ତାରିଣୀ ଚରଣ ପାତ୍ର

ଅଷ୍ଟାବଧାନୀ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର (୩ ଜୁନ ୧୯୦୧ - ୪ ମାର୍ଚ୍ଚ ୧୯୭୯ ) ବିଂଶ ଶତାବ୍ଦୀରେ ଓଡ଼ିଶୀ ସଙ୍ଗୀତର ଜଣେ ପ୍ରଧାନ ଗବେଷକ, ସଙ୍ଗୀତଜ୍ଞ, ଗୁରୁ ଓ କଣ୍ଠଶିଳ୍ପୀ ଥିଲେ ।

ଅଷ୍ଟାବଧାନୀ ଆଚାର୍ଯ୍ୟ

ତାରିଣୀ ଚରଣ ପାତ୍ର
ତାରିଣୀ ଚରଣ ପାତ୍ର
ଜନ୍ମ୧୯୦୧
ମୃତ୍ୟୁ୪ ମାର୍ଚ୍ଚ ୧୯୭୯(୧୯୭୯-୦୩-୦୪)
ସ୍ମୃତିଗାନ୍ଧିଜୀ ସଙ୍ଗୀତ କଳାମନ୍ଦିର, କବିସୂର୍ଯ୍ୟନଗର
ଜାତୀୟତାତାରିଣୀ ଚରଣ ପାତ୍ର ଭାରତୀୟ
ପ୍ରସିଦ୍ଧିଓଡ଼ିଶୀ ସଙ୍ଗୀତ ଗୁରୁ ଓ ଗବେଷକ, ଓଡ଼ିଶୀ ବୀଣାକାର
ଉଲ୍ଲେଖନୀୟ କୃତିଓଡ଼ିଶୀ ସଙ୍ଗୀତ ପ୍ରକାଶ
ଶୈଳୀଓଡ଼ିଶୀ ସଙ୍ଗୀତ
ବୈବାହିକ-ସାଥୀଅନ୍ନପୂର୍ଣ୍ଣା
ପିତାମାତା(s)ଗୌର ପାତ୍ର, ଯୋଗୀ'ମା
ପୁରସ୍କାରଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର

