ଖୋର୍ଦ୍ଧା: ଓଡ଼ିଶାର ଜିଲ୍ଲା, ଭାରତ

]

ଖୋର୍ଦ୍ଧା
ସହର
Countryଖୋର୍ଦ୍ଧା: ଇତିହାସ, ଭୁଗୋଳ, ପ୍ରଶାସନିକ ବିଭାଗ India
StateOrissa
Districtଖୋର୍ଦ୍ଧା
Elevation
75 m (246 ft)
Population
 (2001)
 • Total୩୯୦୩୪
Languages
 • OfficialOriya
Time zoneUTC+5:30 (IST)
PIN
୭୫୨୦୫୫
Telephone code୦୬୭୫୫

ଖୋର୍ଦ୍ଧା ଭାରତର ଓଡ଼ିଶାରେ ଥିବା ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ବଡ଼ ସହର । ୧୯୯୩ ଅପ୍ରେଲ ୧ ତାରିଖରେ ଗଠିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ସଦର ମହକୁମା କାର୍ଯ୍ୟାଳୟ ପ୍ରଥମେ ଭୁବନେଶ୍ୱରରେ ଥିଲା । ଜିଲ୍ଲା ଗଠନ ସମୟରୁ ଭୁବନେଶ୍ୱରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୧୯୯୬ ମସିହାରେ ଖୋର୍ଦ୍ଧାକୁ ସ୍ଥାନାନ୍ତରିତ ହୋଇଥିଲା ।

ଇତିହାସ

ଖୋର୍ଦ୍ଧା ସହର କଳିଙ୍ଗ ରାଜାଙ୍କର ଅଧୀନରେ ଥିଲା । ୧୮୧୭ର ପାଇକ ବିଦ୍ରୋହ ଓ ନିଜର ସ୍ଥାପତ୍ୟ ପାଇଁ ଏହା ବିଶ୍ୱ ଦରବାରରେ ପ୍ରସିଦ୍ଧ । ଏହି ପାଇକ ବିଦ୍ରୋହଟି ସେହି ସମୟରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଓ ତାପଙ୍ଗ ଦଲବେହେରାଦ୍ୱାରା କରାଯାଇଥିଲା । ଖୋର୍ଦ୍ଧା ସହରଟି ବରୁଣେଇ ମନ୍ଦିର ପାଁଇ ପ୍ରସିଦ୍ଧ ଏହି ମନ୍ଦିରଟି ବରୁଣେଇ ପାହାଡ଼ ଉପରେ ଅବସ୍ଥିତ । ଗୁରୁଜଙ୍ଗ ଗ୍ରାମଟି ସଚ୍ଚିଦାନନ୍ଦ ରାଉତରାୟଙ୍କ ଜନ୍ମ ସ୍ଥାନ । ୧ ଅପ୍ରେଲ ୧୯୯୩ରେ ଏହା ପୁରୀ ଜିଲ୍ଲାଠାରୁ ବିଛିନ୍ନ ହେଇଥିଲା ।

ଭୁଗୋଳ

ଖୋର୍ଦ୍ଧା ସହରର ଅବସ୍ଥାନ । ସମୁଦ୍ର ପତନଠାରୁ ହାରା ହାରି ଉଚ୍ଚତା 75 m (246 ft)। it's good

ପ୍ରଶାସନିକ ବିଭାଗ

  • ୦୨- ସବଡ଼ିଭିଜନ
  • ୧୦- ତହସିଲ
  • ୧୦ - ବ୍ଲକ
  • ୦୨-ବିଜ୍ଞାପିତ ଅଞ୍ଚଳ ପରିଷଦ
  • ୦୨- ପୌର ପାଳିକା।
  • ୦୧-ମହାନଗର ନିଗମ।

ପଡ଼ୋଶI ଜିଲ୍ଲା‌

ଜନସଂଖ୍ୟା

  • ମୋଟ ଜନସଂଖ୍ୟା: ୨,୨୪୬,୩୪
    • ପୁରୁଷ- ୧,୧୬୬,୯୪୯
    • ମହିଳା- ୧,୦୭୯,୩୯୨
  • ସାକ୍ଷାର ହାର: ୮୭.୫୧ %
    • ପୁରୁଷ ସାକ୍ଷାର-୯୨.୫୫
    • ମହିଳା ସାକ୍ଷାର-୮୨.୦୬

