ଚଉତିଶା

ଚଉତିଶା ପୁରାତନ ଭାରତରେ ରଚିତ ଏକ ବିଶେଷ ପ୍ରକାର ଗୀତି କବିତା ସାହିତ୍ୟକୁ ବୁଝାଇଥାଏ । ଏହା ଓଡ଼ିଆ, ଅସିମୀୟା, ମୈଥିଳି ଓ ବଙ୍ଗଳା ଭାଷାରେ ଅଞ୍ଚଳଭେଦରେ ରଚିତ ହୋଇଥିଲା । ଚଉତିଶା ଶୈଳୀରେ ଗୋଟିଏ ଗୀତରେ ବର୍ଣ୍ଣମାଳାର ୩୪ଟି ଅକ୍ଷରକୁ ୨୪ଟି ପଦ ରଚନା କରାଯାଇଥାଏ । ପ୍ରତ୍ୟେକ ପଦର ସମସ୍ତ ଧାଡ଼ି ଗୋଟିଏ ଅକ୍ଷରରେ ଆରମ୍ଭ ହୋଇଥାଏ । .

ଚଉତିଶା ପୁରାତନ ଭାରତରେ ରଚିତ ଏକ ବିଶେଷ ପ୍ରକାର ଗୀତି କବିତା ସାହିତ୍ୟକୁ ବୁଝାଇଥାଏ । ଏହା ଓଡ଼ିଆ, ଅସିମୀୟା, ମୈଥିଳି ଓ ବଙ୍ଗଳା ଭାଷାରେ ଅଞ୍ଚଳଭେଦରେ ରଚିତ ହୋଇଥିଲା । ଚଉତିଶା ଶୈଳୀରେ ଗୋଟିଏ ଗୀତରେ ବର୍ଣ୍ଣମାଳାର ୩୪ଟି ଅକ୍ଷରକୁ ୨୪ଟି ପଦ ରଚନା କରାଯାଇଥାଏ । ପ୍ରତ୍ୟେକ ପଦର ସମସ୍ତ ଧାଡ଼ି ଗୋଟିଏ ଅକ୍ଷରରେ ଆରମ୍ଭ ହୋଇଥାଏ ।

ରଚନା ଶୈଳୀ

କଠାରୁ କ୍ଷ ଯାଏଁ ବ୍ୟଞ୍ଜନ ବର୍ଣ୍ଣରେ ଚଉତିଶା ରଚିତ ହୋଇଥାଏ । ଚଉତିଶାର ଗୋଟିଏ ପଦ ବା ଗୋଟିଏ ପାଦରେ ଆଦି ବର୍ଣ୍ଣ ଗୋଟିଏ କ୍ରମରେ କଠାରୁ କ୍ଷ ପର୍ଯ୍ୟନ୍ତ ବର୍ଣ୍ଣମାଳାରେ ଆବଦ୍ଧ ହୋଇଥାଏ । ତେବେ କେତେକ ଜାଗାରେ ବ୍ୟତିକ୍ରମ ମଧ୍ୟ ଦେଖିବାକୁ ମିଳିଥାଏ । ବେଳେ ବେଳେ ଖ ବଦଳରେ କ୍ଷ ବ୍ୟବହାର ହୋଇଥିବାର ନଜିର ମିଳିଥାଏ । ସେହିପରି ଙ ଓ ଣ ବଦଳରେ ନ, ବଦଳରେ କ୍ଷ, ଖ, ଞ ବଦଳରେ ବ୍ୟବହାର ହୋଇଥାଏ । ପୁରାତନ ଓଡ଼ିଆ ଚଉତିଶାରେ, ଯ ପୁଣି , ଶ, ଷ ବ୍ୟବହାରରେ କିଛି ନିର୍ଦ୍ଦିଷ୍ଟତା ନଥାଏ । କବିମାନେ ନିଜ ମନ ମୁତାବକ ତିନିଗୋଟି ଓ ଦୁଇଗୋଟି ଜର ବ୍ୟବହାର କରିଥାନ୍ତି । ଯେପରି-