ଜନ୍ମ ଓ ବାଲ୍ୟଜୀବନ

୧୯୦୧ ମସିହାରେ ଗଞ୍ଜାମ ଜିଲ୍ଲାର ପିତ୍ତଳ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୌର ପାତ୍ର ଏବଂ ମାତାଙ୍କ ନାମ ଯୋଗୀ'ମା । ବାଲ୍ୟକାଳ ଅତି ଅୟସରେ କଟିଥିବାରୁ ପାଠପଢ଼ା ପ୍ରତି ସେ ବିଶେଷ ଆଗ୍ରହ ଦେଖାଇନଥିଲେ । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସାଧାରଣ ଶିକ୍ଷା ଲାଭ କରିଥିଲେ ମଧ୍ୟ ନିଜ ପ୍ରୟାସରେ ସେ ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷା ମଧ୍ୟ ଆୟତ୍ତ କରିଥିଲେ । ଅତ୍ୟନ୍ତ ଛୋଟବେଳୁ ସେ କବିତା ଲେଖିପାରୁଥିଲେ । ଏହା ସଙ୍ଗେ ସଙ୍ଗେ ତାଙ୍କର ଅଭିନୟ ଓ ଗାୟନ କଳା ମଧ୍ୟ ଥିଲା । କୈଶୋର ଅବସ୍ଥା ପୂର୍ବରୁ ତାଙ୍କ ପିତାନକ ପରଲୋକ ହେବା ଫଳରୁ ସେ ବ୍ୟବସାୟ ଦେଖାଦେଖିରେ ମନୋନିବେଶ କଲେ । ପିତାଙ୍କ ମୃତ୍ୟୁ ପରେ ସେ ପିତ୍ତଳ ଗ୍ରାମର ପ୍ରସିଦ୍ଧ ରାଧାକୃଷ୍ଣ ରଙ୍ଗମଞ୍ଚରେ ବିଭିନ୍ନ ପୌରାଣିକ ନାଟକରେ, ବିଶେଷ କରି ସ୍ତ୍ରୀ ଭୂମିକାରେ ଅଭିନୟ କରି ଅନେକ ଯଶ ଅର୍ଜ୍ଜନ କରିଲେ । ଜୀବନର ପ୍ରାଥମିକ ଅବସ୍ଥାରୁ ଅତ୍ୟନ୍ତ ଆଧ୍ୟାତ୍ମିକ ହୋଇ ପଡ଼ିଥିଲେ ଏବଂ କାଳକ୍ରମେ ନାଟକ ଛାଡ଼ି 'ଭଜଗୋବିନ୍ଦ' ନାମକ ସଂକୀର୍ତ୍ତନ ଦଳ ଗଢ଼ି ନାମକୀର୍ତ୍ତନ କରୁଥିଲେ ଓ ନିଜ ରଚିତ ଗୀତ ମଧ୍ୟ ଗାନ କରୁଥିଲେ । ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ହୋଇ ୧୯୨୯ ମସିହାରେ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ । ଦକ୍ଷିଣ ଓଡ଼ିଶାରେ ନଦୀୟା କୀର୍ତ୍ତନର ପ୍ରଚାରରେ ତାରିଣୀ ପାତ୍ରଙ୍କ ଅନେକ ଅବଦାନ ରହିଛି । କାଳକ୍ରମେ ସେ ସାଂସାରିକ ଜୀବନଠାରୁ ବୀତସ୍ପୃହ ହୋଇପଡ଼ିଲେ, କିନ୍ତୁ ମାଆଙ୍କ କଥା ଏଡ଼ାଇ ନ ପାରି ଅନ୍ନପୂର୍ଣ୍ଣାଙ୍କ ସଙ୍ଗେ ବିବାହ କରିଥିଲେ ।

କବିସୂର୍ଯ୍ୟନଗରରେ ନିଜର ବ୍ୟବସାୟ ଜାରି ରଖିଥିଲେ । ସେଠାରେ ମଧ୍ୟ ଭଜଗୋବିନ୍ଦ ଦଳର ଗୋଟିଏ ଶାଖା ଗଢ଼ିଥିଲେ । ତାଙ୍କ କୀର୍ତ୍ତନର ତନ୍ମୟତା ଯୋଗୁଁ ତାଙ୍କର ଗଞ୍ଜାମ ସାରା ସୁଖ୍ୟାତି ବ୍ୟାପିଗଲା । ଭଜଗୋବିନ୍ଦର ଉଦ୍ଯାପନ ନିମନ୍ତେ ୧୦୮ ଗୋଟୀ କୀର୍ତ୍ତନ ଦଳ ଓ ନଦୀୟା-ନବଦ୍ୱୀପରୁ ବହୁ ସାଧୁସନ୍ଥ ଆମନ୍ତ୍ରିତ ହୋଇଥିଲେ । ତାରିଣୀ ଚରଣ ପାତ୍ର ବୈଷ୍ଣବମଣ୍ଡଳୀଙ୍କ ସଙ୍ଗେ ଏପରି କୀର୍ତ୍ତନ ଗାନ କରୁଥିଲେ ଯେ ଚବିଶ ପ୍ରହର ନାମ ଯଜ୍ଞର ଶେଷ ଦିନରେ ପୁରୀରେ ଜଗନ୍ନାଥ ବଡ଼ପଣ୍ଡାଙ୍କ ଚଳୁରେ ଦର୍ଶନ ଦେଲେ ନାହିଁ । ଅଶୁଭ ଆଶଙ୍କାରେ ସେବକମଣ୍ଡଳୀ ବ୍ୟସ୍ତ ହୋଇବାରୁ ସ୍ୱପ୍ନରେ ଜଗନ୍ନାଥ କହିଥିଲେ ଯେ - "ଭକ୍ତମାନଙ୍କ କୀର୍ତ୍ତନ ଗାନରେ ମୁଗ୍ଧ ହୋଇ ମୁଁ ବୋଇରାଣୀ ଚାଲି ଯାଇଥିଲି ।" ପରେ ବଡ଼ପଣ୍ଡା ବୋଇରାଣୀ ଆସି ଏ କଥା ପ୍ରକାଶ କରିଥିଲେ । ନାମଯଜ୍ଞ ସମାପନରେ ତାରିଣୀଚରଣ ଲେଖିଥିଲେ:

ଆଉ କି ଦେଖିବ ନୟନରେ, ମୋ ବାଇମନ !
ବୋଇରାଣୀ ଗ୍ରାମ ବଇକୁଣ୍ଠ ଧାମ, ହରିନାମେ ପରିପୂର୍ଣ୍ଣ ।

ସଙ୍ଗୀତ

ବାଲ୍ୟକାଳରୁ ତାରିଣୀଙ୍କର ସଙ୍ଗୀତ ପ୍ରତି ମମତା ଥିଲା । ଏହା ଲକ୍ଷ୍ୟ କରି ପିତା ସେ ଦିଗରେ ଉନ୍ନତି ନିମନ୍ତେ ତାଙ୍କୁ ସବୁ ସୁଯୋଗ ଯୋଗାଇ ଦେଇଥିଲେ । ପ୍ରଥମେ ନିଜ ବଡ଼ ଭାଇ ଆଡ଼ିକା ପାତ୍ରଙ୍କ ନିକଟରୁ ସେ ହାରମୋନିୟମ ଏବଂ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ବିଭାଗ ଯଥା ଓଡ଼ିଶୀ, ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ ଆଦି ଶିକ୍ଷା କରିଥିଲେ । ପରେ ବ୍ରହ୍ମଦେଶ ଯାଇ ସେଠାରେ ଶାସ୍ତ୍ରୀୟ ରୀତିରେ ବେହେଲା ବାଦନ ଶିଖିଥିଲେ । ପାଇଲିପଡ଼ା ଗ୍ରାମର ଗୁରୁ ଗୌରହରି ମହାପାତ୍ରଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜୟନଗର ଓ ରାଜମହେନ୍ଦ୍ରୀଠାରେ କର୍ଣ୍ଣାଟକୀ ସଙ୍ଗୀତ ଏବଂ ଆଲାହାବାଦ ଓ ଲକ୍ଷ୍ନୌରେ ହିନ୍ଦୁସ୍ଥାନୀ ସଙ୍ଗୀତ ବିଷୟରେ ସମ୍ୟକ୍ ଶିକ୍ଷା କରିଥିଲେ । ଅଣ ଓଡ଼ିଶୀ ସଙ୍ଗୀତ ବିଷୟରେ ଧାରଣା କରି ସେ ଓଡ଼ିଶୀ ସଙ୍ଗୀତର ସ୍ୱାତନ୍ତ୍ର୍ୟକୁ ଆହୁରି ଭଲ ଭାବେ ହୃଦୟଙ୍ଗମ କରିପାରିଥିଲେ ଓ ଏହି ହେତୁରୁ ସୁଚାରୁ ରୂପେ ଓଡ଼ିଶୀ ଓ ଅନ୍ୟ ମଧ୍ୟରେ ଭେଦ ଦର୍ଶାଉଥିଲେ ।

