରଥମେ ନୀଳଚକ୍ରକୁ ଚାହିଁ ହାତ ଯୋଡ଼ିବା ପରେ ଧ୍ୟାନସ୍ଥ ହେଉଥିଲେ ।ଠାରେ ସକାଳୁ ସେହିପରି ଦର୍ଶନ କରି ଧ୍ୟାନସ୍ଥ ହେବାପରେ ସୂର୍ଯ୍ୟାସ୍ଥ ପରେ ଆଉ ଉଠିଲେ ନାହିଁ । ଶିଷ୍ୟମାନେ ରାତିସାରା ତାଙ୍କୁ ଅପେକ୍ଷା କରି ରହିଲେ କେତେବେଳେ ତାଙ୍କର ନିଦ ଭାଙ୍ଗିବ । ଗୁରୁଦେବ କେତେବେଳେ ଧ୍ୟାନରୁ ଫେରିବେ । ମାତ୍ର ନିରାଶ ହେଲେ । ଦିନ ପରେ ଦିନ ବିତିଗଲା ସନ୍ଥ ମାଧବ ସେହିପରି ଧ୍ୟାନରେ ବସିଥାନ୍ତି । ଅନେକ ଦିନ ପରେ ଧାରଣା ହେଲା ଯେ ବୋଧେ ମାଧବ ଦାସ ଶେଷ ସମାଧି ନେଇ ଯାଇଛନ୍ତି । ଏହି ପରି କେତେକ ଲୋକଙ୍କଠାରୁ ଶୁଣିବା ପରେ ମଧ୍ୟ ଶିଷ୍ୟମାନେ ବିଶ୍ୱାସ କଲେନାହିଁ । ସେମାନେ ଗୁରୁଙ୍କ ପାଖେ ପାଖେ ରହି ତାଙ୍କୁ ଲକ୍ଷ୍ୟ କରୁଥାନ୍ତି ଓ ତାଙ୍କ ଶରୀରକୁ ସୁରକ୍ଷା ଦେବା ନିମନ୍ତେ ଜଗି ବସିଥାନ୍ତି । ସେମାନେ ଗୁରୁଙ୍କ ଶେଷ ସମାଧି ନେବା ସମ୍ଭାବନାକୁ ଏଥିପାଇଁ ଗ୍ରହଣ କରୁନଥିଲେ ଯେ, ଗୁରୁଙ୍କ ମୁହଁର ତେଜ ସାମାନ୍ୟ ମଳିନ ପଡ଼ିନଥିଲା । ସୂଚନା ଯୋଗ୍ୟ, ଧ୍ୟାନରେ ବସିଲେ ତେଜ ଯେ କମିଯାଏ ତାହା ନୁହେଁ । ସେମାନେ ତାହା ଗୁରୁଙ୍କଠାରୁ ବୁଝିଥିଲେ ଓ ଜାଣିଥିଲେ । ସେମାନେ ଏହାର ଅନ୍ୟ କିଛି ରହସ୍ୟ ରହିଛି ବୋଲି ଭାବିଥିଲେ । ତାଙ୍କ ଆତ୍ମବିଶ୍ୱାସ ଥିଲା ଯେ ଗୁରୁ ଶେଷ ସମାଧି ନେଇନାହାନ୍ତି । ଦିନେ ସୂର୍ଯ୍ୟ ଉଦୟ ପରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା । ସତକୁ ସତ ସେଦିନ ସନ୍ଥ ମାଧବ ଦାସ ସମାଧିରୁ ଫେରିଆସିଲେ ।

