ମାଉସୀ ମା’ ମନ୍ଦିର

ମାଉସୀ ମା' ମନ୍ଦିର (ମାଉସୀମା ଦେଉଳ ଓ ଅର୍ଦ୍ଧାଶନୀ ମନ୍ଦିର ନାମରେ ମଧ୍ୟ ଜଣା) ପୁରୀଠାରେ ଥିବା ଏକ ମନ୍ଦିର । ଏହା ପୁରୀ ବଡ଼ଦାଣ୍ଡରେ ଜଗନ୍ନାଥ ମନ୍ଦିର ଆଡ଼କୁ ଗଲାବେଳେ ବଳଗଣ୍ଡି ପାଖରେ ବାମପଟେ ଅବସ୍ଥିତ । ଏଠାର ଅଧିଷ୍ଠାତ୍ରୀ ଦେବୁ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣା । ପୂର୍ବରୁ ଏଠି ହାତୀ ଗାଧୁଆ ନଦୀ ବହି ଯାଉଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ । ଆଗେ ମହାପ୍ରଭୁମାମାନଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ପୁଣି ଫେରିଲାବେଳକୁ ଅର୍ଥାତ ବାହୁଡ଼ାବେଳେ ଏଇଠି ମାଉସୀ ମା ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି ।

ମାଉସୀ ମା' ମନ୍ଦିର
ମାଉସୀ ମା'
ମାଉସୀ ମା' ମନ୍ଦିର, ପୁରୀ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୁରୀ
Location
Countryଭାରତ

ମାଉସୀ ମା

ମା ଦେଖିବାକୁ ଅବିକଳ ସୁଭଦ୍ରା ଦେବୀଙ୍କ ପରି । ମାଙ୍କ ମୂର୍ତ୍ତି କୃଷ୍ଣପଥରରେ ତିଆରି । ସେ ଦ୍ୱିଭୂଜା, ଦୁଇ ପାଖରେ ଅଛନ୍ତି ଦୁଇ ପାର୍ଶ୍ୱଦେବୀ ଛାୟା ଓ ମାୟା । ମୂର୍ତ୍ତିର କଟିଦେଶ ଉପରକୁ ଆଚ୍ଛାଦିତ କରି ସୁଭଦ୍ରାଙ୍କ ମୁଖାଟିଏ ଚାପି ଦିଆଯାଇଛି ।

ଆଧାର

Tags:

ଗୁଣ୍ଡିଚା ମନ୍ଦିରଜଗନ୍ନାଥଜଗନ୍ନାଥ ମନ୍ଦିରପୁରୀ

🔥 Trending searches on Wiki ଓଡ଼ିଆ:

ରାମଶଙ୍କର ରାୟସମୟ (କାଳ)ନୋବେଲ ପୁରସ୍କାରସ୍ଥୌଲ୍ୟତାଦଶାବତାରଅଲାରନାଥ ମନ୍ଦିରକାହ୍ନୁଚରଣ ମହାନ୍ତିvji40ଭାରତୀୟ ଜାତୀୟ କଂଗ୍ରେସପାପୁଆ ନିଉ ଗିନିଟ୍ରାପିଜିଅମଟମ୍ ଖା କାଇଥାଲକୁଡ଼ିଓଡ଼ିଆ ନାଟକକଖାରୁ ଫୁଲ ଭଜାଭ୍ୟାକୁମ୍ କ୍ଲିନର୍ଜାହାଙ୍ଗୀରଇନ୍ଦିରା ଗାନ୍ଧୀସୁଇଜରଲ୍ୟାଣ୍ଡନଇ ଆରପାରିନବୀନ ପଟ୍ଟନାୟକଗୁରୁ ପ୍ରସାଦ ମହାନ୍ତିଶ୍ରୀଲଙ୍କାର ଭୂଗୋଳପଠାଣି ସାମନ୍ତ୧୭୪୬ଫସ୍‌ଫରସଫରିନା ଆଜାଦପ୍ରହ୍ଲାଦ ନାଟକକାଗଜଆଚାର୍ଯ୍ୟ ହରିହରଘରଭାରତୀୟ ଡାକ ସେବାମାସକିଶୋରୀ ଚରଣ ଦାସବିଶ୍ୱନାଥ କରଗୋପବନ୍ଧୁ ଦାସଦେବସ୍ନାନ ପୂର୍ଣ୍ଣିମାରାଧାନାଥ ରଥରାଜ୍ୟ ସଭା୧୮ ଅକ୍ଟୋବରମନୋଜ ଦାସଙ୍କ କଥା ଓ କାହାଣୀହେପାଟାଇଟିସ ବିମହାତ୍ମା ଗାନ୍ଧୀବୈଶାଖଗୋପୀନାଥ ମହାନ୍ତି୭ (ସଂଖ୍ୟା)୨୦ ଅଗଷ୍ଟମଧୁସୂଦନ ରାଓକଳାହାଣ୍ଡି ଜିଲ୍ଲାରାୟଗଡ଼ା ଜିଲ୍ଲାମାଗୁଣିର ଶଗଡ଼୧୭ ଫେବୃଆରୀକାଳୀଚରଣ ପଟ୍ଟନାୟକକୁନ୍ତଳା କୁମାରୀ ସାବତଚିକୁନ‌ଗୁନିଆଗୁରୁପ୍ରସାଦ ମହାନ୍ତିଇରା ମହାନ୍ତିକଟକପାକ୍ରିଟିନିବରାମକୃଷ୍ଣ ପରମହଂସତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଚାନ୍ଦ୍ରମାସଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ମହିଳା ଯୌନାଙ୍ଗ ଛେଦନମୟୂରଭଞ୍ଜ ଜିଲ୍ଲାହୃଷୀକେଶ ପଣ୍ଡାସ୍ତନ୍ୟପାୟୀ୨୧ପକ୍ଷଭାରତଜୟୀ ରାଜଗୁରୁଉତ୍ତମ ମହାନ୍ତି🡆 More