ଳଲୋକଙ୍କର ବୋଲି ଧଇଲେ ମୁରାରି ।
କ୍ଷଣକ ଭାବ ତାଙ୍କର ମୁରୁଛି ନପାରି ॥

-କୃଷ୍ଣକଳା ଚଉତିଶା

ଇତିହାସ

ଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ ।
ରନ୍ତି ମଥୁରା ବିଜୟେ ଦାଣ୍ତେ ଦେଖ ସଙ୍ଗାତ ॥
 
ସିପଡୁଛି କି ଆକାଶୁ କି ଏ ଗଙ୍ଗାଯମୁନା ।
ଖୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା ॥

କଳାକଳେବର ଚଉତିଶା, ଭକ୍ତଚରଣ ଦାସ

ପୁରାତନ ଓଡ଼ିଆ ଭାଷା ଓ ସାହିତ୍ୟରେ ଅନେକ ଚଉତିଶା ରଚିତ ହୋଇଥିଲା । ଏଯାବତ ଏହାର ସମ୍ଭାର କଳନା କରାଯାଇପାରିନାହିଁ । ଏଥିରୁ ଓଡ଼ିଆ ଗୀତିସାହିତ୍ୟ ଓ ଛାନ୍ଦ ସାହିତ୍ୟର ଉଦ୍ଭବ ହୋଇଛି । ଚଉତିଶା ରଚନା ଏକ ଆଳଙ୍କରିକ ରଚନା । କଠାରୁ କ୍ଷ ପର୍ଯ୍ୟନ୍ତ ୩୪ଟି ବ୍ୟଞ୍ଜନ ବର୍ଣ୍ଣର ଆଦିକ୍ରମରେ ରଚିତ ହୋଇଥିବା କବିତା ଚଉତିଶା ନାମରେ ନାମିତ ।

କେହି କେହି ଓଡ଼ିଆ କବି ଓଲଟ ଚଉତିଶା ମଧ୍ୟ ରଚନା କରିଥିବାର ଦେଖିବାକୁ ମିଳିଥାଏ । ଏହା 'କ୍ଷ'ରୁ ଆରମ୍ଭ ହୋଇ 'କ'ରେ ଶେଷ ହୋଇଥାଏ । ଅନ୍ଧକବି ଭୀମ ଭୋଇ ଏହି ପରି କେତେକଚଉତିଶ ରଚନା କରିଥିଲେ । ପ୍ରାଚୀ ସମିତି ପ୍ରକାଶିତ 'ଚଉତିଶା ମଧୁଚକ୍ର'ରେ ଏହି ପରି କେତେ ଗୋଟି ଚଉତିଶା ଦେଖିବାକୁ ମିଳିଥାଏ । [୨] ବହୁ ଚଉତିଶା ଏଯାବତ ପ୍ରକାଶ ଲାଭ କରିନଥିବାରୁ ଏସବୁ କାଳ ନିରୂପଣ କରାଯାଇପାରିନାହିଁ । ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଚଉତିଶା ଲୋକପ୍ରିୟତା ହାସଲ କରିଥିଲା । ଏମାନଙ୍କ ମଧ୍ୟରେ କଳସା ଚଉତିଶା, କୋଇଲି ଚଉତିଶା ଆଦି ପ୍ରଧାନ । ପ୍ରାଚୀ ଓଡ଼ିଆ କାବ୍ୟମାନଙ୍କରେ ବିଭିନ୍ନ କବିତାର ବାଣୀ ବା ବୃତ୍ତର ବର୍ଣ୍ଣନା ରହିଛି । ଯେପରି ଆଷାଢ଼ ଶୁକ୍ଳ, ମୁନିବର ବାଣୀ ଆଦି, କିନ୍ତୁ ଏହି ସବୁ ରଚନା ଆଜି ଯାଏଁ ମିଳିନାହିଁ । ଏହି ଚଉତିଶାମାନଙ୍କର ସଂଖ୍ୟା ୧୦୦୦ରୁ ଅଧିକ ହେବ ।