ଗଜପତିଙ୍କର ସନ୍ଥଙ୍କୁ ଦର୍ଶନ ଏବଂ ସମାଧି ହାଣ୍ଡି ଖଞ୍ଜା

ଶେଷ ସମାଧି ନେଇଥିବାର ପ୍ରଚାର ଶ୍ରୀକ୍ଷେତ୍ରରେ ହୋଇଥିବାରୁ ସନ୍ଥ ମାଧବ ଦାସ ଫେରି ଆସିବାର ଖବର ଚହଳ ପଡ଼ିଲା । ସମାଧି ପରେ ମାଧବ ଦାସଙ୍କ ଅଦ୍ଭୁତ ପରିବର୍ତ୍ତନ ହୋଇଥିଲା । ଏହା ସମ୍ପୁର୍ଣ୍ଣ ଶ୍ରୀକ୍ଷେତ୍ରରେ ରାଷ୍ଟ୍ର ହୋଇଯିବା ପରେ ତାଙ୍କୁ ଦେଖିବା ପାଇଁ ମଧ୍ୟ ଗହଳ ବଢିଯାଇଥିଲା । ତତ୍କାଳିନ ଗଜପତି ମହାରାଜା ମହାପ୍ରଭୁଙ ଦର୍ଶନ ପାଇଁ ଖୋର୍ଦ୍ଧା କଟକରୁ ଶ୍ରୀନଅରକୁ ବିଜେ କରି ଆସିଥିବା ସମୟରେ ଏହି କଥା ଶୁଣିଥିଲେ । ଆଗ୍ରହର ସହ ସବୁକଥା ଶୁଣିସାରି ଗଜପତି ସାଧୁଙ୍କ ଦର୍ଶନ କରିବେ ବୋଲି ଘୋଷଣା କଲେ । ତତ୍କାଳ ପାତ୍ରମନ୍ତ୍ରୀମାନେ ଉଆଁସଦାଣ୍ଡରେ ଥିବା ସାଧୁଙ୍କ ଦର୍ଶନ କରିବା ନିମନ୍ତେ ସମସ୍ତ ବ୍ୟବସ୍ଥା କରିଲେ । ସେତେବେଳେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ଦକ୍ଷିଣ ଦିଗରେ ଶ୍ୟାମାକାଳୀ ମନ୍ଦିରକୁ ଘେରି ଶ୍ରୀନଅର ଥିଲା । ଗଜପତି ଶ୍ରୀନଅରରୁ ବିଜେ କରି ଉଆଁସଦାଣ୍ଡରେ ସନ୍ଥ ମାଧବ ଦାସଙ୍କୁ ଭେଟିଥିଲେ । ସାମାନ୍ୟ କଥାବାର୍ତ୍ତା ପରେ ଗଜପତି ଫେରିବା ବେଳକୁ ସନ୍ଥ ମାଧବ ଦାସ ଜାଣି ପାରିଲେ ଯେ, ଗଜପତି କିଛି ରହସ୍ୟ ଜାଣିବାକୁ ଚାହୁଁଛନ୍ତି । ସନ୍ଥ ମାଧବ ଦାସ ନିଜ ପାଖକୁ ଘୁଞ୍ଚିଆସିବା ପାଇଁ ଗଜପତିଙ୍କୁ ଅନୁରୋଧ କଲେ । ପାଖରେ ଫିସଫିସ ଗଳାରେ ଗଜପତିଙ୍କୁ କହିଲେ ଯେ, ସ୍କନ୍ଧ ପୁରାଣ କଥା ସତ୍ୟ ଅଟେ । ମହାପ୍ରଭୁଙ୍କଠାରୁ ସବୁ ଅବତାର ସୃଷ୍ଟିହୋଇ ପୁଣି ଆସି ମିଶିଛନ୍ତି । ଏହି ଦାରୁବ୍ରହ୍ମ ହେଉଛନ୍ତି ପରଂବ୍ରହ୍ନ । ଏହି ଅନୁଭବ ମୋର ସିଦ୍ଧ ହୋଇଛି । ଏକଥା ଶୁଣି ମହାରାଜାଙ୍କ ହାତ ଯୋଡ଼ି ହୋଇଗଲା । ଭାବିଲେ ସନ୍ଥ ମହାପ୍ରଭୁଙ୍କୁ ଅନୁଭବ କରିଛନ୍ତି । ସନ୍ଥ ମାଧବ ଦାସଙ୍କୁ ପ୍ରଣାମ କଲେ । ସେହି ସ୍ଥାନଟିକୁ ମାଧବ ଦାସଙ୍କୁ ଦିଆଗଲା ବୋଲି ପାତ୍ରମନ୍ତ୍ରୀଙ୍କ ସମ୍ମୁଖରେ ଘୋଷଣା କଲେ ଆଜିଠାରୁ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କର ମହାପ୍ରସାଦ ଏହାଙ୍କ ପାଇଁ ଖଞ୍ଜା ହେବ । ଆଶ୍ରମଟିଏ ସେହିଠାରେ ଗଢ଼ି ଉଠିଲା ।