ଯାତାୟତ

ଖୋର୍ଦ୍ଧା ସହରଟି ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଠୁ ୧୧ K.M ଦୁରରେ ଅବସ୍ଥିତ । ଏଠାକୁ ଆସିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଜାତାୟତ ସୁବିଧା ଅଛି । ଖୋର୍ଦ୍ଧା ସହରକୁ ଜାତୀୟ ରାଜପଥ ୫ ସଞ୍ଜୋଗ କରେ । ନିକଟତମ ବିମାନ ବନ୍ଦର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାହା ଖୋର୍ଦ୍ଧା ଜିଲ୍ଲାଠାରୁ ୩୦ କି.ମି. ଦୁରରେ ଅବସ୍ଥିତ ।

ପର୍ଯ୍ୟଟନ ସ୍ଥଳୀ

ଅଟ୍ରି

ଖୋର୍ଦ୍ଧା: ଇତିହାସ, ଭୁଗୋଳ, ପ୍ରଶାସନିକ ବିଭାଗ 

ଏହା ଖୋର୍ଦ୍ଧା ସହରଠାରୁ ୮ କି.ମି. ଦୁରରେ ଅବସ୍ଥିତ । ଏହି ଜାଗାଟି ଉଷ୍ଣପ୍ରସ୍ରବଣ ଓ ହଟ୍ଟକେଶ୍ୱର ମନ୍ଦିର ପାଇଁ ପ୍ରସିଦ୍ଧ।

ଭୁବନେଶ୍ୱର

ଖୋର୍ଦ୍ଧା: ଇତିହାସ, ଭୁଗୋଳ, ପ୍ରଶାସନିକ ବିଭାଗ 
ଭୁବନେଶ୍ୱର

ଏହା ଓଡ଼ିଶା ରାଜ୍ୟର ରାଜଧାନୀ । ଏହାକୁ ଭାରତର ମନ୍ଦିର ମାଳିନୀ ସହର କୁହାଯାଏ । ଦେଖଣୀୟ ସ୍ଥଳୀ ହେଲା ଲିଙ୍ଗରାଜ ମନ୍ଦିର, କେଦାର ଗୌରୀ ମନ୍ଦିର, ରାଜ୍ୟସଂଗ୍ରାଳୟ, ବିନ୍ଦୁ ସାଗର, ରବିନ୍ଦ୍ର ମଣ୍ଡପ, ରାମ ମନ୍ଦିର, ବିଧାନ ସଭା ଓ ନନ୍ଦନକାନନ ଇତ୍ୟାଦି ।

ବରୁଣେଇ

ଖୋର୍ଦ୍ଧା: ଇତିହାସ, ଭୁଗୋଳ, ପ୍ରଶାସନିକ ବିଭାଗ 
Maa Barunei Temple, Khurda

ଏହା ଓଡ଼ିଶାର ଗୌରବମୟ ସ୍ଥଳୀ ମା ବରୁଣେଇ କରୁଣେଇ ପାହାଡ଼କୁ ନେଇ ଓଡ଼ିଶା ଗର୍ବିତ|ଏହି ମନ୍ଦିରଟି ବରୁଣେଇ ପାହାଡ ଉପରେ ଅବସ୍ଥିତ। ମାଆ ବରୁଣେଇ କରୁଣେଇ ଖୋର୍ଦ୍ଦା ପାଇକ ବାସିଙ୍କ ଅରାଦ୍ଧ୍ଯ ଦେବୀ ଅଟନ୍ତି।ସ୍ୱର୍ନ ଗଂଗା ନାମ ସୁନ୍ଦର ଝରଣାଟି ଏଇ ପାହାଡରୁ ବହେ ।