ତାରିଣୀ ପାତ୍ର ବୀଣାବାଦନରେ ପ୍ରବୀଣ ଥିଲେ । ତାଙ୍କ ବୀଣାବାଦନ ଓଡ଼ିଶୀ ଶୈଳୀର ଥିଲା । ତାରିଣୀ ଚରଣ ପାତ୍ର ଅନେକ ଦିନ ଯାଏଁ ଆକାଶବାଣୀ କଟକରେ କଳାକାର ଏବଂ ପରୀକ୍ଷକ ଭାବେ କାର୍ଯ୍ୟରତ ଥିଲେ । ୧୯୪୬ରେ କଲିକତା ଟିଟାଗଡ଼ଠାରେ ମେଘମହ୍ଲାର ରାଗ ଗାୟନ କରି ବର୍ଷା କରାଇଥିବା ବିଷୟ ଏଯାବତ ଲୋକଙ୍କ ସ୍ମୃତିରେ ରହିଛି । ମାଡ୍ରାସ ଆକାଶବାଣୀରେ ସେ ବୀଣାବାଦନ କରିଥିଲେ । କଟକ ଆକାଶବାଣୀରେ ସେ ନିୟମିତ ଭାବରେ ଓଡ଼ିଶୀ ଶୈଳୀର ବୀଣାବାଦନ କରୁଥିଲେ ।

ଗାନ୍ଧିଜୀ ସଙ୍ଗୀତ କଳାମନ୍ଦିର

୧୯୩୬ରେ ସେ ମିୟାମାର (ବ୍ରହ୍ମଦେଶ) ଯାଇ ସଂକୀର୍ତ୍ତନ କରି ଓ ବୀଣା ବଜାଇ ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ । ପୁରାତନ ଗଞ୍ଜାମର ସୁଖ୍ୟାତ ବୟୋଜ୍ୟେଷ୍ଠ ଓଡ଼ିଶୀ ସଙ୍ଗୀତଜ୍ଞ ଶ୍ରୀ ହାଡ଼ୁ ପାତ୍ରଙ୍କ ପ୍ରେରଣା କ୍ରମେ ତାରିଣୀ ଚରଣ ୧୯୪୦ ମସିହାରେ ସ୍ୱଦେଶକୁ ଫେରି ଗଞ୍ଜାମ ବୋଇରାଣୀରେ 'ଗାନ୍ଧିଜୀ ସଙ୍ଗୀତ କଳାମନ୍ଦିର' ପ୍ରତିଷ୍ଠା କରିଥିଲେ । ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତଗୁରୁବର୍ଗ ରାମଚନ୍ଦ୍ର ଦୋରା, ମୋହନ ମହାପାତ୍ର, ସୋମନାଥ ମିଶ୍ର, ଦାମୋଦର ମିଶ୍ର, ଗଙ୍ଗାଧର ଦାସ, ସୁମୁନାଥ ସାହୁ ଓ ସଙ୍ଗୀତଜ୍ଞ କତ୍ତପଲ୍ଲୀ କମେୟା ଆଚାରୀ, ପୂର୍ବତନ ବିଧାନ ସଭା ସଦସ୍ୟ ଜଗନ୍ନାଥ ମିଶ୍ରଙ୍କ ପ୍ରେରଣା ତଥା ଅଧ୍ୟକ୍ଷତାରେ ଗାନ୍ଧିଜୀ ସଙ୍ଗୀତ କଳାମନ୍ଦିର ଆରମ୍ଭ ହୋଇଥିଲା । ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଓ ଲିଙ୍ଗରାଜ ପାଣିଗ୍ରାହୀ, ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ମଧ୍ୟ ଏଥିରେ ଅନେକ ସହାୟତା କରିଥିଲେ । ଦକ୍ଷିଣ ଓଡ଼ିଶାରେ ଓଡ଼ିଶୀ ସଙ୍ଗୀତର ଆନୁଷ୍ଠାନିକ ଶିକ୍ଷା ଯୋଗାଉଥିବା ପ୍ରଥମ କେତୋଟି ଅନୁଷ୍ଠାନ ମଧ୍ୟରୁ ଏହା ଅନ୍ୟତମ ।