ପ୍ରକାର

ସନ୍ଦେଶମୂଳକ ଚଉତିଶା

ଓଡ଼ିଆରେ ଅନେକ ଦୂତ ବା ସନ୍ଦେଶମୂଳକ ସାହିତ୍ୟ ରଚିତ ହୋଇଥିଲା । କୋଇଲି ଚଉତିଶା, କାଦମ୍ବିନୀ ଚଉତିଶା ଓ ଚିଟାଉ ଚଉତିଶା (ଉପେନ୍ଦ୍ର ଭଞ୍ଜ) ଆଦି ଏଥିମଧ୍ୟରୁ ପ୍ରଧାନ ।

ଜଣାଣ ବା ସ୍ତୁତିମୂଳକ ଚଉତିଶା

ଓଡ଼ିଆରେ ବହୁ ପୁରୁଣା ଜଣାଣ ରହିଛି ଯାହା ଆଧାରରେ ଏବେ ମଧ୍ୟ କବିମାନେ ଜଣାଣ ରଚୁଆଛନ୍ତି । ଏହି ଜଣାଣ ଏବଂ ଚଉତିଶା ମଧ୍ୟରେ ଜଗବନ୍ଧୁ ଜଣାଣ (ସାଧୁ), ରାମଚନ୍ଦ୍ର ଜଣାଣ (ଭୋବନି), ସର୍ପ ଜଣାଣ (କବିସୂର୍ଯ୍ୟ ବଳଦେବ ରଥ) ଓ ଆର୍ତ୍ତତ୍ରାଣ ଚଉତିଶା (ଭକ୍ତକବି ଦୀନକୃଷ୍ଣ) ଆଦି ପ୍ରହନ ଅଟେ । ଉଲ୍ଲେଖଯୋଗ୍ୟ ଯେ ଜଣାଣ ଓ ଚଉତିଶା ଉଭୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି ।

ଶୃଙ୍ଗାର ମିଳନ ଓ ବିରହମୂଳକ ଚଉତିଶା

ପୁରାତନ ଓଡ଼ିଆ ସାହିତ୍ୟରେ ମିଳନ ଓ ବିରହମୂଳକ ଅନେକ ଚଉତିଶା ଦେଖିବାକୁ ମିଳିଥାଏ । ଏଥିରେ ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରର ବର୍ଣ୍ଣନା ଦେଖାଯାଇଥାଏ । କାବ୍ୟଯୁଗରେ ଏହି ପରି ଅନେକ ଚଉତିଶା ଲେଖାଯାଇଥିଲା । ରାଧାକୃଷ୍ଣ ମିଲନ ଚଉତିଶା (ସୁଦର୍ଶନ ପଟ୍ଟନାଏକ), ରାଧାବିରହ ଚଉତିଶା (କେଶବ), ଶୀତବିଚ୍ଛେଦ ଚଉତିଶା (ପରମାନନ୍ଦ), ଅନୁରାଗ ରତ୍ନାକର ଚଉତିଶା (ଦୀନକୃଷ୍ଣ ଦାସ), ପ୍ରେମଚିନ୍ତାମଣି (ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା), ମଥୁରା ବିଜେ ଚଉତିଶା (ଗୋପୀନାଥ), କୃଷ୍ଣବିରହ ଚଉତିଶା (ଗୋପଜୀବନ) ଓ ଗୋକୁଳ ନରେନ୍ଦ୍ରଙ୍କର କୃଷ୍ଣବିରହ ଚଉତିଶା ଏହି ଶ୍ରେଣୀର ।