ଆଧାର

Tags:

ସମାଧି ମଠ ସନ୍ଥ ମାଧବ ଦାସଙ୍କ ପରିଚୟସମାଧି ମଠ ସମାଧିରେ ମାଧବ ଦାସସମାଧି ମଠ ଗଜପତିଙ୍କର ସନ୍ଥଙ୍କୁ ଦର୍ଶନ ଏବଂ ସମାଧି ହାଣ୍ଡି ଖଞ୍ଜାସମାଧି ମଠ ଆଧାରସମାଧି ମଠମହାପ୍ରସାଦଶ୍ରୀକ୍ଷେତ୍ର

🔥 Trending searches on Wiki ଓଡ଼ିଆ:

ଆଇସଲ୍ୟାଣ୍ଡମି ଠୁ (ହ୍ୟାସଟ୍ୟାଗ)ନୀଳକଣ୍ଠ ଦାସବ୍ରୋଙ୍କିଓଲାଇଟିସଭିଏତନାମ୧୧୫୨ନିତ୍ୟାନନ୍ଦ ମହାପାତ୍ରନିକିତା କୃସ୍ଚେଭ୯୯୪ଓଡ଼ିଆ ଖାଦ୍ୟକଲେରାଓଡ଼ିଆରାଶି ଓ ନକ୍ଷତ୍ରରୋମାନିଆକୋରାପୁଟକର୍କଟ ରୋଗଫାରୋ ଦ୍ୱୀପପୁଞ୍ଜଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାବିରାଟ କୋହଲୀବନମାଳୀ ଦାସଶୁଆସମ୍ବାଦହାଇଦ୍ରାବାଦଦ୍ୱିତୀୟ ବିଶ୍ୱଯୁଦ୍ଧଏସିଆସୁଦାମ ମାରାଣ୍ଡିଓଡ଼ିଆ ଖବରକାଗଜ ତାଲିକାଭାରତର ଜାତୀୟ ପତାକାହିନ୍ଦୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରରାଧାନାଥ ରାୟଲକ୍ଷ୍ମୀଆର. କେ. ନାରାୟଣମାକାଓAugust 11କିଲୋଗ୍ରାମଧ୍ରୁବୀୟ ଜ୍ୟୋତିଗଞ୍ଜାମ ଜିଲ୍ଲାମାଉସୀ ମା’ ମନ୍ଦିରଆପଲ ଇନକର୍ପୋରେଟେଡଦୁର୍ଗା୨୦ ଅପ୍ରେଲବିବାହଓଡ଼ିଶାର ଇତିହାସପେରିକାର୍ଡ଼ାଇଟିସଲୌହ ଅତିଭାରକନଫୁସିଅସବାଦୟୁ ଟ୍ୟୁବରବର୍ଟ ମୂଗଓଡ଼ିଶୀଓଡ଼ିଶାର ଲୋକନୃତ୍ୟବ୍ରହ୍ମପୁରଓଡ଼ିଆ ସାହିତ୍ୟଶ୍ରୀରାଧାଗୋପାଳବଲ୍ଲଭ ଦାସଉଇକିପିଡ଼ିଆ ସମୂହର ତାଲିକାଲିଙ୍ଗରାଜ ମନ୍ଦିରଓଡ଼ିଶା ଭାସ୍କରମାଂସର ବିଳାପମାଲଟାଫାରୋ ଦ୍ଵୀପପୁଞ୍ଜ୧୪୦୭ମିଆଁମାରମଙ୍ଗଳା ମନ୍ଦିରଓଜସ୍ୱୀ ଅରୋଡ଼ାନେପାଳଉପନିଷଦରମାକାନ୍ତ ରଥକୋଣାର୍କ ସୂର୍ଯ୍ୟ ମନ୍ଦିରଇସଲାମ ଧର୍ମତାଇୱାନ🡆 More