ରଚନାବଳୀ

ସଙ୍ଗୀତଜ୍ଞ ହେବା ସଙ୍ଗେ ସଙ୍ଗେ ସେ ଅତି ଉଚ୍ଚକୋଟିର କବି ମଧ୍ୟ ଥିଲେ । କବିସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୂର ପ୍ରଥମ ସ୍ୱରଲିପି କରିବାରେ ସେ ଅଗ୍ରଣୀ ଥିଲେ । ଏକାଧିକ କଳା ଓ ଜ୍ଞାନରେ ଅସାଧାରଣ ଦକ୍ଷତା ଯୋଗୁଁ ସେ 'ଅଷ୍ଟାବଧାନୀ ଗୁରୁ' ଭାବେ ପରିଚିତ ଥିଲେ । ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା, ରାଗ ଆଲୋଚନା, ସ୍ୱରଲିପି ଆଦି ବିଷୟକ ଅନେକ ପୁସ୍ତକ ଲେଖିଛନ୍ତି । ପ୍ରଥମ ବର୍ଷରୁ ଷଷ୍ଠ ବର୍ଷ ଯାଏଁ 'ଆମ ସଙ୍ଗୀତ ଶିକ୍ଷା' ନାମରେ ଓଡ଼ିଶୀ ସଙ୍ଗୀତ ପାଇଁ ପାଠ୍ୟକ୍ରମ ମଧ୍ୟ ରଚନା କରିଛନ୍ତି । ତାଙ୍କ ରଚିତ ବହିର ତାଲିକା:

  • ଆମ ସଙ୍ଗୀତ ଶିକ୍ଷା
  • ଓଡ଼ିଶୀ ସଙ୍ଗୀତ ପ୍ରକାଶ
  • ଉତ୍କଳ ସଙ୍ଗୀତ ଇତିହାସ
  • ସଙ୍ଗୀତ ନିବନ୍ଧମାଳା
  • ରାଗ ଧ୍ୟାନମାଳିକା
  • ଗୀତ ଗୋବିନ୍ଦର ସ୍ୱରଲିପି
  • ଭାରତ ସଙ୍ଗୀତ ଇତିହାସ

ତାଙ୍କ ରଚନାବଳୀରୁ ଅନେକ ପୁସ୍ତକ, ଗୀତର ପାଣ୍ଡୁଲିପି ଇତ୍ୟାଦି ଏଯାବତ ଅପ୍ରକାଶିତ ଅବସ୍ଥାରେ ରହିଛି । ଓଡ଼ିଶୀ ସଙ୍ଗୀତରେ ବତିଶ ମେଳ ପ୍ରଥାର ସେ ପ୍ରଥମ ପ୍ରବର୍ତ୍ତକ ଓ ଶ୍ରୀ ଗୀତଗୋବିନ୍ଦର ସର୍ବପ୍ରଥମ ସମ୍ପୂର୍ଣ୍ଣ ସ୍ୱରଲିପି କରିଥିଲେ ।

ନାଟକ

ବାଲ୍ୟଜୀବନରେ ନିଜ ବନ୍ଧୁମାନଙ୍କ ସହାୟତାରେ ସେ ଅନେକ ନାଟକ ମଞ୍ଚସ୍ଥ କରାଉଥିଲେ । ସେ ନିଜେ ଏକ ନାଟକଦଳ ଗଠନ କରାଇଥିଲେ ଓ ନିଜେ ମଧ୍ୟ 'ପାଦୁକା ପଟ୍ଟାଭିଷେକ' ନାମର ଏକ ନାଟକ ରଚନା କରିଥିଲେ । ପରେ ଧରାକୋଟ ରାଜା ଏବଂ ଅନ୍ୟମାନଙ୍କ ସାହାଯ୍ୟରେ ସେ କିଶୋରଚନ୍ଦ୍ର ନାଟ୍ୟସଙ୍ଘ ପ୍ରତିଷ୍ଠା କରିଥିଲେ ।

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୨

ଆଧାର

Tags:

ତାରିଣୀ ଚରଣ ପାତ୍ର ଜନ୍ମ ଓ ବାଲ୍ୟଜୀବନତାରିଣୀ ଚରଣ ପାତ୍ର ସଙ୍ଗୀତତାରିଣୀ ଚରଣ ପାତ୍ର ନାଟକତାରିଣୀ ଚରଣ ପାତ୍ର ପୁରସ୍କାର ଓ ସମ୍ମାନତାରିଣୀ ଚରଣ ପାତ୍ର ଆଧାରତାରିଣୀ ଚରଣ ପାତ୍ରଓଡ଼ିଶୀ ସଙ୍ଗୀତ

🔥 Trending searches on Wiki ଓଡ଼ିଆ:

ଉତ୍କଳ ଦୀପିକାଓଡ଼ିଆ ସାହିତ୍ୟର ଇତିହାସକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରେଶମ ପଥଚିତ୍ତରଞ୍ଜନ ଦାସବଳରାମ ଦାସମୁକୁନ୍ଦ ଦେବସଂକ୍ରାନ୍ତିଅଶ୍ରୁମୋଚନ ମହାନ୍ତିଟ୍ରାଲୋକିନୁମାବବର୍ଷାମହାବିଦ୍ୟାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)wiki.phtmlପ୍ରତାପରୁଦ୍ର ଦେବସତ୍ୟବାଦୀ ବନ ବିଦ୍ୟାଳୟଭଦଭଦଳିଆଚିନ୍ତାମଣି ବେହେରାରସଗୋଲାଧରିତ୍ରୀସୁଭାଷ ଚନ୍ଦ୍ର ବୋଷ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପ୍ଲୀହାସାରଥୀ ବାବାଓଡ଼ିଆ ନାଟକଗୋବିନ୍ଦ ତ୍ରିପାଠୀମନୋଜ ଦାସଙ୍କ କଥା ଓ କାହାଣୀରାସନ କାର୍ଡ଼ (ଭାରତ)ଉତ୍କଳ ଦିବସପ୍ରତିଭା ରାୟଯୁକ୍ତରାଷ୍ଟ୍ର ଆମେରିକାଆନ୍ତର୍ଜାତିକ ମହିଳା ଦିବସହେମଲତା ମାନସିଂହଦାସକାଠିଆକାଳିଚରଣ ପଟ୍ଟନାୟକପ୍ରହ୍ଲାଦ ନାଟକଶାନ୍ତନୁ କୁମାର ଆଚାର୍ଯ୍ୟପୁଥୁପ୍ପାଲ୍ଲୀ, କୋଟ୍ଟାୟାମଓଡ଼ିଶୀ ସଙ୍ଗୀତଅଂଶୁଘାତସରସ୍ୱତୀ ସମ୍ମାନମାର୍ଚ୍ଚଉଦୟନାଥ ଷଡ଼ଙ୍ଗୀମାସରାକ୍ଷୀ ପୂର୍ଣ୍ଣିମାପଖିଆବିଶ୍ୱ ମ୍ୟାଲେରିଆ ଦିବସନେମାଳଆଶୁତୋଷ ପରିଡ଼ା୨୦୧୨ଇଣ୍ଟରନେଟଓଡ଼ିଆ ଭ୍ରମଣ ସାହିତ୍ୟମହାପାତ୍ର ନୀଳମଣି ସାହୁଭଣ୍ଡ ଗଣେଶଜଳଓଡ଼ିଆ ସାହିତ୍ୟଶ୍ୱେତସାରସାରଳା ମନ୍ଦିରରୋହିତ ଶର୍ମାମାଣବସା ଗୁରୁବାରଜଣ୍ଡିସ୍ନେପଚୁନଶିଶୁ ଅନନ୍ତ ଦାସଅଚ୍ୟୁତ ଗୋକୁଳ ନାୟକନଟବର ସାମନ୍ତରାୟସେଇ ଝିଅଟିଜୟୀରାମ ସାମଲଶ୍ରୀନିବାସ ରାମାନୁଜନଗର୍ଭାବସ୍ଥା୭ (ସଂଖ୍ୟା)ନନ୍ଦିଘୋଷତାଳଧ୍ୱଜପ୍ରଣବ ପ୍ରକାଶ ଦାସ🡆 More