ବର୍ଣ୍ଣନାମୂଳକ ଚଉତିଶା

ଏହୀ ପୌରଣିକ ଚଉତିଶା ଗୁଡ଼ିକରେ ନାନାଦି ପୌରାଣିକ ଓ ବାସ୍ତବ ଘଟଣାର ବର୍ଣ୍ଣନା କରାଯାଇଥାଏ । ପୁରାତନ ଓଡ଼ିଆ ସାହିତ୍ୟରେ ଶିଶୁ ଶ୍ୟାମଙ୍କର କୁସୁମିତ ଚୂତ କୁଞ୍ଜ ଚଉତିଶା, ନରସିଂହ ସେଣଙ୍କର କୁସୁମ ସମୟ କାଳେ (ଇନ୍ଦୁମତୀ ସ୍ୱୟମ୍ବର ବର୍ଣ୍ଣନା), ଦନାଇ ଦାସ (ଜନାର୍ଦନ ଦାସ)ଙ୍କର କାଳୀୟ ଦଳନ ଚଉତିଶା ଓ ଦ୍ୱିଜ ଶ୍ରୀଧରଙ୍କର ଗୁଣ୍ଡିଚାବିଜେ ଚଉତିଶା ଆଦି ପ୍ରଧାନ ।

ଆଳଙ୍କାରିକ ଚଉତିଶା

ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଅଳଙ୍କାରିକ ତଥା କାବ୍ୟତତ୍ତ୍ୱ ନାନାଦି ବିଷୟକୁ ନେଇ ଚଉତିଶା ଲେଖାଯାଇଅଛି । ନାରାୟଣଙ୍କ ଲିଖିତ ଚଉତିଶାମାଳାରେ ନାରୀମାନଙ୍କର ନାନା ବିଭାଗରେ ସ୍ୱାଧିନଭର୍ତ୍ତୃକା, ବାସକସଜ୍ଜା, କଳହାନ୍ତରିତା ଓ ଅଭିସାରିକା ଆଦି ନାୟିକାମାନଙ୍କ କଥା ବଖଣାଯାଇଅଛି । ଲୋକନାଥ ଦାସଙ୍କ ଛନ୍ଦ ଶ୍ଲେଷ ଯମକ ଚିନ୍ତାମଣି ଓ ଉପେନ୍ଦ୍ର ଭଞ୍ଜଙ୍କ ଯମକରାଜ ଚଉତିଶା ଏହି ଶ୍ରେଣୀର ।

ଶ୍ଳୋକ ବା ବିଳାପମୂଳକ ଚଉତିଶା

ଏହି ପ୍ରକାରର ଚଉତିଶାର ସଂଖ୍ୟା ଅନେକ । ଏହି ସବୁ କରୁଣ ରସ ପ୍ରଧାନ ଓ ଓଡ଼ିଶାର ଗାଉଁଲି ଜୀବନ ଓ ସାହିତ୍ୟରେ ପ୍ରଧାନ ସାହିତ୍ୟରେ ପ୍ରଧାନ ସ୍ଥାନ ଅଧିକାର କରିଅଛି । କବି ରଘୁନାଥଙ୍କର କୌଶଲ୍ୟା ବିଳାପ ଚଉତିଶା, ହଋମାତଙ୍କର କାନ୍ଦି କହେ ନନ୍ଦରାଣୀ ଓ ମୁକୁନ୍ଦ ରଚିତ କରେ କୋଦଣ୍ଡ ଚଉତିଶା ଏହି ଶ୍ରେଣୀର ରଚନା ଅଟେ ।