ଚିଲିକା

ଏହା ଖୋର୍ଦ୍ଧା ସହରଠାରୁ ୭୦ କି.ମି ଦୁରରେ ଅବସ୍ଥିତ । ଏହା ଭାରତର ବୃହତ୍ତମ ଲୁଣି ହ୍ରଦ । ହ୍ରଦଟି ପ୍ରାକ୍ରୁତୀକ ସୌନ୍ଦର୍ଯ୍ୟରେ ଭରପୁର ।


ଆଧାର

Tags:

ଖୋର୍ଦ୍ଧା ଇତିହାସଖୋର୍ଦ୍ଧା ଭୁଗୋଳଖୋର୍ଦ୍ଧା ପ୍ରଶାସନିକ ବିଭାଗଖୋର୍ଦ୍ଧା ଜନସଂଖ୍ୟାଖୋର୍ଦ୍ଧା ଯାତାୟତଖୋର୍ଦ୍ଧା ପର୍ଯ୍ୟଟନ ସ୍ଥଳୀଖୋର୍ଦ୍ଧା ଆଧାରଖୋର୍ଦ୍ଧା

🔥 Trending searches on Wiki ଓଡ଼ିଆ:

ରୁକୁଣା ରଥଯାତ୍ରାତରଳ ଝାଡ଼ାକରଣ (ଜାତି)ବିଦୁସ୍ମିତାବିଦ୍ୟାଳୟଏ. ପି. ଜେ. ଅବଦୁଲ କଲାମମୋହନ ସୁନ୍ଦର ଦେବ ଗୋସ୍ୱାମୀଚନ୍ଦ୍ରଗୁପ୍ତକଥକଳୀବୈଦେହୀଶ ବିଳାସଓଡ଼ିଆ ସାହିତ୍ୟର ଇତିହାସଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଓଡ଼ିଶାର ଭୂଗୋଳଯୋଗଯଦୁମଣି ମହାପାତ୍ରଭାରତୀୟ ଜନତା ପାର୍ଟିଅଟଳ ବିହାରୀ ବାଜପେୟୀଦରମାଓଡ଼ିଶାର ଇତିହାସମାଗୁଣିର ଶଗଡ଼ (କଥାଚିତ୍ର)ବିଭୂତି ପଟ୍ଟନାୟକଗୋପୀନାଥ ମହାନ୍ତିତ୍ରିଭୁଜଓଡ଼ିଶାର ଦଶହରାଗୁରୁପ୍ରସାଦ ମହାନ୍ତିଜୟ ଶ୍ରୀରାମବସନ୍ତ କୁମାର ଶତପଥୀରାଜ ଯୋଗରୋହିତ ପୂଜାରୀରବିବାରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟମୁଡ଼ି ନାଏକୋୟୁକ୍ରେନନେପାଳଦିଲୀପ ତିର୍କୀମଙ୍ଗଳା ମନ୍ଦିରଜହ୍ନଚାଣକ୍ୟହନୁମାନ ଚାଳିଶାୟାଓଇରାବଣରାଜକିଶୋର ପଟ୍ଟନାୟକବୁଦ୍ଧ ପୂର୍ଣ୍ଣିମାକେନ୍ଦୁଝର ଜିଲ୍ଲାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟମିଳିମିଳାଓଡ଼ିଆ ଭାଷାସାନିଆ ମିର୍ଜାନିତ୍ୟାନନ୍ଦ ମହାପାତ୍ରସୁଭାଷ ଚନ୍ଦ୍ର ବୋଷଜୀବାଣୁ ଭାଜିନୋସିସପାରିକୁଦଓଡ଼ିଆ କଥାଚିତ୍ର ଜଗତଆର୍ଯ୍ୟଭଟ୍ଟଅର୍ଜୁନ ଚରଣ ସେଠୀଲିଙ୍ଗରାଜ ମନ୍ଦିରଅଶୋକ ସମ୍ରାଟ୧୬ ମଇଜବାହରଲାଲ ନେହେରୁକୃଷ୍ଣଚନ୍ଦ୍ର ପାଣିଗ୍ରାହୀଦୁର୍ଗାସିଦ୍ଧାନ୍ତ ମହାପାତ୍ର🡆 More