ବ୍ରହ୍ମଜ୍ଞାନମୂଳକ ଚଉତିଶା

ଓଡ଼ିଶାରେ ଜ୍ଞାନମିଶ୍ର ସନ୍ଥକବିମାନେ ଅନେକ ବ୍ରହ୍ମଜ୍ଞାନ ମୂଳକ ଚଉତିଶା ଲେଖିଯାଇଅଛନ୍ତି । ଗାଁ ଗହଳିରେ ଅତି ସାଧାରଣ ସ୍ତରରେ ଶରୀର ଭେଦ ବା ବ୍ରହ୍ମଜ୍ଞାନମୂଳକ ଚଉତିଶାଗୁଡ଼ିକ ଭଜନ ମାଧ୍ୟମରେ ଗୀତ ଓ ଆଲୋଚିତ ହୋଇଥାଏ । ଏହି ସବୁ ଚଉତିଶା ଶରୀର ଭେଦ ଚଉତିଶା ନାମରେ କଥିତ । ଶିଶୁବେଦ ଚଉତିଶା (ଅଜଣା କବି), ଦ୍ୱରିକ ଦାସଙ୍କ ବାଳବୋଲି ଚଉତିଶା ଓ ମରୁଆ ଫୁଲ ଚଉତିଶା, ଜଗନ୍ନାଥ ଦାସଙ୍କ କମଳ କେଶର ଚଉତିଶା, ହଋଦାସଙ୍କର ଗୋପୀଜ୍ଞାନ ଚଉତିଶା, ନନ୍ଦା ଅରକ୍ଷିତଙ୍କର ରସବ୍ରହ୍ମ ଚଉତିଶା, ପରସୁରମ ଦାସଙ୍କର କହୁଅଛି ମୁଁ ଯେ ମନକୁ ଆଦି ଚଉତିଶା ଏହି ଶ୍ରେଣୀର ।

ବୈରାଗମୂଳକ ଚଉତିଶା

ନଶ୍ୱରତା ଓ ବୈରାଗ ପରାୟଣତାକୁ ନେଇ ପ୍ରାଚୀନ ସାହିତ୍ୟରେ ଅନେକ ଛୋଟ ବଡ଼ କବିତା ରଚିତ ହୋଇଥିଲା । ଏହିପ୍ରକାର ଚଉତିଶା ଭିତରୁ ଭକ୍ତଚରଣ ଦାସଙ୍କ ମନବୋଧ ଚଉତିଶା ପ୍ରଧାନ । ହରିଦାସଙ୍କର କହିଲି ମତେ ନ ବୁଝିଲୁ ମାନଦୀ ଏହି ଶ୍ରେଣୀର ।

ଏହି ସବୁ ପ୍ରଧାନ ବିଭାଗକୁ ଛାଡ଼ି ଆହୁରି ଅନେକ ବିଷୟରେ ଅନେକ ବିଷୟରେ ଚଉତିଶା ଲେଖାଯାଇଛି । ପୁରାତନ ଓଡ଼ିଆ ଗଣିତଶାସ୍ତ୍ରରେ ଅନେକ ଗଣିତସୂତ୍ର, ଜ୍ୟୋତିଷ ଶାସ୍ତ୍ରରେ ଅନେକ ଗଣନା ସମ୍ବନ୍ଧୀୟ ବର୍ଣ୍ଣନା, କାମଶାସ୍ତ୍ର, ବୈଦ୍ୟଶାସ୍ତ୍ରରେ ଅନେକ ବିଷୟ ଚଉତିଶା ଭାବରେ ଲେଖାଯାଇଥିଲା । ଏହା ଛଡ଼ା ଶାଶୁବୋହୁ ଛଟା ଓ ଉପଦେଶମୂଳକ ଅନେକ ଚଉତିଶା ରଚିତ ହୋଇଥିଲା । ପୁରାତନ ଓଡ଼ିଆ ସାହିତ୍ୟରେ ଚଉତିଶାକୁ ପୁରୋଭାଗରେ ରଖାଯାଇଥାଏ । ଏହା ଏକ ବିଶାଳ ଗୀତିସାହିତ୍ୟ ଅଟେ । ଚଉତିଶାର ସମକକ୍ଷ ସାହିତ୍ୟ ହେଉଛି ଚଉପଦୀ ।

This article uses material from the Wikipedia ଓଡ଼ିଆ article ଚଉତିଶା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

🔥 Trending searches on Wiki ଓଡ଼ିଆ:

ପଖାଳ ଦିବସପ୍ରଧାନ ପୃଷ୍ଠାପଖାଳପାଲାମୁ ଜିଲ୍ଲାଆଲବର୍ଟ ଆଇନଷ୍ଟାଇନଡାବିଗାଟ୍ରାନଓଡ଼ିଆ ଭାଷାଭାରତଓଡ଼ିଶାଭାରତର ସଂସ୍କୃତିବାପା ସୁପର୍‌ମ୍ୟାନ୍ମନୋଜ ଦାସଓଡ଼ିଆ ସାହିତ୍ୟସାରଳା ଦାସଗୋପୀନାଥ ମହାନ୍ତିଗୋଦାବରୀଶ ମିଶ୍ରସୁରେନ୍ଦ୍ର ମହାନ୍ତିଜଗନ୍ନାଥଭାରତୀୟ ସମ୍ବିଧାନରାଧାନାଥ ରାୟଅଶୋକ ଚକ୍ରଦଣ୍ଡ ନାଟମନୋରଞ୍ଜନ ଦାସରଥଯାତ୍ରାକାଳୀଚରଣ ପଟ୍ଟନାୟକଗଙ୍ଗାଧର ମେହେରଫକୀର ମୋହନ ସେନାପତିଉତ୍କଳ ଦିବସକାହ୍ନୁଚରଣ ମହାନ୍ତିସଚ୍ଚିଦାନନ୍ଦ ରାଉତରାୟଓଡ଼ିଶାର ଇତିହାସଭାରତୀୟ ସ୍ୱାଧୀନତା ଆନ୍ଦୋଳନଓଡ଼ିଶାର ଲୋକନୃତ୍ୟଓଡ଼ିଆ କବି ମାନଙ୍କର ତାଲିକାବୈକୁଣ୍ଠନାଥ ପଟ୍ଟନାୟକଘରଚଟିଆକୁନ୍ତଳା କୁମାରୀ ସାବତଗୋପବନ୍ଧୁ ଦାସଜଗନ୍ନାଥ ଦାସଜଗନ୍ନାଥ ମନ୍ଦିରଲୋକ ସଭାର ବାଚସ୍ପତିକିଶୋରୀ ଚରଣ ଦାସକୁମାର ପୂର୍ଣ୍ଣିମାଜଗନ୍ନାଥଙ୍କ ବେଶକନକ ମଞ୍ଜରୀ ମହାପାତ୍ରବନ୍ଦେ ଉତ୍କଳ ଜନନୀ୧୯୭୮ଡ଼ା. ଆଇଜାକ ସାନ୍ତ୍ରା ବାଳନିକେତନଓଡ଼ିଶା ବିଧାନ ସଭାରାଶି ଓ ନକ୍ଷତ୍ରମହାପାତ୍ର ନୀଳମଣି ସାହୁକେଲିଂଗ୍‍ପ୍ରତିଭା ରାୟକେନ୍ଦୁଝର ଜିଲ୍ଲାହନୁମାନ ଚାଳିଶାଶାନ୍ତନୁ କୁମାର ଆଚାର୍ଯ୍ୟଲକ୍ଷ୍ମୀକାନ୍ତ ମହାପାତ୍ରଚଟିଆ (ଚଢ଼େଇ)ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଅଚ୍ୟୁତାନନ୍ଦ ଦାସଦ୍ୱିତୀୟ ବିଶ୍ୱଯୁଦ୍ଧନୀଳଶୈଳ (ଉପନ୍ୟାସ)ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରୋହିତ ଶର୍ମାବିଶ୍ୱନାଥ କରନୀଳକଣ୍ଠ ଦାସଗୌତମ ବୁଦ୍ଧଗୋଦାବରୀଶ ମହାପାତ୍ର🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}